ରକ୍ତହୀନତା
ରକ୍ତହୀନତା Anemias | |
---|---|
ବିଭାଗ | hematology[*] |
ଆଇସିଡ଼ି-୧୦ | D50.-D64. |
ଆଇସିଡ଼ି-୯-ସିଏମ୍ | 280-285 |
ରୋଗ ଡାଟାବେସ | 663 |
ମେଡ଼ିସିନ-ପ୍ଲସ | 000560 |
ଇ-ମେଡ଼ିସିନ | med/132 emerg/808 emerg/734 |
MeSH | D000740 |
ପ୍ରତିଶବ୍ଦ - ଆନିମିଆ, ରକ୍ତ କ୍ଷୀଣତା
ରକ୍ତହୀନତା ଶବ୍ଦର ଆକ୍ଷରିକ ଅର୍ଥ ଅଳ୍ପ ରକ୍ତ ହେଲେ ମଧ୍ୟ ପ୍ରକୃତରେ ରକ୍ତରେ ଥିବା ଲୋହିତ ରକ୍ତ କଣିକା ଅଳ୍ପ ତଥା ତୃଟିଯୁକ୍ତ ଥିଲେ ବା ହେମୋଗ୍ଲୋବିନ ପରିମାଣ କମ ଥିଲେ ରକ୍ତହୀନତା ରୋଗ ନିର୍ଣ୍ଣୟ କରାଯାଏ ।[୧][୨]>[୩] ହେମୋଗ୍ଲୋବିନର ଅମ୍ଳଜାନ ଗ୍ରହଣ କରିବା ଶକ୍ତି କମ ଥିଲେ ମଧ୍ୟ ରକ୍ତହୀନତା କୁହାଯାଏ ।[୪] ଇଂରାଜୀରେ ଏହି ରୋଗକୁ ଆନିମିଆ କହନ୍ତି । ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood")। ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରି ସାରା ଶରୀରରେ ଥିବା କ୍ୟାପିଲାରି ବା ଅତି ସୂକ୍ଷ୍ମ ରକ୍ତ ନଳୀ (Capillary) ପର୍ଯ୍ୟନ୍ତ ବହନ କରେ ଓ ଦେହର ସମୁଦାୟ ଜୀବକୋଷଙ୍କୁ ବାଣ୍ଟେ । ଏଣୁ ଆନିମିଆ ହେଲେ ରକ୍ତରେ ଅମ୍ଳଜାନ ପରିମାଣ କମିଯାଏ ଯାହାକୁ ହାଇପୋକ୍ସିଆ କହନ୍ତି । ପ୍ରତ୍ୟେକ ଜୀବକୋଷ ବଞ୍ଚିବା ନିମନ୍ତେ ଅମ୍ଳଜାନ ଆବଶ୍ୟକ କରେ, ଏଣୁ ହେମୋଗ୍ଲୋବିନ ଅଭାବରେ ଅମ୍ଳଜାନ ଅଭାବ ହୁଏ ଓ ଏହାର ଅଭାବ ହେଲେ ଅନେକ ପ୍ରକାର ଲକ୍ଷଣ ପ୍ରକାଶ ପାଏ । ଆନିମିଆ ଧୀରେ ଧୀରେ ଆସିଲେ ଲକ୍ଷଣ ଅସ୍ପଷ୍ଟ ହୁଏ: ଥକ୍କାଣ, ଦୂର୍ବଳତା, ଛୋଟ ଶ୍ୱାସକ୍ରିୟା ବା ବ୍ୟାୟାମ ଅକ୍ଷମତା ଦେଖାଯାଏ । ଶୀଘ୍ର ହେଉଥିବା ଆନିମିଆ ଲକ୍ଷଣ: ଚିତ୍ତଭ୍ରମ ହୁଏ, ଅଚେତ ହେବା ଭଳି ଲାଗେ ଓ ଅଧିକ ଶୋଷ ହୁଏ । ଶେତା ଦେଖାଯିବା ନିମନ୍ତେ ଅଧିକ ଆନିମିଆ ଆବଶ୍ୟକ । ଅନ୍ତର୍ନିହିତ କାରଣ ଅନୁସାରେ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଏ । [୫]
ରକ୍ତସ୍ରାବ, ଲୋହିତ ରକ୍ତ କଣିକା (ଲୋ.ର.କ.) କମ୍ ତିଆରି ଓ ଅଧିକ ଲୋ.ର.କ. ଭାଙ୍ଗିବା- ଏହି ତିନି କାରଣ ଯୋଗୁ ରୋଗ ହୁଏ । ରକ୍ତକ୍ଷୟର କାରଣ ମଧ୍ୟରେ ଆଘାତ ଖାଦ୍ୟନଳୀ ରକ୍ତସ୍ରାବ ପ୍ରଧାନ । ସ୍ୱଳ୍ପ ତିଆରି କାରଣମାନଙ୍କ ମଧ୍ୟରେ ଦେହରେ ଲୌହ ଅଭାବ, ଭିଟାମିନ ବି୧୨ ଅଭାବ, ଥାଲାସେମିଆ ଓ ଅନେକ ଅସ୍ଥିମଜ୍ଜା ଅର୍ବୁଦ ପ୍ରଧାନ । ଅଧିକ ଭାଙ୍ଗିବା କାରଣ ମଧ୍ୟରେ ମ୍ୟାଲେରିଆ ଓ କେତେକ ଅଟୋଇମ୍ମ୍ୟୁନ ରୋଗ ପ୍ରଧାନ । ଲୋ.ର.କ.ର ଆକାର (size of red blood cells) ଓ ପ୍ରତି କଣିକାରେ ଥିବା ହେମୋଗ୍ଲୋବିନ ପରିମାଣ (amount of hemoglobin in each cell) ଅନୁସାରେ ଏହାକୁ ବର୍ଗୀକରଣ କରାଯାଏ । ଲୋ.ର.କ. ଛୋଟ ହେଲେ ମାଇକ୍ରୋସାଇଟିକ ଆନିମିଆ, ବଡ଼ ହେଲେ ମାକ୍ରୋସାଇଟିକ ଆନିମିଆ ଓ ଅପରିବର୍ତ୍ତିତ ଥିଲେ ନର୍ମୋସାଇଟିକ ଆନିମିଆ କୁହାଯାଏ । ଆନିମିଆ ରୋଗ ନିର୍ଣ୍ଣୟ କରିବା ନିମନ୍ତେ ହେମୋଗ୍ଲୋବିନ ପୁରୁଷଙ୍କଠାରେ ୧୩ରୁ୧୪ଗ୍ରା/ଡେ.ଲି. (130 to 140 g/L ବା13 to 14 g/dL) ଓ ମହିଳାଙ୍କଠାରେ ୧୨ରୁ ୧୩ଗ୍ରା/ଡେ.ଲି. (120 to 130 g/L ବା 12 to 13 g/dL)ରୁ କମ୍ ହେବା ଆବଶ୍ୟକ । [୫][୬] ଆନିମିଆର ସଠିକ କାରଣ ନିର୍ଣ୍ଣୟ କରିବା ନିମନ୍ତେ ଅଧିକ ପରୀକ୍ଷା ଆବଶ୍ୟକ ହୁଏ ।[୫]
ଗର୍ଭବତୀ ମହିଳାମାନେ ଲୌହ ବା ଆଇରନ ପିଲ୍ ଖାଇଲେ ଏହାର ପ୍ରତିଷେଧ ହୁଏ ।[୫][୭] ନିର୍ଦ୍ଦିଷ୍ଟ କାରଣ ନ ଥାଇ ଅଧିକ ପୂରକ(supplement) ଖାଦ୍ୟ ଦେବା ନିଷେଧ । ଚିହ୍ନ ଓ ଲକ୍ଷଣ ଦେଖି ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ । [୫] ଲକ୍ଷଣହୀନ ଆନିମିଆରେ ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ ନାହିଁ; ହେମୋଗ୍ଲୋବିନ ସ୍ତର ୬ରୁ୮ଗ୍ରା/ଡେ.ଲି.(60 to 80 g/L ବା 6 to 8 g/dL)ରୁ କମ ଥିଲେ ଦିଆଯାଏ ।[୫][୮] ଆକ୍ୟୁଟ ରକ୍ତସ୍ରାବ ଥିଲେ ମଧ୍ୟ ଏହି ଧାରା ମାନିହେବ । [୫] ଅତ୍ୟଧିକ ରକ୍ତସ୍ରାବ ହେଉଥିଲେ ଟ୍ରାନ୍ସଫ୍ୟୁଜନ ଦିଆଯାଏ ।[୫] ଅତ୍ୟଧିକ ଆନିମିଆ ଥିଲେ ରକ୍ତକଣିକା ସୃଷ୍ଟିକାରୀ ଔଷଧ ଦେବାକୁ ପରାମର୍ଶ ଦିଆଯାଏ ।[୮]
ଆନିମିଆ ଗୋଟିଏ ଅତି ସାଧାରଣ ରକ୍ତ ରୋଗ ଯାହା ପୃଥିବୀର ଏକ ଚତୁର୍ଥାଂଶ ଲୋକଙ୍କୁ ଆକ୍ରମଣ କରେ । [୫] ଲୌହ-ଅଭାବ ଆନିମିଆ ପ୍ରାୟ ଏକ ବିଲିଅନ(ଶହେ କୋଟି) ଲୋକଙ୍କର ଥାଏ । [୯] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଏହି ରୋଗର ଅଧିକ ଶିକାର ହୁଅନ୍ତି,[୯] ପିଲା ବୟସ୍କ ଓ ଗର୍ଭାବତୀ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ ।[୫] ଆନିମିଆ ଯୋଗୁ ଚିକିତ୍ସା ଖର୍ଚ୍ଚ ବଢ଼େ ଓ କର୍ମଶକ୍ତି କମିବାଯୋଗୁ ଉତ୍ପାଦନ କମେ ।[୬] ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood") ।[୧୦] ସନ ୧୯୯୦ରେ ଲୌହ ଅଭାବ ଜନିତ ଆନିମିଆ ଯୋଗୁ ୨୧୩,୦୦୦ ମୃତ୍ୟୁ ହୋଇଥିଲା ଯାହା ସନ ୨୦୧୩ରେ କମିଯାଏ ୧୮୩,୦୦୦ ମୃତ୍ୟୁ ହୋଇଥିଲା । [୧୧]
