Jump to content

ଶକ ପଞ୍ଜିକା

ଉଇକିପିଡ଼ିଆ‌ରୁ
(Indian national calendarରୁ ଲେଉଟି ଆସିଛି)
୧୬୮୫ ଶକ ବର୍ଷରେ ଗୋର୍ଖ ରାଜା ପୃଥ୍ୱୀ ନାରାୟଣ ଶାହାଦ୍ୱାରା ପ୍ରଚଳିତ ମୋହର

ଶକ ପଞ୍ଜିକା ବା ଶଳିବାହନ ଶକ ପଞ୍ଜିକା ଭାରତର ରାଷ୍ଟ୍ରୀୟ ପଞ୍ଜିକା ଅଟେ । ଆକାଶବାଣୀ, ସରକାରୀ ଦସ୍ତାବିଜ, ସୂଚନା ଏବଂ ସରକାରୀ ପଞ୍ଜିକାରେ ଏହି ପଞ୍ଜିକା ବ୍ୟବହୃତ ହୋଇଥାଏ ।[]

ଇତିହାସ

[ସମ୍ପାଦନା]

ସାତବାହନ ବଂଶର ରାଜା ଶଳିବାହନଙ୍କଦ୍ୱାରା ଶକ ପଞ୍ଜିକା ପ୍ରଚଳିତ ହୋଇଥିବାର ବିଶ୍ୱାସ କରାଯାଏ । ରାଜା ଶଳିବାହନଙ୍କ କେତେକ ପ୍ରମୁଖ ରାଜନୈତିକ ବିଜୟ ସମୟରେ ଶକ ପଞ୍ଜିକା ଆରମ୍ଭ ହୋଇଥିଲା । ଐତିହାସିକ ମତାନୁସାରେ ଗ୍ରେଗୋରିଆନ ପଞ୍ଜିକାର ୭୮ତମ ବର୍ଷରୁ ପଞ୍ଜିକାଟି ଆରମ୍ଭ ହୋଇଥିଲା । ମୁହୂର୍ତ୍ତମାର୍ତ୍ତଣ୍ଡ ଗ୍ରନ୍ଥ ଅନୁସାରେ ଶକ ବର୍ଷ ଶଳିବାହନଙ୍କ ଜନ୍ମ ସମୟରୁ ଗଣନା ହୋଇଛି । ମାତ୍ର ଖ୍ରୀଷ୍ଟପୂର୍ବ ୧୩୦୦ରେ ଲିଖିତ କଳ୍ପ ପ୍ରଦୀପ ଗ୍ରନ୍ଥ ଅନୁଯାୟୀ ରାଜା ବିକ୍ରମାଦିତ୍ୟଙ୍କଠାରୁ ତାଙ୍କର ବିଜୟ ବର୍ଷଠାରୁ ଏହାର ଗଣନା ଆରମ୍ଭ କରିଯାଇଛି ।

ସଂରଚନା

[ସମ୍ପାଦନା]

ଶକ ପଞ୍ଜିକାରେ ଉଭୟ ସୂର୍ଯ୍ୟ ଏବଂ ଚନ୍ଦ୍ର ଆଧାର କରି ସମୟ ଗଣନା କରାଯାଇଛି । ଗ୍ରେଗୋରିଆନ ପଞ୍ଜିକା ପରି ଏଥିରେ ମଧ୍ୟ ୩୭୫ ଦିନ ଏବଂ ୧୨ ମାସ ରହିଛି । ମାର୍ଚ୍ଚ ୨୨ ତାରିଖରୁ ପଞ୍ଜିକାର ପ୍ରଥମ ମାସ ଚୈତ୍ର ଆରମ୍ଭ ହୁଏ । ସେହିଦିନଠାରୁ ଦକ୍ଷିଣାୟନ ମଧ୍ୟ ଆରମ୍ଭ ହୋଇଥାଏ ।

ଶକ ପଞ୍ଜିକାରେ ଥିବା ମାସଗୁଡ଼ିକର ବିବରଣୀ

[ସମ୍ପାଦନା]
# ମାସ ଅବଧି ଆରମ୍ଭ (ଗ୍ରେଗୋରିଆନ) ରାଶି
1 ଚୈତ୍ର ୩୦/୩୧ମାର୍ଚ୍ଚ ୨୨/୨୧ମେଷ
2 ବୈଶାଖ୩୧ଅପ୍ରେଲ ୨୧ବୃଷଭ
3 ଜ୍ୟୈଷ୍ଠ୩୧ମଇ ୨୨ମିଥୁନ
4 ଆଷାଢ଼୩୧ଜୁନ ୨୨କର୍କଟ
5 ଶ୍ରାବଣ୩୧ଜୁଲାଇ ୨୩ସିଂହ
6 ଭାଦ୍ରବ୩୧ଅଗଷ୍ଟ ୨୩କନ୍ୟା
7 ଆଶ୍ୱିନ୩୦ସେପ୍ଟେମ୍ବର ୨୩ତୁଳା
8 କାର୍ତ୍ତିକ୩୦ଅକ୍ଟୋବର ୨୩ବୃଷ
9 ମାର୍ଗଶିର୩୦ନଭେମ୍ବର ୨୨ଧନୁ
10 ପୌଷ୩୦ଡିସେମ୍ବର ୨୨ମକର
11 ମାଘ ୩୦ଜାନୁୟାରୀ ୨୧କୁମ୍ଭ
12 ଫାଲଗୁନ୩୦ଫେବୃଆରୀ ୨୦ମୀନ

