ଆଦିବାସୀ ମେଳା

ଉଇକିପିଡ଼ିଆ ରୁ
Jump to navigation Jump to search

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା ୬୨ ଶ୍ରେଣୀର ଆଦିବାସୀ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ଲକ୍ଷ୍ୟ ନେଇ ପ୍ରତିବର୍ଷ ଭୁବନେଶ୍ଵରଠାରେ ଆଦିବାସୀ ମେଳା ଆୟୋଜନ କରାଯାଇଥାଏ । ଓଡ଼ିଶା ସରକାରଙ୍କ "ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ" ପୃଷ୍ଟପୋଷକତାରେ ଏହି ମେଳା ଭୁବନେଶ୍ଵରର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଥାଏ । ଏହା ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହୋଇ ୨ ସପ୍ତାହ ଧରି ଚାଲିଥାଏ ।[୧]

ଗାଲେରୀ[ସମ୍ପାଦନା]

ଆଭିମୁଖ୍ୟ[ସମ୍ପାଦନା]

ଆଦିବାସୀ ମେଳାର ମୁଖ୍ୟ ଲକ୍ଷ୍ୟ ହେଲା - ଆଦିବାସୀମାନଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କଦ୍ଵାରା ଜଙ୍ଗଲରୁ ସଂଗୃହିତ ଦ୍ରବ୍ୟଗୁଡିକୁ ପ୍ରଦର୍ଶିତ କରାଇବା ଓ ସେସବୁର ବିକ୍ରି ନିମନ୍ତେ ଏକ ବଜାର ସୃଷ୍ଟି କରିବା । ଦ୍ଵିତୀୟତଃ ଏହି ଜନଜାତି ବର୍ଗଙ୍କର ସଂସ୍କୃତି, ନୃତ୍ୟ ସଙ୍ଗୀତ ଓ ଜୀବନଯାପନ ଶୈଳି ଆଦିକୁ ରାଜ୍ୟବାସୀଙ୍କ ସହ ପରିଚିତ କରାଇବା । ତୃତୀୟତଃ ଆଦିବାସୀମାନଙ୍କର କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କଦ୍ଵାରା କାର୍ଯ୍ୟକାରୀ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା । [୨]

ଇତିହାସ[ସମ୍ପାଦନା]

ଆଦିବାସୀ ମେଳା ୧୯୫୧ ମସିହା ଜାନୁଆରୀ ୨୬ରେ କଟକରେ ଆରମ୍ଭ କରାଯାଇଥିଲା ।[୩] ୧୯୫୪ ମସିହା ଜାନୁଆରୀ ୨୬ରୁ ଏହା ଭୁବନେଶ୍ଵରକୁ ସ୍ଥାନାନ୍ତରିତ ହୋଇଅଛି । ଅତୀତରେ ଏହି ମେଳା ୭ ଦିନ ଧରି ଆୟୋଜିତ ହେଉଥିଲାବେଳେ ୨୦୧୦ ମସିହାରୁ ଏହାର ଅବଧି ୧୫ ଦିନକୁ ବୃଦ୍ଧି କରାଯାଇଛି । [୪]

ଆଧାର[ସମ୍ପାଦନା]

  1. Northeast India. Lonely Planet. ୨୦୦୭. pp. ୨୪୩–. ISBN ୯୭୮-୧-୭୪୧୭୯-୦୯୫-୫. 
  2. Sarina Singh (୧୫ September ୨୦୧୦). Lonely Planet India. Lonely Planet. pp. ୬୪୬–. ISBN ୯୭୮-୧-୭୪୨୨୦-୩୪୭-୮. 
  3. http://www.telegraphindia.com/1120124/jsp/odisha/story_15043616.jsp#.VM8xYCwwDSg
  4. ପ୍ରମେୟ ୦୨/୦୨/୨୦୧୫ ପୃଷ୍ଠା ୧୬

ଅଧିକ ତଥ୍ୟ[ସମ୍ପାଦନା]