ପ୍ରଶାନ୍ତ ପାଢ଼ୀ
ପ୍ରଶାନ୍ତ ପାଢ଼ୀ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ |
ଶିକ୍ଷାନୁଷ୍ଠାନ | ଏମ.ଆର. ହାଇସ୍କୁଲ ସୋନପୁର, ଶ୍ରୀ କୃଷ୍ନଚନ୍ଦ୍ର ଗଜପତି ମହାବିଦ୍ୟାଳୟ ପାରଳାଖେମୁଣ୍ଡି |
ପ୍ରସିଦ୍ଧି | ଓଡ଼ିଆ ଗାୟକ ଓ ସଂଗୀତକାର[୧] |
ପ୍ରଶାନ୍ତ ପାଢୀ (ଜନ୍ମ: ୨୬ ଜୁନ ୧୯୬୧), ଜଣେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ । ସେ ଉଭୟ ଭଜନ ଓ ଆଧୁନିକ ଗୀତର ଆଲବମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ କଣ୍ଠଦାନ ମଧ୍ୟ କରିଛନ୍ତି । ୨୦ଟିରୁ ଅଧିକ ଓଡ଼ିଆ କଥାଚିତ୍ର ଓ ଅନେକ ବଙ୍ଗଳା କଥାଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ପ୍ରଶାନ୍ତ ୧୯୬୧ ମସିହା, ଜୁନ ୨୬ ତାରିଖରେ ଓଡ଼ିଶାର ପାରଳାଖେମୁଣ୍ଡି ଅନ୍ତର୍ଗତ ଦେବିତୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିଇତାମାତାଙ୍କର ସଙ୍ଗୀତ ପ୍ରତି ଭଲପାଇବା ଥିଲା । ପିତା ଜଣେ କୃଷ୍ଣଲିଳା ଓ କୀର୍ତ୍ତନ ଗାୟକ ମଧ୍ୟ ଥିଲେ । ପିଲାଟି ଦିନରୁ ପ୍ରଶାନ୍ତ ସଙ୍ଗୀତ ଓ ହାରମନିୟମ ବଜାଇବା ପାଇଁ ମଧ୍ୟ ଶିକ୍ଷାରମ୍ଭ କରିଥିଲେ । ମଞ୍ଚଶ୍ରୀ ସତ୍ୟନାରାୟଣ ପଣ୍ଡା, କିଶୋର ପଟ୍ଟନାୟକ, ଉମାମଣି ପଟ୍ଟନାୟକ, ଭକ୍ତବତ୍ସଳ ପାତ୍ର, ପୁଷ୍ପାବେଣୀ ପଟ୍ଟନାୟକ ଓ ଗୁରୁ ଗୋଷ୍ଠଚନ୍ଦ୍ର ପାତ୍ର ଆଦି ଗୁରୁଙ୍କଠାରୁ ସେ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । ସେ ସୋନପୁରର ଏମ.ଆର. ହାଇସ୍କୁଲରେ ପାଠ ପଢ଼ିଥିଲେ ଓ ପାରଳାଖେମୁଣ୍ଡିର ଶ୍ରୀ କୃଷ୍ନଚନ୍ଦ୍ର ଗଜପତି ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ।
ବୃତ୍ତିଗତ ଜୀବନ
[ସମ୍ପାଦନା]ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବାପରେ, ଶିଳ୍ପ ବିଭାଗରେ ଚାକିରୀ ପାଇଥିଲେ ଓ କଟକରେ ଇଣ୍ଡଷ୍ଟ୍ରୀ ପ୍ରମୋଶନ ଅଫିସର ଭାବରେ ଚାକିରୀ ଆରମ୍ଭ କରିଥିଲେ । ଏଠାରେ ସେ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କଠାରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । କଟକରେ ଚାକିରୀ କରିବା ତାଙ୍କ ସଙ୍ଗୀତ ସାଧନା ଦିଗରେ ସହଯୋଗୀ ହୋଇଥିଲା ଓ ସଙ୍ଗୀତ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିବାରେ ସେ ସମର୍ଥ ହୋଇଥିଲେ । କ୍ରମେ ସଙ୍ଗୀତ କ୍ଷେତ୍ରରେ ତାଙ୍କର ବ୍ୟସ୍ତତା ବଢ଼ିବାରୁ ସେ ଚାକିରୀ ଛାଡ଼ିଦେଇଥିଲେ ।
ପ୍ରଶାନ୍ତ, ଭଜନ ଆଲବମରେ ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଭାବରେ ନିଜ କର୍ମଜୀବନ ଆରମ୍ଭ କରିଥିଲେ ଓ ସଫଳତା ମଧ୍ୟ ଅର୍ଜନ କରିଥିଲେ । ଭଜନ ବ୍ୟତିତ ବହୁ ଆଧୁନିକ ଆଲବମରେ ମଧ୍ୟ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ୨୦୦୮ ମସିହାରେ, ନନ୍ଦିନୀ ଆଇ ଲଭ ୟୁ ଚଳଚ୍ଚିତ୍ର ମାଧ୍ୟମରେ ସେ ଓଡ଼ିଆ ସିନେମା ଜଗତକୁ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରର ସଙ୍ଗୀତ ଖୁବ ଲୋକପ୍ରିୟ ହୋଇଥିଲା ଓ ତାଙ୍କୁ ଲୋକଲୋଚନକୁ ଆଣିଦେଇଥିଲା ।[୨] ୧୯୯୦ ମସିହାରେ ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ମାନ୍ୟତା ପାଇଥିଲେ ।[୩]
ଓଡ଼ିଆ କଥାଚିତ୍ରକୁ ଅବଦାନ
[ସମ୍ପାଦନା]କଥାଚିତ୍ର | ଭୂମିକା | ନିର୍ଦ୍ଦେଶକ | ବର୍ଷ | ପୁରସ୍କାର |
---|---|---|---|---|
ଏମିତି ବି ପ୍ରେମ ହୁଏ | ସଙ୍ଗୀତକାର | ନିଶିକାନ୍ତ ଦଳବେହେରା | ୨୦୧୨ | |
ମୁ ପ୍ରେମୀ ମୁ ପାଗଳ | ସଙ୍ଗୀତକାର | ନିଶିକାନ୍ତ ଦଳବେହେରା | ୨୦୧୧ | |
ଏ ମନ ଖୋଜେ ମନଟିଏ | ସଙ୍ଗୀତକାର | ରଞ୍ଜନ ମିଶ୍ର | ୨୦୧୧ | |
ଭୁଲ ବୁଝିବନି ମତେ | ସଙ୍ଗୀତକାର | କୁନାଳ ପଟ୍ଟନାୟକ | ୨୦୧୧ | |
ମନ ମୋର ପ୍ରଜାପତି | ସଙ୍ଗୀତକାର | ଅନାମ ଚରଣ ସାହୁ | ୨୦୧୧ | |
ସଞ୍ଜୁ ଆଉ ସଞ୍ଜନା | ସଙ୍ଗୀତକାର | ଅଶୋକ ପତି | ୨୦୧୦ | |
ମିତରେ ମିତ | ସଙ୍ଗୀତକାର | ସୁଧାକର ବସନ୍ତ | ୨୦୧୦ | |
ଡ୍ରିମ୍ ଗାର୍ଲ | ସଙ୍ଗୀତକାର | ଅଶୋକ ପତି | ୨୦୦୯ | |
ପ୍ରେମ ରୋଗୀ | ସଙ୍ଗୀତକାର | ଅଶୋକ ପତି | ୨୦୦୯ | |
ନନ୍ଦିନୀ ଆଇ ଲଭ ୟୁ | ସଙ୍ଗୀତକାର | ଅଶୋକ ପତି | ୨୦୦୮ |
ସମ୍ମାନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ http://www.telegraphindia.com/1110809/jsp/orissa/story_14334871.jsp
- ↑ "ଆର୍କାଇଭ୍ କପି". Archived from the original on 2012-08-13. Retrieved 2012-08-13.
{{cite web}}
: Cite has empty unknown parameter:|1=
(help) - ↑ "ପ୍ରଥମ ରୋଜଗାର". No. ଧରିତ୍ରୀ ଛୁଟିଦିନ ୨-୮, ୨୦୨୨ ପୃଷ୍ଠା ୯. ଧରିତ୍ରୀ. ଧରିତ୍ରୀ. Archived from the original on 11 January 2022. Retrieved 11 January 2022.
- ↑ http://www.hindu.com/2009/06/15/stories/2009061550470200.htm[permanent dead link]
- ↑ http://www.hindu.com/2010/06/09/stories/2010060957580200.htm
- ↑ http://www.thehindu.com/todays-paper/tp-national/tp-otherstates/article1516367.ece
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରଶାନ୍ତ ପାଢ଼ୀ