ହୋ ଜନଜାତି
ଓଡ଼ିଶାର ଜନଜାତି ସମ୍ବନ୍ଧୀୟ ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସମ୍ପାଦନା କରି ଏହାକୁ ଉନ୍ନତ କରିପାରିବେ । |
![]() ବାହାଘର ବେଳେ ଜଣେ ହୋ ଦମ୍ପତି | |
ସମୁଦାୟ ଜନସଂଖ୍ୟା | |
---|---|
୧,୦୦୦,୦୦୦+ | |
ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ | |
ଝାଡ଼ଖଣ୍ଡ | ୭୦୦,୦୦୦ |
ଓଡ଼ିଶା | ୨୦୦,୦୦୦ |
ଭାଷାସମୂହ | |
ବରାଙ୍ଗ ଚିଢି | |
ଧର୍ମ | |
ସରନାବାଦ | |
ସମ୍ବନ୍ଧିତ ସମ୍ପ୍ରଦାୟ | |
ମୁଣ୍ଡା • ସାନ୍ତାଳ • କୋହ୍ଲ |
ହୋ ଜନଜାତି ଭାରତର ଏକ ଅଷ୍ଟ୍ରୋଏସୀୟ ମୁଣ୍ଡା ଗୋଷ୍ଠୀ । ସେମାନେ ମୁଖ୍ୟତଃ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶାର କୋହ୍ଲଣ ଅଞ୍ଚଳରେ ମୁଖ୍ୟତଃ ବସବାସ କରନ୍ତି । ହୋ ଜନଜାତି ଉକ୍ତ ଅଞ୍ଚଳରେ ୨୦୧୧ ସୁଦ୍ଧା ମୋଟ ଅନୁସୂଚିତ ଜନଜାତି ଜନସଂଖ୍ୟାର ଯଥାକ୍ରମେ ପ୍ରାୟ ୧୦.୭% ଏବଂ ୭.୩% ।[୧] ୨୦୦୧ ମସିହାରେ ଝାଡ଼ଖଣ୍ଡର ହୋ ଜନସଂଖ୍ୟା ପ୍ରାୟ ୭୦୦,୦୦୦ ଥିଲା ଏବଂ ଏହା ସାନ୍ତାଳ, କୁରୁଖ ଓ ମୁଣ୍ଡାମାନଙ୍କ ପରେ ଝାଡ଼ଖଣ୍ଡର ଚତୁର୍ଥ ସର୍ବାଧିକ ସଂଖ୍ୟକ ଅନୁସୂଚିତ ଜନଜାତି ।[୨] ହୋ ଲୋକେ ପଡ଼ୋଶୀ ରାଜ୍ୟ ଓଡ଼ିଶା, ପଶ୍ଚିମ ବଙ୍ଗ ଓ ବିହାରର ଆଖପାଖ ଅଞ୍ଚଳରେ ବାସ କରନ୍ତି । ୨୦୦୧ ସୁଦ୍ଧା ସମୁଦାୟ ସଂଖ୍ୟା ୮୦୬,୯୨୧କୁ ବୃଦ୍ଧିପାଇଥିଲା ।[୧][୩][୪] ସେମାନେ ବଙ୍ଗଳାଦେଶ ଓ ନେପାଳରେ ମଧ୍ୟ ବାସକରନ୍ତି ।[୫]
ଏଥ୍ନୋଲୋଗ ଅନୁଯାୟୀ, ୨୦୦୧ ମସିହା ବେଳକୁ ହୋ ଭାଷାଭାଷୀ ଲୋକଙ୍କ ସଂଖ୍ୟା ୧,୦୪୦,୦୦୦ ଥିଲା ।[୬] ଏହି ଅଞ୍ଚଳର ଅନ୍ୟ ଅଷ୍ଟ୍ରୋଏସୀୟ ଗୋଷ୍ଠୀଙ୍କ ଭଳି ହୋ ଲୋକଙ୍କର ମଧ୍ୟ ହିନ୍ଦୀ ଏବଂ ଇଂରାଜୀ ଆଦିରେ ବହୁଭାଷିକତା ଥିବା ଜଣାଯାଏ ।[୭]
ହୋମାନଙ୍କ ମଧ୍ୟରୁ ୯୦%ରୁ ଅଧିକ ନିଜସ୍ୱ ଧର୍ମ ସରନାବାଦ ପାଳନ କରନ୍ତି । ହୋମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ବା ଅନ୍ୟ ଜମିରେ ଚାଷ ସହ ଜଡ଼ିତ ଥିବା ବେଳେ ଅନ୍ୟମାନେ ଖଣି କାମରେ ନିୟୋଜିତ । ଭାରତର ବାକି ସ୍ଥାନ ତୁଳନାରେ ହୋମାନଙ୍କର ସାକ୍ଷରତା ହାର ଏବଂ ବିଦ୍ୟାଳୟରେ ନାମଲେଖା ହାର ଊଣା । ଝାଡ଼ଖଣ୍ଡ ସରକାର ନିକଟରେ ପିଲାମାନଙ୍କ ନାମଲେଖା ଏବଂ ସାକ୍ଷରତା ବୃଦ୍ଧି ବଢ଼ାଇବା ପଦକ୍ଷେପ ଅନୁମୋଦନ କରିଛନ୍ତି ।[୮][୯][୧୦]