ଚିହ୍ନ ଓ ଲକ୍ଷଣ
[ସମ୍ପାଦନା]ଏହି ରୋଗ ସହଜରେ ଧରା ପଡେ ନାହିଁ । ଏହାର ଲକ୍ଷଣ ଅତି କମ ଥାଏ ବା ଅସ୍ପଷ୍ଟ ଥାଏ । ଏହାର କାରଣ ଅନୁସାରେ ଲକ୍ଷଣ ଦେଖାଯାଏ ବା ରୋଗର ନିଜ ଲକ୍ଷଣ ପ୍ରକାଶ ପାଏ ।
ସାଧାରଣତଃ ଦୂର୍ବଳତା, ଥକ୍କା ଲାଗିବା, ଦେହ ଘୋଳି ହେବା, ଓ ମନ ନ ଲାଗିବା ଏହି ରୋଗର ଲକ୍ଷଣ । ଅଳ୍ପ ପରିଶ୍ରମ କଲେ ଅଣନିଶ୍ୱାସି (dyspnea) ଲାଗେ । ଅତ୍ୟଧିକ ଆନିମିଆ ଥିଲେ ସ୍ୱଳ୍ପ ଅମ୍ଳଜାନ ବହନ ଶକ୍ତିକୁ ଭରଣା କରିବା ନିମନ୍ତେ ହୃତପିଣ୍ଡ ଅଧିକ ରକ୍ତ ସରବରାହ କରେ । ଏଥି ଯୋଗୁ ଛାତି ଧଡ଼ଧଡ଼ ହୁଏ, ଆଗରୁ ହୃଦରୋଗ ଥିଲେ ଆଞ୍ଜିନା ହୁଏ ରହି ରହି କ୍ଲଡିକେସନ ହୁଏ ଓ ହୃଦଘାତ ଲକ୍ଷଣ ପ୍ରକାଶ ପାଏ ।
ରୋଗୀର ଚମ, ମ୍ୟୁକୋସା(Mucosa), ଆଖି ପତାର ଭିତର ପାଖ (Conjunctiva) ଓ ନଖ ଇତ୍ୟାଦି ଶେତା ଦେଖାଯାଏ । ଲୌହ ଅଭାବ ଜନିତ ଆନିମିଆ ଥିଲେ ନଖରେ କଏଲନିକିଆ ( koilonychia) ଦେଖାଯାଏ । ଅତ୍ୟଧିକ ରକ୍ତ କଣିକା ନଷ୍ଟ ହେଉଥିଲେ ହଳଦିଆ କାମଳ ବା ଜଣ୍ଡିସ ହୁଏ । ସିକ୍ଲ ସେଲ ଆନିମିଆ, ଥାଲାସେମିଆ ଓ ହେମୋଲାଇଟିକ ଆନିମିଆରେ ରକ୍ତ କଣିକା ନଷ୍ଟ ହୋଇ ଜଣ୍ଡିସ ହୁଏ ।
ଅତ୍ୟଧିକ ଆନିମିଆ ଥିଲେ ଦୃତ ହୃତପିଣ୍ଡ ଗତି ହୁଏ, ନାଡ଼ି ଫୁଲି ଉଠେ, ହୃତପିଣ୍ଡରୁ ମର୍ମର୍ (Murmur, ଏକ ପ୍ରକାର ଶବ୍ଦ) ଶୁଣାଯାଏ, ନିଳୟ ବଡ଼ ହୋଇଯାଏ ଓ ହୃତପିଣ୍ଡ ବନ୍ଦ ହୋଇଯାଏ ।
ପିଲାମାନଙ୍କର ସ୍ଥାୟୀ ଆନିମିଆ ଥିଲେ ସ୍ନାୟୁ ସଠିକ ଭାବେ ତିଆରି ନ ହୋଇ ପାରି ବ୍ୟବହାରିକ ଗୋଳମାଳ ହୁଏ, ସ୍କୁଲରେ ଶିକ୍ଷା ଗ୍ରହଣ ଶକ୍ତି କମିଯାଏ ଓ ପରୀକ୍ଷା ଫଳ ଭଲ ହୁଏ ନାହିଁ । ଲୌହ ଅଭାବ ଆନିମିଆରେ ରେସ୍ଟଲେସ ଲେଗ ସିଣ୍ଡ୍ରୋମ ଅଧିକ ଦେଖାଯାଏ ।
କାରଣ
[ସମ୍ପାଦନା]ଆନିମିଆ ହେବାର ମୋଟାମୋଟି ୪ଟି କାରଣ ଅଛି : ୧. ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଲୋ.ର.କ)ତିଆରି, ୨. ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ (ଯେପରିକି ହେମୋଲାଇଟିକ ଆନିମିଆରେ ହୁଏ ।), ୩. ରକ୍ତ କ୍ଷୟ ଓ ୪. ଅତ୍ୟଧିକ ତରଳ ପଦାର୍ଥ ଶୀରାରେ ପ୍ରବେଶ କରେଇ ଦେବା (Hypervolemia) । ଏମାନଙ୍କ ମଧ୍ୟରୁ କେତେକ କାରଣ ମିଳିମିଶି ମଧ୍ୟ ଆନିମିଆ କରନ୍ତି । ରକ୍ତ କ୍ଷୟ ଜନିତ ଆନିମିଆ ଦୀର୍ଘ ସ୍ଥାୟୀ ନୁହେଁ ଯଦି ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଯଥା ଲୌହ ଅଭାବ ନ ଥାଏ ଓ ଏହା ସାଧାରଣତଃ ଲୌହ ଅଭାବ ଯୋଗୁ ହୁଏ ।[୧୪])
ତୃଟିଯୁକ୍ତ ତିଆରି
[ସମ୍ପାଦନା]- ସ୍ଟେମ ସେଲ ବିକାଶ ବେଳେ ଓ ଭିନ୍ନ କୋଷ ତିଆରି ବେଳେ ହେଉଥିବା ରୋଗ ସମୂହ ।
- ବିଶୁଦ୍ଧ ତୃଟି ସମ୍ପର୍ଣ୍ଣ ଲୋହିତ ରକ୍ତ କଣିକା[୧୫]
- ଆପ୍ଲାସ୍ଟିକ ଆନିମିଆ[୧୫]: ଏଥିରେ ସବୁ ପ୍ରକାର ରକ୍ତ କଣିକାରେ ତୃଟି ଥାଏ । ଫାଙ୍କୋନି ସିଣ୍ଡ୍ରୋମ ଏକ ବଂଶଗତ ରୋଗ ଓ ଏଥିରେରେ ଆପ୍ଲାସ୍ଟିକ ଆନିମିଆ ସହ ଅନ୍ୟାନ୍ୟ ଲକ୍ଷଣ ଥାଏ ।
- ବୃକ୍କ ବିଫଳତା ଆନିମିଆ[୧୫] (Kidney failure): ସ୍ୱଳ୍ପ ଏରିଥ୍ରୋପଏଟିନ ତିଆରି ଯୋଗୁ ।
- ଅନ୍ତସ୍ରାବୀ ଗ୍ରନ୍ଥି ତୃଟି
- ବିଶୁଦ୍ଧ ତୃଟି ସମ୍ପର୍ଣ୍ଣ ଲୋହିତ ରକ୍ତ କଣିକା[୧୫]
- ଏରିଥ୍ରୋବ୍ଲାଷ୍ଟ ସଂଖ୍ୟ ବୃଦ୍ଧି ଓ ପୂର୍ଣ୍ଣାଙ୍ଗ ପ୍ରାପ୍ତି ସମୟରେ ତୃଟି ।
- ପର୍ଣ୍ଣିସିଅସ ଆନିମିଆ (ଭିଟାମିନ ବି୧୨ ଅଭାବ)
- ଫଲିକ ଏସିଡ ଅଭାବ ।
- ପ୍ରିମାଚ୍ୟୁରିଟି ଆନିମିଆ
- ଲୌହ ଅଭାବୀ ଆନିମିଆ
- ଥାଲାସେମିଆ
- କନଜେନିଟାଲ ଡିସଏରିଥ୍ରୋପଏଟିକ ଆନିମିଆ
- ବୃକ୍କ ବିଫଳତା ଆନିମିଆ: ତୃଟି ପୂର୍ଣ୍ଣ ସ୍ଟେମ ସେଲ ତିଆରି ହୁଏ ।
- ପର୍ଣ୍ଣିସିଅସ ଆନିମିଆ (ଭିଟାମିନ ବି୧୨ ଅଭାବ)
- ତୃଟିପୂର୍ଣ୍ଣ ଲୋହିତ ରକ୍ତ କଣିକା ତିଆରି ।
- ମାଏଲଫଥିସିକ ଆନିମିଆ ଏକ ଗମ୍ଭୀର ଧରଣର ଆନିମିଆ ଯାହା ମାଲିଗନାଣ୍ଟ ଅର୍ବୁଦ ବା ଗ୍ରାନୁଲୋମାଦ୍ୱାରା ଅସ୍ଥିମଜ୍ଜା ନଷ୍ଟ ହେବା ଯୋଗୁ ହୁଏ ।
- ମାଏଲୋଡିସପ୍ଲାସ୍ଟିକ୍ ସିଣ୍ଡ୍ରୋମ
- ସ୍ଥାୟୀ ପ୍ରଦାହ ଜନିତ ଆନିମିଆ
- ମାଏଲଫଥିସିକ ଆନିମିଆ ଏକ ଗମ୍ଭୀର ଧରଣର ଆନିମିଆ ଯାହା ମାଲିଗନାଣ୍ଟ ଅର୍ବୁଦ ବା ଗ୍ରାନୁଲୋମାଦ୍ୱାରା ଅସ୍ଥିମଜ୍ଜା ନଷ୍ଟ ହେବା ଯୋଗୁ ହୁଏ ।
ଅତ୍ୟଧିକ ନଷ୍ଟ
[ସମ୍ପାଦନା]ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ ହୋଇ ଯେଉଁ ଆନିମିଆ ହୁଏ ତାହାକୁ ହେମୋଲାଇଟିକ ଆନିମିଆ କୁହାଯାଏ । ଏହି ଅବସ୍ଥାରେ ଜଣ୍ଡିସ ବା କାମଳ ସହ ଲାକ୍ଟେଟ ଡିହାଡ୍ରୋଜେଜେନ ପରିମାଣ ବୃଦ୍ଧି ପାଏ ।
- ଲୋହିତ ରକ୍ତ କଣିକା ଆଭ୍ୟନ୍ତରିଣ ଅବ୍ୟବସ୍ଥା[୧୬]: ଏହାଦ୍ୱାରା କଣିକାଗୁଡିକ ସମୟ ପୂର୍ବରୁ ନଷ୍ଟ ହୋଇଯାଏ । ପାରୋକ୍ସିମାଲ ନୋକ୍ଚରନାଲ ହେମୋଗ୍ଲୋବିନୁରିଆ ବ୍ୟତିତ ଅନ୍ୟ ରୋଗ ସବୁ ବଂଶାନୁକ୍ରମିକ ଜେନେଟିକ ରୋଗ ।[୧୭]
