ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୬

ଉଇକିପିଡ଼ିଆ‌ରୁ


ଆମ ଗାଁ ଆମ ସହର[ସମ୍ପାଦନା]

ଉଇକିପେଡିଆ ବନ୍ଧୁମାନେ, WikiProject Places of Odisha (WikiProject ଆମ ଗାଁ ଆମ ସହର) ବିଷୟରେ ଲେଖିବା ପ୍ରଚେଷ୍ଟା ଅତି ପ୍ରଶଂସନୀୟ l କୌଣସି ୱେବ ସାଇଟରେ ଦରକାରୀ ତଥ୍ୟ ଥିବା କେହି ଜାଣିଥିଲେ ସେହି ସାଇଟର ନାମ ଲେଖି ଦିଅନ୍ତୁ l ତାହା ହେଲେ ନୂଆ ଏଡିଟର ଶୀଘ୍ର ଲେଖି ପାରିବେ l ପ୍ରୁଷ୍ଠା http://or.wikipedia.org/s/8b ରେ ସବୁ ତଥ୍ୟ ନାହିଁ l ସବୁ ତଥ୍ୟ ଖୋଜିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ l ଏହା ସମୟ ସାପେକ୍ଷ l ସମସ୍ତ ତଥ୍ୟର ୱେବ ସାଇଟ କେହି ସଂଗ୍ରହ କରି ଦେଲେ କାମଟି ସହଜ ହେବ l ଅନେକ ବ୍ୟକ୍ତି ଲେଖିବାକୁ ରାଜି ଥିବେ, କିନ୍ତୁ ଅତି ବେଶୀ ସମୟ ଦେଇ ପାରିବେ ନାହିଁ l Subas Chandra Rout (ମୋ ଆଲୋଚନା) ୧୩:୧୫, ୧୧ ମଇ ୨୦୧୩ (UTC)

ଉଇକିପିଡ଼ିଆରେ ଦରକାରୀ ଆଧାରମାନଙ୍କର ତାଲିକା[ସମ୍ପାଦନା]

ଆଦରର ଉଇକିଆଳିଗଣ,

ଅନେକେ ଓଡ଼ିଆ ଉଇକିପିଡ଼ିଆରେ ଲେଖିବାବେଳେ ତ‌ଥ୍ୟସବୁ ଖୋଜିଲାବେଳକୁ ଅସୁବିଧାରେ ପଡ଼ୁଥିବେ କେଉଁଠୁ କି କି ତ‌ଥ୍ୟ ପାଇପାରିବେ, ମୁଁ ଉଇକିପିଡ଼ିଆରେ ଦରକାରୀ ଆଧାରମାନଙ୍କର ତାଲିକାଟିଏ ତିଆରି କରିଛି, ବାକିମାନେ ସ‌ହ‌ଯୋଗ କରି ଏହି ତାଲିକାଟିକୁ ଆହୁରି ସମୃଦ୍ଧ କରିବାରେ ସା‌ହାଯ୍ଯ କରନ୍ତୁ । --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୮:୦୪, ୬ ଜୁନ ୨୦୧୩ (UTC)

ଓଡ଼ିଶାରେ ଜୁଲାଇରେ ହେବାକୁ ଥିବା ମେଳଣ-କର୍ମଶାଳା ବାବଦରେ ଯୋଜନା[ସମ୍ପାଦନା]