ଅବସ୍ଥିତି
[ସମ୍ପାଦନା]ହୋ ଜନ ଜାତିର ଆଦିବାସୀମାନେ ନଦୀ କୂଳରେ ଜଙ୍ଗଲରେ ନିଜ ଅଞ୍ଚଳର ଆଦିବାସୀମାନଙ୍କ ସାଙ୍ଗରେ ରହିବା ପାଇଁ ଭଲ ପାଆନ୍ତି । ସେମାନେ ନିଜ ପରିବାରର ଲୋକଙ୍କ ସାଙ୍ଗରେ ରହିଥାନ୍ତି ।
ଜାତି ଓ ଉପଜାତି
[ସମ୍ପାଦନା]ହୋ ଜନଜାତିରେ ବିଭିନ୍ନ ପ୍ରକାର ଉପଜାତି ଅଛି, ଯଥା: ପୂର୍ତ୍ତି, ଗାଗରାଇ, ହେମ୍ବ୍ରମ, ସିଂକୁ, ବାଙ୍କିରା, ବଦରା, ସାମାଡ଼, ଗୋଇପାଇ, ସଏ ଇତ୍ୟାଦି । ହୋ ଜନଜାତିର ଆଦିବାସୀମାନଙ୍କର ଅଲଗା ଗୋତ୍ର ମଧ୍ୟ ଥାଏ, ଯଥା ଭେଙ୍ଗରା, ହଂସା, ବାଲୁମ, କଣ୍ଡରୁ ଓ ବୋଦରା ଇତ୍ୟାଦି ।
ଜୀବନ ଶୈଳୀ
[ସମ୍ପାଦନା]ପାରିବାରିକ ଜୀବନ
[ସମ୍ପାଦନା]ଏମାନେ ମୁଖ୍ୟତଃ ନାଚ ଗୀତରେ ଜୀବନ ଅତିବାହିତ କରିବା ପସନ୍ଦ କରନ୍ତି । ସେମାନେ ନିଜ ପରିବାର ଅର୍ଥାତ ମା, ବାପା, ଭାଇ, ଭଉଣୀ, ଦାଦା, ଖୁଡ଼ୀଙ୍କ ସହ ମିଳିମିଶିରହିବା ଭଲ ପାଆନ୍ତି । ହୋ ଜନଜାତିର ନାରୀମାନେ ଘରେରହି ଘର ତଥା ଘର ଲୋକଙ୍କର ରକ୍ଷଣାବେକ୍ଷଣା କରନ୍ତି । ସେମାନେ ସଜାଇ ହୋଇରହିବାରେ ବହୁ ଆନନ୍ଦ ପାଆନ୍ତି । ଆଜିକାଲି ୨୦ ପ୍ରତିଶତ ହୋ ଜନଜାତିର ନାରୀମାନେ ପାଠାପଢାରେ ମଧ୍ୟ ଧ୍ୟାନ ଦେଲେଣି । ଏହି ଜନଜାତିର ଲୋକେ ପରିବାର ବର୍ଗଙ୍କ ସହରହିବା ପାଇଁ ଭଲ ପାଆନ୍ତି ।
ବିବାହ ଶୈଳୀ
[ସମ୍ପାଦନା]ହୋମାନଙ୍କର ପାଇଁ ବିବାହ ହେଉଛି ଜୀବନର ଏକା ମୁଖ୍ୟ ଭାଗ । ସେମାନଙ୍କର ବିବାହ କୌଣସି ପର୍ବପର୍ବାଣିଠାରୁ କମ ନୁହେଁ । ଏହି ସମୟରେ ପରିବାର ଉତ୍ସବ ମୁଖରିତ ହୋଇ ଉଠିଥାଏ । ବନ୍ଧୁମିଳନ ସାଙ୍ଗକୁ ଭୋଜିର ବ୍ୟବସ୍ଥା ହୋଇଥାଏ । ସେମାନଙ୍କର ବିବାହ ପ୍ରଥା ଅତି ସାଧାରଣ ଓ ଆଧୁନିକ ଓଡ଼ିଆ ସମାଜର ବିବାହ ପ୍ରଥାଠାରୁ ଅଲଗା । ହୋ'ମାନଙ୍କ ମତରେ ନିଜର ବଂଶରକ୍ଷା ତଥା ଆଦିବାସୀ ପ୍ରଥାରଖିବା ପାଇଁ ବିବାହ ପ୍ରଥା ବହୁ ଜରୁରୀ । ବିବାହ ପ୍ରଥା ହେଉଛି ଦୁଇ ଶରୀର ତଥା ଦୁଇ ଆତ୍ମାର ମିଳନ । ଏହା ଏକ ଗୁରୁ ଦାୟିତ୍ୱ ଆଗାମୀ ପିଢ଼ିକୁ ସମାଜକୁ ଆଣିବା ତଥା ତାଙ୍କର ଠିକ ଭାବେ ଲାଳନପାଳନ କରିବା । ହୋ ଜନଜାତିରେ ଭିନ୍ନ ଜାତିରେ ବିବାହ ପ୍ରଥା ପ୍ରଚଳିତ ହେଲେ ମଧ୍ୟ ଉପଜାତି-ଉପଜାତି ମଧ୍ୟରେ ବିବାହକୁ ଅପରାଧ ଭାବେ ବିବେଚନା କରାଯାଏ । ଯଦି କେହି ହୋ ଜନଜାତିର ପରିବାର ସମାନ ଗୋତ୍ରର ପରିବାର ଲୋକଙ୍କ ସାଙ୍ଗରେ ବିବାହ ପ୍ରସ୍ତାବ ଠିକ କରେ ତେବେ ସେମାନଙ୍କୁ ହୋ ଜାତିରୁ ବାସନ୍ଦ କରାଯାଏ କିମ୍ବା ଦଣ୍ଡ ହିସାବରେ ତାଙ୍କୁ ଜୋରିମାନା ଦେବାକୁ ପଡ଼ିଥାଏ । ଏହି ଜନଜାତିରେ ବିଭିନ୍ନ ପ୍ରକାରର ବିବାହ ପ୍ରଥା, ଯଥା: ତିପି ଆନ୍ଦି (ପ୍ରେମ ବିବାହ) ଏବଂ ଜିସୁକୁ ଆନ୍ଦି (ମଧ୍ୟସ୍ଥି ବିବାହ) ଆଦି ପ୍ରଚଳିତ ଅଛି । ତିପି ଆନ୍ଦିରେ ଯୁବକ ଯୁବତୀ ସାମୁହିକ ନାଚ ଗୀତ ବେଳେ କିମ୍ବା ହାଟ, ବଜାରରେ ପରସ୍ପରକୁ ଦେଖି ପସନ୍ଦ କରିଥାନ୍ତି । ପରେ ସେମାନେ ବିବାହ କରିଥାନ୍ତି । ଏହି ବିବାହରେ କେବେ କେବେ ସେମାନେ ଘର ଲୋକଙ୍କ ବିରୋଧର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି । ବେଳେ ବେଳେ ସେମାନଙ୍କୁ ସାମାଜିକ ବାସନ୍ଦ ମଧ୍ୟ କରାଯାଇଥାଏ । ଜିସୁକୁ ଆନ୍ଦି ଦୁଇ ପରିବାରର ବୁଝାମଣାରେ ହୋଇଥାଏ । ଏଥିରେ ରାଏବାର(ମଧ୍ୟସ୍ଥି)ଙ୍କର ଭୂମିକା ଗୁରୁତ୍ୱପୂର୍ଣ । ରାଏବାର ଦୁଇ ପକ୍ଷରେ ଥାଆନ୍ତି । ବରପକ୍ଷରୁ ପ୍ରଥମେ ମଧ୍ୟସ୍ଥିକୁ କନ୍ୟାପକ୍ଷର ମଧ୍ୟସ୍ଥିପାଖକୁ ପଠାଯାଏ । କନ୍ୟାପକ୍ଷର ମଧ୍ୟସ୍ଥି କନ୍ୟାଘରକୁ ଯାଇ ପ୍ରସ୍ତାବ ଦିଅନ୍ତି । କନ୍ୟାପକ୍ଷ ରାଜି ହେଲାପରେ କନ୍ୟାପକ୍ଷର ମଧ୍ୟସ୍ଥି ବରପକ୍ଷ ମଧ୍ୟସ୍ଥିକୁ ଖବର ପଠାଏ । ପରେ ନିର୍ଦ୍ଧାରିତ ତାରିଖରେ ବରପକ୍ଷ କନ୍ୟାଘରକୁ କନ୍ୟା ଦେଖିଯାଆନ୍ତି । ଉଭୟପକ୍ଷ ରାଜି ହେଲେ କନ୍ୟାପକ୍ଷରୁ ବରଘରକୁ ଯାଆନ୍ତି ।
ବିବାହ ପୂର୍ବ ପରମ୍ପରା
[ସମ୍ପାଦନା]ଉଭୟ ପକ୍ଷରାଜି ହେଲାପରେ ବିବାହ ତାରିଖ ସ୍ଥିର କରାଯାଏ । ଏହା ପରର ସମୟ ବର ଏବଂ କନ୍ୟା ପାଇଁ ଗୁରୁତ୍ତ୍ୱପୂର୍ଣ୍ନ ଅଟେ । ଏହି ସମୟ ମଧ୍ୟରେ ଗନଂ ସିଡ (ବିବାହ ପୁର୍ବର ବୁଝାମଣା) କରାଯାଏ । ଏଥିରେ ବର ପକ୍ଷରୁ କନ୍ୟାପକ୍ଷକୁ କଣ ଦିଅଯିବ ତାହା ଧାର୍ଯ୍ୟ କରାଯାଏ ।
ପୋଷାକ ପରିଧାନ ଓ ଅଳଙ୍କାର
[ସମ୍ପାଦନା]ପୋଷାକ ଅନ୍ୟ ଏକ ମୁଖ୍ୟ ଆକର୍ଷଣ ବିବାହ ପରିବେଶର ।
ନାଚ ଗୀତ
[ସମ୍ପାଦନା]ଏହି ଜନଜାତିର ବିବାହ ସମୟର ନାଚଗୀତ ହୋଇଥାଏ । ନାଗରା,ଦୁମେଂ,ବାନାମ୍ ଆଦି ନାନା ପ୍ରକାରର ବାଦ୍ୟ ଯନ୍ତ୍ରର ବ୍ୟବହାର କରାଯାଇଥାଏ । ପୁରୁଷମାନେ ବାଦ୍ୟ ବଜାଇଲା ବେଳେ ପୁରୁଷ, ମହିଳା, ଯୁବକ, ଯୁବତୀ ହାତ ଧରାଧରି ହୋଇ ହାଣ୍ଡିଆ ପିଇ ସାରା ରାତି ନାଚଗୀତରେ ମସଗୁଲ ହୋଇଥାନ୍ତି ।
କନ୍ୟା ବିଦାୟ
[ସମ୍ପାଦନା]![]() | ଏହି ବିଭାଗଟି ଫାଙ୍କା ଅଛି । ଆପଣ ଏଥିରେ ଅଧିକ ତଥ୍ୟ ଯୋଡ଼ି ଏହାକୁ ଉନ୍ନତ କରିପାରିବେ । |
