ଫଣୀ ଘୂର୍ଣ୍ଣିବାତ୍ୟା

ଉଇକିପିଡ଼ିଆ ରୁ
Jump to navigation Jump to search
ଫଣୀESCS
Current storm status
Extremely severe cyclonic storm (IMD)
Current storm status
Category 4 (1-min mean)
Fani 2019-05-02 0732Z.jpg
Satellite image
JTWC io0119.gif
Forecast map
As of:05:30 IST (00:00 UTC), 2 May
Location:16°42′N 84°48′E / 16.7°N 84.8°E / 16.7; 84.8 (ଫଣୀ)
୬୫୦ କି.ମି. (୪୦୫ mi) SSW of Digha
୪୫୦ କି.ମି. (୨୮୦ mi) SSW of Puri
୨୩୦ କି.ମି. (୧୪୫ mi) SSE of Vishakhapatnam
Sustained winds:୨୧୫ କି.ମି./h; ୧୩୦ mph (3-min mean)
୨୪୦ କି.ମି./h; ୧୫୦ mph (1-min mean)
gusting to ୨୩୦ କି.ମି./h; ୧୪୫ mph
Pressure:୯୩୯ hPa (୨୭.୭୩ inHg)
Movement:NNE at ୮ kn (୧୫ କି.ମି./h; ୯ mph)
See more detailed information.

ଅତି ଗୁରୁତର ଘୂର୍ଣ୍ଣିବାତ୍ୟା ଫଣୀ ( /ˈfɒn/; ବଙ୍ଗଳା: ফণী)[a] ୨୦୧୯ ମସିହା ମଇ ମାସ ପ୍ରାରମ୍ଭରେ ଆସିଥିବା ଏକ ଶକ୍ତିଶାଳୀ କ୍ରାନ୍ତୀୟ ଘୁର୍ଣ୍ଣିବାତ୍ୟା । ଏହାକୁ ଫୋନୀ, ଫନି ଏବଂ ଫନୀ ନାମରେ ମଧ୍ୟ ଉଲ୍ଲେଖ କରାଯାଇଥାଏ । ଏହା ପୂର୍ବ ଭାରତରେ ପୁରୀଠାରେ ମଇ ମାସ ୩ ତାରିଖ ସକାଳରେ ଲ୍ୟାଣ୍ଡଫଲ କରିଥିଲା । ୨୦୧୯ ଉତ୍ତର ଭାରତୀୟ ମହାସାଗର ବାତ୍ୟା ଋତୁର ଫଣୀ ପଞ୍ଚମ ଗୁରୁତର ଝଡ଼ବାତ୍ୟା ଏବଂ ଚତୁର୍ଥ ନାମିତ ବାତ୍ୟା ଥିଲା । ଫଣୀ ପ୍ରଭାବରେ ଓଡ଼ିଶାର ପୁରୀ ଜିଲ୍ଲା ଏବଂ ଭୁବନେଶ୍ୱର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲାବେଳେ ପାଖାପାଖି ଦେଢ଼ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ଓଡ଼ିଶାର ପ୍ରାୟ ୧୩ଟି ଜିଲ୍ଲାରେ ଏହି ବାତ୍ୟାଦ୍ୱାରା ପ୍ରଭାବିତ ହୋଇଥିଲା ।[୪] ବଙ୍ଗଳାଦେଶରେ ଫଣୀ ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ଘଟିଥିଲା ।[୫] ଓଡ଼ିଶାରେ ୪୧ ଜଣ ବ୍ୟକ୍ତିଙ୍କ ସମେତ ୩୪ ଲକ୍ଷ ୫୨ ହଜାର ପଶୁପକ୍ଷୀଙ୍କର ମୃତ୍ୟୁ ଘଟିଥିଲା ।[୬][୭]

ଫଣୀର ଗତପଥ

ଉତ୍ପତ୍ତି[ସମ୍ପାଦନା]

