ଡାଇଭର୍ଟିକୁଲାଇଟିସ୍

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଡାଇଭର୍ଟିକୁଲାଇଟିସ୍
Diverticula, sigmoid colon.jpg
ବୃହଦନ୍ତ୍ରରେ (ସିଗମଏଡ଼ କୋଲୋନ) ଅନେକ ଗୁଡ଼ିଏ ଡାଇଭର୍ଟିକୁଲା ଦେଖାଯାଉଛି; ସେ ସମସ୍ତ ଟିନିଅମର ଉଭୟ ପାର୍ଶ୍ୱରେ ଅଛନ୍ତି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି ଜେନେରାଲ ସର୍ଜରୀ
ଆଇସିଡ଼ି-୧୦ K57.
ଆଇସିଡ଼ି-୯-ସିଏମ୍ 562
ରୋଗ ଡାଟାବେସ 3876
ମେଡ଼ିସିନ-ପ୍ଲସ 000257
ଇ-ମେଡ଼ିସିନ med/578
MeSH D004238

ଡାଇଭର୍ଟିକୁଲାଇଟିସ୍ ଏକ ଖାଦ୍ୟନଳୀ ରୋଗ ଯେଉଁଥିରେ ବୃହଦନ୍ତ୍ରରେ ଥିବା ଥଳିଗୁଡ଼ିକରେ (pouch) ପ୍ରଦାହ ହୁଏ ।[୧] ତଳି ପେଟରେ ହଠାତ୍ ଯନ୍ତ୍ରଣା ଆରମ୍ଭ ହୁଏ । ଏହି କଷ୍ଟ କିଛି ଦିନ ମଧ୍ୟରେ ଧୀରେ ଆରମ୍ଭ ହୋଇପାରେ ।[୧] ଉତ୍ତର ଆମେରିକା ଓ ୟୁରୋପରେ ପେଟର ବାମ ପାର୍ଶ୍ୱରେ କଷ୍ଟ ହେଲା ବେଳେ ଏସିଆରେ ଡାହାଣ ପାର୍ଶ୍ୱରେ ହୁଏ ।[୨][୧][୩] ଏହା ବ୍ୟତୀତ ଜ୍ୱର, ଅଇ, ତରଳ ଝାଡ଼ା ବା କୋଷ୍ଠ କାଠିନ୍ୟ ଇତ୍ୟାଦି ଲକ୍ଷଣ ଦେଖାଯାଏ ବା ମଳରେ ରକ୍ତ ପଡ଼େ ।[୧] ଏହି ରୋଗ ଆକ୍ରମଣ ବାରମ୍ବାର ହୋଇପାରେ । [୨]

ଏହି ରୋଗର କାରଣ ଅନିଶ୍ଚିତ‌ତା ମଧ୍ୟରେ ଅଛି ।[୧] ସଙ୍କଟ କାରକ ମଧ୍ୟରେ ମୋଟାପା, ବ୍ୟାୟାମ ଅଭାବ, ଧୂମ୍ରପାନ, ପାରିବାରିକ ରୋଗ ହୋଇଥିଲେ ଓ ଏନ ଏସ ଏ ଆଇ ଡି ମୂଖ୍ୟ ସ୍ଥାନ ଅଧିକାର କରନ୍ତି ।[୧][୨] ଖାଦ୍ୟ ଫାଇବରର ଭୂମିକା ସ୍ପଷ୍ଟ ନୁହେଁ ।[୨] ପ୍ରଦାହ ନ ଥାଇ ବୃହଦନ୍ତ୍ରରେ ଥଳୀ ଥିଲେ ଡାଇଭର୍ଟିକୁଲୋସିସ ନାମ ଦିଆଯାଏ ।[୧] ଥଳୀ ଥିବା ଲୋକଙ୍କ ମଧ୍ୟରୁ ୧୦ରୁ ୨୫% ଲୋକଙ୍କର ଜୀବାଣୁ ସଂକ୍ରମଣ ହୋଇ ପ୍ରଦାହ ହୁଏ ।[୨][୪] ଲକ୍ଷଣ ସ‌ହିତ ରକ୍ତ ପରୀକ୍ଷା ଫଳ, ସିଟି ସ୍କାନ, କୋଲୋନୋସ୍କୋପି କରି ରୋଗ ନିର୍ଣ୍ଣୟ କରାଯାଏ ।[୧] ଭେଦାତ୍ମକ ରୋଗ ନିର୍ଣ୍ଣୟ ମଧ୍ୟରେ ଇରିଟେବଲ୍ ବାୱେଲ ସିଣ୍ଡ୍ରୋମ ବିଚାରକୁ ଆସେ ।[୨]