- ହେରେଡିଟାରି ସ୍ଫିରୋସାଇଟୋସିସ: ଏହି ରୋଗରେ କଣିକାର ବାହାର ଆସ୍ତରଣ ଠିକ୍ ନ ଥାଏ, ଏଣୁ ପ୍ଲିହାଦ୍ୱାରା ଲୋହିତ ରକ୍ତ କଣିକା ଖଣ୍ଡ ଖଣ୍ଡ ହୋଇ ନଷ୍ଟ ହୋଇଯାଏ ।
- ହେରେଡିଟାରି ଏଲିପ୍ଟୋସାଇଟୋସିସ[୧୫]: ଆସ୍ତରଣ ପ୍ରୋଟିନ ଠିକ ନ ଥାଏ ।
- ଆବିଟାଲିପ୍ରୋଟିନେମିଆ[୧୫]: ଆସ୍ତରଣ ଲିପିଡ ଖରାପ ଥାଏ ।
- ଏଞ୍ଜାଇମ ଅଭାବ
- ପାଇରୁଭେଟ କାଇନେଜ ଓ ହେକ୍ସୋକାଇନେଜ ଅଭାବ ଯୋଗୁ ଗ୍ଲାଇକୋଲାଇସିସ ହୋଇପାରେ ନାହିଁ ।
- ଗ୍ଲୁକୋଜ ୬ ଫସଫେଟ ଡିହାଇଡ୍ରୋଜେନେଜ ଅଭାବ ଓ ଗ୍ଲୁଟାଥାୟୋନିନ୍ ସିନଥେଟେଜ୍ ଅଭାବ[୧୫] ଯୋଗୁ ଅକ୍ସିଡେଟିଭ ସ୍ଟ୍ରେସ ଅଧିକ ହୁଏ ।
- ପାଇରୁଭେଟ କାଇନେଜ ଓ ହେକ୍ସୋକାଇନେଜ ଅଭାବ ଯୋଗୁ ଗ୍ଲାଇକୋଲାଇସିସ ହୋଇପାରେ ନାହିଁ ।
- ହେମୋଗ୍ଲୋବିନୋପାଥିଜ
- ସିକ୍ଲ ସେଲ ଆନିମିଆ[୧୫]
- ହେମୋଗ୍ଲୋବିନୋପାଥିଜ୍ ଯୋଗୁ ଅସନ୍ତୁଳିତ ହେମୋଗ୍ଲୋବିନ ଥାଏ ।[୧୫]
- ସିକ୍ଲ ସେଲ ଆନିମିଆ[୧୫]
- ପାରୋକ୍ସିସମାଲ ନୋକ୍ଚରନାଲ ହେମୋଗ୍ଲୋବିନୁରିଆ[୧୫]
- ହେରେଡିଟାରି ସ୍ଫିରୋସାଇଟୋସିସ: ଏହି ରୋଗରେ କଣିକାର ବାହାର ଆସ୍ତରଣ ଠିକ୍ ନ ଥାଏ, ଏଣୁ ପ୍ଲିହାଦ୍ୱାରା ଲୋହିତ ରକ୍ତ କଣିକା ଖଣ୍ଡ ଖଣ୍ଡ ହୋଇ ନଷ୍ଟ ହୋଇଯାଏ ।
- ବାହ୍ୟ (ରକ୍ତ କଣିକା ବାହାରେ) ସମସ୍ୟା
- ଆଣ୍ଟିବଡି-ମାଧ୍ୟମ
- ଉଷୁମ ଅଟୋଇମ୍ମ୍ୟୁନ ହେମୋଲାଇଟିକ ଆନିମିଆ: ଲୋହିତ କଣିକା ପ୍ରତି ଅଟୋଇମ୍ମ୍ୟୁନ ଆକ୍ରମଣ ମୂଖ୍ୟତଃ ଆଇଜିଜି । ଅଟୋଇମ୍ମ୍ୟୁନ ହେମୋଲାଇଟିକ ରୋଗ ମଧ୍ୟରେ ଏହା ସବୁଠାରୁ ସାଧାରଣ ରୋଗ ।[୧୮] ଏହା ଅଜ୍ଞାତକାରଣ ବଶତଃ, ଔଷଧ ଯୋଗୁ, ସିସ୍ଟମିକ ଲୁପସ ଏରିଥେମାଟୋସସ, ମ୍ୟାଲିଗନାଣ୍ଟ ରୋଗ ଯେପରିକି କ୍ରନିକ ଲୋମ୍ଫୋସାଇଟିକ ଲିଉକେମିଆ ଯୋଗୁ ହୁଏ ।[୧୯][୧୯]
- କୋଲ୍ଡ ଆଗ୍ଲୁଟିନିନ ହେମୋଲାଇଟିକ ଆନିମିଆ ଆଇଜିଏମ ଯୋଗୁ । ଏହା ଅଜ୍ଞାତକାରଣ ଯୋଗୁ ହୋଇପାରେ,[୨୦] ବା କୌଣସି ଅନ୍ତର୍ନିହିତ କାରଣ ଯୋଗୁ ହୋଇପାରେ ।
- ଆର ଏଚ ରୋଗ,[୧୫] ମୂଖ୍ୟତଃ ନବଜାତ ହେମୋଲାଇଟିକ ରୋଗର ଏକ କାରଣ ।
- ଟ୍ରାନ୍ସଫ୍ୟୁଜନ ପ୍ରତିକ୍ରିୟା ରକ୍ତ ଟ୍ରାନ୍ସଫ୍ୟୁଜନ ଯୋଗୁ ।[୧୫]
- ଲୋହିତ ରକ୍ତ କଣିକା ପ୍ରତି ଆଘାତ ।
- ମାଇକ୍ରୋଆଞ୍ଜିଓପାଥିକ ହେମୋଲାଇଟିକ ଆନିମିଆ ସମୂହ, ଥ୍ରୋମ୍ବୋଟିକ ଥ୍ରୋମ୍ବୋସାଇଟୋପେନିକ ପର୍ପ୍ୟୁରା ଓ ଡିସସେମିନେଟେଦ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ ସହିତ ।[୧୫]
- ମ୍ୟାଲେରିଆ ସହିତ ଅନ୍ୟାନ୍ୟ ସଂକ୍ରମଣ । [୧୫]
- ହୃତ୍ପିଣ୍ଡ ଅପରେଶନ
- ହେମୋଡାଏଲିସିସ୍
- ଆଣ୍ଟିବଡି-ମାଧ୍ୟମ
ରକ୍ତ କ୍ଷୟ
[ସମ୍ପାଦନା]- ଅଣବିକଶିତ ଆନିମିଆ- ଅଭାବୀ ଲୋହିତ ରକ୍ତ କଣିକା ତିଆରି ସହିତ ପରୀକ୍ଷାଗାରରେ ବାରମ୍ବାର ରକ୍ତ ସଂଗ୍ରହ ।
- ଆଘାତ[୧୫] ବା ଅପରେଶନ, ଯାହାଦ୍ୱାରା ଆକ୍ୟୁଟ ରକ୍ତ କ୍ଷୟ ହୁଏ ।
- ପାକସ୍ଥଳୀ ଅନ୍ତନଳୀ ରୋଗଦ୍ୱାରା[୧୫] ହେଉଥିବା ଆକ୍ୟୁଟ ରକ୍ତ କ୍ଷୟ ଯଥା:- ଭାରିସିଆଲ ରୋଗ, ପେପଟିକ ଅଲସର ବା କ୍ରନିକ ରକ୍ତ କ୍ଷୟ ଯଥା:- ଆଞ୍ଜିଓଡିସପ୍ଲାସିଆ)
- ମହିଳା ରୋଗ ଜନିତ କ୍ଷୟ,[୧୫] ସାଧାରଣ କ୍ରନିକ ରକ୍ତକ୍ଷୟ ।
- ଋତୁସ୍ରାବ, ଅଳ୍ପବୟସ୍କା ଯୁବତୀମାନଙ୍କର ଓ ବୟସାଧିକ୍ୟ ମହିଳାଙ୍କର ଫାଇବ୍ରଏଡ଼ ଯୋଗୁ ହୁଏ ।
- ରକ୍ତଶୋଷୀ ଅନ୍ତନଳୀ ନେମାଟୋଡ feeding on blood,ଯେପରିକି ଅଙ୍କୁଶକୃମି[୨୧] ଓ ହୁଇପୱର୍ମ ଟ୍ରାଇଚୁରିସ ଟ୍ରାଇଚୁରା.[୨୨]
ଅତ୍ୟଧିକ ତରଳ ପଦାର୍ଥ ଭାର
[ସମ୍ପାଦନା]ଅତ୍ୟଧିକ ତରଳ ପଦାର୍ଥ ଭାର ବା (ହାଇପରଭଲ୍ୟୁମିଆ) ହେବାଦ୍ୱାରା ହେମୋଗ୍ଲୋବିନ ଗାଢ଼ପଣ କମିଯାଇ ଆପେକ୍ଷିକ ଆନିମିଆ ହୁଏ ।
- ହାଇପରଭଲ୍ୟୁମିଆର ସାଧାରଣ କାରଣ ମଧ୍ୟରେ ଅତ୍ୟଧିକ ସୋଡ଼ିୟମ ଓ ତରଳ ପଦାର୍ଥ ଦେହକୁ ଗଲେ, ସୋଡ଼ିୟମ ତଥା ଜଳ ଅବଧାରଣ ଓ ତରଳ ପଦାର୍ଥ ରକ୍ତନଳୀ ଭିତରକୁ ପ୍ରବେଶ ।[୨୩]
- ଗର୍ଭାବସ୍ଥା ଆନିମିଆ: ଅତ୍ୟଧିକ ରକ୍ତ ପରିମାଣ ହେତୁ ।
ରୋଗ ନିର୍ଣ୍ଣୟ
[ସମ୍ପାଦନା]ସମ୍ପୁର୍ଣ୍ଣ ରକ୍ତ ଗଣନା(complete blood count) ଆଧାରରେ ଆନିମିଆ ରୋଗ ନିର୍ଣ୍ଣୟ କରାଯାଏ ।ଲୋହିତ ରକ୍ତ କଣିକା ସଂଖ୍ୟା ନିର୍ଣ୍ଣୟ ଓ ହେମୋଗ୍ଲୋବିନ ପରିମାନ ସହିତ ଅଟୋମେଟିକ କାଉଣ୍ଟରରେ ଫ୍ଲୋ ସାଇଟୋମେଟ୍ରି ସାହାଯ୍ୟରେ ଲୋହିତ ରକ୍ତ କଣିକାର ଆକାରର ମାପ ନେଇ ଆନିମିଆର କାରଣ ଜାଣିହୁଏ । ଯେଉଁ ସ୍ଥାନରେ ଏହିଭଳି ଯନ୍ତ୍ରର ସୁବିଧା ନାହିଁ, ସେଠାରେ ରକ୍ତ ସ୍ମିଅର ନେଇ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରାଯାଏ ।
ଆଧୁନିକ କାଉଣ୍ଟରରେ ୪ଟି ମାନଦଣ୍ଡ ନିଆଯାଏ: ଲୋହିତ ରକ୍ତ କଣିକା ସଂଖ୍ୟା, ହେମୋଗ୍ଲୋବିନ ଗାଢ଼ତା, ଏମସିଭି ଓ ଆରଡିଡବ୍ଲ୍ୟୁ ମାପ କରାଯାଏ ଓ ବୟସ ତଥା ଲିଙ୍ଗ ଅନୁପାତରେ ମାନକ ଥିବା ସଂଖ୍ୟା ସହ ତୁଳନା କରାଯାଏ ।
ବୟସ ବା ଲିଙ୍ଗ ଦଳ | ହେମୋଗ୍ଲୋବିନ ସୀମାରେଖା (ଗ୍ରା/ଡେଲି) | ହେମୋଗ୍ଲୋବିନ ସୀମାରେଖା (ମିମୋଲ/ଲି) |
---|---|---|
