Jump to content

ଥାଇରଏଡ ଝଡ଼

ଉଇକିପିଡ଼ିଆ‌ରୁ
ଥାଇରଏଡ ଝଡ଼
Thyrotoxic crisis
Goiter in a person with hyperthyroidism
ବିଭାଗEndocrinology
ଲକ୍ଷଣFever, fast heart rate, vomiting, diarrhea, agitation[]
କାରଣComplication of high thyroid[]
ବିପଦ କାରକOther illnesses such as infection or surgery; untreated high thyroid[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[]
ସଠିକ ରୋଗ ନିର୍ଣ୍ଣୟSepsis, cocaine, pheochromocytoma, neuroleptic malignant syndrome[]
ଚିକିତ୍ସାSupportive care, beta-blockers, antithyroid medications, potassium iodine, hydrocortisone[]
ପୁନଃପୌନିକRare[]
ମୃତ୍ୟୁ ସାନ୍ଦ୍ରତାRisk of death as high as 25% despite treatment[][]

ଥାଇରଏଡ ଝଡ଼ (ଇଂରାଜୀ ଭାଷାରେ Thyroid storm) ହେଉଛି ହାଇପରଥାଇରଏଡିଜମ ଜନିତ ଜଟିଳତାରେ ସାଧାରଣତଃ ଜ୍ୱର, ଦ୍ରୁତ ହୃଦ୍‌ଗତି, ବାନ୍ତି, ତରଳ ଝାଡ଼ା ଏବଂ ଉତ୍ତେଜନା ସୃଷ୍ଟି କରେ ।[] ଶରୀରର ତାପମାତ୍ରା ୪୧ଡିଗ୍ରି ସେଲସିଅସ (41 °C (106 °F)) ରୁ ଅଧିକ ହୋଇପାରେ ।[] ବେଳେବେଳେ ଏହା ଦୁର୍ବଳତା ଏବଂ ଅସ୍ପଷ୍ଟ ଭାବନା ଭାବରେ ଉପସ୍ଥାପିତ ହୁଏ ।[] ଜଟିଳତା ମଧ୍ୟରେ ହୃଦ୍‌ପାତ, ସାଇକୋସିସ୍, ଆଟ୍ରିଆଲ୍ ଫିବ୍ରିଲେସନ୍ କିମ୍ବା ଯକୃତ ସମସ୍ୟାକୁ ହୋଇପାରେ ।[]

ସଂକ୍ରମଣ କିମ୍ବା ଅସ୍ତ୍ରୋପଚାର ପରି ଅନ୍ୟ ରୋଗ ଦ୍ୱାରା ଏହା ଅଧିକାଂଶ ସମୟରେ ସୃଷ୍ଟି ହୁଏ; ଯଦିଓ ଚିକିତ୍ସା ହୋଇନଥିବା ଉଚ୍ଚ ଥାଇରକସିନ ଥିବା ଲୋକମାନଙ୍କଠାରେ ମଧ୍ୟ ହୋଇପାରେ ।[] ଉଚ୍ଚ ଥାଇରଏଡର ସବୁଠାରୁ ସାଧାରଣ କାରଣ ହେଉଛି ଗ୍ରେଭସ ରୋଗ[] ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ କରାଯାଏ ।[]