ଆଦରର ଉଇକିଆଳିଗଣ,

ବିଗତ ୩-୪ ମାସ ଭିତରେ ଆପଣମାନଙ୍କ ମିଳିତ ସ‌ହ‌ଯୋଗ ଓଡ଼ିଆ ଉଇକିପିଡ଼ିଆରେ ଅନେକ ନୂଆ ପ୍ରସଙ୍ଗ ପାଖାପାଖି ୩୭୦୦ ରୁ ୪୧୦୦ ରୁ ଅଧିକ ପ‌ହ‌ଞ୍ଚିଛି । ଏ ଆମ ସମସ୍ତଙ୍କ ପାଇଁ ଏକ ସୁଖବର! ଏହି ମିଳିତ ଯୋଗଦାଙ୍କୁ ଚଳାଇରଖିବା ତ‌ଥା ଆଗାମୀ ଯୋଜନାସବୁକୁ ଓଡ଼ିଆ ଉଇକିପରିବାରର କାର୍ଯ୍ୟକ୍ରମର ଆବଶ୍ୟକ‌ତା ରହିଛି । ଆମର ଆଗାମୀ କାମ ପରିସରରେ ବିଭିନ୍ନ ଉଇକି ମେଳଣ ତ‌ଥା କର୍ମଶାଳା ଯାହା ଏହି ମାସ ତ‌ଥା ଆସନ୍ତା ମାସମାନଙ୍କରେ ହୋଇପାରିବ ସେ ବାବଦରେ କିଛି ବିଚାର ଆଲୋଚନା ପାଇଁ ଆମେ ଏହି ମାସ ୩ ରୁ ୧୨ ମଧ୍ୟରେ ଭେଟିବା ପାଇଁ ମୁଁ ଆପଣମାଙ୍କର ମତାମତ ଲୋଡ଼ୁଛି । ଏହି ସମ‌ୟକାଳ ମଧ୍ୟରେ ମୁଁ ଓଡ଼ିଶାରେ ଥିବି । ଏହା ଆମର ଓଡ଼ିଆ ଉଇକିପିଡ଼ିଆ ବାର୍ଷିକ କାର୍ଯ୍ୟପନ୍ଥା ବାବଦରେ ହୋଇଥିବା ଆଲୋଚନା-ମେଳଣ ପରେ ପ୍ରଥମ ମେଳଣ ହେବ । ଜୁଲାଇ ୯-୧୨ ଭିତରେ ଭୁବନେଶ୍ୱରରେ ବିଭିନ୍ନ ସଙ୍ଗଠନ ସ‌ହବନ୍ଧନର ସୁଯୋଗ ସନ୍ଧାନ କରିବାର ଯୋଜନା ମଧ୍ୟ ରହିଛି । ନାଲକୋଙ୍ଗର ଓଡ଼ିଆ ଉଇକିପରିବାରୁ ଆମର ପୁରାତନ ସଭ୍ୟ ମୃତ୍ୟୁଞ୍ଜ‌ୟ କର ମଧ୍ୟ ଉଇକି-କର୍ମଶାଳା ଓ ମେଳଣର ଯୋଜନା କରୁଛନ୍ତି । ଭୁବନେଶ୍ୱରରେ ଅବସ୍ଥାପିତ ଓଡ଼ିଆ ଉଇକିଆଳି ତ‌ଥା ଇଣ୍ଟରନ୍ୟାସନାଲ ରାଇସ ରିସର୍ଚ ଅର୍ଗାନା‌ଜେସନର ବୈ‌ଜ୍ଞାନିକ ଶ୍ୱେତପଦ୍ମା ଶତପ‌ଥୀ ତାଙ୍କ ଅନୁଷ୍ଠାନରେ ଏକ ଓଡ଼ିଆ ଉଇକି-କର୍ମଶାଳାର ଆଯୋଜନ ପାଇଁ ଯୋଜନା କରୁଛନ୍ତି । ଓଡ଼ିଆ ଉଇକିଆଳି ଦୀପ୍ତିମାନ ଓ ଗୋର୍ବାଚୋଭ ମଧ୍ୟ ସମ୍ବଲପୁରରେ ଓଡ଼ିଆ ଉଇକି-କର୍ମଶାଳାର ଯୋଜନା କରୁଛନ୍ତି । ଖୋର୍ଦ୍ଧାର ପ୍ରାଣନାଥ କଲେଜ ଓ ନ‌ୟାଗଡ଼ର ସରକାରୀ କଲେଜରୁ ଓଡ଼ିଆ ଉଇକି-କର୍ମଶାଳା ପାଇଁ ଅନୁରୋଧ ମଧ୍ୟ ଆସିଛି । ଏହି ସମୟ କାଳ (୩-୧୨ ଜୁଲାଇ) ଭିତରେ ମୁଁ ବ୍ୟକ୍ତିଗତ ଭାବେ ଉଇକିଆଳିମାନଙ୍କ ସ‌ହ ଭେଟିବା ସ‌ହ ଏହି କାର୍ଯ୍ୟକ୍ରମମାନଙ୍କରେ ଭାଗନେଇପାରିବି । ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ନାନାଦି ମେଳଣ ଓ କର୍ମଶାଳାରେ ଭାଗନେଇପାରିବେ ଦ‌ୟାକରି ମେଲ ଯୋଗେ ଜଣାଇବେ । ଅଳ୍ପ କିଛି ଦିନ ଭିତରେ ଏହି କାର୍ଯ୍ୟକ୍ରମମାନଙ୍କର କାର୍ଯ୍ୟନିର୍ବାହୀ ଉଇକିଆଳିମାନେ ଏହି ମେଳଣ-କର୍ମଶାଳାର ତାରିଖ ବାବଦରେ ଜଣାଇବେ ।

