ରାମସ୍ୱାମୀ ଭେଙ୍କଟରମଣ

ଉଇକିପିଡ଼ିଆ‌ରୁ
ରାମସ୍ୱାମୀ ଭେଙ୍କଟରମଣ
ଭାରତର ୮ମ ରାଷ୍ଟ୍ରପତି
କାର୍ଯ୍ୟକାଳ
୨୫ ଜୁଲାଇ ୧୯୮୭ – ୨୫ ଜୁଲାଇ ୧୯୯୨
ପ୍ରଧାନ ମନ୍ତ୍ରୀରାଜିବ ଗାନ୍ଧୀ
ବିଶ୍ୱନାଥ ପ୍ରତାପ ସିଂହ
ଚନ୍ଦ୍ର ଶେଖର
ପି.ଭି. ନରସିଂହ ରାଓ
Vice Presidentଶଙ୍କର ଦୟାଲ ଶର୍ମା
ପୂର୍ବ ଅଧିକାରୀଜୈଲ ସିଂହ
ପର ଅଧିକାରୀଶଙ୍କର ଦୟାଲ ଶର୍ମା
ଉପ-ରାଷ୍ଟ୍ରପତି
କାର୍ଯ୍ୟକାଳ
୨୦ ଅଗଷ୍ଟ ୧୯୮୨ – ୨୭ ଜୁଲାଇ ୧୯୮୭
ରାଷ୍ଟ୍ରପତିଜୈଲ ସିଂହ
ପୂର୍ବ ଅଧିକାରୀମହମ୍ମଦ ହିଦାୟତୁଲ୍ଲା
ପର ଅଧିକାରୀଶଙ୍କର ଦୟାଲ ଶର୍ମା
ଗୃହ ମନ୍ତ୍ରୀ
କାର୍ଯ୍ୟକାଳ
୨୨ଜୁନ ୧୯୮୨ – ୨ ସେପ୍ଟେମ୍ବର ୧୯୮୨
ପ୍ରଧାନ ମନ୍ତ୍ରୀଇନ୍ଦିରା ଗାନ୍ଧୀ
ପୂର୍ବ ଅଧିକାରୀଜୈଲ ସିଂହ
ପର ଅଧିକାରୀପ୍ରକାଶ ଚନ୍ଦ୍ର ସେଠୀ
ରକ୍ଷା ମନ୍ତ୍ରୀ
କାର୍ଯ୍ୟକାଳ
୧୫ ଜାନୁଆରୀ ୧୯୮୨ – ୨ ଅଗଷ୍ଟ ୧୯୮୪
ପ୍ରଧାନ ମନ୍ତ୍ରୀଇନ୍ଦିରା ଗାନ୍ଧୀ
ପୂର୍ବ ଅଧିକାରୀଇନ୍ଦିରା ଗାନ୍ଧୀ
ପର ଅଧିକାରୀଶଙ୍କରରାଓ ଚଭନ
ବିତ୍ତ ମନ୍ତ୍ରୀ
କାର୍ଯ୍ୟକାଳ
୧୪ ଜାନୁଆରୀ ୧୯୮୦ – ୧୫ ଜାନୁଆରୀ ୧୯୮୨
ପ୍ରଧାନ ମନ୍ତ୍ରୀଇନ୍ଦିରା ଗାନ୍ଧୀ
ପୂର୍ବ ଅଧିକାରୀହେମବତୀ ନନ୍ଦନ ବହୁଗୁଣା
ପର ଅଧିକାରୀପ୍ରଣବ ମୁଖାର୍ଜୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1910-12-04)୪ ଡିସେମ୍ବର ୧୯୧୦
ରାଜମଦମ, ତାମିଲନାଡୁ, ଭାରତ
ମୃତ୍ୟୁ୨୭ ଜାନୁଆରୀ ୨୦୦୯(2009-01-27) (ବୟସ ୯୮)
ନୂଆ ଦିଲ୍ଲୀ, ଭାରତ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଜାନକୀ ଭେଙ୍କଟରମଣ
ଶିକ୍ଷାନୁଷ୍ଠାନଲୋୟଲା କଲେଜ, ମାଡ୍ରାସ ଲ କଲେଜ
ପେଷାଓକିଲାତି
ସନ୍ତକ

ରାମସ୍ୱାମୀ ଭେଙ୍ଗଟରମଣ (୪ ଡିସେମ୍ବର ୧୯୧୦ - ୨୭ ଜାନୁଆରୀ ୨୦୦୯) ଜଣେ ସ୍ୱାଧୀନତା ସଂଗ୍ରାମୀ, ଆଇନଜୀବୀ ଓ ରାଜନେତା ଥିଲେ । ସେ ଭାରତର କେନ୍ଦ୍ରମନ୍ତ୍ରୀ ତଥା ଅଷ୍ଟମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ । ସେ ୧୯୧୦ ଡିସେମ୍ବର ୪ ତାରିଖରେ ତାମିଲନାଡୁର ତାଞ୍ଜୋରଠାରେ ଜନ୍ମଗ୍ରହଣ କରିଥିଲେ । ସେ ମାଡ୍ରାସର ଲୋୟଲା କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ଓ ଆଇନରେ ଡିଗ୍ରୀ ହାସଲ କରିବା ପରେ ଉଚ୍ଚନ୍ୟାୟାଳୟରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ସେ ୧୯୪୨ର ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ ଦୁଇବର୍ଷ କାରାବରଣ କରିଥିଲେ । ୧୯୪୪ରେ ଜେଲରୁ ବାହାରିବା ପରେ ତାମିଲନାଡୁ ପ୍ରାଦେଶିକ କଂଗ୍ରେସ କମିଟିର ଶ୍ରମିକ ସଂଗଠନର ନେତୃତ୍ୱ ନେଇଥିଲେ । ୧୯୫୨ରେ ସେ ପ୍ରଥମେ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଥିଲେ । ୧୯୫୭ରେ ଦ୍ୱିତୀୟ ଥର ନିର୍ବାଚିତ ହୋଇ ପରେ ଇସ୍ତଫା ଦେଇଥିଲେ । କେ କାମରାଜଙ୍କ ଆମନ୍ତ୍ରଣ କ୍ରମେ ସେ ମାଡ୍ରାସ ରାଜ୍ୟ ସରକାରରେ ଶ୍ରମ, ସମବାୟ, ଶିଳ୍ପ, ଶକ୍ତି ଓ ପରିବହନ ମନ୍ତ୍ରୀ ହୋଇଥିଲେ । ୧୯୬୭ରେ ସେ ଯୋଜନା କମିଶନର ସଦସ୍ୟ ହେବା ସହ କେନ୍ଦ୍ରମନ୍ତ୍ରୀମଣ୍ଡଳର ଶିଳ୍ପ, ଶ୍ରମିକ, ଶକ୍ତି, ପରିବହନ, ଯୋଗାଯୋଗ ଓ ରେଳ ବିଭାଗ ମନ୍ତ୍ରୀ ଭାବେ ୧୯୭୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୭୭ରେ ମାଡ୍ରାସ (ଦକ୍ଷିଣ) ଆସନରୁ ଲୋକ ସଭାକୁ ନିର୍ବାଚିତ ହୋଇ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଅର୍ଥମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୮୩ରେ ସେ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ । ମିଶାଇଲ ମ୍ୟାନ ଭାବେ ପରିଚିତ ଅବଦୁଲ କଲାମଙ୍କୁ ସେ ମହାକାଶ କାର୍ଯ୍ୟକ୍ରମରୁ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ଆଣିଥିଲେ । ୧୯୮୪ରେ ଉପରାଷ୍ଟ୍ରପତି ଓ ୧୯୮୭ରେ ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ଜାନୁଆରୀ ୨୭ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।

ରଚନାବଳୀ[ସମ୍ପାଦନା]

  • Role of Planning in Industrial Development, by Ramaswami Venkataraman. Published by Govt. of India Press, 1969.
  • The Role of a Private Member of Parliament, by Ramaswami Venkataraman. Published by Harold Laski Institute of Political Science, 1986.
  • My Presidential Years - R Venkataraman, by R Venkataraman. 1995. HarperCollins/Indus. ISBN 81-7223-202-0.
  • R. Venkataraman on Contemporary Issues, by Ramaswami Venkataraman, K. Venkatasubramanian. Published by Variant Communications, 1996.
  • Relevance of Gandhi: And Other Essays, by K Swaminathan, Ramaswami Venkataraman. Published by Gandhigram Trust, 1998.

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]

Lua error in package.lua at line 80: module 'Module:Authority control/config' not found.