ଛତର ଯାତ୍ରା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଛତର ଯାତ୍ରା
Chhatra Yatra of Manikeswari.JPG
ଆରମ୍ଭ ମହାଷ୍ଟମୀ, ଦୁର୍ଗାପୂଜା

ଛତର ଯାତ୍ରା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପାରମ୍ପରିକ ପର୍ବ ।[୧] ଏହି ପର୍ବଟି କଳାହାଣ୍ଡି ରାଜପରିବାର ସ‌ହ ଜଡ଼ିତ ମାଆ ମାଣିକେଶ୍ୱରୀଙ୍କର ଏକ ମୁଖ୍ୟ ପର୍ବ ।[୨]

ମୁଖ୍ୟ ବିଷୟ[ସମ୍ପାଦନା]

ମାଆ ମାଣୀକେଶ୍ୱରୀ କଳାହାଣ୍ଡି ଜିଲ୍ଲାର ପ୍ରମୁଖ ଦେବୀ ଅଟନ୍ତି । ଦେବୀଙ୍କର ମନ୍ଦିର କଳାହାଣ୍ଡି ଜିଲ୍ଲାର ପୂର୍ବ ଶାସକଙ୍କ ରାଜଉଆସର ସୀମାକୁ ଲାଗିକି ରହିଛି । ଏଥିପାଇଁ କି ରାଜାମାନେ ଦେବୀଙ୍କର ମୁଖ୍ୟ ପର୍ବ ଛତ୍ରଯାତ୍ରା(ଯାହକି ଏବେ ବଦଳିକି ଛତର ଯାତ୍ରା ରୂପେ ପାଳନ କରାଯାଉଛି)କୁ ଅତି ପାଖରୁ ଦେଖିପାରିବେ ଏବଂ ସୁଚାରୁରୂପେ ତୁଲାଇପାରିବେ ।

ବିଜୟ ଉତ୍ସବକୁ ଖୁସି ଓ ଆନନ୍ଦର ସ‌ହ ପାଳିବା ପାଇଁ ଛତର ଯାତ୍ରାର ପାଳନ କରାଯାଏ । ଏହି ଉତ୍ସବଟି ଦୁର୍ଗାପୂଜାର ମହାଷ୍ଟମୀ ଦିନ ପାଳନ କରାଯାଏ ।

ପାଳନ[ସମ୍ପାଦନା]

ଛତର ଯାତ୍ରା ମୁଖ୍ୟତଃ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା, ଥୁଆମୂଳ ରାମ‌ପୁର ଓ ଯୁଗସାଇପାଟଣାର ପ୍ରସିଦ୍ଧ ମାଣିକେଶ୍ଵରୀ ମନ୍ଦିରରେ ପାଳନ କରାଯାଏ ।

ମାଆ ମାଣିକେଶ୍ଵରୀ ମହାଷ୍ଟମୀର ମଧ୍ୟରାତ୍ରରେ ଗର୍ଭଗୃହରୁ ବାହାରକୁ ଆସନ୍ତି ଏବଂ ପାଖାପାଖି ୩କିମି ଦୂର ଜେନଖଳକୁ ଯାଆନ୍ତି । ମହାଷ୍ଟମୀର ସକାଳେ ନ‌ଗର ପରିଭ୍ରମଣରୁ ଏହି ଯାତ୍ରା ଆରମ୍ଭ ହୁଏ । ଏକ ବାଉଁଶକୁ କଳା କପଡ଼ାରେ ଗୁଡ଼ାଯାଇ ମାଆ ମାଣୀକେଶ୍ୱରୀଙ୍କର ପ୍ରତିନିଧିତ୍ୱ କରାଯାଏ । ଚାନ୍ଦିର ଏକ ପାତ୍ର ଯାହା ଉପରେ ଦଶମହାବିଦ୍ୟା ଯନ୍ତ୍ର ଖୋଦିତ ହୋଇଥାଏ ଯାହାକି ହିନ୍ଦୁମାନଙ୍କର ତାନ୍ତ୍ରିକ ରୂପ ଦେଖାଏ । ଏଦି ଚାନ୍ଦିର ପାତ୍ରଟି କଳା କପଡ଼ା ଗୁଡ଼ାଯାଇଥିବା ବାଉଁଶର ଉର୍ଦ୍ଧ୍ୱରେ ଲଗାଯାଇଥାଏ । ମାଆ ମାଣୀକେଶ୍ୱରୀଙ୍କୁ ଖୁସି କରିବା ପାଇଁ କଳାହାଣ୍ଡି ଜିଲ୍ଲାର ପାରମ୍ପରିକ ଆଦିବାସୀ ନୃତ୍ୟ ଘୁମୁରା ପ୍ରଦର୍ଶନ କରାଯାଇଥାଏ ।[୩] ଏହି ପର୍ବକୁ ଦେଖିବା ପାଇଁ ଅସଂଖ୍ୟ ଲୋକଙ୍କର ଭିଡ଼ ଜମିଥାଏ ।

ଏହି ପର୍ବରେ ଅସଂଖ୍ୟ ପଶୁମାନଙ୍କର ବଳି ପଡ଼ିଥାଏ । ଏବେ ସରକାରୀ ଏହି ପଶୁବଳି ଉପରେ କଟକଣା ଲଗାଇଥିଲେ ମଧ୍ୟ ଭକ୍ତମାନେ ନିୟମର ପାଳନ କରିବା ପାଇଁ ପାଖାପାଖି ୫୦,୦୦୦ ପଶୁଙ୍କର ବଳି ଦେଉଛନ୍ତି ।[୪]

ଆଧାର[ସମ୍ପାଦନା]