ପିଙ୍କି ପ୍ରିୟଦର୍ଶିନୀ

ଉଇକିପିଡ଼ିଆ‌ରୁ
ପିଙ୍କି ପ୍ରିୟଦର୍ଶିନୀ
ଜନ୍ମ
ପିଙ୍କି ପ୍ରିୟଦର୍ଶିନୀ

ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୨ରୁ-ଏବେଯାଏଁ

ପିଙ୍କି ପ୍ରିୟଦର୍ଶିନୀ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଏବଂ ଦୂରଦର୍ଶନ ଉପସ୍ଥାପିକା । ସେ ୨୦୧୨ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧] ସେ ଓଡ଼ିଆ କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ ଜରିଆରେ ତାଙ୍କର କଥାଚିତ୍ର ଜୀବନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ ଦୂରଦର୍ଶନରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପଙ୍କି କଥାଚିତ୍ରରେ ଅଭିନୟ କରିବା ପୂର୍ବରୁ ଫୋନ୍ ଇନ୍, ଆପଣଙ୍କ ସ‌ହ, ରଙ୍ଗିନ ଦୁନିଆ ଆଦି ଦୂରଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।[୧]

ଅଭିନୟ ଜୀବନ[ସମ୍ପାଦନା]

୨୦୧୨ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ପିଙ୍କି ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ ଜରିଆରେ ଅଭିନୟ ଆରମ୍ଭ କରିଥିଲେ ।[୧] ଏହି କଥାଚିତ୍ରରେ ଅଭିନେତା ସୁଭାଶିଷ ଶର୍ମା ମଧ୍ୟ ନାୟକ ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨] ଶୁଭାଶିଷ ପୂର୍ବରୁ ଓଡ଼ିଆ କଥାଚିତ୍ର ଜଗତରେ ଚରିତ୍ର ଅଭିନେତା ଭାବରେ କାର୍ଯ୍ୟ କରିଥିଲେ । ନିଶିକାନ୍ତ ଦଳବେହେରା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ମିହିର ଦାସ, ପୁଷ୍ପା ପଣ୍ଡା, ସଲିଲ ମିତ୍ର, ପ୍ରଜ୍ଞା ଖଟୁଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

୨୦୧୪ ମସିହାରେ ପିଙ୍କି ଓଡ଼ିଆ କଥାଚିତ୍ର ଖାସ୍ ତୁମରି ପାଇଁରେ ଅଭିନୟ କରିଥିଲେ ।[୩][୪][୫][୬] ଏହି କଥାଚିତ୍ରଟିରେ ଦୁଷ୍ମନ୍ତ ପଣ୍ଡା[୭] ନାୟକ ଭୂମିକରେ ଅଭିନୟ କରିଥିଲେ ଏବଂ ଦେବଯାନୀ[୮] ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ । ଜର୍ଜ ତିଆଡ଼ି, ଦେବୁ ବୋଷ, ଦେବୁ ବ୍ରହ୍ମା, ଦେବୀ ବାରିକ, ମାମାଲି ଆଦି କଳାକାରମାନେ ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ସୁଶାନ୍ତ ରଥ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୯]

୨୦୧୩ ମସିହାରେ ସପନର ନାୟିକା କଥାଚିତ୍ରରେ ପିଙ୍କି ଦୀପକ ବାରିକଙ୍କ ସ‌ହ ଅଭିନୟ କରିଥିଲେ ।[୧୦][୧୧][୧୨][୧୩] ରାଜ୍ ପ୍ରଦୀପ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଦୈତାରି ପଣ୍ଡା, ମନୋଜ ମିଶ୍ର, ଶ୍ରୀତମ ଦାସ, ଲରେନ୍ସ ବେହେରା, ଚିନ୍ମୟୀ ପ୍ରିୟଦର୍ଶିନୀ, ଗୁଡ୍ଡୁ, ବାଦଲ ମହାନ୍ତି, ଅନନ୍ତ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୪][୧୫]

୨୦୧୫ ମସିହାରେ ପିଙ୍କି ଓଡ଼ିଆ କଥାଚିତ୍ର ଲେଖିଚି ନାଁ ତୋରରେ ନାୟକ ସମ୍ବିତ ଆଚାର୍ଯ୍ୟଙ୍କ[୧୬] ସ‌ହ ଅଭିନୟ କରିଥିଲେ ।[୧୭] ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧୮] କ୍ରିଷ୍ଣା କର, ହରିହର ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୯][୨୦]

୨୦୧୬ ମସିହାରେ ଆସିଲୁ ଯେବେ ତୁ ଯାଆନା ଫେରି ଚଳଚ୍ଚିତ୍ରରେ ଦୀପକ ବାରିକଙ୍କ ସ‌ହ ଅଭିନୟ କରିଥିଲେ ।[୨୧][୨୨] । ନିର୍ଦ୍ଦେଶକ ବାବୁଦା ଏବଂ ଦିପୁନ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨୩] ପୀୟୁଷ, କୁନା ତ୍ରିପାଠୀ, ଅସୀତ ପତି, ଜୀବନ ପଣ୍ଡା, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୨ ତୁ ମୋ ଆରମ୍ଭ ତୁ ମୋ ଶେଷ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୩ ସପନର ନାୟିକା
୨୦୧୪ ଖାସ୍ ତୁମରି ପାଇଁ
୨୦୧୫ ଲେଖିଚି ନାଁ ତୋର
୨୦୧୬ ଆସିଲୁ ଯେବେ ତୁ ଯାଆନା ଫେରି
୨୦୧୯ ଜୋର୍ କା ଝଟ୍‌କା [୨୫]

ଦୂରଦର୍ଶନ[ସମ୍ପାଦନା]

