ଶକ ପଞ୍ଜିକା

ଉଇକିପିଡ଼ିଆ ରୁ
Jump to navigation Jump to search
୧୬୮୫ ଶକ ବର୍ଷରେ ଗୋର୍ଖ ରାଜା ପୃଥ୍ଵୀ ନାରାୟଣ ଶାହାଦ୍ୱାରା ପ୍ରଚଳିତ ମୋହର

ଶକ ପଞ୍ଜିକା ବା ଶଳିବାହନ ଶକ ପଞ୍ଜିକା ଭାରତର ରାଷ୍ଟ୍ରୀୟ ପଞ୍ଜିକା ଅଟେ । ଆକାଶବାଣୀ, ସରକାରୀ ଦସ୍ତାବିଜ, ସୂଚନା ଏବଂ ସରକାରୀ ପଞ୍ଜିକାରେ ଏହି ପଞ୍ଜିକା ବ୍ୟବହୃତ ହୋଇଥାଏ ।[୧]

ଇତିହାସ[ସମ୍ପାଦନା]

ସାତବାହନ ବଂଶର ରାଜା ଶଳିବାହନଙ୍କଦ୍ୱାରା ଶକ ପଞ୍ଜିକା ପ୍ରଚଳିତ ହୋଇଥିବାର ବିଶ୍ୱାସ କରାଯାଏ । ରାଜା ଶଳିବାହନଙ୍କ କେତେକ ପ୍ରମୁଖ ରାଜନୈତିକ ବିଜୟ ସମୟରେ ଶକ ପଞ୍ଜିକା ଆରମ୍ଭ ହୋଇଥିଲା । ଐତିହାସିକ ମତାନୁସାରେ ଗ୍ରେଗୋରିଆନ ପଞ୍ଜିକାର ୭୮ତମ ବର୍ଷରୁ ପଞ୍ଜିକାଟି ଆରମ୍ଭ ହୋଇଥିଲା । ମୁହୂର୍ତ୍ତମାର୍ତ୍ତଣ୍ଡ ଗ୍ରନ୍ଥ ଅନୁସାରେ ଶକ ବର୍ଷ ଶଳିବାହନଙ୍କ ଜନ୍ମ ସମୟରୁ ଗଣନା ହୋଇଛି । ମାତ୍ର ଖ୍ରୀଷ୍ଟପୂର୍ବ ୧୩୦୦ରେ ଲିଖିତ କଳ୍ପ ପ୍ରଦୀପ ଗ୍ରନ୍ଥ ଅନୁଯାୟୀ ରାଜା ବିକ୍ରମାଦିତ୍ୟଙ୍କ ଠାରୁ ତାଙ୍କର ବିଜୟ ବର୍ଷ ଠାରୁ ଏହାର ଗଣନା ଆରମ୍ଭ କରିଯାଇଛି ।

ସଂରଚନା[ସମ୍ପାଦନା]

ଶକ ପଞ୍ଜିକାରେ ଉଭୟ ସୂର୍ଯ୍ୟ ଏବଂ ଚନ୍ଦ୍ର ଆଧାର କରି ସମୟ ଗଣନା କରାଯାଇଛି । ଗ୍ରେଗୋରିଆନ ପଞ୍ଜିକା ପରି ଏଥିରେ ମଧ୍ୟ ୩୭୫ ଦିନ ଏବଂ ୧୨ ମାସ ରହିଛି । ମାର୍ଚ୍ଚ ୨୨ ତାରିଖରୁ ପଞ୍ଜିକାର ପ୍ରଥମ ମାସ ଚୈତ୍ର ଆରମ୍ଭ ହୁଏ । ସେହିଦିନ ଠାରୁ ଦକ୍ଷିଣାୟନ ମଧ୍ୟ ଆରମ୍ଭ ହୋଇଥାଏ ।

ଶକ ପଞ୍ଜିକାରେ ଥିବା ମାସଗୁଡ଼ିକର ବିବରଣୀ[ସମ୍ପାଦନା]

# ମାସ ଅବଧି ଆରମ୍ଭ (ଗ୍ରେଗୋରିଆନ) ରାଶି
1 ଚୈତ୍ର ୩୦/୩୧ ମାର୍ଚ୍ଚ ୨୨/୨୧ ମେଷ
2 ବୈଶାଖ ୩୧ ଅପ୍ରେଲ ୨୧ ବୃଷଭ
3 ଜ୍ୟୈଷ୍ଠ ୩୧ ମଇ ୨୨ ମିଥୁନ
4 ଆଷାଢ଼ ୩୧ ଜୁନ ୨୨ କର୍କଟ
5 ଶ୍ରାବଣ ୩୧ ଜୁଲାଇ ୨୩ ସିଂହ
6 ଭାଦ୍ରବ ୩୧ ଅଗଷ୍ଟ ୨୩ କନ୍ୟା
7 ଆଶ୍ୱିନ ୩୦ ସେପ୍ଟେମ୍ବର ୨୩ ତୁଳା
8 କାର୍ତ୍ତିକ ୩୦ ଅକ୍ଟୋବର ୨୩ ବୃଷ
9 ମାର୍ଗଶିର ୩୦ ନଭେମ୍ବର ୨୨ ଧନୁ
10 ପୌଷ ୩୦ ଡିସେମ୍ବର ୨୨ ମକର
11 ମାଘ ୩୦ ଜାନୁୟାରୀ ୨୧ କୁମ୍ଭ
12 ଫାଲଗୁନ ୩୦ ଫେବୃଆରୀ ୨୦ ମୀନ

