ସାରନାଥ ଅଶୋକ ସ୍ତମ୍ଭ

ଉଇକିପିଡ଼ିଆ‌ରୁ
ସାରନାଥ ଅଶୋକ ସ୍ତମ୍ଭ

ସାରନାଥ ଅଶୋକ ସ୍ତମ୍ଭ ଏକ ପ୍ରସ୍ତର ସ୍ତମ୍ଭ, ଯାହାକି ବର୍ତ୍ତମାନ ଏକ ରାଷ୍ଟ୍ରୀୟ ଚିହ୍ନ ଭାବେ ଭାରତକୁ ପ୍ରତିନିଧିତ୍ୱ କରୁଅଛି ।[୧] ଏହି ସ୍ତମ୍ଭଟି ସାରନାଥରେ ରାଜା ଅଶୋକଙ୍କଦ୍ୱାରା ନିର୍ମିତ ଏକ ପ୍ରମୁଖ ବୌଦ୍ଧସ୍ତୁପଠାରେ ରହିଛି ।[୨]

ସ୍ଥାପତ୍ୟ ଇତିହାସ[ସମ୍ପାଦନା]

ଅଶୋକ ସ୍ତମ୍ଭ ଉପରେ ଖୋଦିତ ଏକ ଦୌଡୁଥିବା ଅଶ୍ୱ

ଅଶୋକ ସ୍ତମ୍ଭ ମାତ୍ର ଗୋଟିଏ ଚିକ୍କଣ ବାଲିପଥରରେ ତିଆରି ହୋଇଛି । ଉପରଭାଗରେ ଚାରୋଟି ଏସୀୟ ବାଘମୂର୍ତ୍ତି ଚତୁଃଦିଗକୁ ମୁହାଁଇ ରହିଛନ୍ତି । ତା'ତଳେ ଥିବା ପଥର ଖଣ୍ଡରେ ହାତୀ, ଦୌଡିବା ଭଙ୍ଗୀରେ ଥିବା ଘୋଡ଼ା, ଷଣ୍ଢ ଏବଂ ସିଂହର ମୂର୍ତ୍ତି ଖୋଦିତ ହୋଇଛି । ବର୍ତ୍ତମାନର ଅଶୋକ ସ୍ତମ୍ଭରେ ମୋଟ ସାତୋଟି ପଶୁମୂର୍ତ୍ତି ଅଛି ।[୩][୪] ସମସ୍ତ ପଶୁମୂର୍ତ୍ତି ନିର୍ଦ୍ଧିଷ୍ଟ ବ୍ୟବଧାନରେ ଅଛନ୍ତି ଏବଂ ପ୍ରତ୍ୟେକଙ୍କ ମଧ୍ୟରେ ଗୋଟିଏ ଲେଖାଏଁ ଅଶୋକ ଚକ୍ର ରହିଛି । ଏହି ପଶୁମୂର୍ତ୍ତିଙ୍କୁ ଭାରତୀୟ ପ୍ରସ୍ତରକଳାର ପ୍ରାରମ୍ଭିକ ସମୂହ ବୋଲି ଗ୍ରହଣ କରାଯାଏ ।

ସାଞ୍ଚିସ୍ଥିତ ସାତବାହନଙ୍କଦ୍ୱାରା ନିର୍ମିତ ସ୍ତମ୍ଭଦ୍ୱୟରେ ମଧ୍ୟ ସାରନାଥ ସ୍ତମ୍ଭର ସିଂହମୂର୍ତ୍ତି ସଦୃଶ ସିଂହମୂର୍ତ୍ତି ଦେଖାଯାଏ ।

୧୯୦୪-୦୫ ମସିହାର ଛବିରେ ସାରନାଥର ଅଶୋକ ସ୍ତମ୍ଭ

ପୁନରାବିଷ୍କାର[ସମ୍ପାଦନା]

ଜଣେ ମଧ୍ୟଯୁଗୀୟ ତୀର୍ଥଯାତ୍ରୀଙ୍କ ଲେଖାରୁ ପ୍ରମାଣ ମିଳିଥିଲା ଯେ ସାରନାଥ ସ୍ତମ୍ଭର ବର୍ତ୍ତମାନ କୌଣସି ଚିହ୍ନବର୍ଣ୍ଣ ନାହିଁ । କିନ୍ତୁ ଜଣେ ଭାରତୀୟ ସିଭିଲ ଇଂଞ୍ଜିନିଅର ୧୯୦୪-୦୫ ମସିହାରେ ଯାଇ ସେ ସ୍ଥାନର ଖନନ କରିଥିଲେ ସେ ପ୍ରଥମେ ମୁଖ୍ୟ ସାରନାଥ ସ୍ତୁପର ଗୁପ୍ତ ସ୍ତୁପର ସନ୍ଧାନ ପାଇଲେ ତାର ପଶ୍ଚିମଦିଗରେ ସେ ସାରନାଥ ସ୍ତମ୍ଭର ନିମ୍ନଭାଗର ଭଗ୍ନାବଶେଷ ପାଇଥଲେ । ଅନ୍ୟ ଅଂଶଗୁଡ଼ିକ ତିନୋଟି ଭିନ୍ନ ସ୍ଥାନରେ ମିଳିଥିଲା । ଆବିସ୍କୃତ ବସ୍ତୁଗୁଡିକ ଏତେ ଅଧିକ ଲୋକପ୍ରିୟ ହେଲାଯେ ସରକାରଙ୍କୁ ସେହି ସ୍ଥାନରେ ଏକ ସଂଗ୍ରହାଳୟ ତିଆରି କରିବାକୁ ପଡ଼ିଥିଲା ।[୫]

