Jump to content

ଜ୍ୟୋତ୍ସ୍ନା ଦାସ

ଉଇକିପିଡ଼ିଆ‌ରୁ
ଜ୍ୟୋତ୍ସ୍ନା ଦାସ
ଜନ୍ମ
ଜ୍ୟୋତ୍ସ୍ନା ଦାସ
ମୃତ୍ୟୁଜୁଲାଇ ୧୪, ୨୦୨୦(୨୦୨୦-୦୭-୧୪) (୬୩ ବର୍ଷ)
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୭୫ - ୧୯୮୮

ଜ୍ୟୋତ୍ସ୍ନା ଦାସ (ମୃତ୍ୟୁ: ୧୪ ଜୁଲାଇ ୨୦୨୦) ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ ଥିଲେ ।[] ସେ ଓଡ଼ିଆ କଥାଚିତ୍ର ସମେତ କିଛି ମଞ୍ଚ ନାଟକରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ସମୟ, ଅଭିମାନ, ସତୀ ଅନସୂୟା, ଉପେନ୍ଦ୍ର ଭଞ୍ଜ, ଫଟା କପାଳ ଅନ୍ୟତମ ।[] ଜଣେ ମଞ୍ଚ ଅଭିନେତ୍ରୀ ଭାବରେ ସେ ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କଳାହାଣ୍ଡି, ମୟୂରଭଞ୍ଜ ଜିଲ୍ଲା ସମେତ ଭୁବନେଶ୍ୱର, ରାଉରକେଲା ପ୍ରଭୃତି ସ୍ଥାନରେ ବିଭିନ୍ନ ରାଜ୍ୟସ୍ତରୀୟ ନାଟକ ସମାରୋହରେ ଅଭିନୟ କରିଥିଲେ । ୧୪ ଜୁଲାଇ ୨୦୦୨ରେ ସେ ମୃତ୍ୟୁବରଣ କରିଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଜ୍ୟୋତ୍ସ୍ନା ଦାସ ବ୍ରହ୍ମପୁରରେ ବାସ କରୁଥିଲେ । ସେ ସେଣ୍ଟ୍‌ ଭିନ୍‌ସେଣ୍ଟ କନ୍‌ଭେଣ୍ଟ୍‌ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରୁଥିଲେ ।[]

କଥାଚିତ୍ର ଜୀବନ

[ସମ୍ପାଦନା]

ଜ୍ୟୋତ୍ସ୍ନା ୧୯୭୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ସମୟ । ଏହାପରେ ସେ ଗୌରୀ, ଦେବଯାନୀ, ସୁନା ଚଢ଼େଇ, ଅଭିମାନ, ସତୀ ଅନସୂୟା, ଉପେନ୍ଦ୍ର ଭଞ୍ଜ, ଫଟା କପାଳ ଭଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୧୯୭୫ ସମୟ ପ୍ରଥମ ଓଡ଼ିଆ କଥାଚିତ୍ର
୧୯୭୭ ଅଭିମାନ
୧୯୭୯ ଗୌରୀ ମୋହିନୀ
୧୯୮୧ ଦେବଯାନୀ
୧୯୮୮ ସୁନା ଚଢ଼େଇ ସାବିତ୍ରୀ
ଅଭିମାନ
୧୯୭୮ ସତୀ ଅନସୂୟା
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
ଫଟା କପାଳ

ମୃତ୍ୟୁ

[ସମ୍ପାଦନା]

ଜ୍ୟୋତ୍ସ୍ନା ଦାସ ୨୦୨୦ ମସିହାର ଜୁଲାଇ ମାସ ୧୪ ତାରିଖରେ ମୃତ୍ୟବରଣ କରିଥିଲେ ।[] ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସେ ଉଦର ଜନିତ ସମସ୍ୟାରେ ପୀଡ଼ିତ ଥିଲେ ।[]

  1. "ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ". ସମ୍ବାଦ. ବ୍ରହ୍ମପୁର: ସମ୍ବାଦ. 15 July 2020. Archived from the original on 15 July 2020. Retrieved 15 July 2020.
  2. 1 2 "ପରଲୋକରେ ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସ". Samaja Live. 15 July 2020. Archived from the original on 15 July 2020. Retrieved 15 July 2020.
  3. 1 2 3 "ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ | Sambad". ସମ୍ବାଦ. sambad.in. 14 July 2020. Archived from the original on 15 July 2020. Retrieved 15 July 2020.

ଅଧିକ ତଥ୍ୟ

[ସମ୍ପାଦନା]