Jump to content

ରାମସ୍ୱାମୀ ଭେଙ୍କଟରମଣ

ଉଇକିପିଡ଼ିଆ‌ରୁ
ରାମସ୍ୱାମୀ ଭେଙ୍କଟରମଣ
ଭାରତର ୮ମ ରାଷ୍ଟ୍ରପତି
କାର୍ଯ୍ୟକାଳ
୨୫ ଜୁଲାଇ ୧୯୮୭  ୨୫ ଜୁଲାଇ ୧୯୯୨
ପ୍ରଧାନ ମନ୍ତ୍ରୀରାଜିବ ଗାନ୍ଧୀ
ବିଶ୍ୱନାଥ ପ୍ରତାପ ସିଂହ
ଚନ୍ଦ୍ର ଶେଖର
ପି.ଭି. ନରସିଂହ ରାଓ
Vice Presidentଶଙ୍କର ଦୟାଲ ଶର୍ମା
ପୂର୍ବ ଅଧିକାରୀଜୈଲ ସିଂହ
ପର ଅଧିକାରୀଶଙ୍କର ଦୟାଲ ଶର୍ମା
ଉପ-ରାଷ୍ଟ୍ରପତି
କାର୍ଯ୍ୟକାଳ
୨୦ ଅଗଷ୍ଟ ୧୯୮୨  ୨୭ ଜୁଲାଇ ୧୯୮୭
ରାଷ୍ଟ୍ରପତିଜୈଲ ସିଂହ
ପୂର୍ବ ଅଧିକାରୀମହମ୍ମଦ ହିଦାୟତୁଲ୍ଲା
ପର ଅଧିକାରୀଶଙ୍କର ଦୟାଲ ଶର୍ମା
ଗୃହ ମନ୍ତ୍ରୀ
କାର୍ଯ୍ୟକାଳ
୨୨ଜୁନ ୧୯୮୨  ୨ ସେପ୍ଟେମ୍ବର ୧୯୮୨
ପ୍ରଧାନ ମନ୍ତ୍ରୀଇନ୍ଦିରା ଗାନ୍ଧୀ
ପୂର୍ବ ଅଧିକାରୀଜୈଲ ସିଂହ
ପର ଅଧିକାରୀପ୍ରକାଶ ଚନ୍ଦ୍ର ସେଠୀ
ରକ୍ଷା ମନ୍ତ୍ରୀ
କାର୍ଯ୍ୟକାଳ
୧୫ ଜାନୁଆରୀ ୧୯୮୨  ୨ ଅଗଷ୍ଟ ୧୯୮୪
ପ୍ରଧାନ ମନ୍ତ୍ରୀଇନ୍ଦିରା ଗାନ୍ଧୀ
ପୂର୍ବ ଅଧିକାରୀଇନ୍ଦିରା ଗାନ୍ଧୀ
ପର ଅଧିକାରୀଶଙ୍କରରାଓ ଚଭନ
ବିତ୍ତ ମନ୍ତ୍ରୀ
କାର୍ଯ୍ୟକାଳ
୧୪ ଜାନୁଆରୀ ୧୯୮୦  ୧୫ ଜାନୁଆରୀ ୧୯୮୨
ପ୍ରଧାନ ମନ୍ତ୍ରୀଇନ୍ଦିରା ଗାନ୍ଧୀ
ପୂର୍ବ ଅଧିକାରୀହେମବତୀ ନନ୍ଦନ ବହୁଗୁଣା
ପର ଅଧିକାରୀପ୍ରଣବ ମୁଖାର୍ଜୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1910-12-04)୪ ଡିସେମ୍ବର ୧୯୧୦
ରାଜମଦମ, ତାମିଲନାଡୁ, ଭାରତ
ମୃତ୍ୟୁ୨୭ ଜାନୁଆରୀ ୨୦୦୯(2009-01-27) (ବୟସ ୯୮)
ନୂଆ ଦିଲ୍ଲୀ, ଭାରତ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଜାନକୀ ଭେଙ୍କଟରମଣ
ଶିକ୍ଷାନୁଷ୍ଠାନଲୋୟଲା କଲେଜ, ମାଡ୍ରାସ ଲ କଲେଜ
ପେଷାଓକିଲାତି
ସନ୍ତକ