ପିଲା (୦.୫–୫.୦ ବର୍ଷ) | ୧୧.୦ | ୬.୮ |
ପିଲା (୫–୧୨ ବର୍ଷ) | ୧୧.୫ | ୭.୧ |
କିଶୋର/ଟିନ (୧୨–୧୫ ବର୍ଷ) | ୧୨.୦ | ୭.୪ |
ମହିଳା, ଗର୍ଭ ନ ଥିବା (>୧୫ ବର୍ଷ) | ୧୨.୦ | ୭.୪ |
ଗର୍ଭବତୀ ମହିଳା | ୧୧.୦ | ୬.୮ |
ପୁରୁଷ (>୧୫ ବର୍ଷ) | ୧୩.୦ | ୮.୧ |
ଅଧୁନା ବଡ଼ ବଡ଼ ମେଡିକାଲରେ କେତେକ ଅଟୋମେଟିକ କାଉଣ୍ଟର ଉପଲବ୍ଧ ହେବା ଯୋଗୁ ରେଟିକୁଲୋସାଇଟ ଗଣନା ଓ ଆନିମିଆ ପ୍ରତି ଉନ୍ନତ ଆଭିମୁଖ୍ୟ ସମ୍ଭବ ହେଉଛି । ଅସ୍ଥିମଜ୍ଜାରେ ତିଆରି ହେଉଥିବା ନୂଆ ଲୋହିତ ରକ୍ତ କଣିକା ସଂଖ୍ୟାର ଗଣନାକୁ ରେଟିକୁଲୋସାଇଟ କାଉଣ୍ଟ କୁହାଯାଏ । ଆନିମିଆ ସ୍ତର ଓ ରେଟିକୁଲୋସାଇଟ ଗଣନାରେ ଉନ୍ନତିର ଅନୁପାତକୁ ରେଟିକୁଲୋସାଇଟ ତିଆରି ଇଣ୍ଡେକ୍ସ କୁହାଯାଏ । ଆନିମିଆ ସ୍ତର ଅଧିକ ଥିଲେ ସାଧାରଣ ରେଟିକୁଲୋସାଇଟ ଗଣନା ମଧ୍ୟ ଯଥେଷ୍ଟ ପ୍ରତିକ୍ରିୟା ନ ହେବା ଦର୍ଶାଏ । ଅଟୋମେଟେଡ କାଉଣ୍ଟର ନ ଥିଲେ ରକ୍ତ ଫିଲ୍ମକୁ ବିଶେଷ ପଦ୍ଧତିରେ ସ୍ଟେନ କରି ଗଣନା କରାଯାଏ । ଅଣୁବୀକ୍ଷଣ ଯନ୍ତ୍ରରେ ତିଆରି ହେଉଥିବା ଯୁବ ଲୋହିତ ରକ୍ତ କଣିକାମାନଙ୍କର ସଂଖ୍ୟା ଓ ଆକାର ଦେଖି ଅସ୍ଥିମଜ୍ଜାର କାର୍ଯ୍ୟକାରୀତା ଜାଣିହୁଏ । ନୂଆ ଲୋହିତ ରକ୍ତ କଣିକା ପୁରୁଣାମାନଙ୍କ ଅପେକ୍ଷା ସାମାନ୍ୟ ବଡ଼ ଓ ସେଥିରେ ପଲିକ୍ରୋମାସିଆ ଥାଏ । ରକ୍ତସ୍ରାବର ଉତ୍ସା ଜଣାଥିଲେ ଏରିଥ୍ରୋପଏସିସ ସାହାଯ୍ୟରେ ଅସ୍ଥିମଜ୍ଜା ଏହି କ୍ଷତିକୁ ଭରଣା କରିପାରିବା କି ନାହିଁ ଓ କେଉଁ ଅନୁପାତରେ କରିବ ତାହା ମୂଲ୍ୟାଙ୍କନ କରିହୁଏ । କାରଣ ଜଣା ନ ଥିବା କେଶରେ କରାଯାଉଥିବା ପରୀକ୍ଷା: ଇଏସଆର, ଫେରିଟିନ, ସେରମ ଲୌହ, ଟ୍ରନ୍ସଫେରିନ, ଲୋରକ ଫୋଲେଟ ସ୍ତର, ସେରମ ଭିଟାମିନ ବି୧୨, ହେମୋଗ୍ଲୋବିନ ଇଲେକ୍ଟ୍ରୋଫେରେସିସ, ବୃକ୍କ କାର୍ଯ୍ୟକାରୀତା ପରୀକ୍ଷା ଇତ୍ୟାଦି । ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ହେଉଥିଲେ ଅସ୍ଥିମଜ୍ଜା ପରୀକ୍ଷା କରାଯାଏ ଯାହା ଯନ୍ତ୍ରଣା ଦାୟକ ଓ କ୍ୱଚିତ କରାଯାଏ ।
ଲୋହିତ ରକ୍ତ କଣିକା ବିସ୍ତାର
[ସମ୍ପାଦନା]ଲୋହିତ ରକ୍ତ କଣିକାର ଆକାର ଅନୁସାରେ ଆନିମିଆର ବର୍ଗୀକରଣ କରାଯାଏ । ମିନ କର୍ପସକୁଲାର ଭଲ୍ୟୁମ ଅନୁସାରେ ଆକାର ନିରୁପଣ କରାଯାଏ । ସାଧାରଣ (୮୦ଏଫଏଲ) ଆକାରଠାରୁ କମ ଥିଲେ ମାଇକ୍ରୋସାଇଟିକ ଆନିମିଆ, ବଡ଼(୧୦୦ଏଫଏଲରୁ ବେଶି) ଥିଲେ ମାକ୍ରୋସାଇଟିକ ଅନିମିଆ ଓ ସାଧାରଣ(୮୦ରୁ୧୦୦ଏଫଏଲ) ଥିଲେ ନର୍ମୋସାଇଟିକ ଆନିମିଆ କୁହାଯାଏ । ଏହି ଆକାରରୁ କାରଣ ମଧ୍ୟ ଜଣାଯାଏ ଯଥା:- ମାଇକ୍ରୋସାଇଟିକ ଅଧିକାଂଶ ସମୟରେ ଲୌହ ଅଭାବ ଯୋଗୁ ହୁଏ । ଏହି ବର୍ଗୀକରଣର ଗୋଟିଏ ଅସୁବିଧା ହୁଏ ଯଦି ମିଶ୍ରିତ କାରଣ ଥାଏ ଯଥା:- ଲୌହ ଅଭାବ (ମାଇକ୍ରୋସାଇଟିକ) ସହିତ ଭିଟାମିନ ବି୧୨ ଅଭାବ (ମାକ୍ରୋସାଇଟିକ) ମିଶିଗଲେ ନର୍ମୋସାଇଟିକ ହୋଇଯାଏ ।
ତିଆରି ବନାମ ନଷ୍ଟ ବା କ୍ଷତି
[ସମ୍ପାଦନା]ସବୁଠାରୁ ଅଧିକ ପ୍ରାସଙ୍ଗିକ ବର୍ଗୀକରଣ ଏକାଧିକ ମାନଦଣ୍ଡକୁ ନେଇ କରାଯାଏ ବିଶେଷତଃ ରେଟିକୁଲୋସାଇଟ କାଉଣ୍ଟ ବା ହିସାବ । ଏହାଦ୍ୱାରା ଅଧିକ ତିଆରି ବା ଅଧିକ ନଷ୍ଟ/କ୍ଷତି ଜଣାଯାଏ । ନଷ୍ଟ/କ୍ଷତି ହୋଇଥିଲେ ପ୍ରାନ୍ତୀୟ ରକ୍ତ ସ୍ମିଅର(ପେରିଫାରାଲ ବ୍ଲଡ଼ ସ୍ମିଅର) ପରୀକ୍ଷାରେ ତୃଟି ଦେଖାଯାଏ ଯେପରିକି ଅଧିକ ଏଲଡିଏଚ ଥିଲେ ଜୀବକୋଷ ନଷ୍ଟ; କିମ୍ବା ରକ୍ତସ୍ରାବ ଚିହ୍ନ ଯେପରିକି ଗୁଆଇଆକ-ପଜିଟିଭ ଝାଡ଼ା, ଏକ୍ସ-ରେ ଦର୍ଶନ ଓ ଖୋଲା ରକ୍ତସ୍ରାବ । କାଇନେଟିକ ଦୃଷ୍ଟିକୋଣ ନୈଦାନିକ ଅନୁସାରେ ସବୁଠାରୁ ନିର୍ଭରଯୋଗ୍ୟ ବର୍ଗୀକରଣ । ଏଥିରେ ଅନେକ ଗୁଡ଼ିଏ ପାରାମିଟର ଦେଖାଯାଏ ବିଶେଷତଃ ରକ୍ତ ରେଟିକୁଲୋସାଇଟ ଗଣନା । ସାଧାରଣ ବର୍ଗୀକରଣ ନିମ୍ନରେ ଦିଆଗଲା ।
ଆନିମିଆ
ରେଟିକୁଲୋସାଇଟ ପ୍ରୋଡକ୍ସନ ଇଣ୍ଡେକ୍ସ ଦେଖାଏ ଆନିମିଆରେ ସ୍ୱଳ୍ପ ତିଆରି ପ୍ରତିକ୍ରିୟା
ରେଟିକୁଲୋସାଇଟ ପ୍ରୋଡକ୍ସନ ଇଣ୍ଡେକ୍ସ ଉପଯୁକ୍ତ ପ୍ରତିକ୍ରିୟା ଆନିମିଆ ନିମନ୍ତେ ଦେଖାଏ । = ହେମୋଲାଇସିସ ବା ରକ୍ତକ୍ଷୟ ଚାଲୁ ରହେ କୌଣସି ଲୋରକ ତିଆରି ସମସ୍ୟା ନ ଥାଇ
ରକ୍ତକ୍ଷୟ ବା ହେମୋଲାଇସିସ ଥାଇ ମଧ୍ୟ କ୍ଲିନିକାଲ ଜ୍ଞାତବ୍ୟ ବିଷୟ ରହେନି:ନିର୍ମଳ ତିଆରି ସମସ୍ୟା ।
କ୍ଲିନିକାଲ ନିସ୍କର୍ଷ ଓ ଅସାଧାରଣ ଏମସିଭି: ହେମୋଲାଇସିସ କିମ୍ବା କ୍ଷୟ ଓ କ୍ରନିକ ତିଆରି ସମସ୍ୟା *।
କ୍ଲିନିକାଲ ନିସ୍କର୍ଷ ଓ ସାଧାରଣ ଏମସିଭି= ଆକ୍ୟୁଟ ହେମୋଲାଇସିସ ବା ଅସ୍ଥିମଜ୍ଜାଦ୍ୱାରା ପୁନଃ ତିଆରି ପାଇଁ ସମୟ ଅଭାବ **।
ମାକ୍ରୋସାଇଟିକ ଆନିମିଆ (ଏମସିଭି>୧୦୦)
ନର୍ମୋସାଇଟିକ ଆନିମିଆ (୮୦<ଏମସିଭି<୧୦୦)
ମାଇକ୍ରୋସାଇଟିକ ଆନିମିଆ (ଏମସିଭି<୮୦)
* ଉଦାହାରଣ ସ୍ୱରୁପ ସିକ୍ଲ ସେଲ ଆନିମିଆ ସହିତ ଲୌହ ଅଭାବ; କ୍ରନିକ ପାକସ୍ଥଳୀ ରକ୍ତସ୍ରାବ ସହିତ ବି୧୨ ଓ ଫୋଲେଟ ଅଭାବ ଇତ୍ୟାଦି ।