ଖାଦ୍ୟ ପଦ୍ଧତି
[ସମ୍ପାଦନା]![]() | ଏହି ବିଭାଗଟି ଫାଙ୍କା ଅଛି । ଆପଣ ଏଥିରେ ଅଧିକ ତଥ୍ୟ ଯୋଡ଼ି ଏହାକୁ ଉନ୍ନତ କରିପାରିବେ । |
ବନ୍ଧୁ ମିଳନ
[ସମ୍ପାଦନା]![]() | ଏହି ବିଭାଗଟି ଫାଙ୍କା ଅଛି । ଆପଣ ଏଥିରେ ଅଧିକ ତଥ୍ୟ ଯୋଡ଼ି ଏହାକୁ ଉନ୍ନତ କରିପାରିବେ । |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Census of India Website : Office of the Registrar General & Census Commissioner, India".
- ↑ "Jharkhand: Data Highlights the Scheduled Tribes" (PDF). Census of India 2001. Census Commission of India. Retrieved 6 March 2008.
- ↑ "Scheduled Tribals" (PDF). tribal.nic.in. Retrieved 30 June 2019.
- ↑ "High hopes for Ho". The Times of India (in ଇଂରାଜୀ). 19 July 2011. Retrieved 23 April 2022.
- ↑ "Journeying together with Ho tribes in Odisha". 16 February 2015.
- ↑ "Ho: A Language of India". Ethnologue. SIL International. Retrieved 14 October 2017.
- ↑ Mohan, Shailendra (2013). "20" (PDF). In Hashnain, Imtiaz; Bagga-Gupta, Sangeeta; Mohan, Shailendra (eds.). Linguistic Identity and Language Preferences Among the Austro-Asiatic Language Speakers of Jharkhand. United Kingdom: Cambridge Scholars Publishing. pp. 286–303. ISBN 9781443847162. Retrieved 9 October 2017.[permanent dead link]
- ↑ "CM Raghubar das talks about 'New Jharkhand', Governor underlines several projects in Santhal Pargana region". 15 August 2017.
- ↑ "Jharkhand: Central e-library to have textbooks in tribal languages". 7 June 2016.
- ↑ "Jharkhand Government to Introduce KG Education in 25,000 Primary Schools".
ଅଧିକ ତଥ୍ୟ
[ସମ୍ପାଦନା]- Sinlung Sinlung - Indian tribes
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |