କ୍ରାନ୍ତୀୟ ଘୁର୍ଣ୍ଣିବାତ୍ୟାଙ୍କ ନାମକରଣ

ଉଇକିପିଡ଼ିଆ ରୁ
Jump to navigation Jump to search

ବିଭିନ୍ନ ଝଡ ବା ବାତ୍ୟା ସତର୍କ କେନ୍ଦ୍ର ନିଜ ନିଜ ମଧ୍ୟରେ ଯୋଗାଯୋଗ ବେଳେ ଓ ସାଧାରଣ ଜନତାଙ୍କୁ ଆସନ୍ନ ବାତ୍ୟାର ସୂଚନା ଦେବାବେଳେ ସୁବିଧା ପାଇଁ, କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଘୁର୍ଣ୍ଣିବାତ୍ୟାମାନଙ୍କର ନାମକରଣ କରାଯାଇଥାଏ । ଏକ ଅଞ୍ଚଳରେ ବାରମ୍ଵାର ଘୁର୍ଣ୍ଣିବାତ୍ୟା ସୃଷ୍ଟି ହେଉଥିଲେ ଅଲଗା ଅଲଗା ନାମ ରଖିବାଦ୍ଵାରା ସେମାନଙ୍କ ସମ୍ପର୍କିତ ଭ୍ରାନ୍ତି ଦୂର ହୁଏ । ସାଧାରଣତଃ ବାତ୍ୟାରେ ପବନର ବେଗ ୩୩ ନଟ୍‍ସ୍ (୬୧ କି.ମି. ପ୍ରତି ଘଣ୍ଟା ବା ୩୮ ମାଇଲ୍ ପ୍ରତି ଘଣ୍ଟା) ଅତିକ୍ରମ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଏପରି ବେଗ ବଜାୟ ରଖିଲେ, ସେମାନଙ୍କ ନାମକରଣ କରାଯାଏ । ଯେଉଁ ବେସିନ୍ ବା ସାମୁଦ୍ରିକ ଉତ୍ସରୁ ଏମାନେ ସୃଷ୍ଟି ହୁଅନ୍ତି, ତାହା ଅନୁସାରେ ନାମକରଣ କରାଯାଏ । ବେଳେବେଳେ ଏହି ନାମକରଣ ସଂଜ୍ଞାରେ ବ୍ୟତିକ୍ରମ ଦେଖାଯାଏ : ଯଥା କେତେକ କ୍ରାନ୍ତୀୟ ବଳୟ ଘୁର୍ଣ୍ଣିବାତ୍ୟା ପଶ୍ଚିମ ପ୍ରଶାନ୍ତ ମହାସାଗରର ନାମକରଣ ତାଲିକା ବ୍ୟବହାର କରନ୍ତି । କ୍ରାନ୍ତୀୟ ବାତ୍ୟାର ବେଗ ବା ବଳ ଏକ ନିର୍ଦ୍ଦିଷ୍ଟ ବେଗ ପାର କରିବା ପରେ ଦକ୍ଷିଣ ଗୋଲାର୍ଦ୍ଧରେ ଏହା ନାମକରଣ ପାଇଁ ଯୋଗ୍ୟ ବିବେଚିତ ହୁଏ ।

ନାମକରଣ ପ୍ରକ୍ରିୟାର ପ୍ରଚଳନ ପୂର୍ବରୁ କ୍ରାନ୍ତୀୟ ବାତ୍ୟାଗୁଡିକୁ ସେମାନେ ପ୍ରଭାବିତ କରୁଥିବା ସ୍ଥାନ, ବିଭିନ୍ନ ବସ୍ତୁ, ଘଟୁଥିବା ଦିନ ଅନୁସାରେ ସେମାନଙ୍କ ନାମ ରଖାଯାଉଥିଲା । ଅଷ୍ଟ୍ରେଲିଆର କ୍ଵିନ୍‍ସ୍‍ଲ୍ୟାଣ୍ଡ୍ ସରକାରୀ ପାଣିପାଗ ବିଭାଗର ପାଣିପାଗ ବିଜ୍ଞାନୀ କ୍ଲେମୋଁ ରାଗ୍ଗ୍ (Clement Wragge)ଙ୍କୁ ବାତ୍ୟା ନାମକରଣ ପ୍ରକ୍ରିୟାର ଶ୍ରେୟ ଯାଇପାରେ, ଯିଏ ୧୮୮୭ରୁ ୧୯୦୭ ମଧ୍ୟରେ ଅନେକ ବାତ୍ୟାଙ୍କୁ ବ୍ୟକ୍ତିଗତ ନାମ ଦେଇଥିଲେ । କ୍ଲେମୋଁ ଅବସର ନେବା ପରେ ଏପରି ନାମକରଣ ପଦ୍ଧତି ଅନେକ ବର୍ଷ ପର୍ଯ୍ୟନ୍ତ କେହି ବ୍ୟବହାର କଲେନାହିଁ । କିନ୍ତୁ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପୁଣି ନାମକରଣ ଉପାୟ ବ୍ୟବହୃତ ହେବା ଆରମ୍ଭ ହେଲା । ପରବର୍ତ୍ତୀ ସମୟରେ ପୂର୍ବ, କେନ୍ଦ୍ର, ପଶ୍ଚିମ ଓ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ, ଅଷ୍ଟ୍ରେଲୀୟ ଅଞ୍ଚଳ, ଆଟ୍‍ଲାଣ୍ଟିକ୍ ମହାସାଗରୀୟ ଓ ଭାରତୀୟ ମହାସାଗରୀୟ ବାତ୍ୟାମାନଙ୍କ ପାଇଁ ନାମକରଣ ପଦ୍ଧତି ସ୍ଥିରୀକୃତ ହେଲା ଏବଂ ବାତ୍ୟାମାନଙ୍କ ନାମ ତାଲିକା ପ୍ରକାଶ କରାଗଲା ।


ଇତିହାସ[ସମ୍ପାଦନା]

କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ନାମକରଣ ସଂସ୍ଥା
ମହାସାଗର ଉତ୍ସ ସଂସ୍ଥା ବା ଅନୁଷ୍ଠାନ ଦାୟିତ୍ତ୍ଵ ପରିସୀମା
ଉତ୍ତର ଗୋଲାର୍ଦ୍ଧ
ଉତ୍ତର ଆଟ୍‍ଲାଣ୍ଟିକ୍ ମହାସାଗର
ପୂର୍ବ ପ୍ରଶାନ୍ତ ମହାସାଗର
ଯୁକ୍ତରାଷ୍ଟ୍ର ଆମେରିକା ଜାତୀୟ ହରିକେନ୍ କେନ୍ଦ୍ର ବିଷୁବ ବୃତ୍ତର ଉତ୍ତରକୁ, ଆଫ୍ରିକୀୟ ଉପକୂଳ – ୧୪୦° ପଶ୍ଚିମ [୧]
ମଧ୍ୟ ପ୍ରଶାନ୍ତ ମହାସାଗର ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ପ୍ରଶାନ୍ତ ମହାସାଗରୀୟ ହରିକେନ୍ କେନ୍ଦ୍ର ବିଷୁବ ବୃତ୍ତର ଉତ୍ତରକୁ, ୧୪୦° ପଶ୍ଚିମ – ୧୮୦° [୧]
ପଶ୍ଚିମ ପ୍ରଶାନ୍ତ ମହାସାଗର ଜାପାନ୍ ପାଣିପାଗ ବିଭାଗ
PAGASA (ବେସରକାରୀ)
ବିଷୁବ ବୃତ୍ତ – ୬୦° ଉତ୍ତର, ୧୮୦ – ୧୦୦°ପୂ
୫°ଉ – ୨୧°ଉ, ୧୧୫°ପୂ – ୧୩୫°ପୂ
[୨]
[୩]
ଉତ୍ତର ଭାରତୀୟ ମହାସାଗର ଭାରତୀୟ ପାଣିପାଗ ବିଭାଗ ବିଷୁବ ବୃତ୍ତର ଉତ୍ତର ପଟକୁ, ୧୦୦°ପୂ – ୪୫°ପୂ [୪]
ଦକ୍ଷିଣ ଗୋଲାର୍ଦ୍ଧ
ଦକ୍ଷିଣ-ପଶ୍ଚିମ ଭାରତୀୟ ମହାସାଗର ମୌରିସିୟସ୍ ପାଣିପାଗ ସେବା
ମାଡାଗାସ୍କାର୍ ପାଣିପାଗ
ବିଷୁବ ବୃତ୍ତ – ୪୦°ଦ, ୫୫°ପୂ – ୯୦°ପୂ
ବିଷୁବ ବୃତ୍ତ – ୪୦°ଦ, ଆଫ୍ରିକୀୟ ଉପକୂଳ – ୫୫°ପୂ
[୫]
ଅଷ୍ଟ୍ରେଲୀୟ କ୍ରାନ୍ତୀୟ ଅଞ୍ଚଳ ଇନ୍ଦୋନେସୀୟ ପାଣିପାଗ, ଜଳବାୟୁ ଓ ଭୂଭୌତିକ ବିଜ୍ଞାନ ବିଭାଗ
ପାପୁଆ ନ୍ୟୁ ଗିନି ଜାତୀୟ ପାଣିପାଗ ସେବା
ଅଷ୍ଟ୍ରେଲୀୟ ପାଣିପାଗ କାର୍ଯ୍ୟାଳୟ
ବିଷୁବ ବୃତ୍ତ – ୧୦° ଦ, ୯୦°ପୂ – ୧୪୧°ପୂ
ବିଷୁବ ବୃତ୍ତ – ୧୦°ଦ, ୧୪୧°ପୂ – ୧୬୦°ପୂ
୧୦°ଦ – ୩୬°ଦ, ୯୦°ପୂ – ୧୬୦°ପୂ
[୬]
ଦକ୍ଷିଣ ପ୍ରଶାନ୍ତ ମହାସାଗର ଫିଜି ପାଣିପାଗ ସେବା
ନ୍ୟୁଜିଲ୍ୟାଣ୍ଡ୍ ପାଣିପାଗ ସେବା
ବିଷୁବ ବୃତ୍ତ – ୨୫°ଦ, ୧୬୦°ପୂ – ୧୨୦°ପ
୨୫°ଦ – ୪୦°ଦ, ୧୬୦°ପୂ – ୧୨୦°ପ
[୬]
ଦକ୍ଷିଣ ଆଟ୍‍ଲାଣ୍ଟିକ୍ ମହାସାଗର ବ୍ରାଜିଲୀୟ ନୌସେନା ଜଳମାପକ କେନ୍ଦ୍ର (Unofficial) ବିଷୁବ ବୃତ୍ତ – ୩୫°ଦ, ବ୍ରାଜିଲୀୟ ଉପକୂଳ – ୨୦°ପ [୭]


ବର୍ତ୍ତମାନ ୧୧ଟି ସତର୍କ କେନ୍ଦ୍ର ମଧ୍ୟରୁ କୌଣସି ଏକ କେନ୍ଦ୍ର ଏହି ଘୁର୍ଣ୍ଣିବାତ୍ୟାର ନାମକରଣ କରିଥାଏ । ଏହି ନାମ ଘୁର୍ଣ୍ଣିବାତ୍ୟାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବ୍ୟବହାର କରାଯାଏ । ଘୂର୍ଣ୍ଣିବାତ୍ୟା ସହିତ ନାମ ସଂଲଗ୍ନ ହେବାଦ୍ଵାରା ଜଳବାୟୁ ପୂର୍ବାନୁମାନ, ସାଧାରଣ ଜନତାଙ୍କୁ ଦିଆଯାଉଥିବା ସୂଚନା, ସତର୍କ କେନ୍ଦ୍ରମାନଙ୍କ ମଧ୍ୟରେ ହେଉଥିବା ତଥ୍ୟ ଆଦାନପ୍ରଦାନ ଇତ୍ୟାଦିରେ ଏହି ନାମ ବ୍ୟବହାର କରାଯାଏ ଓ ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରାଯାଏ । ଗୋଟିଏ ଅଞ୍ଚଳରୁ ଏକା ସମୟରେ ଏକାଧିକ ବାତ୍ୟା ବା ଝଡର ସମ୍ଭାବନା ଥିଲେ ନାମଦ୍ଵାରା ସଭିଙ୍କ ଦିଗ, ପ୍ରକାର ଇତ୍ୟାଦି ସ୍ପଷ୍ଟ ଭାବେ ଲୋକଙ୍କୁ ଜଣାଇ ଦିଆଯାଏ । ଝଡମାନଙ୍କ ନାମ ଏକ ପୂର୍ବରୁ ପ୍ରସ୍ତୁତ ହୋଇସାରିଥିବା ତାଲିକାରୁ ବଛାଯାଏ । ଘୁର୍ଣ୍ଣିବାତ୍ୟା ୧ ମିନିଟ୍, ୩ ମିନିଟ୍ ବା ୧୦ ମିନିଟ୍ ପାଇଁ ନିରନ୍ତର ଭାବେ ୬୫ କି.ମି. ପ୍ରତି ଘଣ୍ଟା/ ୪୦ ମାଇଲ୍ ପ୍ରତି ଘଣ୍ଟା ବେଗରେ ପ୍ରବାହିତ ହେଲେ ସେମାନଙ୍କ ନାମକରଣ ଆରମ୍ଭ ହୁଏ । ଏହି ବେଗର ମାପ ପ୍ରତି ମହାସାଗର ଓ ଏହାର ବିଭିନ୍ନ ଅଞ୍ଚଳ ପାଇଁ ଭିନ୍ନ ଭିନ୍ନ ହୋଇପାରେ । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଲଘୁଚାପ ଅତି ଘନୀଭୂତ ହୋଇ କ୍ରାନ୍ତୀୟ ବାତ୍ୟାରେ ପରିଣତ ନ ହେବା ଯାଏଁ ବା PAGASAର କ୍ଷେତ୍ରକୁ ପ୍ରବେଶ ନ କରିବା ପର୍ଯ୍ୟନ୍ତ ସେମାନଙ୍କୁ ନାମ ଦିଆଯାଏନାହିଁ । ଦକ୍ଷିଣ ଗୋଲାର୍ଦ୍ଧରେ ବାୟୁପ୍ରବାହ ଅତ୍ୟନ୍ତ ତୀବ୍ର ହେବାପରେ ଓ ଏହାର କେନ୍ଦ୍ରରେ ବଳ ଖୁବ୍ ଅଧିକ ହେଲେ ଏହାକୁ ନାମ ଦିଆଯାଏ ।

ଉତ୍ତର ଆଟ୍‍ଲାଣ୍ଟିକ୍ ମହାସାଗର[ସମ୍ପାଦନା]

୨୦୧୬ ମସିହା ଅକ୍ଟୋବର୍ ମାସରେ ସୃଷ୍ଟି ହୋଇଥିବା ନିକୋଲ୍ ହରିକେନ୍ ବା ଘୁର୍ଣ୍ଣିବାତ୍ୟା ନିଡ ଚରମରୂପରେ ପହଞ୍ଚିବା ବେଳକୁ ଉପଗ୍ରହରୁ ନିଆଯାଇଥିବା ଚିତ୍ର

ବର୍ତ୍ତମାନର ନାମକରଣ ୧୯୭୯ ପରଠାରୁ ଆରମ୍ଭ ହୋଇଛି । ଏଥିରେ ଏକ ସ୍ତ୍ରୀ-ଲିଙ୍ଗୀୟ ନାମ ଓ ଏକ ପୁଂଲିଙ୍ଗୀୟ ନାମ କ୍ରମକ୍ରମ ବଦଳ କରି ଦିଆଯାଏ । ପୁଣି କେତେକ ସ୍ପାନ୍ୟାର୍ଡ୍ ଓ ଫରାସୀ ନାମ ମଧ୍ୟ ବ୍ୟବହାର କରାଯାଏ । କିଛି ବର୍ଷ ତଳେ କେବଳ ସ୍ତ୍ରୀ-ଲିଙ୍ଗବାଚୀ ନାମ ଦିଆଯାଉଥିଲା ।

ଆଟ୍‍ଲାଣ୍ଟିକ୍ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ନାମସୂଚୀ
୨୦୧୭
ନାମସୂଚୀ ଆର୍ଲିନ୍ ବ୍ରେଟ୍ ସିଣ୍ଡି ଡ଼ନ୍ ଏମିଲି ଫ୍ରାଂକ୍‍ଲିନ୍ ଗର୍ଟ୍ ହାର୍ଭି ଇର୍ମା ଜୋସ୍ କାତ୍ୟା
ଲି ମାରିଆ ନାଟେ ଓଫେଲିଆ ଫିଲିପ୍ ରୀନା ସ୍ୟନ୍ ଟ୍ୟାମି ଭିନ୍‍ସେ ୱିଟ୍‍ନି
୨୦୧୮
ନାମସୂଚୀ ଆଲ୍‍ବର୍ଟୋ ବେରିଲ୍ କ୍ରିସ୍ ଡେବି ଅର୍ନେଷ୍ଟୋ ଫ୍ଲୋରେଂସ୍ ଗୋର୍ଡନ୍ ହେଲେନ୍ ଆଇଜାକ୍ ଜୋଏସ୍ କିର୍କ୍
ଲେସ୍‍ଲି ମାଇକେଲ୍ ନାଦିନ୍ ଓସ୍କାର୍ ପ୍ୟାଟି ରାଫାଏଲ୍ ସାରା ଟୋନି ଭାଲେରି ୱିଲିୟମ୍
୨୦୧୯
ନାମସୂଚୀ ଆଣ୍ଡ୍ରିଆ ବେରି ସଣ୍ଟାଲ୍ ଡୋରିଆନ୍ ଏରିନ୍ ଫର୍ନାଣ୍ଡ୍ ଗାବ୍ରିଏଲ୍ ହମ୍ଵର୍ଟୋ ଇମେଲ୍‍ଡା ଜେରି କ୍ୟାରେନ୍
ଲୋରେଞ୍ଜୋ ମେଲିସା ନେଷ୍ଟର୍ ଓଲ୍‍ଗା ପାବ୍‍ଲୋ ରେବେକା ସେବାଷ୍ଟିଏନ୍ ତାନ୍ୟା ଭ୍ୟାନ୍ ୱେଣ୍ଡି
୨୦୨୦
ନାମସୂଚୀ ଆର୍ଥର୍ ବର୍ଥା ଖ୍ରୀଷ୍ଟୋବଲ୍ ଡ଼ଲି ଏଡୌୱାର୍ଡ୍ ଫେ ଗୋଞ୍ଜାଲୋ ହେନ୍ନା ଇସାଇଆସ୍ ଜୋସେଫିନ୍ କାଇଲ୍
ଲରା ମାର୍କୋ ନେନା ଓମାର୍ ପୌଲେଟ୍ ରେନେ ସେଲି ଟେଡ଼ି ଭିକି ୱିଲ୍‍ଫ୍ରେଡ଼୍
୨୦୨୧
ନାମସୂଚୀ ଏନା ବିଲ୍ କ୍ଲୌଡେଟ୍ ଡ୍ୟାନି ଏଲ୍‍ସା ଫ୍ରେଡ୍ ଗ୍ରେସ୍ ହେନରି ଇଡ଼ା ଜୁଲିଆନ୍ କେଟ୍
ଲ୍ୟାରି ମିଣ୍ଡି ନିକୋଲାସ୍ ଓଡ଼େଟ୍ ପିଟର୍ ରୋଜ୍ ସ୍ୟାମ୍ ଟେରିସା ଭିକ୍ଟର୍ ୱାଣ୍ଡା
୨୦୨୨
ନାମସୂଚୀ ଆଲେକ୍ସ୍ ବୋନି କଲିନ୍ ଡାନିଏଲ୍ ଅର୍ଲ୍ ଫିଓନା ଗ୍ୟାଷ୍ଟୋନ୍ ହର୍ମିନ୍ ଇଆନ୍ ଜୁଲିଆ କାର୍ଲ୍
ଲିସା ମାର୍ଟିନ୍ ନିକୋଲ୍ ଓୱେନ୍ ପୌଲା ରିଚାର୍ଡ୍ ଶ୍ୟାରି ଟୋବିଆସ୍ ଭର୍ଜିନି ୱାଲ୍‍ଟର୍
References:[୧]

ପୂର୍ବ ପ୍ରଶାନ୍ତ ମହାସାଗର[ସମ୍ପାଦନା]

୨୦୧୬ ମସିହା ଅକ୍ଟୋବର୍ ମାସରେ ସୃଷ୍ଟି ହୋଇଥିବା ସେମୌର୍ ହରିକେନ୍ ବା ଘୁର୍ଣ୍ଣିବାତ୍ୟାର ତୀବ୍ରତମ ଅବସ୍ଥା ବେଳେ ଉପଗ୍ରହରୁ ନିଆଯାଇଥିବା ଚିତ୍ର

ଉତ୍ତର ପ୍ରଶାନ୍ତ ମହାସାଗର (୧୪୦° ପଶ୍ଚିମ ଦ୍ରାଘିମାରୁ ପୂର୍ବ)[ସମ୍ପାଦନା]

ମଧ୍ୟୋତ୍ତର ପ୍ରଶାନ୍ତ ମହାସାଗର (୧୪୦° ପଶ୍ଚିମ ଦ୍ରାଘିମାରୁ ୧୮୦°)[ସମ୍ପାଦନା]

୨୦୧୬ ମସିହା ଜାନୁଆରୀ ମାସରେ ସୃଷ୍ଟି ହୋଇଥିବା ପାଲି ହରିକେନ୍ ବା ଘୁର୍ଣ୍ଣିବାତ୍ୟାର ଚିତ୍ର

ପଶ୍ଚିମ ପ୍ରଶାନ୍ତ ମହାସାଗର (୧୮୦° – ୧୦୦° ପୂର୍ବ)[ସମ୍ପାଦନା]

୨୦୧୬ ମସିହା ସେପ୍ଟେମ୍ଵର୍ ମାସରେ ଫିଲିପିନ୍‍ସ୍ ନିକଟରେ ସୃଷ୍ଟି ହୋଇଥିବା ମେରାଣ୍ଟି ଟାଇଫୁନ୍ ବା ଘୁର୍ଣ୍ଣିବାତ୍ୟା ନିଜର ତୀବ୍ରତମ ରୂପରେ ଥିବାବେଳର ଚିତ୍ରTyphoon Meranti off the Philippines at peak strength in September 2016

ଅନ୍ତର୍ଜାତୀୟ ନାମ[ସମ୍ପାଦନା]

ଫିଲିପିନ୍‍ସ୍[ସମ୍ପାଦନା]

ଜୁଲାଇ, ୨୦୧୬ରେ ସୃଷ୍ଟ ନେପର୍ତ୍ତକ ବା ବୁଚୋୟ ଟାଇଫୁନ୍ ନିଜର ତୀବ୍ର ଘନୀଭୂତ ଅବସ୍ଥାରେ ଥିବା ସମୟର ଚିତ୍ର

ଉତ୍ତର ଭାରତୀୟ ମହାସାଗର(୪୫°ପୂ – ୧୦୦°ପୂ)[ସମ୍ପାଦନା]

ଦକ୍ଷିଣ ଭାରତରେ ଉପକୂଳ ଛୁଇଁବା ବେଳକୁ ଭର୍ଧା ଘୁର୍ଣ୍ଣିବଳୟର ଚିତ୍ର (ଡିସେମ୍ଵର୍, ୨୦୧୬)
ଉତ୍ତର ଭାରତୀୟ ମହାସାଗର କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାଙ୍କ ନାମତାଲିକା
ନାମସୂଚୀ ନାମ ପ୍ରସ୍ତାବ ଦେଇଥିବା ଦେଶ
ବଙ୍ଗଳାଦେଶ ଭାରତ ମାଳଦ୍ଵୀପ ବ୍ରହ୍ମଦେଶ ଓମାନ୍ ପାକିସ୍ଥାନ ଶ୍ରୀଲଙ୍କା ଥାଇଲ୍ୟାଣ୍ଡ୍
ଓନିଲ୍ ଅଗ୍ନି ହିବାରୁ ପ୍ୟାର୍ର ବାଜ୍ ଫାନୁସ୍ ମାଲା ମୁକଦା
ଓଗ୍ନି ଆକାଶ ଗୋନୁ ୟେମ୍‍ୟିନ୍ ସିଦ୍ର୍ ନର୍ଗିସ୍ ରଶ୍ମୀ ଖାଇମୁକ୍
ନିଶା ବିଜ୍‍ଲି ଆଇଲା ଫୟାନ୍ ୱାର୍ଦ ଲୈଲା ବାନ୍ଦୁ ଫେତ୍
ଗିରି ଜଳ କେଇଲା ଥାନେ ମୁର୍ଜନ୍ ନୀଲମ୍ ଭିୟାରୁ ଫାଇଲିନ୍
ହେଲେନ୍ ଲେହେର୍ ମାଡି ନାନୌକ୍ ହୁଡ୍‍ହୁଡ୍ ନୀଲୋଫର୍ ଅଶୋବା କୋମେନ୍
ଚପଳ ମେଘ ରୋଆନୁ ଖ୍ୟାନ୍ତ୍ ନାଦା ୱର୍ଧା ମାରୁଥା ମୋରା
ଓକ୍ଷି ସାଗର ମେକୁନୁ ଡାୟେ ଲୁବନ୍ ତିତ୍‍ଲି ଗଜ ଫେଥାଇ
ଫଣୀ ବାୟୁ ହିକା କ୍ୟାର୍ ମହା ବୁଲ୍‍ବୁଲ୍ ପୱନ୍ ଅମ୍ଫାନ୍
References:[୮]

ଦକ୍ଷିଣ-ପଶ୍ଚିମ ଭାରତୀୟ ମହାସାଗର (ଆଫ୍ରିକା – ୯୦°ପୂ)[ସମ୍ପାଦନା]

ମାର୍ଚ୍ଚ୍, ୨୦୧୭ରେ ଏନାୱୋ ବାତ୍ୟା ମାଡାଗାସ୍କାର୍ ନିକଟରେ ସ୍ଥଳଭାଗକୁ ପ୍ରବେଶ କରୁଥିବା ବେଳର ଚିତ୍ର

ଅଷ୍ଟ୍ରେଲୀୟ ଅଞ୍ଚଳ (୯୦°ପୂ – ୧୬୦°ପୂ)[ସମ୍ପାଦନା]