ଫଣୀ ଭାରତ ମହାସାଗରରେ ସୁମାତ୍ରାର ପଶ୍ଚିମରେ ଅପ୍ରେଲ ୨୬ ତାରିଖରେ ଏକ କ୍ରାନ୍ତୀୟ ବିଷଣ୍ଣତାରୁ ଜନ୍ମିଥିଲା । ମିଳିତ ଟାଇଫୁନ ଚେତାବନୀ କେନ୍ଦ୍ର (JTWC) ଭାରତ ମହାସାଗରରେ ଏକ କ୍ରାନ୍ତୀୟ ବିଶୃଙ୍ଖଳା ଉପରେ ଆଖି ରଖିଥିଲା ଓ ୦୧B ନାମରେ ଚିହ୍ନଟ କରିଥିଲା । ଫଣୀ ଧୀରେ ଧୀରେ ପଶ୍ଚିମ ଆଡ଼କୁ ଗତିକରି ଶକ୍ତିଶାଳୀ ହେବା ପାଇଁ ଏକ ଅଞ୍ଚଳ ଖୋଜୁଥିଲା । ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହେଲା ଆଉ ନାମିତ ହେବାର ଦୁଇ ଦିନ ପରେ ଏହା ଋତୁର ଦ୍ୱିତୀୟ ନାମିତ ବାତ୍ୟା ଫଣୀ ଘୂର୍ଣ୍ଣିବାତ୍ୟାରେ ପରିଣତ ହେଲା । ଫଣୀ ଉତ୍ତରକୁ ଗତି କଲା । ବିଭକ୍ତ ପବନରୁ ଦୂରେଇ ଗଲା ପରେ ଫଣୀ ଖୁବ ଶୀଘ୍ର ତୀବ୍ରତର ହେଲା ଓ ୨୦୧୯ ମସିହା ଅପ୍ରେଲ ମାସ ୩୦ ତାରିଖରେ ଋତୁର ପ୍ରଥମ ଘୂର୍ଣ୍ଣିବାତ୍ୟା ଭାବେ ଏକ ଅତି ଗୁରୁତର ଘୂର୍ଣ୍ଣିବାତ୍ୟାରେ ପରିଣତ ହେଲା । ଏହା "ବିଶାଖାପାଟଣାଗୋପାଳପୁର ନିକଟରେ ବଙ୍ଗୋପସାଗର ଦେଇ ପୁରୀଠାରେ ପ୍ରାତଃ ୯.୦୦ ଟା ସମୟରେ ସ୍ଥଳଭାଗ ଛୁଇଁଲା । ଗୋପାଳପୁରବ୍ରହ୍ମପୁରଠାରେ ଘଣ୍ଟା ପ୍ରତି ପବନର ବେଗ ୧୨୦ କିମି ପ୍ରତି ଘଣ୍ଟା ଥିବା ବେଳେ ପୁରିଠାରେ ପବନର ବେଗ ୧୮୦ - ୨୦୦ କିମି ପ୍ରତି ଘଣ୍ଟା ରହିଥିଲା ।


ପ୍ରସ୍ତୁତି[ସମ୍ପାଦନା]

ଏହି ଘୁର୍ଣ୍ଣିବାତ୍ୟାର ମୁକାବିଲା କରିବା ପାଇଁ ଭାରତୀୟ ପାଣିପାଗ ବିଭାଗ ସତର୍କତା ସୂଚନା ଜାରୀ କରିଥିଲେ । ଭାରତର ଦକ୍ଷିଣ-ପୂର୍ବ ଅଞ୍ଚଳକୁ ଏହି ଘୁର୍ଣ୍ଣିବାତ୍ୟା ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ଏସବୁ ଅଞ୍ଚଳ ପାଇଁ ହଳଦିଆ ଚେତାବନୀ (yellow warnings) ଜାରୀ କରାଯାଇଥିଲା । ଭାରତୀୟ ନୌସେନା ମଧ୍ୟ ବିଶାଖାପାଟଣା ଓ ଓଡ଼ିଶା ଉପକୂଳରେ ନୌଜାହାଜ ମୁତୟନ କରିଥିଲେ । [୮] ଫଣୀର ପ୍ରଭାବ ପଡ଼ିବା ସୁସ୍ପଷ୍ଟ ହେବା ପରେ ପ୍ରଶାସନ ତରଫରୁ ହାରାହାରି ୭,୮୦,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା ।[୯][୧୦] ମୟୁରଭଞ୍ଜ ଜିଲ୍ଲାରେ ପାଖାପାଖି ୪୫,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା ।[୧୧] ବଙ୍ଗଳାଦେଶରେ ମଧ୍ୟ ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା ।[୧୨]