  • ଫୋନ୍ ଇନ୍
  • ଆପଣଙ୍କ ସ‌ହ
  • ରଙ୍ଗିନ ଦୁନିଆ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "PINKY ORIYA ACTRESS". Incredible Orissa. 11 April 2012. Retrieved 28 March 2018.
  2. "movies.fullorissa.com: Tu Mo Armbha Tu Mo Sesha Oriya Film". Archived from the original on 2012-01-23. Retrieved 2018-03-28.
  3. "ଛଅମାସ ହେବ ପରଦାକୁ ଆସିନାହାନ୍ତି ଏହି ଓଲିଉଡ ନାୟିକା !". ସମ୍ବାଦ. 26 August 2017. Archived from the original on 29 August 2017. Retrieved 6 September 2017.
  4. "ପ୍ରତିଥର ନୂଆ ନାୟକଙ୍କ ସହ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 20 July 2017. Archived from the original on 23 July 2017. Retrieved 6 September 2017.
  5. ପାଣିଗ୍ରାହୀ, ସତ୍ୟ (2 October 2011). "ଫିଲ୍ମ ରେଡି, ହଲ୍ କାହିଁ!". ଦ ସନ୍‌ଡେ ଇଣ୍ଡିଆନ. Retrieved 6 September 2017.
  6. "Khaas Tumari Paain ( ଖାସ୍ ତୁମରି ପାଇଁ )". Odisha File. Archived from the original on 9 September 2017. Retrieved 6 September 2017.
  7. "ଓଲିଉଡର ତିନି ଟପ୍‌ ନାୟିକାଙ୍କ ନାୟକ ହୋଇଛନ୍ତି ଦୁଷ୍ମନ୍ତ". ସମ୍ବାଦ. 25 July 2017. Archived from the original on 8 September 2017. Retrieved 6 September 2017.
  8. "ଦେବଯାନୀଙ୍କ ନୂଆ ଓଡ଼ିଆ ସିନେମା "ଅଜାତଶତ୍ରୁ" ଖୁବ ଶୀଘ୍ର ପରଦାକୁ ଆସୁଛି". E News ଓଡ଼ିଆ. 12 July 2017. Retrieved 6 September 2017.
  9. "Khaas Tumari Paain". OdiaHits.com. Retrieved 6 September 2017.
  10. "'ସପନ' ଯୋଡ଼ି". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.{{cite news}}: CS1 maint: unrecognized language (link)
  11. "ଓଲିଉଡ ନାୟକ ଦୀପକଙ୍କ ଅପେକ୍ଷା !". sambad.in. 28 August 2017. Retrieved 21 October 2017.
  12. "ଛଅମାସ ହେବ ପରଦାକୁ ଆସିନାହାନ୍ତି ଏହି ଓଲିଉଡ ନାୟିକା !". sambad.in. 26 August 2017. Archived from the original on 24 October 2017. Retrieved 21 October 2017.
  13. "Sapanara Nayika". NewOdisha.in. 19 Feberuary 2013. Archived from the original on 24 October 2017. Retrieved 21 October 2017. {{cite news}}: |first= missing |last= (help); Check date values in: |date= (help)
  14. "Sapanara Nayika new Oriya Film". Incredible Orissa. 23 January 2013. Retrieved 21 October 2017.
  15. MOHAPATRA, MRUDU M. (4 March 2013). "Sapanara Nayika 1st Look". odia live. Retrieved 21 October 2017.
  16. "'ଛାତି ତଳେ ଡିଂ ଡଙ୍ଗ୍‌'ରେ ସମ୍ବିତ୍‌". ସମ୍ବାଦ. 22 September 2016. Archived from the original on 23 August 2017. Retrieved 20 August 2017.
  17. Mohapatra, Mrudu M. (2 April 2015). "Lekhichi naa Tora Odia film cast and crew". Odia Live. Retrieved 20 August 2017.
  18. "Lekhichi Naa Tora (ଲେଖିଛି ନାଁ ତୋର) - 2015 Romantic Odia Film". ଓଡ଼ିଆପୋର୍ଟଲ.ଇନ୍. Retrieved 20 August 2017.
  19. Mohapatra, Mrudu M. (1 April 2015). "Lekhichi na Tora Odia Film". Odia Live. Retrieved 20 August 2017.
  20. ମିଶ୍ର, ରୋଜାଲିନ (29 December 2015). "ଓଲିଉଡ୍ @୨୦୧୫". Odisha Reporter. Retrieved 20 August 2017.
  21. "ପରଦାକୁ ଫେରିଲେ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 26 September 2016. Archived from the original on 25 July 2017. Retrieved 22 July 2017.
  22. "ପ୍ରତିଥର ନୂଆ ନାୟକଙ୍କ ସହ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 20 July 2017. Archived from the original on 23 July 2017. Retrieved 22 July 2017.
  23. "ଷୋହଳର ଛାପ : ବହୁ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର ଓଲିଉଡ୍‌ରେ କ୍ୟାରିଅର୍‌ର ଶୁଭାରମ୍ଭ କରିଛନ୍ତି". ସମ୍ବାଦ. 30 December 2016. Archived from the original on 25 July 2017. Retrieved 22 July 2017.
  24. "Aasilu Jebe Tu Jaana Pheri". Odia Movie Database. Archived from the original on 20 July 2017. Retrieved 22 July 2017.
  25. "ଫେରିଲେ ପିଙ୍କି". ସମାଜ (ରବିବାର) (in Odia). ଓଡ଼ିଶା. 28 October 2018. p. 8. Archived from the original on 27 October 2018. Retrieved 27 October 2018.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]

ଇଣ୍ଟରନେଟ ମୁଭି ଡାଟାବେସରେ ପିଙ୍କି ପ୍ରିୟଦର୍ଶିନୀ