ସାନ୍ତାଳୀ ଲୋକସଂସ୍କୃତି

ଉଇକିପିଡ଼ିଆ ରୁ
Jump to navigation Jump to search

ସାନ୍ତାଳମାନେ ଭାରତର ତୃତୀୟ ବୃହତ ଆଦିବାସୀ । ସେମାନେ ମୁଖ୍ୟତଃ ବଙ୍ଗଳା, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆସାମରେ ବସ ବାସ କରନ୍ତି । ଅକ୍ଟୋବର ମାସରେ ସାନ୍ତାଳମାନେ ସହରାୟ ପର୍ବ ପାଳନ କରନ୍ତି । ଏହି ପର୍ବରେ ସାନ୍ତାଳମାନେ ଗାଈ ଗୋରୁମାନଙ୍କୁ ପୁଜା କାରନ୍ତି । ଏହି ପର୍ବ ବର୍ଷରେ ଥରେ ଆସେ । ସେହି ଦିନ ଗାଈ ଗୋରୁମାନଙ୍କୁ ପୁଜା କରାଯାଏ, କାରଣ ସେମାନେ ଶସ୍ୟ ଉତ୍ପାଦନରେ ସାହାଜ୍ୟ କରନ୍ତି । ଏହା ଦ୍ବାରା ଭଲ ଶଷ୍ୟ ଉତ୍ପାଦନ ହୁଏ ବୋଲି ସେମାନଙ୍କର ଧାରଣା ହୋଇଥାଏ ।

ଲୋକନୃତ୍ୟ[ସମ୍ପାଦନା]

ସାନ୍ତାଳୀ ସମାଜ ଏକ ପ୍ରାଚୀନ ସଭ୍ୟତା ଓ ଏକ ପରିପୁଷ୍ଟ ସଂସ୍କୃତି ଉପରେ ପର୍ଯ୍ୟବଶିତ । ଏହି ସମାଜରେ ବିଭିନ୍ନ ପ୍ରକାରର ନୃତ୍ୟ ଦେଖିବାକୁ ମିଲେ । ଯଥା- ଡାଣ୍ଟାନାଚ, ଦଁ ନାଚ, ଲାଗେଣେ ନାଚ, ବାହା ନାଚ, କାରାମ୍ ନାଚ, ସହରାୟ ନାଚ, ଡାହାର୍ ନାଚ, ସିଙ୍ଗରାୟ ନାଚ । ଉପରୋକ୍ତ ନାଚଗୁଡିକ ମଧ୍ୟରୁ ଭିନ୍ନ ଭିନ୍ନ ନାଚଗୁଡିକ ଭିନ୍ନ ଭିନ୍ନସମୟରେ ହୋଇଥାଏ । ଡାଣ୍ଟା ନାଚ ଓ ସହରାୟ ନାଚ ମୁଖ୍ୟତଃ କାଳିପୂଜା ସମୟରେ ଲୋକେ ନାଚିଥାନ୍ତି । ଦଁ ନାଚଟି ବାହାଘର ସମୟରେ ଲୋକେ ନାଚିଥାନ୍ତି । ବାହା ନାଚ ମୁଖ୍ୟତଃ ବାହାପର୍ବରେ ଲୋକେ ନାଚ କରନ୍ତି ।

ଲୋକ ସଂଗୀତ[ସମ୍ପାଦନା]

ସଂଗୀତ ଏକ ଜୀବନ ଧର୍ମୀ ଲଳୀତ କଳା । ଏହା କର୍ମ କୁଶଳ ମାନବକୁ ଚଳଚଂଚଳ ଓ ସାଧକକୁ ସିଦ୍ଧି ସାଧନ ପାଇଁ ପ୍ରଚୋଦିତ କରିଥାଏ । ଏଣୁ ସଂଗୀତ ସ‌ହିତ ମାନ‌ବ ଜୀବନର ନିତ୍ୟ ସଂପର୍କ ଦିବ୍ୟମାନ । ସାନ୍ତାଳୀ ଜନଜାତିର ଲୋକସଂଗୀତ ମଧ୍ୟରେ ରହିଛି ଲାଗ୍‌ଣେ ଗୀତ, ଦଁ ଗୀତ, ବାହା ଗୀତ, ସ‌ହରାୟ ଗୀତ, ଦାସାୟଁ ଗୀତ, ଡାହାର୍ ଗୀତ, ବାରିୟାତ୍ ଗୀତ ଇତ୍ୟାଦି ।