ବାତ୍ୟା[ସମ୍ପାଦନା]

ମଇ ୩ ତାରିଖ ସକାଳେ ଏହି ଘୁର୍ଣ୍ଣିବାତ୍ୟା ପୁରୀ ନିକଟରେ ସ୍ଥଳ ଭାଗ ସ୍ପର୍ଶ କଲାପରେ ଧୀରେ ଧୀରେ ଉତ୍ତର ଆଡ଼କୁ ଗତି କରିଥିଲା । ପୁରୀରେ ଫଣୀ ସ୍ଥଳଭାଗ ସ୍ପର୍ଶ କରିବାମାତ୍ରେ ୧୭୦ରୁ ୨୦୦ କିଲୋମିଟର ପ୍ରତିଘଣ୍ଟା ବେଗରେ ପବନ ବହିଥିଲା । ଅନେକ ଘରଦ୍ୱାର ଏବଂ ଗଛପତ୍ର ଭାଙ୍ଗିପଡିଥିଲା ।[୧୩] ଏହାର ପ୍ରଭାବରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଭୀଷଣ ପବନ ଓ ବର୍ଷା ଲାଗିରହିଥିଲା ।[୧୪] ଅନେକ ନଦୀରେ ବନ୍ୟାର ଆଶଙ୍କା ଦେଖାଦେଇଥିଲା ।[୪]

ଗ୍ୟାଲେରୀ[ସମ୍ପାଦନା]

ବାତ୍ୟା ପରର ଅବସ୍ଥା[ସମ୍ପାଦନା]

ଫଣୀ ପୂର୍ବରୁ ୩୦ ଅପ୍ରେଲ ୨୦୧୯ରେ ଭୁବନେଶ୍ୱରରେ ବିଦ୍ୟୁତ ଉପଯୋଗ
ଫଣୀ ପରେ ୫ ମଇ ୨୦୧୯ରେ ଭୁବନେଶ୍ୱରରେ ବିଦ୍ୟୁତ ଉପଯୋଗ
ଫଣୀ ପୂର୍ବରୁ (ବାମ) ଏବଂ ପରେ (ଡାହାଣ) ଭୁବନେଶ୍ୱରରେ ବିଦ୍ୟୁତ ଉପଯୋଗୀତାର ନାସାଦ୍ୱାରା ଜାରି କରାଯାଇଥିବା ଉପଗ୍ରହ ଚିତ୍ର
ଫଣୀ ଘୂର୍ଣ୍ଣିବାତ୍ୟା ସମୟରେ ପ୍ରଭାବିତ ଘର ଓ ଗଛ

କ୍ଷୟକ୍ଷତି[ସମ୍ପାଦନା]

ଫଣୀ ବାତ୍ୟାରେ ଓଡ଼ିଶାର ୧୪ଟି ଜିଲ୍ଲାର ମୋଟ ୧ କୋଟି ୫୦ ଲକ୍ଷ ୯୪ ହଜାର ୩୨୧ଜଣ ଲୋକ ପ୍ରଭାବିତ ହୋଇଥିଲେ । ଏହି ଜିଲାଗୁଡ଼ିକ ହେଲା:- ପୁରୀ, ଖୋର୍ଦ୍ଧା, କଟକ, ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜନୟାଗଡ଼ । ବାତ୍ୟାରେ ମୋଟ ୫ ଲକ୍ଷ ୮ ହଜାର ୪୬୭ଟି ଘର ଭାଙ୍ଗି ଯାଇଥିଲା ।

ପୁରୀ, ଖୋର୍ଦ୍ଧା ଏବଂ ଭୁବନେଶ୍ୱରର ଟେଲିକମ ସେବା ବାଧାପ୍ରାପ୍ତ ହୋଇଥିଲା ।[୬]