** ପୁନଶ୍ଚ ରେଟିକୁଲୋସାଇଟ ଗଣନା କରାଯାଏ: ଅଳ୍ପ ରେଟିକୁଲୋସାଇଟ ତିଆରି ଇଣ୍ଡେକ୍ସ, ସାଧାରଣ ଏମସିଭି ଓ ହେମୋଲାଇସିସ ବା ରକ୍ତକ୍ଷୟ ଦେଖାଯାଏ ଯଦି ଅସ୍ଥମଜ୍ଜା ଫେଲ ହେଉଥାଏ ବା କ୍ରନିକ ରୋଗ ଜନିତ ଆନିମିଆ ସହିତ ହେମୋଲାଇସିସ ବା ରକ୍ତକ୍ଷୟ ।
ଆନିମିଆ ସହିତ ଏମସିଭି ସ୍କିମର ଆରମ୍ଭ :
ଆନିମିଆ | |||||||||||||||||||||||||||||||||||||||||||||
ମାକ୍ରୋସାଇଟିକ ଆନିମିଆ (MCV>100) | ନର୍ମୋସାଇଟିକ ଆନିମିଆ (MCV 80–100) | ମାଇକ୍ରୋସାଇଟିକ ଆନିମିଆ (MCV<80) | |||||||||||||||||||||||||||||||||||||||||||
ଅଧିକ ରେଟିକୁଲୋସାଇଟ ଗଣନା | ଅଳ୍ପ ରେଟିକୁଲୋସାଇଟ ଗଣନା | ||||||||||||||||||||||||||||||||||||||||||||
ପେରିଫେରାଲ ସ୍ମିଅର କେତେକ ମୂଲ୍ୟବାନ ସଙ୍କେତ ଦିଏ ଯଥା ଅସାଧାରଣ ଶ୍ୱେତ ରଲ୍ତ କଣିକା ଥିଲେ ଅସ୍ଥିମଜ୍ଜାରେ କାରଣ ଥିବା ସନ୍ଦେହ କରାଯାଏ
ମାଇକ୍ରୋସାଇଟିକ
[ସମ୍ପାଦନା]ମାଇକ୍ରୋସାଇଟିକ ଆନିମିଆ ରୋଗ ହେମୋଗ୍ଲୋବିନ ସଂଶ୍ଳେଷଣ ତୃଟି ବା ଅଭାବ ହେଲେ ହୁଏ ।ଏହାର କେତେ ଗୁଡ଼ିଏ କାରଣ ଦିଆଗଲା:
- ହେମ ସଂଶ୍ଳେଷଣ ତୃଟି
- ଲୌହ ଅଭାବ ଆନିମିଆ- ମାଇକ୍ରୋସାଇଟିକ ସର୍ବଦା ନ ଥାଇପାରେ ।
- ଗ୍ଲୋବିନ ସଂଶ୍ଳେଷଣ ତୃଟି
- ଆଲଫା-, ଓ ବିଟା- ଥାଲାସେମିଆ
- ଏଚବିଇ ସିଣ୍ଡ୍ରୋମ (HbC syndrome)
- ଅନେକ ଅସ୍ଥିର (unstable) ହେମୋଗ୍ଲୋବିନ ରୋଗ ।
- ସିଡେରୋବ୍ଲାସ୍ଟିକ ତୃଟି
- ହେରେଡିଟାରି ସିଡେରୋବ୍ଲାସ୍ଟିକ ଆନିମିଆ
- ଆକ୍ୱାୟାର୍ଡ଼ ସିଡେରୋବ୍ଲାସ୍ଟିକ ଆନିମିଆ (ସୀସା ବିଷମୟ)
- ରେଭର୍ସିବ୍ଲ ସିଡେରୋବ୍ଲାସ୍ଟିକ ଆନିମିଆ
ଲୌହ ଅଭାବ ଆନିମିଆ ସର୍ବାଧିକ ସାଧାରଣ ଆନିମିଆ ଓ ଏହାର ଅନେକ ଗୁଡ଼ିଏ କାରଣ ଅଛି । ଅଣୁବୀକ୍ଷଣ ଯନ୍ତ୍ରରେ ଲୋହିତ ରକ୍ତ କଣିକା ଅଧିକାଂଶ ସମୟରେ ହାଇପୋକ୍ରୋମିକ (ଫିକା) ଓ ମାଇକ୍ରୋସାଇଟିକ (ଛୋଟ) ଦେଖାଯାଏ ।
- ଲୌହ ଅଭାବ ଆନିମିଆ: ଖାଦ୍ୟରେ ଲୌହ ଅଭାବ ବା ଲୌହ ଅବଶୋଷଣ ସମୟରେ ତୃଟି ଯୋଗୁ ଦେହର ଆବଶ୍ୟକତା ମେଣ୍ଟାଇ ନ ପାରିଲେ ହୁଏ । ଶିଶୁ ଓ ଗର୍ଭବତୀ ମହିଳାଙ୍କର ଅଧିକ ଆବଶ୍ୟକତା ଥାଏ । ଖାଦ୍ୟନଳୀ ରୋଗ, ବାରମ୍ବାର ରକ୍ତଦାନ ଓ ଅତ୍ୟଧିକ ଋତୁସ୍ରାବ ଇତ୍ୟାଦି ଅବସ୍ଥାରେ ଅଧିକ ଲୋହ ଥିବା ଖାଦ୍ୟ ଆବଶ୍ୟକ ହୁଏ ।[୨୫] ହେମୋଗ୍ଲୋବିନର ଏକ ଅତ୍ୟବଶ୍ୟକ ଅଂଶ ହେଉଛି ଲୌହ, ଫଳରେ ଲୋହିତ ରକ୍ତ କଣିକାରେ ହେମୋଗ୍ଲୋବିନ ଅଂଶ କମିଯାଏ । ଆମେରିକୀୟ ଦେଶମାନଙ୍କରେ ସନ୍ତାନ ଜନ୍ମକ୍ଷମ ମହିଳାଙ୍କ ମଧ୍ୟରେ ୧୨ % ମହିଳାଙ୍କର ଲୌହ ଅଭାବ ଥାଏ, ଏହି ବୟସରେ ମାତ୍ର ୨ % ପୁରୁଷମାନଙ୍କର ଉକ୍ତ ଅଭାବ ଥାଏ । ଆଫ୍ରିକୀୟ ଆମେରିକା ଓ ମେକ୍ସିକୋ ଆମେରିକୀୟ ମହିଳାଙ୍କ ମଧ୍ୟରୁ ୨୦ % ମହିଳାଙ୍କର ଏହି ଅଭାବ ଥାଏ ।[୨୬] ଅନୁଶୀଳନରେ ଦେଖାଯାଇଛି ଆନିମିଆ ନ ଥିଲେ ମଧ୍ୟ କିଶୋରୀଙ୍କର ସ୍କୁଲରେ ପ୍ରଦର୍ଶନ ଓ ଆଇକ୍ୟୁ (IQ)[୨୭] କମ ଥାଏ ଯଦିଓ ଏହା ସାମାଜିକ ଅର୍ଥନୈତିକ କାରଣ ଯୋଗୁ ହୁଏ ।[୨୮][୨୯] ଲୌହ ଅଭାବ ଏକ ପୃଥିବୀବ୍ୟାପି ସମସ୍ୟା । ଏହାଦ୍ୱାରା ବେଳେବେଳେ ଓଠ କଣ ଫାଟିଯାଏ ଯାହାକୁ ଆଙ୍ଗୁଲାର ସ୍ଟୋମାଟାଇଟିସ କୁହାଯାଏ ।
- ଆମେରିକାରେ ଲୌହ ଅଭାବ ଆନିମିଆର ସବୁଠାରୁ ସାଧାରଣ କାରଣ ହେଉଛି ରକ୍ତକ୍ଷରଣ ବିଶେଷତଃ ପାକସ୍ଥଳୀଅନ୍ତନଳୀରୁ । ମଳ ଓକଲ୍ଟ ରକ୍ତ ପରୀକ୍ଷା, ଉର୍ଦ୍ଧ୍ୱ ଏଣ୍ଡୋସ୍କୋପି ଓ ନିମ୍ନ ଏଣ୍ଡୋସ୍କୋପି କରି ରକ୍ତ କ୍ଷରଣର ସଠିକ ସ୍ଥାନ ନିର୍ଣ୍ଣୟ କରାଯାଏ । ଅଧିକ ବୟସର ଲୋକଙ୍କର କଲୋନ ପଲିପ ବା କଲୋରେକ୍ଟାଲ ପଲିପ ବା କଲୋରେକ୍ଟାଲ କର୍କଟ ଯୋଗୁ ଏହି ରକ୍ତସ୍ରାବ ହୁଏ ।
- ପୃଥିବୀରେ ଲୌହ ଅଭାବ ଆନିମିଆର ସବୁଠାରୁ ଅଧିକ କାରଣ ପରଜୀବୀମାନଙ୍କଦ୍ୱାର ହୁଏ ଯଥା:- ଅଙ୍କୁଶକୃମି, ଆମିବାୟାସିସ, ସିସ୍ଟୋସୋମିଆସିସ ଓ ଟ୍ରାଇଚୁରିସ ଟ୍ରାଇଚୁରିଆ ସଂକ୍ରମଣ ।[୩୦]
ଲୌହ ଅଭାବ ଯୋଗୁ ମାଇକ୍ରୋସାଇଟିକ ଆନିମିଆ ଥିବା ସମ୍ଭାବନା ମେଞ୍ଜର ଇଣ୍ଡେକ୍ସ (ମିନ କୋଷ ଆୟତନ ହରଣ ଲୋହିତ ରକ୍ତ କଣିକା) ପରୀକ୍ଷାଦ୍ୱାରା ଜଣାଗଲେ ମଧ୍ୟ ଅଧିକ ପରୀକ୍ଷା ନିଧର୍ଯ୍ୟ କରିବାକୁ ଆବଶ୍ୟକ ହୁଏ ।
ମାକ୍ରୋସାଇଟିକ
[ସମ୍ପାଦନା]- ମେଗାଲୋବ୍ଲାସ୍ଟିକ ଆନିମିଆ, ସବୁଠାରୁ ସାଧାରଣ ମାକ୍ରୋସାଇଟିକ ଆନିମିଆ, ଭିଟାମିନ ବି୧୨ ବା ଫୋଲିକ ଏସିଡ ବା ଉଭୟଙ୍କର ଅଭାବ ଯୋଗୁ ହୁଏ । ଏହା ସାଧାରଣତଃ ଖାଦ୍ୟରେ ଅଭାବ ବା ଖାଦ୍ୟନଳୀରେ ଅବଶୋଷଣ ତୃଟି ଯୋଗୁ ହୁଏ । ବି୧୨ ଯୋଗୁ ସ୍ନାୟୁ ଲକ୍ଷଣ ପ୍ରକାଶ ପାଏ କିନ୍ତୁ ଫୋଲିକ ଏସିଡ ଯୋଗୁ ହୁଏନାହିଁ ।
- ପର୍ନିସିଅସ ଆନିମିଆ ଇଣ୍ଟ୍ରିନସିକ ଫ୍ୟାକ୍ଟରର ଅଭାବ ଯୋଗୁ ହୁଏ ଯାହା ଖାଦ୍ୟରୁ ବି୧୨ ଅବଶୋଷଣ କରିବାରେ ସାହାଯ୍ୟ କରେ । ଅଟୋଇମ୍ମ୍ୟୁନ ରୋଗରେ ପାରାଇଟାଲ ଜୀବକୋଷ ପ୍ରଭାବିତ ହୋଇ ଇଣ୍ଟ୍ରିନସିକ ଫ୍ୟାକ୍ଟର ପ୍ରସ୍ତୁତିରେ ବାଧା ବା ସିଧା ସଳଖ ଇଣ୍ଟ୍ରିନସିକ ଫ୍ୟାକ୍ଟର ପ୍ରଭାବିତ ହେଲେ ଇଣ୍ଟ୍ରିନସିକ ଫ୍ୟାକ୍ଟରର ଅଭାବ ହୁଏ । ଏହି ଅଭାବ ଫଳରେ ଭିଟାମିନ ବି୧୨ ଅବଶୋଷଣ ହୋଇପାରେ ନାହିଁ ।
