ଦୈତାରି ପଣ୍ଡା
ଦୈତ୍ୟାରି ପଣ୍ଡା | |
---|---|
ଜନ୍ମ | ୧୯୫୬ ଦୁଖଣ୍ଡ, ଔପଦା ବ୍ଳକ, ବାଲେଶ୍ୱର ଜିଲ୍ଲା |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ବୃତ୍ତି | ଅଭିନୟ |
ଜୀବନସାଥୀ | ଅନ୍ନପୂର୍ଣ୍ଣା |
ସନ୍ତାନ | ଜଗନ୍ନାଥ, ବଳଭଦ୍ର |
ପିତାମାତା | ଶଙ୍କର୍ଷଣ ପଣ୍ଡା, ସାବିତ୍ରୀ |
ଦୈତ୍ୟାରି ପଣ୍ଡା (ଦୈତାରି ପଣ୍ଡା ଭାବେ ମଧ୍ୟ ଜଣା) (*୧୯୫୬) ଜଣେ ଯାତ୍ରା କଳାକାର ।[୧] ସେ ମୁଖ୍ୟତଃ ଖଳନାୟକ ଭୂମିକାରେ ଅଭିନୟ କରନ୍ତି ।[୨] [୩]
ପ୍ରାରମ୍ଭିକ ଜୀବନ[ସମ୍ପାଦନା]
ଦୈତ୍ୟାରି ବାଲେଶ୍ୱର ଜିଲ୍ଲା ଔପଦା ବ୍ଳକ ଅନ୍ତର୍ଗତ ଦୁଖଣ୍ଡ ଗାଆଁରେ ୧୯୫୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ କେବଳ ସପ୍ତମ ଶ୍ରେଣୀଯାଏଁ ପାଠ ପଢ଼ିଥିଲେ । ଘରର ଆର୍ଥିକ ଅବସ୍ଥା ସୁଧାରିବା ନିମନ୍ତେ ବାପାଙ୍କ ପରି କର୍ମକର୍ମାଣି ଓ ଚାଷ କାମ କରିଥିଲେ । କିଛି ଦିନ ନିମନ୍ତେ ସେ କଲିକତାରେ ମଧ୍ୟ କାମ କରିଥିଲେ । ପରେ ନୀଳଚକ୍ର ଅପେରାର ନିତ୍ୟାନନ୍ଦ ପାଢୀଙ୍କ ପରାମର୍ଶରେ ରଘୁନାଥ ପଣ୍ଡାଙ୍କ 'ନୀଳଚକ୍ର' ଅପେରାରେ ପ୍ରଥମେ ଯୋଗଦେଇଥିଲେ । ନୀଳଚକ୍ରରେ ତାଙ୍କ ଅଭିନୀତ ପ୍ରଥମ ନାଟକ ଥିଲା 'ରୋହିଲା ନବାବ', ଏଥିରେ ସେ ସେନାପତି ଭୂମିକାରେ ଅଭିନୟ କରିଥିଲେ । ସେହିପରି 'ରାମ ରହିମ' ନାଟକରେ ସେ ଆଲି ହୋସେନ ଚରିତ୍ରରେ ଅଭିନୟ କରିଥିଲେ । ଏହା ପରେ ଖଇରାରେ ଜନ୍ମ ନେଇଥିବା ହରଗୌରୀ କଳାନିକେତନରେ ଯୋଗଦେଇ 'କାହ୍ନୁ', 'କଳାପାହାଡ଼' ଓ 'ତଅପୋଈ' ପ୍ରଭୃତି ନାଟକରେ ଅଭିନୟ କରିଥିଲେ । କଳାନିକେତନ ପରେ ସେ ଡୁଙ୍ଗୁରାର 'ଶ୍ରୀଦୁର୍ଗା ଗଣନାଟ୍ୟ', ଚାନ୍ଦୋଳର 'ଅନ୍ନପୂର୍ଣ୍ଣା ଗଣନାଟ୍ୟ', ଶ୍ରୀଦୁର୍ଗା ଅପେରା ତଥା ବିଜୟ କେତନ ମଙ୍ଗରାଜଙ୍କ ଯାତ୍ରାଦଳରେ ଯୋଗଦେଇଥିଲେ ।[୪]
ଭିନ୍ନ ଅଭିନୟ ଛାପ[ସମ୍ପାଦନା]
ଦୈତ୍ୟାରି ନିଖୁଣ ଖଳନାୟକ ଭୂମିକା ତୁଲାଇବା ବେଳେ ଅନେକ ସ୍ଥାନରେ ଦର୍ଶକମାନଙ୍କଠାରୁ ଗାଳି ଶୁଣନ୍ତି। ଦର୍ଶକ ଦୃଶ୍ୟ ଚାଲୁଥିବା ସମୟରେ ମଞ୍ଚ ଉପରକୁ ଟେକାପଥର ମାଡ଼ କରିଥାନ୍ତି । ମଞ୍ଚ ଉପରେ ଜୀବନ୍ତ କୁକୁଡ଼ାକୁ ମାରି ରକ୍ତ ପିଇବା ଦୃଶ୍ୟ ଦର୍ଶକଙ୍କୁ ତାଟକା କରିଦିଏ । ତାଙ୍କ ଅଭିନୀତ ବଳାତ୍କାର ଦୃଶ୍ୟ ଦେଖିବା ଲାଗି ଯୁବକମାନେ ବ୍ୟାକୁଳ ହୁଅନ୍ତି । ନବେ ଦଶକରେ ତାଙ୍କ ଅତି ପରିଚିତ ସଂଳାପ "ଶାଗୁଣା ଖୁମ୍ପିଦେବ" ପ୍ରତିଟି ଓଡ଼ିଆଙ୍କ ମନକୁ ଛୁଇଁ ଯାଇଥିଲା ।
ଚର୍ଚ୍ଚାରେ[ସମ୍ପାଦନା]