୬୮ଟି ପଞ୍ଚାୟତ ସମିତିର ୧ ଲକ୍ଷ ୫୨ ହଜାର ୯୮୫ ହେକ୍ଟର ଚାଷଜମି ଏବଂ ୧୨ ହଜାର ୭୭୭ ହେକ୍ଟର ନଡ଼ିଆ, ଆମ୍ବ, ପଣସ, କଦଳୀ, ପାନବରଜ ଆଦି ବାରମାସୀ ଫସଲ ଉଜୁଡ଼ିଯାଇଥିଲା । ଏହି କ୍ଷତିର ମୂଲ୍ୟ ପାଖାପାଖି ୧୪୫ କୋଟି ଥିଲା ।[୧୫] ହୋଟେଲ ଶିଳ୍ପର ୫୦୦ କୋଟି ଟଙ୍କାର କ୍ଷତି ଘଟିଥିଲା ।[୧୬]

ଭୁବନେଶ୍ୱର[ସମ୍ପାଦନା]

୧୯୯୯ ମସିହା ମହାବାତ୍ୟାର ଦୀର୍ଘ ୨୦ ବର୍ଷ ପରେ ଫଣୀ ରୂପକ ବାତ୍ୟା ଯୋଗୁଁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହେଇଥିଲା ।[୧୭]

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅନେକ କ୍ଷୟକ୍ଷତି ଯୋଗୁଁ ଏହାକୁ ମଇ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା ।[୧୮][୧୯] ଫଣୀ ଯୋଗୁଁ ଓଡ଼ିଶାର ସେସୁ ଶକ୍ତି ବିଭାଗରେ ୧୨୦୦ କୋଟି ଟଙ୍କାର କ୍ଷତି ହୋଇଥିଲାବେଳେ ୨୯ ଲକ୍ଷ ବ୍ୟକ୍ତି ବିଦ୍ୟୁତସେବାରୁ ବଞ୍ଚିତ ରହିଥିଲେ । ପ୍ରାୟ ୧୦,୦୦୦ରୁ ଅଧିକ ବିଦ୍ୟୁତ ଖୁଣ୍ଟି ଭାଙ୍ଗିଯାଇଥିଲା ।[୨୦] ବାତ୍ୟା ପରେ ପାଣି ଏବଂ ବିଦ୍ୟୁତ ହିଁ ପ୍ରମୁଖ ସମସ୍ୟାରୂପେ ଉଭା ହୋଇଥିଲା । ଘଟଣାର ନଅ ଦିନପରେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିଥିଲା ।[୨୧][୨୨] ଅନେକ ଠେଲା ଏବଂ ଉଠାଦୋକାନୀଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଇଥିଲା ।[୨୩]


ପୁରୀ ଜିଲ୍ଲା[ସମ୍ପାଦନା]

ପୁରୀ ଜିଲ୍ଲାର ପିପିଲିଠାରେ ଶହ ଶହ ବୃକ୍ଷଲତା ଉପୁଡ଼ି ପଡିଥିଲାବେଳେ ଅନେକ ଗୃହପାଳିତ ପଶୁଙ୍କର ପ୍ରାଣହାନୀ ତଥା ଅନେକଗୁଡ଼ିଏ କୁକୁଡ଼ା ଫାର୍ମ ମାଟିରେ ମିଶିଯାଇଥିଲା । ଅନେକ ୧୧ କେଭି ବିଦ୍ୟୁତ ଖୁଣ୍ଟି ଉପୁଡ଼ି ପଡିଥିଲା, ଟେଲିକମ ପ୍ରଦାନକାରୀ ସଂସ୍ଥା ବିଏସଏନଏଲର ଦୁଇଟି ଆଣ୍ଟିନା ନଷ୍ଟ ହୋଇଯାଇଥିଲା । ପିପିଲିରେ ତାଣ୍ଡବ ରଚାଇଲା ଫଣି,୧ମୃତ, ୩୦ରୁ ଉର୍ଦ୍ଧ ଆହତ।।ଶହ ଶହ ସଂଖ୍ୟାରେ ୧୧କେଭି ଲାଇନ ଖୁଣ୍ଟ, ୧୩ କେଭି ଲାଇନ ଖୁଣ୍ଟ ସମେତ ଏକ ହଜାରରୁ ଉର୍ଦ୍ଧ ଏଲ୍‍ଟି ଲାଇନ ଖୁଣ୍ଟ ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି । ରାସ୍ତା ସାରା ଛିଣ୍ଡା ବିଦ୍ୟୁତ ତାର ପଡିରହିଛି । କେତେକ ସ୍ଥାନରେ ବିଦ୍ୟୁତ ଟ୍ରାନ୍ସଫର୍ମର ମଧ୍ୟ ଉପୁଡି ପଡିଛି । ସମଗ୍ର ଅଞ୍ଚଳରେ ରାସ୍ତା ଉପରେ ବଡ ବଡ ଗଛ ପଡିରହିଥିବା ଯୋଗୁଁ ଯାତାୟତରେ ବ୍ୟାଘାତ ସୃଷ୍ଟି ହୋଇଛି । ତେବେ ସମସ୍ତ ଗ୍ରାମ୍ୟରାସ୍ତାରେ ପଡିଥିବା ଗଛ ଓ ବିଦ୍ୟୁତ୍‍ ଖୁଣ୍ଟି ହଟାଯାଇନଥିବାରୁ କୌଣସି ଗ୍ରାମକୁ ଯିବା ସମ୍ଭବପର ହେଉନାହିଁ ।[୨୪]ପୁରୀ ଜିଲ୍ଲାରେ ମୋଟ ୧ ଲକ୍ଷ ୮୯ହଜାର ୯୫ଟି କଚ୍ଚା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।[୬][୨୫] [୨୬] [୨୭] ପୁରୀଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ୭୪ ବର୍ଗକିଲୋମିଟର ସ୍ଥାନରେ ଥିବା ବାଲୁଖଣ୍ଡ ଅଭୟାରଣ୍ୟ କେବଳ ଥୁଣ୍ଟା ଗଛମାନଙ୍କର ମେଳି ପାଲଟିଛି ।[୨୮] ୨୦୧୫ ମସିହାରେ ୭୨ କୋଟି ଟଙ୍କାରେ ୫୦୦ ବସ ରହିଲାଭଳି ନିର୍ମିତ ପୁରୀ ବସ ଷ୍ଟାଣ୍ଡର ପୁନରୁଦ୍ଧାର ପାଇଁ ୧୦ କୋଟି ଟଙ୍କାର ମରାମତି ଖର୍ଚ୍ଚ ଆକଳନ କରାଯାଇଥିଲା ।[୨୯]

ରିଲିଫ ଏବଂ ଆର୍ଥିକ ସହାୟତା[ସମ୍ପାଦନା]

ତଳିଆ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ଥିବା ଆଶ୍ରୟୀମାନଙ୍କୁ ରିଲିଫ ବଣ୍ଟନ କରାଯାଇଥିଲା ।[୩୦] ତାମିଲନାଡୁ ଏବଂ ଉତ୍ତରପ୍ରଦେଶ, ଉଭୟ ଓଡ଼ିଶାକୁ ୧୦ କୋଟି ଲେଖାଏଁ ପାଣ୍ଠିର ସହାୟତା ଘୋଷଣା କରିଥିଲେ ।[୩୧] ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ରାଶି(PMNRF)ରୁ ଓଡ଼ିଶାକୁ ୧୩୪୧କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବାବେଳେ ମହାରାଷ୍ଟ୍ର, ଛତିଶଗଡ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ସରକାର ପାଖାପାଖି ୧୦କୋଟି ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଧର୍ମଗୁରୁ ଦଲାଇଲାମା ମଧ୍ୟ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।[୩୨] ଏହା ଛଡ଼ା ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ମାଧ୍ୟମରେ ପ୍ରଚାର ଯୋଗୁଁ ବିଭିନ୍ନ ଉତ୍ସରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଅର୍ଥ ପ୍ରଦାନ କରାଯାଇଥିଲା । ଆଇଓସିଏଲ ତରଫରୁ ପୁରୀ ଜଗନ୍ନାଥ ମନ୍ଦିରକୁ ପାଞ୍ଚ କୋଟି ଦାନ କରାଯାଇଥିଲା ।[୩୩]