ପ୍ରାରମ୍ଭିକ ଚିକିତ୍ସାରେ ସାହାଯ୍ୟକାରୀ ଯତ୍ନ ସ‌ହିତ ବିଟା-ବ୍ଲକର ଯେପରିକି ପ୍ରୋପ୍ରାନୋଲୋଲ୍ କିମ୍ବା ଏସମୋଲୋଲ ଦିଆଯାଏ; ଆଣ୍ଟିଥାଇରଏଡ୍ ଔଷଧ ( ପ୍ରୋପାଇଲଥାୟୋୟୁରାସିଲ୍ କିମ୍ବା ଥାଆମାଜୋଲ୍ ); ପୋଟାସିୟମ୍ ଆୟୋଡିନ୍ ; ଏବଂ ହାଇଡ୍ରୋକର୍ଟିଜୋନ ଦିଆଯାଇପାରେ ।[] ସହାୟକ ପଦକ୍ଷେପଗୁଡ଼ିକ ମଧ୍ୟରେ ଶିରାଭ୍ୟନ୍ତର ତରଳ ପଦାର୍ଥ ଏବଂ ତାପମାତ୍ରା ନିୟନ୍ତ୍ରଣ ଅନ୍ତର୍ଭୁକ୍ତ ହୋଇପାରେ ।[] ଯେ କୌଣସି ଟ୍ରିଗର ହେଲେ ନିୟନ୍ତ୍ରଣ କରିବା ମଧ୍ୟ ଆବଶ୍ୟକ ।[] ଲୋକମାନେ ପ୍ରାୟ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଆଡମିଶନ ଆବଶ୍ୟକ କରନ୍ତି ।[] [] ଚିକିତ୍ସା ସତ୍ତେ ମୃତ୍ୟୁ ହେବାର ଆଶଙ୍କା ୨୫% ରୁ ଅଧିକ ହୋଇପାରେ । [] []

ଥାଇରଏଡ ଝଡ଼ ଏକ ବିରଳ ରୋଗ ଯାହା ଯୁକ୍ତରାଷ୍ଟ୍ରରେ ପ୍ରତିବର୍ଷ ପ୍ରାୟ ୧୫୦,୦୦୦ ଲୋକଙ୍କ ମଧ୍ୟରୁ ଜଣକ ଉପରେ ପ୍ରଭାବ ପକାଇଥାଏ ।[] ଏହି ରୋଗ ଆରମ୍ଭ ପ୍ରାୟ ୪୦ ଦଶକ ବୟସରେ ହୁଏ ।[] ପୁରୁଷଙ୍କ ତୁଳନାରେ ମହିଳାମାନଙ୍କଠାରେ ଏହା ୩ଗୁଣ ଅଧିକ ହୁଏ ।[] ଏହି ଅବସ୍ଥା ପ୍ରଥମେ ୧୯୨୬ରେ ଲାହି (Lahey) ବର୍ଣ୍ଣନା କରିଥିଲେ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Feingold, KR; Anawalt, B; Blackman, MR; Boyce, A; Chrousos, G; Corpas, E; de Herder, WW; Dhatariya, K; Dungan, K (2022). "Thyroid Storm". GUIDELINES. PMID 25905165. Archived from the original on 24 May 2022. Retrieved 27 May 2023.
  2. ୨.୦ ୨.୧ ୨.୨ ୨.୩ ୨.୪ Pokhrel, Binod; Aiman, Wajeeha; Bhusal, Kamal (2023). "Thyroid Storm". Thyroid Storm. StatPearls Publishing. Archived from the original on 29 January 2023. Retrieved 28 May 2023.
  3. Bahn, RS; Burch, HB; Cooper, DS; Garber, JR; Greenlee, MC; Klein, I; Laurberg, P; McDougall, IR; Montori, VM; Rivkees, SA; Ross, DS; Sosa, JA; Stan, MN; American Thyroid, Association; American Association of Clinical, Endocrinologists (June 2011). "Hyperthyroidism and other causes of thyrotoxicosis: management guidelines of the American Thyroid Association and American Association of Clinical Endocrinologists". Thyroid. 21 (6): 593–646. doi:10.1089/thy.2010.0417. PMID 21510801.{{cite journal}}: CS1 maint: multiple names: authors list (link)
  4. Chiha, Maguy; Samarasinghe, Shanika; Kabaker, Adam S. (2013-08-05). "Thyroid Storm: an updated review". Journal of Intensive Care Medicine (in ଇଂରାଜୀ). 30 (3): 131–140. doi:10.1177/0885066613498053. PMID 23920160.