ବରଗଛ
Appearance
ବରଗଛ | |
---|---|
Illustration of Ficus benghalensis | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Rosales |
କୁଳ: | Moraceae |
ପ୍ରଜାତି: | Ficus |
ଉପପ୍ରଜାତି: | Urostigma |
ପ୍ରଜାତି | |
Many species, including: |
ଭାରତର ଜାତୀୟ ସଙ୍କେତ[୧][୨] | ||
---|---|---|
ପତକା | ତ୍ରିରଙ୍ଗା | |
ଚିହ୍ନ | ସାରନାଥ ସିଂହ | |
ସଙ୍ଗୀତ | ଜନ ଗଣ ମନ | |
ଗୀତ | ବନ୍ଦେ ମାତରମ | |
ପଶୁ | ବାଘ | |
ପକ୍ଷୀ | ମୟୂର | |
ଜଳଚର ଜୀବ | ଡଲଫିନ | |
ଫୁଲ | ପଦ୍ମ | |
ବୃକ୍ଷ | ବର | |
ଫଳ | ଆମ୍ବ | |
ଖେଳ | ହକି | |
କ୍ୟାଲେଣ୍ଡର | ଶକ | |
ନଦୀ | ଗଙ୍ଗା |
ବରଗଛ ହେଉଛି ଭାରତର ଜାତୀୟ ବୃକ୍ଷ।[୩] ଏହାକୁ ବଟବୃକ୍ଷ ବୋଲି କୁହାଯାଏ। ଏହା ଫଳ ଖାଉଥିବା ପଶୁ ପକ୍ଷୀଙ୍କଦ୍ୱାରା ବଂଶ ବିସ୍ତାର କରିଥାଏ । ବଡ଼ ହେଲା ପରେ ଏହାର ଡ଼ାଳରୁ ଓହଳ ବାହାରି ମାଟିରେ ଲାଗିଯାଏ, ଯାହାକୁ ଦେଖି ଚେରର ଭ୍ରମ ସୃଷ୍ଟି ହୁଏ । ଆଗକାଳରେ ପ୍ରତିଟି ଗାଁ ମୁଣ୍ଡରେ ନିଶ୍ଚୟ ଗୋଟିଏ ବରଗଛ ରହୁଥିଲା । ରଜ ପର୍ବରେ ପିଲାଏ ଏଥିରେ ଦୋଳି ଖେଳନ୍ତି । ଗାଁର ଲୋକେ ପୁଣ୍ୟ ହେବ ଭାବି ବରଗଛ ଓ ଓସ୍ତଗଛର ବାହାଘର କରିଥାନ୍ତି ।
ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ
[ସମ୍ପାଦନା]ପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | ବର, ବଟ |
ସଂସ୍କୃତ | ନ୍ୟଗ୍ରୋଥ, ବୃକ୍ଷନାଥ, ବୈଶ୍ରବଣଳୟ, ବହୁପାଦ, ଭାଣ୍ଡୀର, ଯକ୍ଷତରୁ, ସ୍କନ୍ଧରୁହ, ଯକ୍ଷାବାସ, ମହଚ୍ଛାୟା, ଅବରୋହୀ, ଶିପୀରହ, ଧ୍ରୁବ, ଯମପ୍ରିୟ, ରକ୍ତଫଳ, ବୃହତପାଦ ଓ ମହାଦ୍ରୁମ |
ତେଲୁଗୁ | ମରିଚେଟ୍ଟୁ |
ବଙ୍ଗଳା | ବଟ୍ଗାଛ୍,ବଡ଼ଗଛ |
ହିନ୍ଦୀ | ବରଗଦ, ବର ଓ ବଡ଼ |
ଶାସ୍ତ୍ରୋକ୍ତ ଗୁଣ
[ସମ୍ପାଦନା]ଏହା କଷାୟରସ, ଶୀତବୀର୍ଯ୍ୟ, ଧାରକ, ଗୁରୁପାକ, ରସାୟନ କାନ୍ତିପ୍ରଦ, ସ୍ତମ୍ଭନ କାରକ, ମେହ, ପ୍ରମେହ, ଉପଦଂଶ, ବୀର୍ଯ୍ୟଦୋଷ, ଧାତୁଦୋଷ, ପିତ୍ତ, କଫ, ଦାହ, ପ୍ରଦର, ଯୋନିରୋଗ, ବ୍ରଣ, କ୍ଷତ, ଘା, କାଖଗୁଲି, ଅତିସାର ଆଦି ରୋଗର ନିବାରକ ଅଟେ ।
ବ୍ୟବହାର
[ସମ୍ପାଦନା]ପ୍ରମେହ ଓ ସ୍ୱପ୍ନଦୋଷର ଏକ ପ୍ରମୁଖ ଔଷଧରୂପେ ଏହାର କ୍ଷୀରକୁ ବ୍ୟବହାର କରାଯାଏ । ଏହାର ଓହଳରେ ଦାନ୍ତ ଘସିଲେ ମୁଖକାନ୍ତି ବଢେ ବୋଲି କୁହାଯାଏ । ଏହାର ଫଳକୁ ଔଷଧିରୂପେ ବ୍ୟବହାର କରାଯାଏ ।
ଆଧାର
[ସମ୍ପାଦନା]- ↑ "National Symbols of India". Know India. National Informatics Centre, Government of India. Retrieved 2009-09-27.
- ↑ "River dolphin declared national aquatic animal". The Hindu. October 7, 2009. Retrieved 2009-10-11.
- ↑ http://www.iloveindia.com/national-symbols/national-tree.html
ବାହାର ଆଧାର
[ସମ୍ପାଦନା]- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥୀ
- ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା. ଲକ୍ଷ୍ମଣ ମିଶ୍ର