- ଗ୍ୟାସ୍ଟ୍ରିକ ବାଇପାସ ଅପରେଶନ କରାଗଲେ ପାକସ୍ଥଳୀର କାର୍ଯ୍ୟକାରୀ ଅଂଶ ବାହାରି ଯାଇପାରେ, ଫଳରେ ଭିଟାମିନ ବି୧୨/ଫୋଲେଟ ଅବଶୋଷଣ ହୋଇପାରେ ନାହିଁ । ତେଣୁ ଏହିଭଳି ଅପରେଶନ ପରେ ଅନିମିଆ ସମ୍ଭାବନା ରହେ ।
- ହାଇପୋଥାଇରଏଡିଜ୍ମ
- ଆଲକୋହୋଲିଜ୍ମ ରୋଗରେ ସାଧାରଣତଃ ମାଇକ୍ରୋସାଇଟୋସିସ ହୁଏ କିନ୍ତୁ ଅନିମିଆ ନ ହୋଇପାରେ । କେତେକ ଯକୃତ ରୋଗରେ ମାକ୍ରୋସାଇଟିସିସ ହୋଇପାରେ ।
- ମେଥୋଟ୍ରେକ୍ସେଟ, ଜିଡୋଭୁଡିନ ତଥା ସୀସା ଭଳି ଆନେକ ପଦାର୍ଥ ଡିଏନଏ ରେପ୍ଲିକେସନ ବନ୍ଦ କରିଦେଇ ପାରେ ।
ଦୁଇ ପ୍ରକାର ମାକ୍ରୋସାଇଟିକ ଆନିମିଆ ଅଛି ଯଥା:- ମେଗାଲୋବ୍ଲାସ୍ଟିକ ଆନିମିଆ ଓ ନନ୍ମେଗାଲୋବ୍ଲାସ୍ଟିକ ଆନିମିଆ । ଆରଏନଏ ସଂଶ୍ଳେଷଣ ଠିକ ଥାଇ ଡିଏନଏ ତିଆରିରେ ତୃଟି ଥିଲେ ପ୍ରୋଜେନିଟର ଜୀବକୋଷ ବିଭାଜିତ ହୋଇ ନପାରି ସୀମିତ ମେଗାଲୋବ୍ଲାସ୍ଟିକ ଆନିମିଆ ହୁଏ । ମେଗାଲୋବ୍ଲାସ୍ଟିକ ଆନିମିଆରେ ନିଉଟ୍ରୋଫିଲ ୬ରୁ ୧୦ ଲୋବ ବିଶିଷ୍ଟ ହୁଏ । ନନ୍ମେଗାଲୋବ୍ଲାସ୍ଟିକ ଆନିମିଆର କାରଣ ପୃଥକ୍ ଯେପରିକି ଆଲକୋହୋଲିଜ୍ନ ।
ଅନିମିଆର ଅନିର୍ଦ୍ଦିଷ୍ଟ ଲକ୍ଷଣ ସହିତ ଅନେକ ନିର୍ଦ୍ଦିଷ୍ଟ ଲକ୍ଷଣ ଥାଏ ଯେପରିକି ପେରିଫେରାଲ ନିଉରୋପାଥି ଓ ମେରୁଦଣ୍ଡର ସବ୍ଆକ୍ୟୁଟ କମ୍ବାଇଣ୍ଡ ଡିଜେନେରେସନ ଯେଉଁଥିରେ ପୋସ୍ଟିରିଅର କଲମର ଡିଜେନେରେସନ ଯୋଗୁ ବାଲାନ୍ସ ବା ଶରୀରର ସନ୍ତୁଳନ ରହେନି । [୩୧] ଏହା ବ୍ୟତୀତ ଚିକ୍କଣ, ଲାଲ ଜିଭ ଓ ଗ୍ଲୋସାଇଟିସ ହୁଏ । ଉଇଲିଅମ ମର୍ଫି, କୁକୁରମାନଙ୍କର ରକ୍ତସ୍ରାବ କରାଇବା ପରେ ବିଭିନ୍ନ ଖାଦ୍ୟ ଖୁଆଇ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ ଯାହା ଫଳରେ କେଉଁ ଖାଦ୍ୟ ଉପକାର କରୁଛି ଜାଣିହେବ ଓ ସେ ଅବିଷ୍କାର କଲେ ଯକୃତ ଖାଇଲେ ଉପଶମ ହେଉଛି । ପରେ ଜର୍ଜ ମିନୋଟ ଓ ଜର୍ଜ ହୁଇପ୍ଲ ରାସାୟନିକ ପଦ୍ଧତିରେ ଏହାର ଆରୋଗ୍ୟକାରୀ ପଦାର୍ଥ ଭିଟାମିନ ବି୧୨ ଯକୃତରୁ ପୃଥକ କରିଥିଲେ । ସେହି ତନିଜଣ ସନ ୧୯୩୪ରେ ମେଡିସିନ ବିଭାଗରେ ନୋବେଲ ପୁରସ୍କାର ପାଇଥିଲେ । [୩୨]
ନର୍ମୋସାଇଟିକ
[ସମ୍ପାଦନା]ଏହି ପ୍ରାକାର ଆନିମିଆ ହୁଏ ଯେତେବେଳେ ଦେହର ସମୁଦାୟ ହେମଗ୍ଲୋବିନ ସ୍ତର କମିଯାଏ, କିନ୍ତୁ ଲୋରକ ଆକାର (ମିନ କର୍ପସ୍କୁଲାର ଭଲ୍ୟୁମ) ଅପରିବର୍ତ୍ତିତ ରହେ । ଏହାର କାରଣ ଗୁଡ଼ିକର ନାମ:
- ରକ୍ତସ୍ରାବ ।
- କ୍ରନିକ ରୋଗରେ ହେଉଥିବା ଆନିମିଆ
- ଆପ୍ଲାସ୍ଟିକ ଆନିମିଆ (ଅସ୍ଥିମଜ୍ଜା ଫେଲ)
- ହେମୋଲାଇଟିକ ଆନିମିଆ
ଡାଇମର୍ଫିକ
[ସମ୍ପାଦନା]ବେଳେ ବେଳେ ରକ୍ତ ସ୍ମିଅରରେ ଦୁଇ ପ୍ରକାର ଲୋହିତ ରକ୍ତ କଣିକା ଦେଖାଯାଆନ୍ତି । ଉଦାହରଣ ସ୍ୱରୁପ ଲୌହ ଅଭାବ ଆନିମିଆ ରୋଗୀର ଛୋଟ, ଫିକା ଲୋରକ ସହିତ ରକ୍ତ ଟ୍ରାନ୍ସଫ୍ୟୁଜନ ନେଇଥିଲେ ସାଧାରଣ ଲୋହିତ ରକ୍ତ କଣିକା ଦେଖାଯାଏ । ଏହି ଭଳି ଅବସ୍ଥା ଫୋଲେଟ ବା ଭିଟାମିନ ବି୧୨ ଅଭାବ ଜନିତ ଆନିମିଆ(ରୋଗୀର ବଡ଼ ଓ ଫିକା ଲୋରକ ସହିତ ସାଧାରଣ ଲୋରକ) ଓ ସିଡେରୋବ୍ଲାସ୍ଟିକ(ହେମ ତିଆରି ତୃଟି) ଆନିମିଆରେ ମଧ୍ୟ ଦେଖାଯାଏ ।
ହେଞ୍ଜ ବଡ଼ି ଆନିମିଆ
[ସମ୍ପାଦନା]ଏହି ରୋଗରେ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ଲୋହିତ ରକ୍ତ କଣିକାର ସାଇଟୋପ୍ଲାଜ୍ମରେ କ୍ଷୁଦ୍ର କଳା ବିନ୍ଦୁ ଦେଖାଯାଏ । ଡ୍ରଗ ସେବନ, ଆସେଟାମିନୋଫେନ ଇତ୍ୟାଦି ଏହା ସୃଷ୍ଟି କରେ । କୁକୁର ପିଆଜ ବା ଜିଙ୍କ ଖାଇଲେ, ଘୋଡ଼ା ରେଡ ମ୍ୟାପ୍ଲ ପତ୍ର ଖାଇଲେ, ବିଲେଇ ପିଆଜ ଖାଇଲେ [୩୩] ସେମାନଙ୍କ ଦେହରେ ଏହା ସୃଷ୍ଟି ହୁଏ ।
ହାଇପରଆନିମିଆ
[ସମ୍ପାଦନା]ହେମାଟୋକ୍ରିଟ ୧୦ %ରୁ କମ ଥାଏ ଓ ଏହା ଏକ ପ୍ରକାର ଗମ୍ଭୀର ଧରଣର ଆନିମିଆ ।
ରିଫ୍ରାକ୍ଟରି ଆନିମିଆ
[ସମ୍ପାଦନା]ରିଫ୍ରାକ୍ଟରି ଆନିମିଆରେ ଚିକିତ୍ସା ସତ୍ତ୍ୱେ କୌଣସି ସୁଫଳ ମିଳେନାହିଁ, [୩୪] ଏହା ମାୟେଲୋଡିସପ୍ଲାସ୍ଟିକ ସିଣ୍ଡ୍ରୋମର ଉପଲକ୍ଷଣ ହୋଇପାରେ ।[୩୫] ପାକସ୍ଥଳୀ-ଅନ୍ତନଳୀ ରୋଗମାନଙ୍କରେ ଲୌହ ଅଂଶ ଅବଶୋଷଣ ହୋଇପାରୁ ନ ଥିବାରୁ ବା ଓକଲ୍ଟ ରକ୍ତସ୍ରାବ ଯୋଗୁ ହେଉଥିବା ଲୌହ ଅଭାବ ଆନିମିଆରେ ମଧ୍ୟ ଚିକିତ୍ସା ଫଳପ୍ରଦ ହୁଏନାହିଁ । [୩୬]
ଚିକିତ୍ସା
[ସମ୍ପାଦନା]ଆନିମିଆ ରୋଗର କାରଣ ଓ ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ । ପାଟିରେ ଫଲିକ ଏସିଡ ଓ ଭିଟାମିନ ବି୧୨ ଦିଆଯାଏ । ମାଂସପେଶୀରେ ଭିଟାମିନ ବି୧୨ ଇଞ୍ଜେକସନ ଦିଆଯାଏ ।
ଲୌହ ପାଟିରେ
