ଓଡ଼ିଆ ରାମାୟଣ

ଉଇକିପିଡ଼ିଆ‌ରୁ


ଓଡ଼ିଆ ରାମାୟଣ  
ଲେଖକବଳରାମ ଦାସ
ମୂଳ ନାମଜଗମୋହନ ରାମାୟଣ
ଦେଶଭାରତ
ଭାଷାଓଡ଼ିଆ
ବିଭାଗପୁରାଣ
ମାଧ୍ୟମ ପ୍ରକାରଛପା (ବନ୍ଧାଇ, ସାଦା ବନ୍ଧାଇ) ଓ ଅନଲାଇନ (ଉଇକିପାଠାଗାରରେ)

ଓଡ଼ିଆ ରାମାୟଣ ଓଡ଼ିଆ ସାହିତ୍ୟର ଏକ ମହାକାବ୍ୟ l ପଞ୍ଚସଖାଙ୍କ ଜ୍ୟେଷ୍ଠକବି ବଳରାମ ଦାସ ଓଡ଼ିଆ ରାମାୟଣର ରଚୟିତା ଭାବରେ ସର୍ବ ପ୍ରଥମେ ପରିଚିତ ହେଇଛନ୍ତି l ଏହାକୁ ଜଗମୋହନ ରାମାୟଣ ମଧ୍ୟ କୁହାଯାଏ l ଏହା ଦାଣ୍ଡିବୃତ୍ତରେ ଲେଖାହେଇଥିବାରୁ ଲୋକମୂଖରେ ଦାଣ୍ଡି ରାମାୟଣ ମଧ୍ୟ କୁହାଯାଏ l

ଓଡ଼ିଆ ରାମାୟଣ ସଂସ୍କୃତ ରାମାୟଣର ଅନୁବାଦ ନୁହେଁ l କବି ବଳରାମ ଆପଣାର ସମ୍ପୂର୍ଣ୍ଣ କବିତ୍ୱପ୍ରତିଭା ଖଟାଇ ରାମକଥାର ଏକ ଅଭିନବ ରଚନା କରିଛନ୍ତି l ବଳରାମ ଦାସ ମୂଳ ବାଲ୍ମିକୀ ରାମାୟଣକୁ ମୋଟେ ଅଧ୍ୟୟନ ନକରି କେବଳ ରାମାୟଣର ବିଭିନ୍ନ କଥାବର୍ଣ୍ଣନାକୁ ପଣ୍ଡିତମାନଙ୍କ ମୂଖରୁ ଯେଉଁଠି ଯେପରି ଭାବରେ ଶୁଣିଛନ୍ତି,ତାହାକୁ ଆଧାର କରି ଓଡ଼ିଆ ରାମାୟଣ ଲେଖିବାକୁ ପ୍ରବୃତ୍ତ ହୋଇଛନ୍ତି l

ଆଧାର[ସମ୍ପାଦନା]