Jump to content

ଜିଡୋଭୁଡିନ

ଉଇକିପିଡ଼ିଆ‌ରୁ
ଜିଡୋଭୁଡିନ
Clinical data
Trade namesବ୍ୟବସାୟୀକ ନାମ ରେଟ୍ରୋଭିର (Retrovir) ଓ ଅନ୍ୟାନ୍ୟ
AHFS/Drugs.commonograph
Pregnancy
category
  • AU: B3
  • US: C (Risk not ruled out) (AZT)
    Routes of
    administration
    ପାଟିରେ (By mouth), ଶିରାଭ୍ୟନ୍ତରରେ (IV), ମଳଦ୍ୱାର ଭିତରେ (rectal suppository)
    ATC code
    Legal status
    Legal status
    • Rx- କେବଲ ପ୍ରେସକ୍ରିପସନରେ
    Pharmacokinetic data
    Bioavailabilityସମ୍ପୁର୍ଣ୍ଣ ଅବଶୋଷଣ, ପ୍ରଥମ ଶ୍ରେଣୀର ମେଟାବୋଲିଜ୍ମ ପରେ ସିସ୍ଟମରେ ଉପଲବ୍ଧ ୭୫% (ରେଞ୍ଜ ୫୨ରୁ ୭୫%)
    Protein binding୩୦ରୁ ୩୮%
    Metabolismଯକୃତ (liver)
    Elimination half-life0.୫ to ୩ ଘଣ୍ଟା
    Excretionବୃକ୍‌କ (kidney) ଓ ପିତ୍ତ ମାଧ୍ୟମ (biliary)
    Identifiers
    • 1-[(2R,4S,5S)-4-Azido-5-(hydroxymethyl)oxolan-2-yl]-5-methylpyrimidine-2,4-dione[]
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    NIAID ChemDB
    PDB ligand
    ECHA InfoCard100.152.492 Edit this at Wikidata
    Chemical and physical data
    FormulaC10H13N5O4
    Molar mass267.242 ଗ୍ରା/ମୋଲ
    3D model (JSmol)
    • O=C1NC(C(C)=CN1[C@@H]2O[C@H](CO)[C@@H](N=[N+]=[N-])C2)=O
    • InChI=1S/C10H13N5O4/c1-5-3-15(10(18)12-9(5)17)8-2-6(13-14-11)7(4-16)19-8/h3,6-8,16H,2,4H2,1H3,(H,12,17,18)/t6-,7+,8+/m0/s1 checkY
    • Key:HBOMLICNUCNMMY-XLPZGREQSA-N checkY
     ☒NcheckY (what is this?)  (verify)

