ମାଣିକେଶ୍ୱରୀ

ଉଇକିପିଡ଼ିଆ‌ରୁ
(ମାଣିକେଶ୍ୱରୀ ମନ୍ଦିରରୁ ଲେଉଟି ଆସିଛି)
ମାଣିକେଶ୍ୱରୀ ମନ୍ଦିର
ଭାବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ମୁଖ୍ୟଦ୍ୱାର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଭବାନିପାଟଣା
Location
ସ୍ଥାନଭବାନିପାଟଣା
Country ଭାରତ

ମାଣିକେଶ୍ୱରୀ ଜଣେ ହିନ୍ଦୁ ଦେବୀ । ସେ କଳାହାଣ୍ଡିର ନାଗବଂଶୀ ରାଜାମାନଙ୍କ ଇଷ୍ଟଦେବୀ । ସେ ଭବାନୀପାଟଣାସ୍ଥିତ ରାଜଉଆସ ପରିସର ମଧ୍ୟରେ ପୂଜା ପାଉଛନ୍ତି ।[୧] ଏହି ରାଜ ବଂଶର ରାଜା ଉଦିତପ୍ରତାପ ଦେଓ ତାଙ୍କ ରାଜତ୍ୱର (ଖ୍ରୀଷ୍ଟାବ୍ଦ ୧୮୫୪-୧୮୮୧) ଅନ୍ତିମ ପାଦରେ ବର୍ତ୍ତମାନର ମାଣିକେଶ୍ୱରୀ ମନ୍ଦିରର ଭିତ୍ତି ସ୍ଥାପନ କରିଥିଲେ ଓ ତାଙ୍କ ନାତି ରାଜା ବ୍ରଜମୋହନ ଦେଓଙ୍କ ରାଜତ୍ୱ (ଖ୍ରୀଷ୍ଟାବ୍ଦ ୧୯୧୬-୧୯୩୯) ସମୟରେ ଏହି ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା । ମନ୍ଦିରର ପଶ୍ଚାତ ଦେଶର ତିନି ଦିଗରେ ଥିବା ତିନିଟି କ୍ଷୁଦ୍ର ରେଖା ‘ଦଶ ମହାବିଦ୍ୟା ଦେବୀ’, ବୈଷ୍ଣବୀ, ବରାହୀ ଓ ନରସିଂହଙ୍କ ପ୍ରତିମୂର୍ତ୍ତି ପୂଜା ପାଉଛି । ମହାକାଳ ଭୈରବ ବୁଢ଼ାରାଜା ନାମରେ ପୂଜିତ ହେଉଛନ୍ତି । ବୁଢ଼ାରାଜା ମନ୍ଦିରର ଦ୍ୱାର ବର୍ଷସାରା ବନ୍ଦ ରହୁଥିବା ବେଳେ, ଏହା କେବଳ ଦଶହରା ସମୟରେ ମହାସପ୍ତମୀ ଅର୍ଦ୍ଧରାତ୍ରୀରେ ମନ୍ଦିର ଖୋଲାଯାଇଥାଏ ଓ ପୁଣି ବିଜୟା ଦଶମୀ ଦିନ ବନ୍ଦ କରିଦିଆଯାଏ ।[୨] ମାଣୀକେଶ୍ୱରୀ ମନ୍ଦିରର ଗର୍ଭଗୃହରେ ସ୍ଥାପିତ ମାଣିକେଶ୍ୱରୀଙ୍କ ମୁର୍ତ୍ତି ଏକ ସ୍ତମ୍ବାକାର ଶରୀର ଉପରେ ମସ୍ତକ ସ୍ଥାପନ କରାଯାଇଥିବା ପରି ପ୍ରତୀୟମାନ ହୁଏ । ମାଣିକେଶ୍ୱରୀଙ୍କ କୌଣସି ପ୍ରତିମା ନଥାଇ ବସ୍ତ୍ରର ଆବରଣ ତଳେ ଏକ ସ୍ତମ୍ବ ରହିବା ତାତ୍ପର୍ଯ୍ୟପୂର୍ଣ୍ଣ । ପ୍ରତିବର୍ଷ ମୂଳାଷ୍ଟମୀ ରାତ୍ରିରେ ଦେବୀଙ୍କ ପୁରାତନ ମସ୍ତକକୁ ବିସର୍ଜିତ କରାଯାଇ ରତ୍ନଅଳଙ୍କାର ଖଚିତ ନୂତନ ମୃଣ୍ମୟ ମସ୍ତକ ସ୍ଥାପନ କରାଯାଏ ।

ଛତର ଯାତ୍ରା[ସମ୍ପାଦନା]

ଛତର ଯାତ୍ରା ମୁଖ୍ୟତଃ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା, ଥୁଆମୂଳ ରାମ‌ପୁର ଓ ଯୁଗସାଇପାଟଣାର ପ୍ରସିଦ୍ଧ ମାଣିକେଶ୍ୱରୀ ମନ୍ଦିରରେ ପାଳନ କରାଯାଏ । ମାଆ ମାଣିକେଶ୍ୱରୀ ମହାଷ୍ଟମୀର ମଧ୍ୟରାତ୍ରରେ ଗର୍ଭଗୃହରୁ ବାହାରକୁ ଆସନ୍ତି ଏବଂ ପାଖାପାଖି ୩କିମି ଦୂର ଜେନଖଳକୁ ଯାଆନ୍ତି । ମହାଷ୍ଟମୀର ସକାଳେ ନ‌ଗର ପରିଭ୍ରମଣରୁ ଏହି ଯାତ୍ରା ଆରମ୍ଭ ହୁଏ । ଏକ ବାଉଁଶକୁ କଳା କପଡ଼ାରେ ଗୁଡ଼ାଯାଇ ମାଆ ମାଣୀକେଶ୍ୱରୀଙ୍କର ପ୍ରତିନିଧିତ୍ୱ କରାଯାଏ । ଚାନ୍ଦିର ଏକ ପାତ୍ର ଯାହା ଉପରେ ଦଶମହାବିଦ୍ୟା ଯନ୍ତ୍ର ଖୋଦିତ ହୋଇଥାଏ ଯାହାକି ହିନ୍ଦୁମାନଙ୍କର ତାନ୍ତ୍ରିକ ରୂପ ଦେଖାଏ । ଏଦି ଚାନ୍ଦିର ପାତ୍ରଟି କଳା କପଡ଼ା ଗୁଡ଼ାଯାଇଥିବା ବାଉଁଶର ଉର୍ଦ୍ଧ୍ୱରେ ଲଗାଯାଇଥାଏ । ଏହି ଯାତ୍ରା ସମୟରେ ମାଆ ମାଣୀକେଶ୍ୱରୀଙ୍କୁ ଖୁସି କରିବା ପାଇଁ କଳାହାଣ୍ଡି ଜିଲ୍ଲାର ପାରମ୍ପରିକ ଆଦିବାସୀ ନୃତ୍ୟ ଘୁମୁରା ପ୍ରଦର୍ଶନ କରାଯାଇଥାଏ ।

ଆଧାର[ସମ୍ପାଦନା]

  1. "Tourist Places In Kalahandi". Retrieved 8 July 2016.
  2. Kar, Uma Shankar (2012). "A different celebration in Kalahandi". newindianexpress.com. Retrieved 25 September 2012. The temple of Budharaja (Mahakala Bhairaba) on the campus of Manikeswari temple opens only on 'Mahasaptami' night after remaining closed for a year. It is again closed on 'Bijaya Dasami'.[permanent dead link]

ଅଧିକ ତଥ୍ୟ[ସମ୍ପାଦନା]