ଭାରତ ସ୍ୱାଧୀନତା ପରର ଦ୍ୱିତୀୟ ପୋଷ୍ଟାଲ ଷ୍ଟାମ୍ପ[୬][୭]

ଆଧ୍ୟାତ୍ମିକ ବୈଶିଷ୍ଠ୍ୟ[ସମ୍ପାଦନା]

ଚାରୋଟି ସିଂହ ଲାଗିଲାଗି ରହିଥିବାରୁ ଏହା କୌଣସି ଚାରୋଟି ଜିନିଷର ସମାନ ମହତ୍ତ୍ୱ ଥିବାର ବୁଝାଇଥାଏ । ସିଂହକୁ ଅନେକ ସମୟରେ ବୁଦ୍ଧଙ୍କର ପ୍ରତୀକରୂପେ ଗ୍ରହଣ କରାଯାଏ । ଏପରିକି ସ୍ତମ୍ଭର ତଳଭାଗରେ ଖୋଦିତ ପଶୁମାନଙ୍କର ମଧ୍ୟ ବୌଦ୍ଧଧର୍ମରେ ନିର୍ଦ୍ଧିଷ୍ଟ ଅର୍ଥ ରହିଛି ।[୫]
ପୁନଶ୍ଚ ଅଶୋକ ସ୍ତମ୍ଭର ଚାରିପଟେ ଷଣ୍ଢ, ଘୋଡ଼ା, ସିଂହ ଏବଂ ହାତୀ ଚଳମାନ ଅବସ୍ଥାରେ ଥିବାରୁ ଏହା ସୂଚିତ କରେ ଯେ ଏହି ପଶୁମାନେ ହିଁ ଚକ୍ରକୁ ଚଳାଉଛନ୍ତି । ଷଣ୍ଢ, ଘୋଡ଼ା, ସିଂହ, ହାତୀ ଏବଂଏକଯୋଡ଼ା ପାଦକୁ ବୁଦ୍ଧଙ୍କ ପ୍ରତୀକଭାବେ ଗ୍ରହଣ କରାଯାଏ ବୋଲି ଏକ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣରୁ ଜଣାପଡେ ।

ସରକାରୀ ନିୟମ[ସମ୍ପାଦନା]

ଭାରତୀୟ ରାଷ୍ଟ୍ରୀୟ ପ୍ରତୀକ ନିୟମ - ୨୦୦୫ ଅନୁସାରେ କୌଣସି ସରକାର କିମ୍ବା ସରକାରୀ ସଂସ୍ଥା ରାଷ୍ଟ୍ରୀୟ ପ୍ରତୀକର ବ୍ୟବହାର କଲେ, ତାହାର ତଳେ ସତ୍ୟମେବ ଜୟତେ ଲେଖିବା ବାଧ୍ୟତାମୂଳକ କରାଯାଇଛି ।[୮]

ଆଧାର[ସମ୍ପାଦନା]

  1. http://www.india.gov.in/knowindia/national_symbols.php?id=9 State Emblem], Know India india.gov.in
  2. http://www.bbc.co.uk/ahistoryoftheworld/objects/acRBNzquSrOA5ZYNmLWA_g
  3. Himanshu Prabha Ray. The Return of the Buddha: Ancient Symbols for a New Nation. Routledge. p. 123.
  4. Rebecca M. Brown, Deborah S. Hutton. A Companion to Asian Art and Architecture. John Wiley & Sons. p. 423-429.
  5. ୫.୦ ୫.୧ Allen, Chapter 15
  6. India Postage Stamps 1947-1988.(1989) Philately branch, Department of Posts, India.
  7. Souvenir sheet of the Independence series of stamps, Indian Posts, 1948
  8. "Has Telangana government got the emblem wrong?". The Economic Times. Retrieved 2 October 2014.

ଆହୁରି ଦେଖିପାରିବେ[ସମ୍ପାଦନା]