ରାଷ୍ଟ୍ରୀୟ ପଞ୍ଜିକା ରୂପେ ଗ୍ରହଣ

[ସମ୍ପାଦନା]

୧୯୫୭ ମସିହାରେ ପୁନଃନିର୍ମାଣ କମିଟିଦ୍ୱାରା ଶକ ପଞ୍ଜିକାକୁ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଭାବେ ଅନୁମୋଦିତ କରାଗଲା । ଏହି କମିଟି ଖଗୋଳବିତ ଡ. ମେଘନାଦ ସାହାଙ୍କ ନେତୃତ୍ୱରେ ଗଠିତ ହୋଇଥିଲା । ଅନ୍ୟ ସଦସ୍ୟମାନେ ଥିଲେ - ଏ.ସି.ବାନର୍ଜୀ, କେ.କେ.ଦଫତାରୀ, ଜେ.ଏସ.କରଣଦିକର, ଗୋରଖ ପ୍ରସାଦ, ଆର.ଭି.ବିଦ୍ୟା ଏବଂ ଏନ.ସି.ଲାହରୀ । ବିଜ୍ଞାନ ଭିତ୍ତିରେ ସମଗ୍ର ଭାରତବର୍ଷରେ ପ୍ରଚଳିତ ହୋଇପାରୁଥିବା ଏକ ପଞ୍ଜିକାର ଚୟନ ଏହି କମିଟିର କାର୍ଯ୍ୟ ଥିଲା । ମୂଳରେ ଭାରତର ବିଭିନ୍ନ ସ୍ଥାନରେ ପ୍ରଚଳିତ ତିରିଶଟି ପଞ୍ଜିକା ଠାବ କରାଗଲା । ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ୧୯୫୫ରେ ସମସ୍ତ ଜାତି, ଧର୍ମ ନିର୍ବିଶେଷରେ ବୈଜ୍ଞାନିକ ଭିତ୍ତିରେ ଏକ ପଞ୍ଜିକା ଚୟନ କରିବାକୁ କମିଟିକୁ ଲେଖିଥିଲେ ।[] ପ୍ରତିଟି ପଞ୍ଜିକା ସହିତ ତା'ସହିତ ସଂଶ୍ଲିଷ୍ଟ ଧର୍ମ-ମନୋବୃତ୍ତି ଜଡ଼ିତ ଥିଲା । କମିଟିଟି ବିଭିନ୍ନ ପଞ୍ଜିକାକୁ ପରୀକ୍ଷା କରି ଶେଷରେ ଶକ ପଞ୍ଜିକାକୁ ଜାତୀୟ ପଞ୍ଜିକା ବୋଲି ବାଛିଲା ।[]
୧୮୭୯ ଶକ ବର୍ଷ ଚୈତ୍ର ୧ ତାରିଖ ତଥା ୧୯୫୭ ମସିହା ମାର୍ଚ୍ଚ ୨୨ ତାରିଖରେ ଶକ ପଞ୍ଜିକାର ବ୍ୟବହାର ଆରମ୍ଭ ହେଲା । ମାତ୍ର ସରକାର ନବବର୍ଷ ଶକ ପଞ୍ଜିକା ବଦଳରେ ଧାର୍ମିକ ପଞ୍ଜିକାନୁସାରେ ପାଳନ କରିଥାନ୍ତି ।[]

ବୈଶିଷ୍ୟତା

[ସମ୍ପାଦନା]

ଶକ ପଞ୍ଜିକାର ଭାରତୀୟ ଐତିହ୍ୟ ସହିତ ଗଭୀର ସମ୍ପର୍କ ରହିଛି । ମୌର୍ଯ୍ୟ ଏବଂ ଗୁପ୍ତ ରାଜତ୍ୱ ସମୟରେ ଏହାର ସୃଷ୍ଟି ଏବଂ ବହୁଳ ବ୍ୟବହାର ହେଉଥିଲା । ଭାରତ ବ୍ୟତୀତ ଜାଭା, ବାଲି ଏବଂ ଇଣ୍ଡୋନେସିଆ ଆଦି ଅନ୍ୟ ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କରେ ଏହି ପଞ୍ଜିକା ପ୍ରଚଳିତ ଥିଲା ।[] ବାଲି ମାର୍ଚ୍ଚ ୨୧ ତାରିଖ ଅର୍ଥାତ ଶକ ନବ ବର୍ଷର ପ୍ରଥମ ଦିନ ମୌନ ଦିବସ ପାଳନ କରିଥାଏ । ନେପାଳରେ ଗୃହୀତ ନେପାଳ ସମ୍ଭତ ପଞ୍ଜିକା ଶକ ପଞ୍ଜିକାର ବିବର୍ତ୍ତନରୁ ହିଁ ସୃଷ୍ଟ ।

  1. "Government Holiday Calendar". Govt. of India Official website.
  2. Meghnad Saha Archived 2015-02-23 at the Wayback Machine.
  3. [http://dspace.gipe.ac.in/xmlui/handle/10973/39692
  4. "Hindu" New Year's Day and related issues
  5. "ଆର୍କାଇଭ୍ କପି". Archived from the original on 2020-12-12. Retrieved 2018-08-14. {{cite web}}: Cite has empty unknown parameter: |1= (help)

ଅଧିକ ତଥ୍ୟ

[ସମ୍ପାଦନା]