ତାଙ୍କ ଅଭିନୀତ ,ଶାଗୁଣା ବସିଛି ଡେଣା ମେଲାଇ ଓ 'କଉଡ଼ି ଖେଳ'କୁ ଅଧିକ ଚର୍ଚ୍ଚିତ ଯାତ୍ରା ଏବଂ ଶେଷ୍ଠ ଅଭିନୟ ଭାବେ ଧରାଯାଏ । 'ହରି ଓଁ ମୁଁ କେନ୍ଦ୍ରାପଡ଼ା ବାବା' ଖଣ୍ଡଗିରି ଯାତ୍ରା ମହାସମର-୨୦୧୬ରେ ୧୬ଲକ୍ଷ ଟଙ୍କାର ବ୍ୟବସାୟ କରି ରେକର୍ଡ଼ କରିଥିଲା । ୨୦୧୫ ବର୍ଷର ଚର୍ଚ୍ଚିତ ଖବର ଉପରେ ଆଧାରିତ ଯାତ୍ରା ତଥା ସାରଥୀ ବାବାଙ୍କ ଭଣ୍ଡ କାରନାମା ଉପରେ ପର୍ଯ୍ୟବସିତ ଏହି ଯାତ୍ରାରେ ସେ ମୂଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଯାତ୍ରାର ଗୋଳକୁଣ୍ଡା ଦୃଶ୍ୟ ଆକର୍ଷଣୀୟ ଥିଲା ।[୫] ୨୦୧୬ ମସିହାରେ ଦୈତାରି ମାଇଚିଆ ଗୋଖେଇ ସାହୁ ନାଟକରେ ଜଣେ କିନ୍ନର ଭୂମିକାରେ ଅଭିନୟ କରି ସବୁଶ୍ରେଣୀର ଦର୍ଶକ ମାନଙ୍କଦ୍ୱାରା ଆଦୃତ ହୋଇଥିଲେ ।[୬] ଦୈତାରି କୋଣାର୍କ ଗଣନାଟ୍ୟରେ ସବୁଠାରୁ ଅଧିକ ଦିନ ଧରି ଅଭିନୟ କରୁଛନ୍ତି ।[୭]
ଆଧାର[ସମ୍ପାଦନା]
- ↑ "କଂସ ଭୂମିକାରେ". ସମାଜ (ରବିବାର) (in ଭୁବନେଶ୍ୱର). ଓଡ଼ିଶା. 3 February 2019. p. 8. Archived from the original on 8 February 2019. Retrieved 8 February 2019.
{{cite news}}
: CS1 maint: unrecognized language (link) - ↑ Sampad, Shilpi. "Odisha jatra on a roll, beats film industry five times over". The Telegraph. Retrieved 9 September 2016.
- ↑ Mohanty, Debabrata. "The constant struggles and lasting popularity of jatra groups in Odisha". The Indian Express. Retrieved 9 September 2016.
- ↑ ବାରିକ, ଗୋପୀନାଥ (୧୩-୧୯ ନଭେମ୍ବର, ୨୦୧୧). "ଦାମୀ କଳାକାର ଦୈତ୍ୟାରି". ଛୁଟିଦିନ 'ସମାଜ'.
{{cite news}}
: Check date values in:|date=
(help) - ↑ "'ଯେଉଁମାନେ ରାତିରେ ଗାଳି କରନ୍ତି, ସକାଳେ ପ୍ରଶଂସାରେ ପୋତି ପକାନ୍ତି'". ସମାଜ.
{{cite news}}
:|access-date=
requires|url=
(help) - ↑ "ଦୈତ୍ୟାରୀଙ୍କ ପ୍ରଶଂସା". ସମାଜ (in ଓଡ଼ିଆ). କଟକ. 16 October 2016. p. ୮. Retrieved 16 October 2016.
{{cite news}}
: CS1 maint: unrecognized language (link)[permanent dead link] - ↑ "ଦୈତାରୀଙ୍କ ଦକ୍ଷତା". ସମାଜ (ରବିବାର) (in Odia). 26 August 2018. Archived from the original on 1 September 2018. Retrieved 1 September 2018.
{{cite news}}
: CS1 maint: unrecognized language (link)
ଅଧିକ ତଥ୍ୟ[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ଦୈତାରି ପଣ୍ଡା