ଅଖରୋଟ ଓ ମଞ୍ଜି ଜାତୀୟ ଖାଦ୍ୟ ଖାଇବାରୁ ବିରତ ରହିବାକୁ ଅତୀତରେ ଉପଦେଶ ଦିଆଯାଉଥିଲେ ମଧ୍ୟ ଏହା ସ‌ହିତ ରୋଗର କୌଣସି ସମ୍ପର୍କ ପ୍ରମାଣିତ ନ ହେବାରୁ ଅଧୁନା ଏହି ଖାଦ୍ୟ ବିରତକୁ ସୁପାରିସ କରାଯାଉ ନାହିଁ ।[୧][୨] ମେସାଲାଜିନରିଫାକ୍ସାମିନ ଏହି ରୋଗ ଆକ୍ରମଣକୁ ପ୍ରତିରୋଧ କରିବା ଜଣାଯାଉଛି ।[୨] ସାମାନ୍ୟ ଧରଣର ରୋଗ ନିମନ୍ତେ ପାଟିରେ ଆଣ୍ଟିବାୟୋଟିକ ଓ ତରଳ ଖାଦ୍ୟ ଦେବାକୁ ଉପଦେଶ ଦିଆଯାଏ । ସାଂଘାତିକ ରୋଗରେ ଶିରାଭ୍ୟନ୍ତରରେ ଆଣ୍ଟିବାୟୋଟିକ ଇଞ୍ଜେକସନ, ଡାକ୍ତରଖାନାରେ ଆଡମିସନ ଓ ସମ୍ପୁର୍ଣ୍ଣ ଖାଦ୍ୟ ନଳୀ ବିଶ୍ରାମ ଚିକିତ୍ସା ଦିଆଯାଏ ।[୧] ପ୍ରୋବାୟୋଟିକ ବ୍ୟବ‌ହାରର ଭୂମିକା ଅଜଣା ଅଛି ।[୨] ଆବସେସ, ଫିସ୍ଚୁଲା, କୋଲୋନ ପରଫୋରେସନ ହେଲେ ଅପରେଶନ ଦରକାର ହୁଏ ।[୧]

ପୃଥିବୀର ପଶ୍ଚିମ ଦେଶମାନଙ୍କରେ ଏହି ରୋଗ ଦେଖାଯାଏ ଓ ଆଫ୍ରିକା ତ‌ଥା ଏସିଆରେ ସାଧାରଣତଃ ଦେଖାଯାଏ ନାହିଁ ।[୧] ପଶ୍ଚିମ ପୃଥିବୀରେ ୩୫% ଲୋକଙ୍କର ଡାଇଭର୍ଟିକୁଲାଇଟିସ ଥିବାବେଳେ ଗ୍ରାମୀଣ ଆଫ୍ରିକାରେ ୧%ରୁ କମ୍ ଥାଏ ।[୪] ବୟସାଧିକ୍ୟ ହେଲେ ରୋଗ ଅଧିକ ଦେଖାଯାଏ ବିଶେଷତଃ ୫୦ ବର୍ଷ ବୟସ ପରେ ।[୧] ଧୀରେ ଏହା ପୃଥିବୀର ସମସ୍ତ ସ୍ଥାନରେ ଦେଖାଯାଉଛି ।[୨] ସନ ୨୦୦୩ରେ ଏହା ଯୋଗୁ ୟୁରୋପରେ ୧୩,୦୦୦ ମୃତ୍ୟୁ ହୋଇଥିଲା ।[୨] ସନ ୨୦୧୩ରେ ଏହା ବାବଦ ଖର୍ଚ୍ଚ ଆମେରିକାର ବାର୍ଷିକ ୨.୪ ଡଲାର ଥିଲା ।[୨]

ଡାଇଭର୍ଟିକୁଲା, ଡାଇଭର୍ଟିକୁଲାଇଟିସ୍ ଓ ଡାଇଭର୍ଟିକୁଲୋସିସ ବିଷୟରେ ଭିଡିଓ ଦତ୍ତ ହେଲା ।

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ "Diverticular Disease". www.niddk.nih.gov. September 2013. Retrieved 12 June 2016. 
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Tursi, A (March 2016). "Diverticulosis today: unfashionable and still under-researched.". Therapeutic advances in gastroenterology 9 (2): 213–28. PMID 26929783. 
  3. Feldman, Mark (୨୦୧୦). Sleisenger & Fordtran's Gastrointestinal and liver disease pathophysiology, diagnosis, management (୯. ed. ed.). [S.l.]: MD Consult. p. ୨୦୮୪. ISBN ୯୭୮୧୪୩୭୭୨୭୬୭୮. 
  4. ୪.୦ ୪.୧ Mandell, Douglas, and Bennett's Principles and Practice of Infectious Diseases. Churchill Livingstone. ୨୦୧୪. p. ୯୮୬. ISBN ୯୭୮୧୪୫୫୭୪୮୦୧୩.