[ସମ୍ପାଦନା]ବିକାଶଶୀଳ ଦେଶମାନଙ୍କରେ ପୌଷ୍ଟିକ ଲୌହ ଅଭାବ ବହୁଳ ଭାବରେ ଦେଖାଯାଏ । ଶିଶୁ ଓ ଜନ୍ମକ୍ଷମ ମହିଳାଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଏହି ରୋଗରେ ପୀଡ଼ିତ ହୁଅନ୍ତି ଓ ଏମାନଙ୍କ ମଧ୍ୟରୁ ୧/୩ ଭାଗ ଗମ୍ଭୀର ଧରଣର ଆନିମିଆର ଶିକାର ହୋଇଥାନ୍ତି ।[୩୭] ପରୁଷମାନଙ୍କର ଓ ଋତୁବନ୍ଦ ମହିଳାଙ୍କର ଏହି ଲୌହ ଅଭାବ କ୍ୱଚିତ ଦେଖାଯାଏ । ଲୌହ ଅଭାବ ନିର୍ଣ୍ଣୟ କରିବା ପୂର୍ବରୁ ଏହାର ଉତ୍ସ ଖୋଜିବା ଆବଶ୍ୟକ ଯେପରିକି ଖାଦ୍ୟନଳୀ ଓ କୋଲୋନ କର୍କଟରୁ ରକ୍ତସ୍ରାବ । ସାମାନ୍ୟରୁ ମଧ୍ୟମ ଧରଣର ଆନିମିଆ ରୋଗୀଙ୍କୁ ଫେରସ୍ ସଲ୍ଫେଟ, ଫେରସ୍ ଫ୍ୟୁମାରେଟ ବା ଫେରସ୍ ଗ୍ଲୁକୋନେଟ ଦିଆଯାଏ । ଲୌହ ଅଧିକ ଖାଇଲେ ପେଟ ଗୋଳମାଳ ଓ କଳା ଝାଡ଼ା ଅନୁଭବ ହୋଇପାରେ । ପେଟ ଗୋଳମାଳ ନ ହେବା ନିମନ୍ତେ ଖାଦ୍ୟ ସହିତ ଲୌହ ବଟିକା ଖାଇବାକୁ ଉପଦେଶ ଦିଆଯାଏ କିନ୍ତୁ ଏହାଦ୍ୱାରା ଲୌହ ଅବଶୋଷଣ କମିଯାଏ । ଭିଟାମିନ ଗ ଏହି ଅବଶୋଷଣକୁ ସାହାଯ୍ୟ କରେ, ତେଣୁ ଲୌହ ଔଷଧ ସାଥିରେ କମଳା ଜୁସ୍ ଦେଲେ ଉପକାର ମିଳେ ।
କ୍ରନିକ ରୋଗରେ ଥିବା ଆନିମିଆରେ ଲୋହିତ ରକ୍ତ କଣିକା ତିଆରି ପ୍ରୋତ୍ସାହିତ କରିବା ନିମନ୍ତେ ରିକମ୍ବିଟାଣ୍ଟ ଏରିଥ୍ରୋପଏଟିନ ବା ଏପୋଏଟିନ ଆଲ୍ଫା ଦେବା ପରେ ମଧ୍ୟ ଲୌହ ଇଞ୍ଜେକସନ ଦିଆଯାଏ ।[୩୮]
ଲୌହ ଇଞ୍ଜେକସନ
[ସମ୍ପାଦନା]ଇଞ୍ଜେକସନ ଆକାରରେ ଲୌହ ଦିଆଯାଏ ଯେତେବେଳେ ପାଟିବାଟେ ଦିଆଯାଉତିବା ଲୌହ ଫଳପ୍ରଦ ହୁଏନି, ଧୀରେ କାମ କରେ (ଅପରେଶନ ପୂର୍ବରୁ) ବା ତାହାର ଅବଶୋଷଣ ବାଧାପ୍ରାପ୍ତ(ପ୍ରଦାହ ଥିଲେ) ହୁଏ । ଶରୀର ଖାଦ୍ୟନଳୀରୁ ଦୈନିକ ୬ ମିଗ୍ରା ଲୌହ ଅବଶୋଷଣ କରିପାରେ । ରୋଗୀର ୧,୦୦୦ ମିଗ୍ରା ଲୌହ ଅଭାବ ଥିଲେ ପୂରଣ କରିବାକୁ ଅନେକ ମାସ ଲାଗିଯାଏ । ଅଧିକ ରକ୍ତକଣିକା ସୃଷ୍ଟି ନିମନ୍ତେ ଏହା ସହିତ ଏରିଥ୍ରୋପଏଟିନ ଦିଆଯାଏ ।
ରକ୍ତ ଟ୍ରାନ୍ସ୍ଫ୍ୟୁଜନ
[ସମ୍ପାଦନା]କୌଣସି ଲକ୍ଷଣ ନ ଥିଲେ ରକ୍ତ ଟ୍ରାନ୍ସ୍ଫ୍ୟୁଜନ ଦିଆଯାଏ ନାହିଁ, ଦିଆଯାଏ ଯଦି ହେମୋଗ୍ଲୋବିନ ସ୍ତର ୬୦ରୁ ୮୦ ଗ୍ରା/ଲି (୬ରୁ ୮ ଗ୍ରା/ଡେଲି) କମ ଥାଏ ।[୫] ହେମୋଗ୍ଲୋବିନ ସ୍ତର ୬୦ରୁ ୮୦ ଗ୍ରା/ଲି (୬ରୁ ୮ ଗ୍ରା/ଡେଲି) କମ ଥିଲେ କାରୋନାରି ହୃଦରୋଗରେ ରକ୍ତସ୍ରାବ ହେଉ ନ ଥିଲେ ମଧ୍ୟ ଦିଆଯାଏ ।[୮] ପୂର୍ବରୁ ରକ୍ତ ଟ୍ରାନ୍ସ୍ଫ୍ୟୁଜନ ଦେଲେ ମଧ୍ୟ ବଞ୍ଚିବା ଆଶା ବଢ଼ିଯାଏନି ।[୩୯]
ଅସନ୍ତୁଳିତ ହୃଦରକ୍ତନଳୀ ରୋଗରେ ରକ୍ତ ଟ୍ରାନ୍ସ୍ଫ୍ୟୁଜନ ଦିଆଯାଏ । [୪୦]
ଏରିଥ୍ରୋପଏସିସ୍ ସ୍ଟିମୁଲେଟିଙ୍ଗ ଫ୍ୟାକ୍ଟର
[ସମ୍ପାଦନା]ରୋଗୀର ସର୍ବନିମ୍ନ ବ୍ୟକ୍ତିଗତ ହେମୋଗ୍ଲୋବିନ ଆବଶ୍ୟକତା ଓ ସର୍ବନିମ୍ନ ଟ୍ରାନ୍ସଫ୍ୟୁଜନ ଆବଶ୍ୟକତାକୁ ଲକ୍ଷ ରଖି ଏରିଥ୍ରୋପଏସିସ୍ ସ୍ଟିମୁଲେଟିଙ୍ଗ ଫ୍ୟାକ୍ଟର (ଇଏସଏ) ଦିଆଯାଏ । [୪୧] ଏହା ସାମାନ୍ୟ ବା ମଧ୍ୟମ ଧରଣର ଆନିମିଆରେ ଦିଆଯାଏ ନାହିଁ । [୩୯] କ୍ରନିକ ବୃକ୍କ ରୋଗରେ ହେମୋଗ୍ଲୋବିନ ସ୍ତର ୧୦ଗ୍ରା/ଡେଲିରୁ କମ ନ ଥିଲେ ବା ଆନିମିଆ ଲକ୍ଷଣ ନ ଥିଲେ ଦିଆଯାଏ ନାହିଁ । ଏହା ସହିତ ଲୌହ ଇଞ୍ଜେକସନ ଦିଆଯାଏ । [୪୧][୪୨]
ହାଇପର୍ବାରିକ ଅମ୍ଳଜାନ
[ସମ୍ପାଦନା]ସମୁଦ୍ରଗର୍ଭ ଓ ହାଇପର୍ବାରିକ ମେଡିକାଲ ସୋସାଇଟି (ଏଚବିଓ)ଦ୍ୱାରା ଅତ୍ୟଧିକ ରକ୍ତସ୍ରାବକୁ ହାଇପର୍ବାରିକ ଅମ୍ଳଜାନ ଥେରାପି ଦେବା ନିମନ୍ତେ ଏକ ସୂଚକ ଭାବେ ସ୍ୱିକୃତି ଦିଆଯାଇଛି । [୪୩][୪୪] ଯେତେବେଳେ ତନ୍ତୁ ସ୍ଥଳରେ ଅମ୍ଳଜାନ ଡେଲିଭରି ଯଥେଷ୍ଟ ହୁଏ ନାହିଁ ଓ ଡାକ୍ତରୀ ତଥା ଧାର୍ମିକ କାରଣରୁ ରକ୍ତ ଟ୍ରାନ୍ସଫ୍ୟୁଜନ ଦେବା ସମ୍ଭବ ହୁଏ ନାହିଁ ସେତେବେଳେ ହାଇପର୍ବାରିକ ଅମ୍ଳଜାନ ଦେବାକୁ ସୁପାରିସ କରାଯାଏ । ଡାକ୍ତରୀ କାରଣ ମଧ୍ୟରେ ରକ୍ତ ବା ରକ୍ତ ପଦାର୍ଥ ଅସଙ୍ଗତ ଥିଲେ ବା ସଞ୍ଚାରକ୍ଷମ ରୋଗ ସମ୍ଭାବନା ମୂଖ୍ୟ ଅଟେ । [୪୩] କେତେକ ଧର୍ମରେ (ex: Jehovah's Witnesses) ଏହାର ବ୍ୟବହାରର ଆବଶ୍ୟକତାକୁ ବିଶ୍ୱାସ କରାଯାଇଛି । [୪୩] ସନ ୨୦୦୫ର ସମସ୍ତ ପ୍ରକାଶନମାନଙ୍କର ଏକ ସମୀକ୍ଷାରୁ ଜଣାଯାଇଛି ଗମ୍ଭୀର ଧରଣର ଆନିମିଆରେ ଏହା ଯୁକ୍ତାତ୍ମକ ଫଳ ଦେଇଛି । [୪୫]
ରୋଗାନୁଶୀଳନ
[ସମ୍ପାଦନା]ମଧ୍ୟମ ଧରଣର ଲୌହ ଅଭାବ ଆନିମିଆ ପୃଥିବୀର ୬୧୦ନିୟୁତ (ଜନସଂଖ୍ୟାର ୮.୮%) ଲୋକଙ୍କୁ ହୋଇଥଲେ ।[୯] ଏହି ରୋଗ ପୁରୁଷମାନଙ୍କ(୭.୮%) ଅପେକ୍ଷା ମହିଳାମାନଙ୍କର(୯.୯%) ସାମାନ୍ୟ ଅଧିକ ହୁଏ ।[୯] ସାମାନ୍ୟ ଧରଣର ଲୌହ ଅଭାବ ଆନିମିଆ ୩୭୫ନିୟୁତ ଅଧିକ ଲୋକଙ୍କୁ ହୁଏ ।[୯]
ଇତିହାସ
[ସମ୍ପାଦନା]୪୦୦୦ ବର୍ଷ ପୂର୍ବରୁ ଆନିମିଆ ରୋଗ ପୃଥିବୀରେ ଥିବା ଜଣାଯାଏ ।[୪୬]
ଆଧାର
[ସମ୍ପାଦନା]- ↑ MedicineNet.com --> Definition of Anemia Archived 2014-01-23 at the Wayback Machine. Last Editorial Review: 12/9/2000 8:31:00 AM
- ↑ merriam-webster dictionary --> anemia Retrieved on May 25, 2009
- ↑ Stedman's medical dictionary (28th ed. ed.). Philadelphia: Lippincott Williams & Wilkins. 2006. p. Anemia. ISBN 9780781733908.
{{cite book}}
:|edition=
has extra text (help) - ↑ Hematology : clinical principles and applications (3. ed. ed.). Philadelphia: Saunders. 2007. p. 220. ISBN 9781416030065.
