ପ୍ରୋପାଇଲଥାୟୋୟୁରାସିଲ

ଉଇକିପିଡ଼ିଆ‌ରୁ
ପ୍ରୋପାଇଲଥାୟୋୟୁରାସିଲ
Clinical data
Synonyms6-n-propylthiouracil (PROP)
AHFS/Drugs.commonograph
MedlinePlusa682465
Pregnancy
category
  • D
Routes of
administration
by mouth
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability80%-95%
Metabolism?
Elimination half-life2 hours
Excretion?
Identifiers
  • 6-propyl-2-sulfanylpyrimidin-4-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.095 Edit this at Wikidata
Chemical and physical data
FormulaC7H10N2OS
Molar mass170.233 g/mol
3D model (JSmol)
  • S=C1N/C(=C\C(=O)N1)CCC
  • InChI=1S/C7H10N2OS/c1-2-3-5-4-6(10)9-7(11)8-5/h4H,2-3H2,1H3,(H2,8,9,10,11) checkY
  • Key:KNAHARQHSZJURB-UHFFFAOYSA-N checkY
  (verify)

ପ୍ରୋପାଇଲଥାୟୋୟୁରାସିଲ (ଇଂରାଜୀ ଭାଷାରେ Propylthiouracil ବା PTU) ଏକ ଔଷଧ ଯାହା ହାଇପରଥାଇରଏଡିଜ୍ମ (hyperthyroidism) ରୋଗର ଚିକିତ୍ସାରେ ବ୍ୟବ‌ହୃତ ହୁଏ । ଗ୍ରେଭ୍‌ସ ରୋଗ (Graves' disease) ଓ ଟକ୍ସିକ ମଲ୍ଟିନୋଡ୍ୟୁଲାର ଗଏଟର (toxic multinodular goiter) ରୋଗଦ୍ୱୟ ଏହି ହାଇପରଥାଇରଏଡିଜ୍ମର ଅନ୍ତର୍ଭୁକ୍ତ । ଥାଇରୋଟକ୍ସିକ କ୍ରାଇସିସ (thyrotoxic crisis) ରୋଗରେ ମେଥିମାଜୋଲ (methimazole) ଅପେକ୍ଷା ପ୍ରୋପାଇଲଥାୟୋୟୁରାସିଲ ଅଧିକ ପ୍ରଭାବଶାଳୀ । ଅନ୍ୟଥା ଯେତେବେଳେ ମେଥିମାଜୋଲ, ଅପରେଶନ ଓ ରେଡିଓଆକ୍ଟଭ ଆୟୋଡିନ (radioactive iodine) ବ୍ୟବ‌ହାର କଲେ ମଧ୍ୟ ଉପକାର ମିଳେନି ସେତେବେଳେ ପ୍ରୋପାଇଲଥାୟୋୟୁରାସିଲ ବ୍ୟବ‌ହାର କରାଯାଏ । ଏହା ପାଟିରେ ଦିଆଯାଏ ।[୧]

ପ୍ରୋପାଇଲଥାୟୋୟୁରାସିଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ, କେଶହାନୀ, ଫୁଲା, ବାନ୍ତି, ମାଂସପେଶୀ ଯନ୍ତ୍ରଣା, କାଲୁଆ ଅନୁଭବ ଓ ମୁଣ୍ଡବଥା ହୋଇପାରେ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା (liver problems) ଓ ସାଇଟୋପିନିଆ (low blood cell counts) ହୋଇପାରେ । ଗର୍ଭାବସ୍ଥାରେ ଏହି ଔଷଧ ବ୍ୟବ‌ହାର କଲେ ଶିଶୁର ହାନୀ ହୁଏ ।[୧] ଏହା ଆଣ୍ଟିଥାଇରଏଡ (en:antithyroid) ଶ୍ରେଣୀର ଏକ ଔଷଧ । [୨] ଥାଇରଏଡ ଗ୍ରନ୍ଥିରୁ ବାହାରୁଥିବା ଥାଇରଏଡ ହରମୋନ (thyroid hormone) ପରିମାଣ କମେଇଦିଏ ଓ ଥାଇରକ୍ସିନ ଟି୪ରୁ (thyroxine) (T4) ଟ୍ରାଇଆୟୋଡୋଥାଇରୋନିନ (ଟି୩) (triiodothyronine (T3) ତିଆରି ହେଉଥିବା ପ୍ରଣାଳୀକୁ ଅବରୋଧ କରିଦିଏ ।[୧]

ସନ ୧୯୪୦ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ପ୍ରୋପାଇଲଥାୟୋୟୁରାସିଲ ସ୍ୱୀକୃତ ହେଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୩.୬୨ ଆମେରିକୀୟ ଡଲାର ।[୫] ଇଂଲଣ୍ଡରେ ଏହାର ଏକ ମାସ ଡୋଜର ମୂଲ୍ୟ ୫୨.୫୧ ପାଉଣ୍ଡ ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୩୮.୩୪ ଆମେରିକୀୟ ଡଲାର ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Propylthiouracil". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ British national formulary : BNF 69 (69 ed.). British Medical Association. 2015. p. 493. ISBN 9780857111562.
  3. Groot, Leslie J. De; Jameson, J. Larry (2010). Endocrinology Adult and Pediatric: The Thyroid Gland (in ଇଂରାଜୀ). Elsevier Health Sciences. p. e202. ISBN 032322153X.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Propylthiouracil". International Drug Price Indicator Guide. Retrieved 8 December 2016.[permanent dead link]
  6. "NADAC as of 2016-12-21 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-24. Retrieved 26 December 2016.