ସାନ୍ତାଳ ଆଦିବାସୀ ସମ୍ପ୍ରଦାୟର ସଙ୍ଗୀତକୁ ସାନ୍ତାଳୀ ସଙ୍ଗୀତ ବୋଲି କୁହାଯାଏ । ମୁଖ୍ୟତଃ ଏହା ସାନ୍ତାଳ ଆଦିବାସୀମାନଙ୍କର ସଂସ୍କୃତି, ପରଂମ୍ପରା, ଆବିର୍ଭାବ ଇତ୍ୟାଦି ବିଷୟକୁ ନେଇ ଆଧାରିତ । ଏହା ବ୍ୟତିତ ଲୋକମାନଙ୍କର ମନୋରଂଜନର ମାଧ୍ୟମ ମଧ୍ୟ ଅଟେ । ସାନ୍ତାଳ ଲୋକମାନେ ଗୀତ ଓ ନାଚକୁ ପସନ୍ଦ କରନ୍ତି । ଅନ୍ୟ ଜାତିର ଲୋକମାନଙ୍କ ପରି ଏମାନଙ୍କ ସଙ୍ଗୀତ ମଧ୍ୟ ଭାରତର ସଙ୍ଗୀତ ଜଗତର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିଛି । କିନ୍ତୁ ପରମ୍ପରା ଗତ ସଙ୍ଗୀତ ଗୁଡିକ ଏବେ ବି ମୁଖ୍ୟ ସ୍ରୋତକୁ ଆସିପାରି ନାହିଁ । ସାନ୍ତାଳ ସଙ୍ଗୀତ ହିନ୍ଦୁସ୍ଥାନୀ ସଙ୍ଗୀତ ଠାରୁ ଟିକେ ଅଲଗା । ଏହା ଉପରେ ବହୁତ ଲୋକ ଗବେସଣା କରୁଛନ୍ତି । ସାନ୍ତାଳମାନଙ୍କ ପରମ୍ପରା ଗତ ସଙ୍ଗୀତରେ ମୁଖ୍ୟ ତଃ ଦୁଇଟି ବାଦ୍ୟ ଯନ୍ତର ବେବହାର କରନ୍ତି, ସେଇଗୁଡିକ ହେଲା ଟାମାକ ଓ ତୁମ୍-ଦାଃ।

ସାନ୍ତାଳ ସଙ୍ଗୀତକୁ ବିଭିନ ବିଭାଗରେ ବିଭକ୍ତ କରାଜାଈଛି ।
ସେଇ ଗୁଡିକ ହେଲା:

  • ଦଂଗ୍
  • ଲାଗଣେ
  • କାରାମ
  • ଡାଣ୍ଟା, ଇତ୍ୟାଦି ।

ପରବ ପରବାଣି, ବାହାଘର, ନାଚ, ଗୀତ, ଯାତ୍ରାମାନଙ୍କରେ ଏହି ସଙ୍ଗୀତକୁ ପରିବେସଣ କରାଯାଏ ।

ଖାଦ୍ୟପେୟ[ସମ୍ପାଦନା]

ସାନ୍ତାଳୀ ସମାଜରେ ଅନେକ ପ୍ରକାର ଖାଦ୍ୟପେୟ ଆଗକାଳରରୁ ରହିଆସିଛି । ଏମାନେ ବ‌ହୁ ପୁରାତନ ଜଂଗଲ ଅଧୀବାସୀ ହୋଇଥିବାରୁ ମୁଖ୍ୟତଃ ଜଂଗଲ ଜାତଶାଗ-କିଦୁ, ସିଂ, ବୁରୁକାରୁୟଲା, ମୁଜ;ଜଂଗଲ ଜାତଫଳ-ତିରିଲ, ତାରବଃ, ମେରଲେଜ‌, କୁଳିଦ ରାମା, ସୁରାମାଠା, ମେରାଲ, ବୁରୁପାକାଓଲେ, ଇତ୍ୟାଦି । ଲୋକେ ନିଜ ବାଡିରେ କରୁଥିବା ପନିପରିବାଗୁଡିକ ମଧ୍ୟରେ ସାରୁ ଶାଗ, ସଜନା ଶାଗ, ମାଟି ଶାଗ, ସୁନୁସୁନିଆଁ ଶାଗ, ଇତ୍ୟାଦି । କନ୍ଦମୂଳ ମଧ୍ୟରେ ସକରକେନ୍ଦା ଆଳୁ, ପିତା ଆଳୁ, ସାଁ ଆଳୁ,

ପର୍ବ ପର୍ବାଣୀ[ସମ୍ପାଦନା]