    ଜିଡୋଭୁଡିନ ବା ଜେଡ‌ଡିଭି (ଇଂରାଜୀ ଭାଷାରେ Zidovudine ବା ZDV) ଅନ୍ୟ ନାମ ଆଜିଡୋଥାଇମିଡିନ ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medication) ଯାହା ଏଚଆଇଭି/ଏଡସ (HIV/AIDS) ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ଦିଆଯାଏ । ଏହା ଅନ୍ୟ ରେଟ୍ରୋଭାଇରାଲ ଔଷଧମାନଙ୍କ ସ‌ହିତ ଦିଆଯାଏ । ଏହା ଭର୍ଟିକାଲ ସଂକ୍ରରମଣ ଅର୍ଥାତ ମାତାଠାରୁ ଶିଶୁର ସଂକ୍ରମଣ ରୋକିବାକୁ ଦିଆଯାଏ ଓ ଇଞ୍ଜେକସନ ଛୁଞ୍ଚି ସାହାଯ୍ୟରେ ବା ଅନ୍ୟାନ୍ୟ ସମ୍ଭାବ୍ୟ ସଂକ୍ରମଣକୁ ରୋକୁବାକୁ ଦିଆଯାଏ । ଏହା ଏକ‌କ ଭାବରେ ଦିଆଯାଏ ବା ଅନ୍ୟ ଔଷଧ ସ‌ହିତ ମଧ୍ୟ ଦିଆଯାଏ ଯେପରିକି ଲାମିଭୁଡିନ/ଜିଡୋଭୁଡିନ (lamivudine/zidovudine) ଓ ଆବାକାଭିର/ଲାମିଭୁଡିନ/ଜିଡୋଭୁଡିନ (abacavir/lamivudine/zidovudine) । ଏହା ପାଟିରେ ଦିଆଯାଏ ବା ଧୀର ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ଏହି ଔଷଧ ଯୋଗୁ ହେଉଥିବା ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡବଥା, ଜ୍ୱର ଓ ଅଇ ହୁଏ । ସଂଘାତିକ ପ୍ରତିକ୍ରିୟାରେ ଯକୃତ ସମସ୍ୟା (liver problems), ମାଂସପେଶୀ କ୍ଷତି (muscle damage) ଓ ଲାକ୍ଟିକ ଏସିଡୋସିସ (high blood lactate levels) ହୁଏ । ଏହା ଗର୍ଭାବସ୍ଥାରେ ମଧ୍ୟ ବ୍ୟବ‌ହାର କରାଯାଏ ଓ ଶିଶୁ ନିମନ୍ତେ ନିରାପଦ ଜଣାଯାଏ । ଏହା ନ୍ୟୁକ୍ଲିଓସାଇଡ ଆନାଲଗ ରିଭର୍ସ-ଟ୍ରାନ୍ସକ୍ରିପ୍ଟେଜ ଇନହିବିଟର]] nucleoside analog reverse-transcriptase inhibitor ବା NRTI) ଶ୍ରେଣୀର ଔଷଧ । ଡିଏନଏ ପ୍ରସ୍ତୁତ କରିବାକୁ ଭୁତାଣୁ ଯେଉଁ ରିଭର୍ସ ଟ୍ରାନ୍ସକ୍ରିପ୍ଟେଜ (reverse transcriptase) ଏଞ୍ଜାଇମ (enzyme) ବ୍ୟବ‌ହାର କରେ ତାହାକୁ ଏହି ଔଷଧ ଅବରୋଧ କରିବା ଯୋଗୁ ଭୁତାଣୁର ରେପ୍ଲିକେସନ ହୋଇପାରେନାହିଁ ।[]

    ସନ ୧୯୬୪ରେ ସର୍ବପ୍ରଥମେ ଜିଡୋଭୁଡିନ ବିଷୟ ବର୍ଣ୍ଣନା କରାଯାଇଥିଲା ।[] ସନ ୧୯୮୬ରେ ପ୍ରଥମେ ଆମେରିକାରେ ମଞ୍ଜୁରୀ ପାଇଥିଲା ଓ ଏଚଆଇଭି ନିମନ୍ତେ ପ୍ରଥମ ଚିକିତ୍ସା ଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ । [] ବିକାଶଶୀଳ ଦେଶରେ (developing world) ଏହାର ମାସିକ ଖର୍ଚ୍ଚ ୫.୧୦ରୁ ୨୫.୬୦ଆମେରିକୀୟ ଡଲାର ।[] ସନ ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଖର୍ଚ୍ଚ ୨୦୦ଡଲାରରୁ ଅଧିକ ଥିଲା ।[]

    1. "Zidovudine". PubChem Public Chemical Database. NCBI. Retrieved 2011-04-10.
    2. 1 2 3 "Zidovudine". The American Society of Health-System Pharmacists. Retrieved 28 November 2016.
    3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 505. ISBN 9783527607495.
    4. Therapy of Viral Infections Volume 15 of Topics in Medicinal Chemistry. Springer. 2015. p. 6. ISBN 9783662467596.
    5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    6. "Zidovudine". International Drug Price Indicator Guide. Retrieved 28 November 2016.[permanent dead link]
    7. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 67. ISBN 9781284057560.

    ବାହ୍ୟ ଲିଙ୍କ

    [ସମ୍ପାଦନା]

    ଲୁଆ ତ୍ରୁଟି: bad argument #2 to 'title.new' (unrecognized namespace name 'Portal') ।