ରାମସ୍ୱାମୀ ଭେଙ୍ଗଟରମଣ (୪ ଡିସେମ୍ବର ୧୯୧୦ - ୨୭ ଜାନୁଆରୀ ୨୦୦୯) ଜଣେ ସ୍ୱାଧୀନତା ସଂଗ୍ରାମୀ, ଆଇନଜୀବୀ ଓ ରାଜନେତା ଥିଲେ । ସେ ଭାରତର କେନ୍ଦ୍ରମନ୍ତ୍ରୀ ତଥା ଅଷ୍ଟମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ । ସେ ୧୯୧୦ ଡିସେମ୍ବର ୪ ତାରିଖରେ ତାମିଲନାଡୁର ତାଞ୍ଜୋରଠାରେ ଜନ୍ମଗ୍ରହଣ କରିଥିଲେ । ସେ ମାଡ୍ରାସର ଲୋୟଲା କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ଓ ଆଇନରେ ଡିଗ୍ରୀ ହାସଲ କରିବା ପରେ ଉଚ୍ଚନ୍ୟାୟାଳୟରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ସେ ୧୯୪୨ର ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ ଦୁଇବର୍ଷ କାରାବରଣ କରିଥିଲେ । ୧୯୪୪ରେ ଜେଲରୁ ବାହାରିବା ପରେ ତାମିଲନାଡୁ ପ୍ରାଦେଶିକ କଂଗ୍ରେସ କମିଟିର ଶ୍ରମିକ ସଂଗଠନର ନେତୃତ୍ୱ ନେଇଥିଲେ । ୧୯୫୨ରେ ସେ ପ୍ରଥମେ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଥିଲେ । ୧୯୫୭ରେ ଦ୍ୱିତୀୟ ଥର ନିର୍ବାଚିତ ହୋଇ ପରେ ଇସ୍ତଫା ଦେଇଥିଲେ । କେ କାମରାଜଙ୍କ ଆମନ୍ତ୍ରଣ କ୍ରମେ ସେ ମାଡ୍ରାସ ରାଜ୍ୟ ସରକାରରେ ଶ୍ରମ, ସମବାୟ, ଶିଳ୍ପ, ଶକ୍ତି ଓ ପରିବହନ ମନ୍ତ୍ରୀ ହୋଇଥିଲେ । ୧୯୬୭ରେ ସେ ଯୋଜନା କମିଶନର ସଦସ୍ୟ ହେବା ସହ କେନ୍ଦ୍ରମନ୍ତ୍ରୀମଣ୍ଡଳର ଶିଳ୍ପ, ଶ୍ରମିକ, ଶକ୍ତି, ପରିବହନ, ଯୋଗାଯୋଗ ଓ ରେଳ ବିଭାଗ ମନ୍ତ୍ରୀ ଭାବେ ୧୯୭୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୭୭ରେ ମାଡ୍ରାସ (ଦକ୍ଷିଣ) ଆସନରୁ ଲୋକ ସଭାକୁ ନିର୍ବାଚିତ ହୋଇ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଅର୍ଥମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୮୩ରେ ସେ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ । ମିଶାଇଲ ମ୍ୟାନ ଭାବେ ପରିଚିତ ଅବଦୁଲ କଲାମଙ୍କୁ ସେ ମହାକାଶ କାର୍ଯ୍ୟକ୍ରମରୁ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ଆଣିଥିଲେ । ୧୯୮୪ରେ ଉପରାଷ୍ଟ୍ରପତି ଓ ୧୯୮୭ରେ ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ଜାନୁଆରୀ ୨୭ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।

ରଚନାବଳୀ

[ସମ୍ପାଦନା]
  • Role of Planning in Industrial Development, by Ramaswami Venkataraman. Published by Govt. of India Press, 1969.
  • The Role of a Private Member of Parliament, by Ramaswami Venkataraman. Published by Harold Laski Institute of Political Science, 1986.
  • My Presidential Years - R Venkataraman, by R Venkataraman. 1995. HarperCollins/Indus. ISBN 81-7223-202-0.
  • R. Venkataraman on Contemporary Issues, by Ramaswami Venkataraman, K. Venkatasubramanian. Published by Variant Communications, 1996.
  • Relevance of Gandhi: And Other Essays, by K Swaminathan, Ramaswami Venkataraman. Published by Gandhigram Trust, 1998.

ଅଧିକ ତଥ୍ୟ

[ସମ୍ପାଦନା]