ଉଦର ଯନ୍ତ୍ରଣା

ଉଇକିପିଡ଼ିଆ‌ରୁ
(Abdominal painରୁ ଲେଉଟି ଆସିଛି)
Abdominal pain
Stomach ache, tummy ache, belly ache, belly pain, gut ache
Abdominal pain can be characterized by the region it affects
ବିଭାଗGeneral surgery
କାରଣCommon: Gastroenteritis, irritable bowel syndrome[୧]
Serious: Appendicitis, perforated stomach ulcer, pancreatitis, ruptured diverticulitis, ovarian torsion, volvulus, ruptured aortic aneurysm, lacerated spleen or liver, ischemic bowel[୨]

ଉଦର ଯନ୍ତ୍ରଣା ବା ପେଟ ଯନ୍ତ୍ରଣା, (ଇଂରାଜୀ ଭାଷାରେ abdominal pain) ରେ ଉଦରର ଯେ କୌଣସି ସ୍ଥାନରେ ଯନ୍ତ୍ରଣାକୁ କୁହାଯାଏ । ଏହା ଉଦରର ଚତୁର୍ଥାଂଶ ମଧ୍ୟରୁ ଗୋଟିଏ ସ୍ଥାନରେ ହୋଇପାରେ କିମ୍ବା ବିଭିନ୍ନ ସ୍ଥାନରେ ହୋଇପାରେ | [୨] ଅଇ, ବାନ୍ତି, କିମ୍ବା କୋଷ୍ଠକାଠିନ୍ୟ ଭଳି ଅନ୍ୟ ଲକ୍ଷଣ ମଧ୍ୟ ଉପସ୍ଥିତ ଥାଇପାରେ। [୨] [୩] ଏହା ହଠାତ୍ ଆରମ୍ଭ (ତୀବ୍ର) ବା ଦୀର୍ଘକାଳୀନ ଯନ୍ତ୍ରଣା (କ୍ରନିକ୍) ଏହି ଦୁଇ ଭାଗରେ ବିଭକ୍ତ ହୋଇପାରେ | [୪]

ସାଧାରଣ କାରଣଗୁଡ଼ିକରେ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ଏବଂ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍ ଅନ୍ତର୍ଭୁକ୍ତ ହୁଏ | [୧] ପ୍ରାୟ ୧୫% ଲୋକଙ୍କର ଅନ୍ତର୍ନିହିତ ଆପେଣ୍ଡିସାଇଟିସ, ପିତ୍ତକୋଷ ରୋଗ, ବିଷ ମୂତ୍ରାଶୟ ରୋଗ, ଫାଟିଥିବା ଉଦର ମହାଧମନୀ ସ୍ଫିତି, ଫାଟିଥିବା ଅମ୍ଳରୋଗ, ଅଗ୍ନାଶୟ ପ୍ରଦାହ, ଓଭାରିଆନ ଟର୍ସନ, ଭଲଭ୍ୟୁଲସ, ଡାଏବେଟିକ କିଟୋଏସିଡୋସିସ , ଡାଇଭର୍ଟିକୁଲାଇଟିସ, ଇସକେମିକ ବାୱେଲ, କିମ୍ବା ectopic ଗର୍ଭ ଯୋଗୁ ଏହି ରୋଗ ହୋଇପାରେ । [୧] [୨] ଶିଶୁମାନଙ୍କଠାରେ ନେକ୍ରୋଟାଇଜିଂ ଏଣ୍ଟ୍ରୋକୋଲାଇଟିସ୍, ଭଲଭ୍ୟୁଲସ୍ ଏବଂ ଇଣ୍ଟସସେପସନ ରୋଗକୁ ବିଚାରକୁ ନିଆଯିବା ଉଚିତ୍। [୨] ଏକ ତୃତୀୟାଂଶ କ୍ଷେତ୍ରରେ ପ୍ରକୃତ କାରଣ ଅସ୍ପଷ୍ଟ ଥାଏ। [୨]

ଲକ୍ଷଣ ଓ ଇତିହାସ, ଶରୀର ପରୀକ୍ଷା, ରକ୍ତ ପରୀକ୍ଷା ଏବଂ ଡାକ୍ତରୀ ଇମେଜିଙ୍ଗର କରି ଏହି ରୋଗ ନିର୍ଣ୍ଣୟ କରାଯାଇପାରେ | [୨] ହୃଦଘାତ ସମ୍ଭାବନାକୁ ଏଡ଼ାଇବା ପାଇଁ ଇସିଜି କରାଯାଇପାରେ | [୨] ଚିକିତ୍ସାରେ ଶିରାଭ୍ୟନ୍ତର ତରଳ ପଦାର୍ଥ ଏବଂ ଯନ୍ତ୍ରଣା ନିବାରକ ଔଷଧ ଦିଆଯାଇପାରେ। [୨] ମୂଳ କାରଣ ଉପରେ ନିର୍ଭର କରି ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ। [୨] ଜରୁରୀକାଳୀନ ବିଭାଗରେ ପ୍ରାୟ ୧୦% ଲୋକ ପେଟ ଯନ୍ତ୍ରଣା ପାଇଁ ଆସନ୍ତି । [୨]  

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Viniol A, Keunecke C, Biroga T, Stadje R, Dornieden K, Bösner S, et al. (October 2014). "Studies of the symptom abdominal pain--a systematic review and meta-analysis". Family Practice. 31 (5): 517–29. doi:10.1093/fampra/cmu036. PMID 24987023.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Patterson JW, Dominique E (14 Nov 2018). "Acute Abdomenal". StatPearls. PMID 29083722.
  3. Mahadevan, S. V.; Garmel, Gus M. (2012). An Introduction to Clinical Emergency Medicine (in ଇଂରାଜୀ). Cambridge University Press. p. 143. ISBN 978-0-521-74776-9.
  4. ଆଧାର ଭୁଲ: ଅଚଳ <ref> ଚିହ୍ନ; Mer2020Over ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।