ଅତି ପ୍ରଭାବିତ ୫ଟି ଜିଲ୍ଲାର ଅନ୍ତେବାସୀଙ୍କୁ ମାଗଣା ଚାଉଳ, ଟଙ୍କା ଏବଂ ପଲିଥିନ ପ୍ରଦାନ କରାଯାଇଥିଲା ।[୬]

ପ୍ରତିକ୍ରିୟା[ସମ୍ପାଦନା]

ବାତ୍ୟା ପରେ ଦେଶ ବିଦେଶରୁ ଅନେକ ମହଲରୁ ଭାରତର ପୂର୍ବତଟବାସୀଙ୍କ ପାଇଁ ସୁହାନୁଭୂତି ଜ୍ଞାପନ କରାଯାଇଥିଲା । ଓଡ଼ିଶାରେ ବାତ୍ୟାର ପୂର୍ବ ପ୍ରସ୍ତୁତିକୁ ମିଳିତ ଜାତିସଂଘ ତରଫରୁ ପ୍ରଶଂସା କରାଯାଇଥିଲା ।[୩୪]

ଆହୁରି ଦେଖନ୍ତୁ[ସମ୍ପାଦନା]

ଟୀକା[ସମ୍ପାଦନା]

  1. ଏହି ନାମଟି ବଙ୍ଗଳାଦେଶଦ୍ୱାରା ଦିଆଯାଇଥିଲା ଓ ଏହାର ଅର୍ଥ 'ସାପର ଫଣା'[୧][୨][୩]

ଯାହାର ଫଣା ଥାଏ ତାହାକୁ “ଫଣୀ” ବୋଲି କୁହନ୍ତି । ଫଣୀ ହେଉଛି ନାଗ ବା ସାପର ଏକ ସମାନାର୍ଥ ।[୩୫]

ଆଧାର[ସମ୍ପାଦନା]

