ପ୍ରୋପାଇଲଥାୟୋୟୁରାସିଲ
| Clinical data | |
|---|---|
| Synonyms | 6-n-propylthiouracil (PROP) |
| AHFS/Drugs.com | monograph |
| MedlinePlus | a682465 |
| Pregnancy category |
|
| Routes of administration | by mouth |
| ATC code | |
| Legal status | |
| Legal status |
|
| Pharmacokinetic data | |
| Bioavailability | 80%-95% |
| Metabolism | ? |
| Elimination half-life | 2 hours |
| Excretion | ? |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.000.095 |
| Chemical and physical data | |
| Formula | C7H10N2OS |
| Molar mass | 170.233 g/mol |
| 3D model (JSmol) | |
| |
| |
| (verify) | |
ପ୍ରୋପାଇଲଥାୟୋୟୁରାସିଲ (ଇଂରାଜୀ ଭାଷାରେ Propylthiouracil ବା PTU) ଏକ ଔଷଧ ଯାହା ହାଇପରଥାଇରଏଡିଜ୍ମ (hyperthyroidism) ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ । ଗ୍ରେଭ୍ସ ରୋଗ (Graves' disease) ଓ ଟକ୍ସିକ ମଲ୍ଟିନୋଡ୍ୟୁଲାର ଗଏଟର (toxic multinodular goiter) ରୋଗଦ୍ୱୟ ଏହି ହାଇପରଥାଇରଏଡିଜ୍ମର ଅନ୍ତର୍ଭୁକ୍ତ । ଥାଇରୋଟକ୍ସିକ କ୍ରାଇସିସ (thyrotoxic crisis) ରୋଗରେ ମେଥିମାଜୋଲ (methimazole) ଅପେକ୍ଷା ପ୍ରୋପାଇଲଥାୟୋୟୁରାସିଲ ଅଧିକ ପ୍ରଭାବଶାଳୀ । ଅନ୍ୟଥା ଯେତେବେଳେ ମେଥିମାଜୋଲ, ଅପରେଶନ ଓ ରେଡିଓଆକ୍ଟଭ ଆୟୋଡିନ (radioactive iodine) ବ୍ୟବହାର କଲେ ମଧ୍ୟ ଉପକାର ମିଳେନି ସେତେବେଳେ ପ୍ରୋପାଇଲଥାୟୋୟୁରାସିଲ ବ୍ୟବହାର କରାଯାଏ । ଏହା ପାଟିରେ ଦିଆଯାଏ ।[୧]
ପ୍ରୋପାଇଲଥାୟୋୟୁରାସିଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ, କେଶହାନୀ, ଫୁଲା, ବାନ୍ତି, ମାଂସପେଶୀ ଯନ୍ତ୍ରଣା, କାଲୁଆ ଅନୁଭବ ଓ ମୁଣ୍ଡବଥା ହୋଇପାରେ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା (liver problems) ଓ ସାଇଟୋପିନିଆ (low blood cell counts) ହୋଇପାରେ । ଗର୍ଭାବସ୍ଥାରେ ଏହି ଔଷଧ ବ୍ୟବହାର କଲେ ଶିଶୁର ହାନୀ ହୁଏ ।[୧] ଏହା ଆଣ୍ଟିଥାଇରଏଡ (en:antithyroid) ଶ୍ରେଣୀର ଏକ ଔଷଧ । [୨] ଥାଇରଏଡ ଗ୍ରନ୍ଥିରୁ ବାହାରୁଥିବା ଥାଇରଏଡ ହରମୋନ (thyroid hormone) ପରିମାଣ କମେଇଦିଏ ଓ ଥାଇରକ୍ସିନ ଟି୪ରୁ (thyroxine) (T4) ଟ୍ରାଇଆୟୋଡୋଥାଇରୋନିନ (ଟି୩) (triiodothyronine (T3) ତିଆରି ହେଉଥିବା ପ୍ରଣାଳୀକୁ ଅବରୋଧ କରିଦିଏ ।[୧]
ସନ ୧୯୪୦ରେ ଡାକ୍ତରୀ ବ୍ୟବହାର ନିମନ୍ତେ ପ୍ରୋପାଇଲଥାୟୋୟୁରାସିଲ ସ୍ୱୀକୃତ ହେଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୩.୬୨ ଆମେରିକୀୟ ଡଲାର ।[୫] ଇଂଲଣ୍ଡରେ ଏହାର ଏକ ମାସ ଡୋଜର ମୂଲ୍ୟ ୫୨.୫୧ ପାଉଣ୍ଡ ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୩୮.୩୪ ଆମେରିକୀୟ ଡଲାର ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Propylthiouracil". The American Society of Health-System Pharmacists. Retrieved 8 December 2016.
- ↑ ୨.୦ ୨.୧ British national formulary : BNF 69 (69 ed.). British Medical Association. 2015. p. 493. ISBN 9780857111562.
- ↑ Groot, Leslie J. De; Jameson, J. Larry (2010). Endocrinology Adult and Pediatric: The Thyroid Gland (in ଇଂରାଜୀ). Elsevier Health Sciences. p. e202. ISBN 032322153X.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Propylthiouracil". International Drug Price Indicator Guide. Retrieved 8 December 2016.[permanent dead link]
- ↑ "NADAC as of 2016-12-21 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-24. Retrieved 26 December 2016.