ବିଧାନ ପରିଷଦ

ଉଇକିପିଡ଼ିଆ ରୁ
Jump to navigation Jump to search

ବିଧାନ ପରିଷଦ ବା ଲେଜିସଲେଟିବ କାଉନସିଲ ହେଉଛି ଦ୍ୱିସଦନୀୟ ବିଧାନ ମଣ୍ଡଳଦ୍ୱାରା ବ୍ୟବସ୍ଥିତ ଭାରତୀୟ ରାଜ୍ୟମାନଙ୍କର ଉପର କକ୍ଷକୁ ବୁଝାଏ । ଭାରତର ସମ୍ବିଧାନ ଧାରା ୧୬୯(୧)ରେ ବିଧାନ ପରିଷଦ ଗଠନ କରିବାର ବ୍ୟବସ୍ଥା ଅଛି । ୨୦୧୮ ସୁଦ୍ଧା ଭାରତର ୨୯ଟି ରାଜ୍ୟ ମଧ୍ୟରୁ ୮ଟି ରାଜ୍ୟର ବିଧାନ ପରିଷଦ ରହିଛି ।[୧] ସେମାନେ ଆଞ୍ଚଳିକ ସ୍ତରରୁ, ବିଧାନ ସଭା, ରାଜ୍ୟପାଳ, ସ୍ନାତକଧାରୀ, ଶିକ୍ଷକଆଦିଙ୍କଦ୍ୱାରା ନିର୍ବାଚିତ ହୋଇଥାନ୍ତି । ବିଧାନ ପରିଷଦର କାର୍ଯ୍ୟକାଳ ୬ ବର୍ଷ ଅଟେ । ଏହାର ସଦସ୍ୟମାନଙ୍କୁ ବିଧାନ ପରିଷଦ ସଦସ୍ୟ ବା ଏମଏଲସି (MLC) କୁହାଯାଏ ।

ସଦସ୍ୟତା[ସମ୍ପାଦନା]

ପ୍ରତ୍ୟେକ ସଦସ୍ୟଙ୍କ କାର୍ଯ୍ୟକାଳ ୬ ବର୍ଷ । ପ୍ରତି ଦୁଇ ବର୍ଷରେ ସଦନର ଏକ ତୃତୀୟାଂଶ ସଦସ୍ୟଙ୍କ ସଦସ୍ୟତା ସମାପ୍ତ ହୋଇଥାଏ । ଏହି ବିଧି ବ୍ୟବସ୍ଥା ସଂସଦର ଉପର କକ୍ଷରାଜ୍ୟ ସଭାର ସମାନ୍ତରାଳ ଅଟେ ।

ଏମଏଲସି ନିହାତି ଭାବେ ଭାରତୀୟ ନାଗରିକ ହେବା ସହ ଅନୁନ୍ୟ ୩୦ ବର୍ଷର ହୋଇଥିବେ । ମାନସିକ ବିକାରଗ୍ରସ୍ତ ହୋଇନଥିବେ, ଏବଂ ନିର୍ବାଚନ ପ୍ରତଦ୍ୱନ୍ଦିତା କରୁଥିବା ରାଜ୍ୟର ମତଦାତା ତାଲିକାରେ ଅନ୍ତର୍ଭୁକ୍ତ ଥିବେ । ଏକା ସମୟରେ ସେ ମଧ୍ୟ ବିଧାନ ସଭାର ସଦସ୍ୟ ନଥିବା ଉଚିତ ।

ବିଧାନ ପରିଷଦର ସଦସ୍ୟଙ୍କ ସଂଖ୍ୟା ରାଜ୍ୟ ବିଧାନ ସଭାର ଏକ ତୃତୀୟାଂଶରୁ ଅଧିକ କିମ୍ବା ୪୦ରୁ କମ ହୋଇପାରିବ ନାହିଁ (ଜମ୍ମୁ କାଶ୍ମୀର ବ୍ୟତିତ, ଯେଉଁଠି ସମ୍ବିଧାନ ନିୟମ ଅନୁଯାୟୀ ୩୬ ସଦସ୍ୟ ଅଛନ୍ତି) ।

ଏମଏଲସିମାନେ ଏହିପରି ଚୟନ ହୋଇଥାନ୍ତି:

  • ଏକ ତୃତୀୟାଂଶ ସଦସ୍ୟ - ଆଂଚଳିକ କ୍ଷେତ୍ରରୁ ଯଥା ନଗରପାଳିକା, ଗ୍ରାମ ପଞ୍ଚାୟତ/ଗ୍ରାମ ସଭା, ପଞ୍ଚାୟତ ସମିତି, ଏବଂ ଜିଲ୍ଲା ପରିଷଦ ।
  • ଏକ ତୃତୀୟାଂଶ ସଦସ୍ୟ - ରାଜ୍ୟର ବିଧାନ ସଭା ସଦସ୍ୟଙ୍କଦ୍ୱାରା ଯେଉଁମାନେ ବିଧାନ ସଭାର ସଦସ୍ୟ ନୁହଁନ୍ତି ।
  • ଏକ ଷଷ୍ଠାଂଶ ସଦସ୍ୟ - ରାଜ୍ୟପାଳଙ୍କଦ୍ୱାରା ମନୋନୀତ ହୋଇଥାନ୍ତି ଯେଉଁମାନେ ସାହିତ୍ୟ, ବିଜ୍ଞାନ, କଳା, ସମବାୟ ଆନ୍ଦୋଳନ ଏବଂ ସମାଜ ସେବା କ୍ଷେତ୍ରରେ ଅଭିଜ୍ଞତା ରଖିଛନ୍ତି ।
  • ଏକ ଦ୍ୱାଦଶାଂଶ ସଦସ୍ୟ - ରାଜ୍ୟରେ ଅନୁନ୍ୟ ୩ ବର୍ଷ ଧରି ବସବାସ କରୁଥିବା ସ୍ନାତକଧାରୀଙ୍କ ଦ୍ୱାରା
  • ଏକ ଦ୍ୱାଦଶାଂଶ ସଦସ୍ୟ - ରାଜ୍ୟର ଶିକ୍ଷା ଅନୁଷ୍ଠାନମାନଙ୍କରେ ଅନୁନ୍ୟ ୩ ବର୍ଷରୁ ଶିକ୍ଷକତା କରୁଥିବା ବ୍ୟକ୍ତି, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱ ବିଦ୍ୟାଳୟ ସ୍ତରରୁ କମ ହୋଇନଥିବେ ।

ଚଳନ୍ତି ବିଧାନ ପରିଷଦ[ସମ୍ପାଦନା]


ଭାରତର ପ୍ରସ୍ତାବିତ ବିଧାନ ପରିଷଦମାନ[ସମ୍ପାଦନା]

ବିଧାନ ପରିଷଦ ଗଠନ ରାଜନୈତିକ ବାଦବିବାଦ ରହିତ ବୋଲି ପ୍ରମାଣିତ ହୋଇଛି । କିଛି ସଂଖ୍ୟକ ରାଜ୍ୟ ଏହାକୁ ଗଠନ କରି ପୁଣି ଭାଙ୍ଗି ଦେଇଛନ୍ତି । ଏହାର ପୁନଃଗଠନ ପାଇଁ ସଂସଦର ସୁନିଶ୍ଚିତତା ଲୋଡ଼ା ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]