ସାନ୍ତାଳମାନଙ୍କର କୌଣସି ମନ୍ଦିର ନାହିଁ କିମ୍ବା ସେମାନେ କୌଣସି ମୁ୍ର୍ତ୍ତି-ପୂଜା କରନ୍ତି ନାହିଁ । ସେମାନେ ମାନୁଥିବା ଠାକୁର ଓ ଠାକୁରାଣୀମାନେ ହେଲେ ମାରାଙ୍ଗବୁରୁ, ଜାହେର ଆୟ,ଜାହେର ଏରା , ମଣେକ ତୁରୁୟକ ଇତ୍ଯାଦି। ସାନ୍ତାଳମାନେ କାଳ ସିଂ, ଲାକ୍ ଚେରା ଓ ବୁଦାରଙ୍ଗ ଭଳି କେତେକ ଭୁତ ପ୍ରେତମାନଙ୍କୁ ମଧ୍ଯ ମାନନ୍ତି । ସେମାନଙ୍କର ଗାଁ ଜାହେରରେ ପୂଜା ପାଠ କରୁଥିବା ବ୍ୟକ୍ତିଙ୍କୁ ନାୟକେ ବୋଲି କୁହ ନ୍ତି । ସେମାନେ ଠାକୁରଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଶୁ ବଳିକୁ ଏକ ସାଧାରଣ ପରମ୍ପରା ଭାବରେ ମାନି ଥାଆନ୍ତି ।

କରମ ପର୍ବ[ସମ୍ପାଦନା]

ସାନ୍ତାଳମାନଙ୍କର ମୁଖ୍ୟ ପର୍ବ ହେଉଛି କାରମ ପର୍ବ । ଏହି ପର୍ବଟି ବର୍ଷର ନବମ କିମ୍ବା ଦଶମ ମାସରେ ପଡେ । ଏହି ପର୍ବରେ ସାନ୍ତାଳମାନେ ଠାକୁରଙ୍କୁ ପଶୁବଳି ଓ ବିଭିନ ପୂଜା ଦ୍ୟାରା ସନ୍ତୁଷ୍ଟ କରାଇ ନିଜର ଧନସମ୍ପତି ବଢେଇବା ପାଇଁ ପ୍ରାର୍ଥନା କରନ୍ତି ।

ସହ୍ ରାୟ ପର୍ବ[ସମ୍ପାଦନା]

ସାନ୍ତାଳମାନଙ୍କର ଯେତେ ସବୁ ପର୍ବ ଅଛି ସେ ଗୁଡିକ ମଧ୍ୟରୁ ସହରାୟ ପର୍ବ ସବୁଠାରୁ ବଡ ପର୍ବ । ସେମାନେ ଏହି ପର୍ବଟିକୁ ଶସ୍ୟ ଅମଳ ହେବା ସମୟରେ ପାଳନ୍ତି । ସବୁ ପ୍ରଜାତିର ଆଦିବାସୀମାନେ ଏହି ପର୍ବ ଟିକୁ ପାଳନ କରିଥାଆନ୍ତି କିନ୍ତୁ ସାନ୍ତାଳମାନେ ଏହି ପର୍ବ ଟିକୁ ସାମାନ୍ୟ ଅଲଗା ଭାବରେ ପାଳନ କରନ୍ତି । ସେମାନେ ଏହି ପର୍ବରେ ତାଙ୍କର ଗୋରୁ ଗାଈମାନଙ୍କୁ ପୂଜା କରନ୍ତି କାରଣ ଗୋରୁ ଗାଈମାନେ ସେମାନଙ୍କର ଶଷ୍ୟ ଅମଳର ମୂଖ୍ୟ କାରଣ ବୋଲି ସେମାନଙ୍କର ଧାରଣା ।[୧]

ବେଶ ପୋଷାକ[ସମ୍ପାଦନା]

ସାନ୍ତାଳମାନେ ସେମାନଙ୍କ ସ୍ୱତନ୍ତ୍ର ପୋଷାକ, ପାରିଚ୍ଛେଦ ଯୋଗୁଁ ଅନ୍ୟମାନଙ୍କଠାରୁ ନିଆରା ବାରି ହୋଇପଡନ୍ତି । ପୁରୁଷମାନେ ସାଧା ଧୋତି ପିନ୍ଧୁଥିବା ବେଳେ ମହିଳାମାନେ ସାଧାରଣତଃ ସବୁଜ ଓ ନୀଳ ରଙ୍ଗର ଛକ ଛକ(Check print) ପଡ଼ିଥିବା ଶାଢୀ ପିନ୍ଧିଥାନ୍ତି ।

ବିବାହ ପ୍ରଥା[ସମ୍ପାଦନା]

ସାନ୍ତାଳୀମାନଙ୍କର ସାଧାରଣ ୨ପ୍ରକାରର ହୁଏ । ସେଗୁଦଡିକ ହେଲା:ଦୁଆର୍ ବାପ୍‌ଲାଃ, ସିରିବାରି ଏବଂ ହାଲାମ୍ ବାରିଏତଃ । ଏହି ବାହାଘରରେ ପ୍ରଥମେ ପୁଅଘରୁ ଝିଅ ଦେଖିବାକୁ ଯାଆନ୍ତି । ଯଦି ପୁଅଘରର ପସନ୍ଦ ଆସିଲା ତା'ପରେ ଝିଅଘରୁ ପୁଅ ଦେଖିବାକୁ ଆସନ୍ତି ।

ଆଧାର[ସମ୍ପାଦନା]

  1. http://www.indiantribalheritage.org/?p=16684