ଇନ୍ଦୋନେସିଆ[ସମ୍ପାଦନା]

ପାପୁଆ ନ୍ୟୁ ଗିନି[ସମ୍ପାଦନା]

ଅଷ୍ଟ୍ରେଲିଆ[ସମ୍ପାଦନା]

ମାର୍ଚ୍ଚ୍, ୨୦୧୭ରେ କ୍ଵିନ୍‍ସ୍‍ଲ୍ୟାଣ୍ଡ୍ ନିକଟରେ ଉପକୂଳ ସ୍ପର୍ଶ କରିଥିବା ଡେବି ଝଡ

ଦକ୍ଷିଣ ପ୍ରଶାନ୍ତ ମହାସାଗର (୧୬୦° ପୂର୍ବ – ୧୨୦° ପଶ୍ଚିମ)[ସମ୍ପାଦନା]

ଦକ୍ଷିଣ ଆଟ୍‍ଲାଣ୍ଟିକ୍ ମହାସାଗର[ସମ୍ପାଦନା]

୨୦୧୭ ମସିହା ମଇ ମାସରେ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ସୃଷ୍ଟ ଡୋନା ଝଡ

ଓଡ଼ିଶା ଓ ସାମୁଦ୍ରିକ ଝଡ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ RA IV Hurricane Committee (June 6, 2016). Regional Association IV (North America, Central America and the Caribbean) Hurricane Operational Plan 2016 (Report No. TCP-30). World Meteorological Organization. pp. 30–31, 101–105. http://www.wmo.int/pages/prog/www/tcp/documents/HURRICANEOPERATIONALPLAN-2016_en.pdf. Retrieved March 26, 2017. 
  2. WMO/ESCP Typhoon Committee (March 13, 2015). Typhoon Committee Operational Manual Meteorological Component 2015 (Report No. TCP-23). World Meteorological Organization. pp. 1–7, 33–34. Archived from the original on September 4, 2015. https://www.wmo.int/pages/prog/www/tcp/documents/TCP-23EDITION2015.pdf. Retrieved March 28, 2015. 
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; GMA ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. RSMC — Tropical Cyclones New Delhi (2010). Report on Cyclonic Disturbances over North Indian Ocean during 2009. India Meteorological Department. pp. 2–3. Archived from the original on April 6, 2010. https://www.webcitation.org/5om5T4KLY?url=http://www.imd.gov.in/section/nhac/dynamic/rsmc.pdf. Retrieved May 24, 2011. 
  5. RA I Tropical Cyclone Committee (September 16, 2016). Tropical Cyclone Operational Plan for the South-West Indian Ocean: 2016 (Report No. TCP-12). World Meteorological Organization. pp. 13–14. Archived from the original on September 18, 2016. http://www.wmo.int/pages/prog/www/tcp/documents/OperationalPlan_TCP-12_WMO-1178_2016_En.pdf. Retrieved September 18, 2016. 
  6. ୬.୦ ୬.୧ RA V Tropical Cyclone Committee (November 18, 2016) (PDF). Tropical Cyclone Operational Plan for the South-East Indian Ocean and the Southern Pacific Ocean 2016 (Report). World Meteorological Organization. pp. I–4 – II–9 (9–21). Archived from the original on November 20, 2016. https://www.wmo.int/pages/prog/www/tcp/documents/RAV_OpPlan_TCP-24_WMO-1181_2016_Final.pdf. Retrieved November 20, 2016. 
  7. "Normas Da Autoridade Marítima Para As Atividades De Meteorologia Marítima" (PDF) (in Portuguese). Brazilian Navy. 2011. Archived from the original (PDF) on February 6, 2015. Retrieved February 6, 2015. 
  8. ଆଧାର ଭୁଲ: ଅଚଳ <ref> ଚିହ୍ନ; NIO TCOP ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।