ଆପଣମାନଙ୍କ ମତାମତ ଓ ସ‌ହ‌ଯୋଗ କାମନା କରି ।

--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୮:୦୫, ୧ ଜୁଲାଇ ୨୦୧୩ (UTC)

ୟୁଜର ଇଣ୍ଟରଫେସ୍‌ରେ ହୋଇଥିବା ବଦଳ[ସମ୍ପାଦନା]

ଗତ କାଲି ହୋଇଥିବା ଉଇକି ମେଳଣ ବେଳେ ଓଡ଼ିଆ ଉଇକିପିଡିଆ ୟୁଜର ଇଣ୍ଟରଫେସରେ କିଛି ବଦଳ କରାଯାଇଅଛି, ସେଗୁଡିକ ହେଲା:

  • ସମ୍ପାଦନା -> ସମ୍ପାଦନା (Edit)
  • ସାଇତିବେ -> ସାଇତିବେ [Save]
  • ଦେଖଣା -> ପ୍ରାକଦର୍ଶନ [Preview]

Screenshots:

ନୂଆ ଉଇକିଆଳି ଓ ସାଧାରଣ ବ୍ୟବହାରକାରୀ, ଯେଉଁମାନେ ଇଂରାଜୀ ଇଣ୍ଟରଫେସ ସହ ଅଭ୍ୟସ୍ତ, ସେମାନଙ୍କ ସୁବିଧା ପାଇଁ ଏହିସବୁ ବଦଳ କରାଯାଇଅଛି । ମେଳଣ ସମୟରେ ସବୁ ଉଇକିଆଳି ଉପସ୍ଥିତ ନଥିଲେ; ତେଣୁ ନୂଆ ଓ ପୁରୁଣା ଉଇକିଆଳିମାନେ ବଦଳ ବାବଦରେ ନିଜ ନିଜ ମତାମତ ଦେବାକୁ ଅନୁରୋଧ ।--ଶିତିକଣ୍ଠ (ଆଲୋଚନା) ୨୦:୧୮, ୪ ଜୁଲାଇ ୨୦୧୩ (UTC)