ରାଷ୍ଟ୍ରୀୟ ପଞ୍ଜିକା ରୂପେ ଗ୍ରହଣ[ସମ୍ପାଦନା]

୧୯୫୭ ମସିହାରେ ପୁନଃନିର୍ମାଣ କମିଟିଦ୍ୱାରା ଶକ ପଞ୍ଜିକାକୁ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଭାବେ ଅନୁମୋଦିତ କରାଗଲା । ଏହି କମିଟି ଖଗୋଳବିତ ଡ. ମେଘନାଦ ସାହାଙ୍କ ନେତୃତ୍ୱରେ ଗଠିତ ହୋଇଥିଲା । ଅନ୍ୟ ସଦସ୍ୟମାନେ ଥିଲେ - ଏ.ସି.ବାନର୍ଜୀ, କେ.କେ.ଦଫତାରୀ, ଜେ.ଏସ.କରଣଦିକର, ଗୋରଖ ପ୍ରସାଦ, ଆର.ଭି.ବିଦ୍ୟା ଏବଂ ଏନ.ସି.ଲାହରୀ । ବିଜ୍ଞାନ ଭିତ୍ତିରେ ସମଗ୍ର ଭାରତବର୍ଷରେ ପ୍ରଚଳିତ ହୋଇପାରୁଥିବା ଏକ ପଞ୍ଜିକାର ଚୟନ ଏହି କମିଟିର କାର୍ଯ୍ୟ ଥିଲା । ମୂଳରେ ଭାରତର ବିଭିନ୍ନ ସ୍ଥାନରେ ପ୍ରଚଳିତ ତିରିଶଟି ପଞ୍ଜିକା ଠାବ କରାଗଲା । ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ୧୯୫୫ରେ ସମସ୍ତ ଜାତି, ଧର୍ମ ନିର୍ବିଶେଷରେ ବୈଜ୍ଞାନିକ ଭିତ୍ତିରେ ଏକ ପଞ୍ଜିକା ଚୟନ କରିବାକୁ କମିଟିକୁ ଲେଖିଥିଲେ ।[୨] ପ୍ରତିଟି ପଞ୍ଜିକା ସହିତ ତା'ସହିତ ସଂଶ୍ଲିଷ୍ଟ ଧର୍ମ-ମନୋବୃତ୍ତି ଜଡ଼ିତ ଥିଲା । କମିଟିଟି ବିଭିନ୍ନ ପଞ୍ଜିକାକୁ ପରୀକ୍ଷା କରି ଶେଷରେ ଶକ ପଞ୍ଜିକାକୁ ଜାତୀୟ ପଞ୍ଜିକା ବୋଲି ବାଛିଲା ।[୩]
୧୮୭୯ ଶକ ବର୍ଷ ଚୈତ୍ର ୧ ତାରିଖ ତଥା ୧୯୫୭ ମସିହା ମାର୍ଚ୍ଚ ୨୨ ତାରିଖରେ ଶକ ପଞ୍ଜିକାର ବ୍ୟବହାର ଆରମ୍ଭ ହେଲା । ମାତ୍ର ସରକାର ନବବର୍ଷ ଶକ ପଞ୍ଜିକା ବଦଳରେ ଧାର୍ମିକ ପଞ୍ଜିକାନୁସାରେ ପାଳନ କରିଥାନ୍ତି ।[୪]

ବୈଶିଷ୍ୟତା[ସମ୍ପାଦନା]

ଶକ ପଞ୍ଜିକାର ଭାରତୀୟ ଐତିହ୍ୟ ସହିତ ଗଭୀର ସମ୍ପର୍କ ରହିଛି । ମୌର୍ଯ୍ୟ ଏବଂ ଗୁପ୍ତ ରାଜତ୍ୱ ସମୟରେ ଏହାର ସୃଷ୍ଟି ଏବଂ ବହୁଳ ବ୍ୟବହାର ହେଉଥିଲା । ଭାରତ ବ୍ୟତୀତ ଜାଭା, ବାଲି ଏବଂ ଇଣ୍ଡୋନେସିଆ ଆଦି ଅନ୍ୟ ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କରେ ଏହି ପଞ୍ଜିକା ପ୍ରଚଳିତ ଥିଲା ।[୫] ବାଲି ମାର୍ଚ୍ଚ ୨୧ ତାରିଖ ଅର୍ଥାତ ଶକ ନବ ବର୍ଷର ପ୍ରଥମ ଦିନ ମୌନ ଦିବସ ପାଳନ କରିଥାଏ । ନେପାଳରେ ଗୃହୀତ ନେପାଳ ସମ୍ଭତ ପଞ୍ଜିକା ଶକ ପଞ୍ଜିକାର ବିବର୍ତ୍ତନରୁ ହିଁ ସୃଷ୍ଟ ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]