  1. "How Cyclone Fani got its name". Dhaka Tribune (in ଇଂରାଜୀ). 2 May 2019. Retrieved 2 May 2019.
  2. "Cyclone Fani May Intensify Further, Heads Towards Odisha Coast: 10 Points". NDTV. 30 April 2019. Retrieved 30 April 2019.
  3. ঘূর্ণিঝড়ের ফণী নামটি কোথা থেকে এলো? (in Bengali). BBC Bangla. 30 April 2019. Retrieved 2 May 2019.
  4. ୪.୦ ୪.୧ "ଫନି ପ୍ରଳୟ : ପୁରୀ ଓ ଭୁବନେଶ୍ବର ସର୍ବାଧିକ କ୍ଷତିଗ୍ରସ୍ତ; ଆରମ୍ଭ ହୋଇଯାଇଛି ରାସ୍ତା ପରିଷ୍କାର ଅଭିଯାନ". Sambad (in ଇଂରାଜୀ). 2019-05-03. Retrieved 2019-05-04.
  5. "ଭାରତ ପରେ ବାଂଲାଦେଶରେ 'ଫନି'ର ତାଣ୍ଡବ, ୧୫ ମୃତ". Sambad (in ଇଂରାଜୀ). 2019-05-04. Retrieved 2019-05-05.
  6. ୬.୦ ୬.୧ ୬.୨ ୬.୩ Dharitri. "'ଫନୀ' କ୍ଷୟକ୍ଷତିର ରିପୋର୍ଟ ଦେଲେ ଏସ୍‌ଆର୍‌ସି: ବାତ୍ୟାରେ ପ୍ରଭାବିତ ହୋଇଛନ୍ତି ଦେଢ଼ କୋଟିରୁ ଅଧିକ ଲୋକେ, ଭାଙ୍ଗିଛି ୫ ଲକ୍ଷରୁ ଊର୍ଦ୍ଧ୍ୱ ଘର". Dharitri.com (in ଇଂରାଜୀ). Retrieved 2019-05-10.
  7. "ବାତ୍ୟାରେ ମରିଗଲେ ୩୪ ଲକ୍ଷ ୫୨ ହଜାର ପଶୁପକ୍ଷୀ: ରିପୋର୍ଟ". Sambad (in ଇଂରାଜୀ). 2019-05-10. Retrieved 2019-05-10.
  8. "Cyclone Fani: Naval ships, aircraft on standby". The Hindu. 30 April 2019. Retrieved 30 April 2019.
  9. "Cyclone Fani churns toward India, prompting evacuation of almost 1 million". CBS News. AFP. 3 May 2019. Retrieved 3 April 2019.
  10. Wright, Pam (2 May 2019). "Tropical Cyclone Fani Nears India as Country Works to Evacuate Hundreds of Thousands". The Weather Channel. Retrieved 2 May 2019.
  11. "ଉତ୍ତର ଓଡ଼ିଶାରେ ଫନି: ମୟୂରଭଂଜରେ ପ୍ରବଳ ବର୍ଷା ଓ ପବନ, ୪୫,୦୦୦ ସ୍ଥାନାନ୍ତରିତ". Sambad (in ଇଂରାଜୀ). 2019-05-03. Retrieved 2019-05-04.
  12. "ଓଡ଼ିଶାଠାରୁ ଶିଖିଲେ ବାଂଲାଦେଶ ସରକାର, ଫନି ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଲେ". Sambad (in ଇଂରାଜୀ). 2019-05-03. Retrieved 2019-05-04.
  13. "ପ୍ରଳୟଙ୍କରୀ ରୂପ ନେଲା ଫନି : ଜନଜୀବନ ବିଧ୍ୱସ୍ତ, ଯୋଗାଯୋଗ ବ୍ୟବସ୍ଥା ଠପ୍‌ ଓ ଲକ୍ଷାଧିକ ବିପନ୍ନ". Sambad (in ଇଂରାଜୀ). 2019-05-03. Retrieved 2019-05-03.
  14. "Cyclone Fani Live Updates: Cyclone Fani Kills 3, Submerges Villages In Puri; Kolkata Airport To Be Shut". NDTV. Retrieved 3 May 2019.
  15. Dharitri. "'ଫନୀ' ଚୋଟ:ଉଜୁଡ଼ିଗଲା ୧.୫୨ ଲକ୍ଷ ହେକ୍ଟର ଫସଲ". Dharitri.com (in ଇଂରାଜୀ). Retrieved 2019-05-10.
  16. Bureau, Samajalive (2019-05-15). "'ଫନି'ରେ ହୋଟେଲ ଶିଳ୍ପର ୫୦୦ କୋଟି କ୍ଷତି". Samaja Live (in ଇଂରାଜୀ). Retrieved 2019-05-16.
  17. "୨୦ ବର୍ଷ ପରେ ରାଜଧାନୀ ଦେଖିଲା ମହାବାତ୍ୟା 'ଫନି', ବିନା ପାଣି ଓ ବିଦ୍ୟୁତରେ କେମିତି ବଂଚିବେ ଲୋକେ". Sambad (in ଇଂରାଜୀ). 2019-05-03. Retrieved 2019-05-03.