ମୋ ମତରେ ଠିକ ଅଛି, ଆମେ ଶୁଭ, ମୁଁ ଏମିତି English ରେ ଲେଖିବା ପାଇଁ ଆଗରୁ ଥରେ କଥା ହେଇଥିଲୁ । -- ଅଂଶୁମାନ ତାର ଯୋଡ଼ିବେ? ୦୯:୨୧, ୫ ଜୁଲାଇ ୨୦୧୩ (UTC)
ଯେତେଦୂର ଇଂରାଜୀ ପ୍ରତିଶବ୍ଦ ଲେଖିବା କଥା ଉଠୁଛି, ମୁଁ ସହମତି ପ୍ରକାଶ କରୁଛି। କିନ୍ତୁ ଓଡ଼ିଆ ଶବ୍ଦ "ଦେଖେଣା' ବଦଳରେ "ପ୍ରାକଦର୍ଶନ' .... ଏଇଟା ମୋତେ ବିଲକୁଲ ପସନ୍ଦ ନୁହେଁ। ଏଇ ଗୋଟିଏ ଜିନିସ ଉଇକିପିଡ଼ିଆରେ ମୋତେ ବ୍ଯକ୍ତିଗତ ଭାବେ ଜମାରୁ ଭଲ ଲାଗେନା ।
ଇଣ୍ଟରଫେସରୁ ଖାଣ୍ଟି ଓଡ଼ିଆ ଶବ୍ଦକୁ ବାହାର କରି ବାରମ୍ବାର ଇଏ ସବୁ ବଦଳ କରିବାଟା ଠିକ ନୁହଁ। ଯଥା "ଏହାକୁ ବଦଳାନ୍ତୁ' ଜାଗାରେ "ସମ୍ପାଦନା' ଆଦି। "ପଢନ୍ତୁ' ପାଖରେ "ଏହାକୁ ବଦଳାନ୍ତୁ' ବରଂ ଠିକ୍ ଲାଗୁଥିଲା। ଆଉ କିଛି ଦିନ ପରେ କେହି ପ୍ରସ୍ତାବ ଦେବେ "ପଢ଼ନ୍ତୁ' ଜାଗାରେ "ପାଠ' ବା "ପଠନ' ଲେଖିବାକୁ.... ବାରମ୍ବାର ଏଇମିତି ବଦଳ କରିବାଟା ଅଶୋଭନୀୟ ଓ ଅବାଞ୍ଛନୀୟ।
ଆଉ ବଦଳଟା କୌଣସି ଭାଷାବିତଙ୍କ ମାର୍ଗଦର୍ଶନରେ ହେବା ଦରକାର ବୋଲି ମୋର ମତ। ବର୍ତ୍ତମାନ ପରିପ୍ରେକ୍ଷୀରେ ମୋ କହିବାର କଥା -
1. "ପ୍ରାକଦର୍ଶନ' ଠାରୁ "ଦେଖେଣା' ଅଧିକ ଯଥାର୍ଥ। ତେବେ "ପୂର୍ବାବଲୋକନ' ଶବ୍ଦ ଗ୍ରହଣୀୟ, କିମ୍ବା "ପ୍ରଥମେ ଦେଖନ୍ତୁ' ବୋଲି ଲେଖା ଯାଇ ପାରେ। କିନ୍ତୁ ପ୍ରାକଦର୍ଶନ ଆଦୌ ଠିକ୍ ନୁହେଁ।
2. ପ୍ରାକଦର୍ଶନ ଠିକ୍ ବନାନ ନୁହଁ । ପ୍ରାକ୍ଦର୍ଶନ ହେଉଛି ଠିକ୍ ବନାନ। କିନ୍ତୁ ଉଇକିପିଡ଼ିଆ ପୃଷ୍ଠାରେ ହଳନ୍ତକୁ ଅଲଗା କରି ଲେଖିବା କାଠିକର ପାଠ।
3. ତୃତୀୟରେ ଦର୍ଶନ ଶବ୍ଦର ଅର୍ଥ ବହୁତ ବ୍ଯାପକ । ପ୍ରାକଦର୍ଶନ, ନ୍ଯାୟ, ବୈଶେଷିକ, ସାଂଖ୍ଯାଦି ଷଦଦର୍ଶନ କ୍ରମରେ ଆଉ ଏକ ଦର୍ଶନ ବୋଲି କେହି ଭାବି ପକାଇବେ ନାହିଁ ତ!! !!!!!!!!!!?
2012 ଜାନୁଆରୀରେ ଓଡ଼ିଆ ଉଇକିପିଡ଼ିଆରେ ଥିବା ଇଣ୍ଟରଫେସକୁ ମୁଁ ଆଜି ବି ଅଧିକ ପସନ୍ଦ କରେ। ତେବେ ଏ ସବୁ ମୋର ବ୍ଯକ୍ତିଗତ ମତାମତ। ଏଥିରେ କାହାପ୍ରତି କୌଣସି ଆକ୍ଷେପ ନାହିଁ କି କାହା ବିରୁଦ୍ଧରେ କିଛି ଆରୋପ ନାହିଁ। ଯଦି ଏ ସବୁ କାହାକୁ ଭଲ ନ ଲାଗିଥାଏ ସେଥିପାଇଁ ଏ ଉଇକିଆଳି (ବ୍ଯବହାରକାରୀ) କ୍ଷମା ଚାହୁଁଛି।--ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୫:୪୩, ୧୦ ଜୁଲାଇ ୨୦୧୩ (UTC)
ସୁରଥ ଭାଇଙ୍କ ସହ ଏକମତ । "ପ୍ରାକଦର୍ଶନ"ଟା ଅଡୁଆ ଲାଗୁଛି । "ଦେଖଣା", "ଦେଖି ନେବେ" ବା "ଦେଖି ନିଅନ୍ତୁ" ଠିକ ହେବ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୬:୦୨, ୧୧ ଜୁଲାଇ ୨୦୧୩ (UTC)
ଖାଣ୍ଟି ଓଡ଼ିଆ ଶବ୍ଦର ବ୍ୟବହାରରେ ମୋର ସମର୍ଥନ । କିନ୍ତୁ କଥା ହେଲା ନୂଆ ଉଇକିଆଳି ମାନେ କିପରି ବୁଝିବେ ଯେ ଦେଖେଣା ମାନେ preview ବୋଲି ? preview ର ପ୍ରକୃତ ଓଡ଼ିଆ ବୋଧେ 'ପୂର୍ବବୋଲୋକନ' ଭଲ ହୋଇଥାନ୍ତା କିନ୍ତୁ 'ପ୍ରାକଦର୍ଶନ' ଅଧିକ ସହଜିଆ ଲାଗୁଛି । ଆଉ ହଳନ୍ତ ବ୍ୟବହାରରେ ଅସୁବିଧା ନାହିଁ (ପ୍ରାକ୍‌ଦର୍ଶନ) ଏହା ସମ୍ପର୍କରେ ଆମେ ଆଲୋଚନା କରିବା । ଯଦି ଏହା ବଦଳରେ ଆଉ କିଛି ସୁବିଧାଜନକ ଶବ୍ଦ ଯାହା ମାନେ ପ୍ରିଭିଉ ବୋଲି ଜଣେ ନୂଆ ଉଇକିଆଲିଟିଏ ବି ଜାଣିପାରିବ ସେମିତି କିଛି ଶବ୍ଦ ବିଷୟରେ ମତାମତ ଦେବା ପାଇଁ ଅନୁରୋଧ । ମତାମତ ପାଇଁ ଅନେକ ଧନ୍ୟବାଦ । --ଶିତିକଣ୍ଠ (ଆଲୋଚନା) ୧୨:୪୩, ୧୧ ଜୁଲାଇ ୨୦୧୩ (UTC)

