ବରଗଛ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବରଗଛ
Banyan botanical c1800-1830.jpg
Illustration of Ficus benghalensis
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Rosales
କୁଳ: Moraceae
ପ୍ରଜାତି: Ficus
ଉପପ୍ରଜାତି: Urostigma
ପ୍ରଜାତି

Many species, including:

ଭାରତ ଭାରତର ଜାତୀୟ ସଙ୍କେତ[୧][୨]
ପତକା ତ୍ରିରଙ୍ଗା
ଚିହ୍ନ ସାରନାଥ ସିଂହ
ସଙ୍ଗୀତ ଜନ ଗଣ ମନ
ଗୀତ ବନ୍ଦେ ମାତରମ
ପଶୁ ବାଘ
ପକ୍ଷୀ ମୟୂର
ଜଳଚର ଜୀବ ଡଲଫିନ
ଫୁଲ ପଦ୍ମ
ବୃକ୍ଷ ବର
ଫଳ ଆମ୍ବ
ଖେଳ ହକି
କ୍ୟାଲେଣ୍ଡର ଶକ
ନଦୀ ଗଙ୍ଗା

ବରଗଛ ହେଉଛି ଭାରତର ଜାତୀୟ ବୃକ୍ଷ।[୩] ଏହାକୁ ବଟବୃକ୍ଷ ବୋଲି କୁହାଯାଏ। ଏହା ଫଳ ଖାଉଥିବା ପଶୁ ପକ୍ଷୀଙ୍କ ଦ୍ଵାରା ବଂଶ ବିସ୍ତାର କରିଥାଏ । ବଡ଼ ହେଲା ପରେ ଏହାର ଡ଼ାଳରୁ ଓହଳ ବାହାରି ମାଟିରେ ଲାଗିଯାଏ, ଯାହାକୁ ଦେଖି ଚେରର ଭ୍ରମ ସୃଷ୍ଟି ହୁଏ । ଆଗକାଳରେ ପ୍ରତିଟି ଗାଁ ମୁଣ୍ଡରେ ନିଶ୍ଚୟ ଗୋଟିଏ ବରଗଛ ରହୁଥିଲା । ରଜ ପର୍ବରେ ପିଲାଏ ଏଥିରେ ଦୋଳି ଖେଳନ୍ତି । ଗାଁର ଲୋକେ ପୁଣ୍ୟ ହେବ ଭାବି ବରଗଛ ଓ ଓସ୍ତଗଛର ବାହାଘର କରିଥାନ୍ତି ।

ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ବର, ବଟ
ସଂସ୍କୃତ ନ୍ୟଗ୍ରୋଥ, ବୃକ୍ଷନାଥ, ବୈଶ୍ରବଣଳୟ, ବହୁପାଦ, ଭାଣ୍ଡୀର, ଯକ୍ଷତରୁ, ସ୍କନ୍ଧରୁହ, ଯକ୍ଷାବାସ, ମହଚ୍ଛାୟା, ଅବରୋହୀ, ଶିପୀରହ, ଧ୍ରୁବ, ଯମପ୍ରିୟ, ରକ୍ତଫଳ, ବୃହତପାଦ ଓ ମହାଦ୍ରୁମ
ତେଲୁଗୁ ମରିଚେଟ୍ଟୁ
ବଙ୍ଗଳା ବଟ୍ଗାଛ୍,ବଡ଼ଗଛ
ହିନ୍ଦୀ ବରଗଦ, ବର ଓ ବଡ

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

ଏହା କଷାୟରସ, ଶୀତବୀର୍ଯ୍ୟ, ଧାରକ, ଗୁରୁପାକ, ରସାୟନ କାନ୍ତିପ୍ରଦ, ସ୍ତମ୍ଭନ କାରକ, ମେହ, ପ୍ରମେହ, ଉପଦଂଶ, ବୀର୍ଯ୍ୟଦୋଷ, ଧାତୁଦୋଷ, ପିତ୍ତ, କଫ, ଦାହ, ପ୍ରଦର, ଯୋନିରୋଗ, ବ୍ରଣ, କ୍ଷତ, ଘା, କାଖଗୁଲି, ଅତିସାର ଆଦି ରୋଗର ନିବାରକ ଅଟେ ।

ବ୍ୟବହାର[ସମ୍ପାଦନା]

ପ୍ରମେହ ଓ ସ୍ଵପ୍ନଦୋଷର ଏକ ପ୍ରମୁଖ ଔଷଧରୂପେ ଏହାର କ୍ଷୀରକୁ ବ୍ୟବହାର କରାଯାଏ । ଏହାର ଓହଳରେ ଦାନ୍ତ ଘସିଲେ ମୁଖକାନ୍ତି ବଢେ ବୋଲି କୁହାଯାଏ । ଏହାର ଫଳକୁ ଔଷଧିରୂପେ ବ୍ୟବହାର କରାଯାଏ ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥୀ
  • ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା. ଲକ୍ଷ୍ମଣ ମିଶ୍ର