  18. "ଉଜୁଡ଼ିଗଲା ନନ୍ଦନକାନନ : ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ, ଶତାଧିକ ଗଛ ଭାଙ୍ଗିଛି, ଉଜୁଡ଼ିଗଲା ସବୁଜିମା". Sambad (in ଇଂରାଜୀ). 2019-05-05. Retrieved 2019-05-05.
  19. "ବାତ୍ୟା ପୂର୍ବରୁ ବାଘକୁ ମିଳିଥିଲା 'ଫନି'ର ଆଭାସ! ଏମିତି ଥିଲା ଜଙ୍ଗଲୀ ପ୍ରାଣୀଙ୍କ ଆଚରଣ". Sambad (in ଇଂରାଜୀ). 2019-05-14. Retrieved 2019-05-16.
  20. "'ଫନି' ଯୋଗୁଁ ୧୦ ହଜାରରୁ ଅଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଛି, ୨୯ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି: ସେସୁ". Sambad (in ଇଂରାଜୀ). 2019-05-05. Retrieved 2019-05-05.
  21. Dharitri. "ଫନୀ ତାଣ୍ଡବ ପରେ ଏବେ ପାଣି ଚିନ୍ତା: ମୁନ୍ଦାଏ ପାଣି ପାଣି ପାଇଁ ଲାଗୁଛି ଲମ୍ବା ଲାଇନ୍‌". Dharitri.com (in ଇଂରାଜୀ). Retrieved 2019-05-05.
  22. "୧୨ ସୁଦ୍ଧା ଭୁବନେଶ୍ବର ସାରା ବିଜୁଳି". Sambad (in ଇଂରାଜୀ). 2019-05-08. Retrieved 2019-05-09.
  23. Dharitri. "'ଫନୀ' ଲୁଟିନେଲା ପେଟ ପାଟଣା". Dharitri.com (in ଇଂରାଜୀ). Retrieved 2019-05-09.
  24. ଆଧାର ଭୁଲ: ଅଚଳ <ref> ଚିହ୍ନ; :0 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  25. Dharitri. "ବାତ୍ୟା ପରବର୍ତ୍ତୀ ପ୍ରଳୟର ଚିତ୍ର: ପୁରୀ ଜିଲାରେ ହାହାକାର, ୫୦ହଜାରରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଛି, ୨୫ଜଣଙ୍କ ମୃତ୍ୟୁ ସୂଚନା". Dharitri.com (in ଇଂରାଜୀ). Retrieved 2019-05-05.
  26. Bureau, Samajalive (2019-05-08). "ପୁରୀ ବିଦ୍ୟୁତିକରଣ ପାଇଁ ଲାଗିବ ୩୦ ଦିନ". Samaja Live (in ଇଂରାଜୀ). Retrieved 2019-05-09.
  27. "ଫନି ଉଜାଡ଼ିଛି ପାଞ୍ଚ ହଜାର ପାନ ବରଜ, ଆଉ ମିଳିବନି ଚନ୍ଦନପୁର ପାନ". Sambad (in ଇଂରାଜୀ). 2019-05-09. Retrieved 2019-05-09.
  28. "୪ ହଜାର ହରିଣ ଗଲେ କୁଆଡ଼େ?, ଗାଁ ଗାଁ ବୁଲି ଖୋଜୁଛି ବନ ବିଭାଗ, ପଦା ହୋଇଗଲା ବାଲୁଖଣ୍ଡ ଅଭୟାରଣ୍ୟ". Sambad (in ଇଂରାଜୀ). 2019-05-09. Retrieved 2019-05-09.
  29. "ଲଣ୍ଡା କରିଦେଲା ଫନି, ୭୨ କୋଟିର ବସ୍‌ଷ୍ଟାଣ୍ଡ ଶ୍ରୀହୀନ". Sambad (in ଇଂରାଜୀ). 2019-05-16. Retrieved 2019-05-16.
  30. "Distribution of relief packet starts". Odisha News, Odisha Latest news, Odisha Daily - OrissaPOST (in ଇଂରାଜୀ). 2019-05-03. Retrieved 2019-05-03.
  31. Dharitri. "ଓଡ଼ିଶାକୁ ସହାୟତାର ହାତ ବଢାଇଲେ ଉତ୍ତରପ୍ରଦେଶ ଏବଂ ତାମିଲନାଡୁ ସରକାର". Dharitri.com (in ଇଂରାଜୀ). Retrieved 2019-05-05.
  32. Bureau, Samajalive (2019-05-06). "ଫୋନି-ସହାୟତା ପାଇଁ ରାଜ୍ୟ ସରକାରଙ୍କ ନିବେଦନ". Samaja Live (in ଇଂରାଜୀ). Retrieved 2019-05-07.
  33. Dharitri. "ଆଇଓସିଏଲ୍‌ ପକ୍ଷରୁ ପୁରୀ ଜଗନ୍ନାଥ ମନ୍ଦିରକୁ ୫ କୋଟି". Dharitri.com (in ଇଂରାଜୀ). Retrieved 2019-05-09.
  34. Dharitri. "ଫନୀ ମୁକାବିଲା: ରାଜ୍ୟ ସରକାରଙ୍କୁ ପଶଂସା କଲା ମିଳିତ ଜାତିସଂଘ". Dharitri.com (in ଇଂରାଜୀ). Retrieved 2019-05-05.
  35. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