{{cite book}}
:|edition=
has extra text (help);|first1=
has generic name (help);|first1=
missing|last1=
(help) - ↑ ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ ୫.୧୦ Janz, TG; Johnson, RL; Rubenstein, SD (Nov 2013). "Anemia in the emergency department: evaluation and treatment". Emergency medicine practice. 15 (11): 1–15, quiz 15-6. PMID 24716235.
- ↑ ୬.୦ ୬.୧ Smith RE, Jr (Mar 2010). "The clinical and economic burden of anemia". The American journal of managed care. 16 SupplIssues: S59-66. PMID 20297873.
- ↑ Bhutta, ZA; Das, JK; Rizvi, A; Gaffey, MF; Walker, N; Horton, S; Webb, P; Lartey, A; Black, RE; Lancet Nutrition Interventions Review, Group; Maternal and Child Nutrition Study, Group (Aug 3, 2013). "Evidence-based interventions for improvement of maternal and child nutrition: what can be done and at what cost?". Lancet. 382 (9890): 452–77. doi:10.1016/S0140-6736(13)60996-4. PMID 23746776.
- ↑ ୮.୦ ୮.୧ ୮.୨ Qaseem, A; Humphrey, LL; Fitterman, N; Starkey, M; Shekelle, P; Clinical Guidelines Committee of the American College of, Physicians (Dec 3, 2013). "Treatment of anemia in patients with heart disease: a clinical practice guideline from the American College of Physicians". Annals of internal medicine. 159 (11): 770–9. doi:10.7326/0003-4819-159-11-201312030-00009. PMID 24297193.
- ↑ ୯.୦ ୯.୧ ୯.୨ ୯.୩ ୯.୪ Vos, T; Flaxman, AD; Naghavi, M; Lozano, R; Michaud, C; Ezzati, M; Shibuya, K; Salomon, JA; et al. (Dec 15, 2012). "Years lived with disability (YLDs) for 1160 sequelae of 289 diseases and injuries 1990-2010: a systematic analysis for the Global Burden of Disease Study 2010". Lancet. 380 (9859): 2163–96. doi:10.1016/S0140-6736(12)61729-2. PMID 23245607.
- ↑ "anaemia". Dictionary.com. Retrieved 7 July 2014.
- ↑ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ eMedicineHealth > anemia article Author: Saimak T. Nabili, MD, MPH. Editor: Melissa Conrad Stöppler, MD. Last Editorial Review: 12/9/2008. Retrieved on 4 April 2009
- ↑ "Red Blood Cells (Erythrocytes)". PubMed Health Glossary - PubMedHealth. NIH - National Cancer Institute.
{{cite web}}
: line feed character in|website=
at position 23 (help) - ↑ National Heart Lung and Blood Institute > What Causes Anemia? Retrieved on June 9, 2010
- ↑ ୧୫.୦୦ ୧୫.୦୧ ୧୫.୦୨ ୧୫.୦୩ ୧୫.୦୪ ୧୫.୦୫ ୧୫.୦୬ ୧୫.୦୭ ୧୫.୦୮ ୧୫.୦୯ ୧୫.୧୦ ୧୫.୧୧ ୧୫.୧୨ ୧୫.୧୩ ୧୫.୧୪ ୧୫.୧୫ Table 12-1 in: Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson. Robbins Basic Pathology. Philadelphia: Saunders. ISBN 1-4160-2973-7.
{{cite book}}
: CS1 maint: multiple names: authors list (link) 8th edition. - ↑ Jump up to: a b c d e f g h i j k l m n o p q r s t u v w x y z aa Table 12-1 in: Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson. Robbins Basic Pathology. Philadelphia: Saunders. ISBN 1-4160-2973-7. 8th edition.
- ↑ Kumar, Vinay; Abbas, Abul K.; Fausto, Nelson; & Mitchell, Richard N. (2007). Robbins Basic Pathology (8th ed.). Saunders Elsevier. p. 432 ISBN 978-1-4160-2973-1
- ↑ Cotran, Ramzi S.; Kumar, Vinay; Fausto, Nelson; Nelso Fausto; Robbins, Stanley L.; Abbas, Abul K. (2005). Robbins and Cotran pathologic basis of disease. St. Louis, Mo: Elsevier Saunders. p. 637. ISBN 0-7216-0187-1.
{{cite book}}
: CS1 maint: multiple names: authors list (link) - ↑ ୧୯.୦ ୧୯.୧ AUTOIMMUNE HEMOLYTIC ANEMIA (AIHA)By J.L. Jenkins. The Regional Cancer Center. 2001 Archived 2009-10-07 at the Wayback Machine.
- ↑ Berentsen S, Beiske K, Tjønnfjord GE (October 2007). "Primary chronic cold agglutinin disease: An update on pathogenesis, clinical features and therapy". Hematology. 12 (5): 361–70. doi:10.1080/10245330701445392. PMC 2409172. PMID 17891600.
{{cite journal}}
: CS1 maint: multiple names: authors list (link) - ↑ Brooker S; Hotez PJ; Bundy DA (2008). "Hookworm-related anaemia among pregnant women: a systematic review". PLoS Neglected Tropical Diseases. 2 (9): e291. doi:10.1371/journal.pntd.0000291. PMC 2553481. PMID 18820740.
{{cite journal}}
: CS1 maint: unflagged free DOI (link) - ↑ Gyorkos TW; Gilbert NL; Larocque R; Casapía M (2011). "Trichuris and hookworm infections associated with anaemia during pregnancy". Tropical Medicine & International Health. 16 (4): 531–7. doi:10.1111/j.1365-3156.2011.02727.x.
- ↑ Page 62 (Fluid imbalances) in: Portable Fluids and Electrolytes (Portable Series). Hagerstwon, MD: Lippincott Williams & Wilkins. 2007. ISBN 1-58255-678-4.
- ↑ World Health Organization (2008). Worldwide prevalence of anaemia 1993–2005 (PDF). Geneva: World Health Organization. ISBN 978-92-4-159665-7. Archived (PDF) from the original on 12 March 2009. Retrieved 2009-03-25.
- ↑ Recommendations to Prevent and Control Iron Deficiency in the United States MMWR 1998;47 (No. RR-3) p. 5
- ↑ "Iron Deficiency --- United States, 1999--2000". MMWR. 51 (40): 897–899. October 11, 2002. Retrieved 21 April 2012.
- ↑ "IQ Test". officialiqtests.com. Retrieved 16 July 2018.
- ↑ Halterman JS, Kaczorowski JM, Aligne CA, Auinger P, Szilagyi PG (2001). "Iron Deficiency and Cognitive Achievement Among School-Aged Children and Adolescents in the United States". Pediatrics. 107 (6): 1381–1386. doi:10.1542/peds.107.6.1381. PMID 11389261.
{{cite journal}}
: CS1 maint: multiple names: authors list (link) - ↑ Grantham-McGregor S, Ani C (2001). "Iron-Deficiency Anemia: Reexamining the Nature and Magnitude of the Public Health Problem". J Nutr. 131 (2): 649S–668S. PMID 11160596.
- ↑ "Iron Deficiency Anaemia: Assessment, Prevention, and Control: A guide for programme managers" (PDF). Retrieved 2010-08-24.
- ↑ eMedicine – Vitamin B-12 Associated Neurological Diseases : Article by Niranjan N Singh, MD, DM, DNB July 18, 2006
- ↑ "Physiology or Medicine 1934 – Presentation Speech". Nobelprize.org. 1934-12-10. Archived from the original on 28 August 2010. Retrieved 2010-08-24.
- ↑ "Onions are Toxic to Cats". Peteducation.com. Archived from the original on 3 September 2010. Retrieved 2010-08-24.
- ↑ "MedTerms Definition: Refractory Anemia". Medterms.com. 2011-04-27. Archived from the original on 2011-12-08. Retrieved 2011-10-31.
- ↑ "Good Source for later". Atlasgeneticsoncology.org. Retrieved 2011-10-31.
- ↑ Mody RJ, Brown PI, Wechsler DS; Brown; Wechsler (February 2003). "Refractory iron deficiency anemia as the primary clinical manifestation of celiac disease". J. Pediatr. Hematol. Oncol. 25 (2): 169–72. doi:10.1097/00043426-200302000-00018. PMID 12571473.
{{cite journal}}
: CS1 maint: multiple names: authors list (link) - ↑ West CE (November 1996). "Strategies to control nutritional anemia". Am. J. Clin. Nutr. 64 (5): 789–90. PMID 8901803.
- ↑ "ଆର୍କାଇଭ୍ କପି". Archived from the original on 2013-06-24. Retrieved 2015-11-25.
{{cite web}}
: Cite has empty unknown parameter:|1=
(help) - ↑ ୩୯.୦ ୩୯.୧ Kansagara D, Dyer E, Englander H, Fu R, Freeman M, Kagen D; Dyer; Englander; Fu; Freeman; Kagen (Dec 3, 2013). "Treatment of anemia in patients with heart disease: a systematic review". Annals of internal medicine. 159 (11): 746–57. doi:10.7326/0003-4819-159-11-201312030-00007. PMID 24297191.
{{cite journal}}
: CS1 maint: multiple names: authors list (link) - ↑ Goddard AF, James MW, McIntyre AS, Scott BB; James; McIntyre; Scott; British Society of Gastroenterology (2011). "Guidelines for the management of iron deficiency anaemia". Gut. 60 (10): 1309–1316. doi:10.1136/gut.2010.228874. PMID 21561874.
{{cite journal}}
: CS1 maint: multiple names: authors list (link) - ↑ ୪୧.୦ ୪୧.୧ Aapro MS, Link H; Link (2008). "September 2007 update on EORTC guidelines and anemia management with erythropoiesis-stimulating agents". Oncologist. 13 Suppl 3 (Supplement 3): 33–6. doi:10.1634/theoncologist.13-S3-33. PMID 18458123.
- ↑ American Society of Nephrology, "Five Things Physicians and Patients Should Question" (PDF), Choosing Wisely: an initiative of the ABIM Foundation, American Society of Nephrology, retrieved August 17, 2012
- ↑ ୪୩.୦ ୪୩.୧ ୪୩.୨ Undersea and Hyperbaric Medical Society. "Exceptional Blood Loss — Anemia". Archived from the original on 2008-07-05. Retrieved 2008-05-19.
- ↑ Hart GB, Lennon PA, Strauss MB. (1987). "Hyperbaric oxygen in exceptional acute blood-loss anemia". J. Hyperbaric Med. 2 (4): 205–210. Archived from the original on 2009-01-16. Retrieved 2008-05-19.
{{cite journal}}
: CS1 maint: multiple names: authors list (link) - ↑ Van Meter KW (2005). "A systematic review of the application of hyperbaric oxygen in the treatment of severe anemia: an evidence-based approach". Undersea Hyperb Med. 32 (1): 61–83. PMID 15796315. Archived from the original on 2009-01-16. Retrieved 2008-05-19.
- ↑ Tayles, N (Sep 1996). "Anemia, genetic diseases, and malaria in prehistoric mainland Southeast Asia". American Journal of Physical Anthropology. 101 (1): 11–27. doi:10.1002/(SICI)1096-8644(199609)101:1<11::AID-AJPA2>3.0.CO;2-G. PMID 8876811.
ବାହାର ଲିଙ୍କ
[ସମ୍ପାଦନା]- National Anemia Action Council (USA)
- Anemia - Lab Tests Online