Jump to content

ଉଇକିପିଡ଼ିଆ:ଆଲୋଚନା ସଭା ଉପରେ ବିଷୟ

Ssgapu22 (ଆଲୋଚନାଅବଦାନ)

୭ ବର୍ଷ ପରେ ଗଲାବର୍ଷ ରଥାଯାତ୍ରା ଗଣସମ୍ପାଦନା ୨୦୨୩ ଆୟୋଜନ ହୋଇଥିଲା, ଯାହାକି ଆଂଶିକ ଭାବରେ ସଫଳ ମଧ୍ୟ ହୋଇଥିଲା । ଏଥର ଯଦିଓ ବିଳମ୍ବ ହେଇଗଲାଣି, ତଥାପି ପୁଣିଥରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଉଛି । ଆପଣମାନଙ୍କର ମତାମତ ଅପେକ୍ଷାରେ । ସମୟ ଅଳ୍ପ, କିନ୍ତୁ ଅନେକ ଫଟୋ ଓ ଭିଡିଓ ଯୋଡ଼ାଯାଇ ପାରିବ ।


@Psubhashish @Hellohappy @MKar @Jnanaranjan sahu @Soumendrak @Hpsatapathy

Psubhashish (ଆଲୋଚନାଅବଦାନ)

ମୋର ମତ ସପକ୍ଷରେ ହେଲେ ନିଜେ କେତେ ଭାଗ ନେଇପାରିବି କହିପାରୁନି

Ssgapu22 (ଆଲୋଚନାଅବଦାନ)

ଧନ୍ୟବାଦ ଭାଇ, ଏଥିରେ ଆମର ଯୋଗଦାନ ସେତେ ଅଧିକ ହୁଏନି, କିନ୍ତୁ କମନ୍ସ ଅଲଗା ଅଲଗା ଜାଗାରୁ ଫଟୋଗୁଡ଼ିକ ଅପଲୋଡ଼ ହୁଏ ।

Chinmayee Mishra (ଆଲୋଚନାଅବଦାନ)

ମୋ ତରଫରୁ ପୂର୍ଣ୍ଣ ସମର୍ଥନ । ୨୦୧୮ ପରଠୁ ସେମିତି ବଡ କାମ ହେଇନି କିଛି । ଏଇ କାମ ଆଗକୁ ବଢିଲେ ଭଲ ।

Ssgapu22 (ଆଲୋଚନାଅବଦାନ)

ଏହି ଗଣ-ସମ୍ପାଦନାଟି ଶେଷ ହୋଇଗଲାଣି ନୀଳାଦ୍ରିବେଜେଠାରୁ । ଏଥର ୧୭୫ ଟି ଫଟୋ ଓ ଭିଡିଓ ଯୋଡ଼ାଯାଇଛି ଏବଂ ଗଣ-ସମ୍ପାଦନାରେ ମାତ୍ର ୪/୫ଟି ନୂଆ ପ୍ରସଙ୍ଗ ଲେଖାଯାଇଛି ।

Hellohappy (ଆଲୋଚନାଅବଦାନ)

@ଗପୁ ସାର କେତେ ଜଣ ଅଂଶ ଗ୍ରହଣ କରିଲେ କିଛି ଲେଖିଲ ନାହିଁ । ଯଦି କେବଳ, ତମେ ଏକା ଏହି ସବୁ କାର୍ଯ୍ୟ କରିଛ, ଏହାକୁ ଗଣ ସମ୍ପାଦନା କହିବା ଉଚିତ ହେବନି ।

Ssgapu22 (ଆଲୋଚନାଅବଦାନ)

ଉଇକିପିଡ଼ିଆରେ ହୋଇଥିବା ଗଣ-ସମ୍ପାଦନାରେ ଅନ୍ୟ କେହି ଭାଗ ନେଇଥିଲେ, କିନ୍ତୁ କମନ୍ସରେ ମୋ ଛଡ଼ା ଆଉ ଦୁଇଜଣ ଯୋଗ ଦେଇଥିଲେ, ଯେଉଁମାନେ ଫଟୋ ଓ ଭିଡିଓ ଅପଲୋଡ଼ କରିଥିଲେ । ହଁ, ଏହା ବି ସତ, ଗଣ-ସମ୍ପାଦନାରେ ଗଣମାନଙ୍କର ଯୋଗଦାନ ନାହିଁ, ତେଣୁ ଭବିଷ୍ୟତରେ ଏହାର ଆୟୋଜନ ମଧ୍ୟ ବନ୍ଦ କରିବାକୁ ହେବ ।

"ରଥାଯାତ୍ରା ଗଣସମ୍ପାଦନା ୨୦୨୪ ଆୟୋଜନ ବାବଦରେ"ଙ୍କୁ ଉତ୍ତର