ଭୁବନେଶ୍ୱର (ଏକାମ୍ର) (ବିଧାନସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
ଏକାମ୍ର-ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ | |
---|---|
ବିଧାୟକ : | ବାବୁ ସିଂ (ଭାଜପା) (୨୦୨୪) |
ଆରକ୍ଷଣ: | ସାଧାରଣ |
ଭୋଟର ସଂଖ୍ୟା (୨୦୨୪): | ୨,୬୦,୧୯୦ |
ଜିଲ୍ଲା: | ଖୋର୍ଦ୍ଧା |
ଲୋକସଭା ଆସନ: | ଭୁବନେଶ୍ୱର |
ଗ୍ରାମ ପଞ୍ଚାୟତ: | ୫ |
ୱାର୍ଡ: | ୧୮ ଭୁବନେଶ୍ୱର ଗ୍ରା.ପ. (ଆଂଶିକ) |
ଭୁବନେଶ୍ୱର (ଏକାମ୍ର), (କ୍ରମାଙ୍କ: ୧୧୪) ଖୋର୍ଦ୍ଧା ଜିଲ୍ଲା, ଓଡ଼ିଶାର ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଟେ ।[୧]
ଗତ ୨୦୨୪ ନିର୍ବାଚନରେ (ଭାଜପା) ପ୍ରାର୍ଥୀ ବାବୁ ସିଂ, ବିଜୁ ଜନତା ଦଳ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଠାରୁ ୫,୦୨୩ ଖଣ୍ଡ ଭୋଟ ଅଧିକ ପାଇ ନିର୍ବାଚିତ ହୋଇଛନ୍ତି।
ଏହି ନିର୍ବାଚନ ମଣ୍ଡଳୀ ପାଞ୍ଚଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ । ସେଗୁଡ଼ିକ ହେଲା:
- ବାସୁଆଘାଇ
- ଇତିପୁର
- ଟିକରପଡ଼ା
- ଧଉଳି ଏବଂ
- ଶିଶୁପାଳ
ଏହା ଭୁବନେଶ୍ୱର ପଞ୍ଚାୟତର ୱାର୍ଡ଼ ୧୨, ୧୪, ୧୫, ୩୦ରୁ ୩୪ ଏବଂ ୩୮ରୁ ୪୭କୁ ନେଇ ଗଠିତ ।[୨][୩]
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୨୦୦୯ ମସିହାରୁ ୨୦୨୪ ସୁଦ୍ଧା ୪ଟି ନିର୍ବାଚନ ହୋଇଥିଲା । ନିର୍ବାଚିତ ବିଧାୟକଗଣ ହେଲେ: [୪]
- ୨୦୨୪: ବାବୁ ସିଂହ (ଭାଜପା)
- ୨୦୧୯: ଅଶୋକ ଚନ୍ଦ୍ର ପଣ୍ଡା (ବିଜେଡି)
- ୨୦୧୪: ଅଶୋକ ଚନ୍ଦ୍ର ପଣ୍ଡା (ବିଜେଡି)
- ୨୦୦୯: (୧୧୪): ଅଶୋକ ଚନ୍ଦ୍ର ପଣ୍ଡା (ବିଜେଡି)
ଆହୁରି ଦେଖନ୍ତୁ
[ସମ୍ପାଦନା]ଟିପ୍ପଣୀ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Orissa Assembly Election 2009". empoweringindia.org. Retrieved 25 April 2014.
Constituency: Ekamra-Bhubaneswar (114) District: Khordha
[dead link] - ↑ Assembly Constituencies and their Extent
- ↑ Seats of Odisha
- ↑ "Ekamra-Bhubaneswar Assembly Constituency, Orissa". Compare Infobase Limited. Retrieved 24 April 2014.