ଧନ୍ୟବାଦ ଶିତି, ନୂଆ ଉଇକିଆଳିଟି କିଏ ହେବ? ଆମରି ଭିତରୁ ଜଣେତ? ଆମରି ପରି ଜଣେତ?ସେ ବି ବୁଝିନେବ। ଯିଏ ଉଇକିପିଡ଼ିଆରେ ଲେଖିବାକୁ ଆସିବ କି ଦେଖିବାକୁ ଆସିବ, ତା’ର ନିଶ୍ଚେ ଟିକି ଭାଷାପ୍ରୀତି ରହିଥିବ। ଯଦି ତାକୁ ବୁଝିବାରେ କଷ୍ଟ ହୁଏ ତେବେ ସେ ସେତିକି କଷ୍ଟ କରି ବୁଝିନେବ ଓ ଏଥିପାଇଁ ତାକୁ କେବେବି କିଛି ଅଡ଼ୁଆ ଲାଗିବ ନାହିଁ । ଆଉ ଯେହେତୁ ଆମେ ବନ୍ଧନୀ ଭିତରେ ଇଂରାଜୀ ଲେଖୁଛେଁ, କିଛି ଅସୁବିଧା ହେବନି ବୋଲି ମୁଁ ଭାବୁଛି। --117.195.23.148 ୧୨:୪୮, ୧୩ ଜୁଲାଇ ୨୦୧୩ (UTC)-

ଉଇକି ଲିଙ୍କ ଶେଷରେ ବ୍ୟବହୃତ ଅକ୍ଷର (Linktrails) ଏବେ ଠିକ ଭାବେ ଆସୁଛି[ସମ୍ପାଦନା]

ବନ୍ଧୁଗଣ, ପୂର୍ବରୁ ଉଇକି ଲିଙ୍କ ଶେଷରେ ବ୍ୟବହୃତ ଅକ୍ଷର ଠିକ ଭାବେ ମିଶୁ ନଥିଲା (ଲିଙ୍କ ହେଉ ନଥିଲା), କିନ୍ତୁ ଏବେ ଆସୁଛି । ବର୍ଷଟିଏ ପରେ ବଗ bugzilla:36966 ଟି ଠିକ ହେଲା । ଉଦାହରଣ ଭାବେ [[ଭାରତ]]ର = ଭାରତର, [[କୃଷ୍ଣ]]ଙ୍କୁ = କୃଷ୍ଣଙ୍କୁ, ଆଗରୁ "ର", "ଙ୍କୁ" ଇତ୍ୟାଦି ଲିଙ୍କ ନ ହୋଇ ସାଧାରଣ କଳା ଅକ୍ଷର ଭାବେ ଆସୁଥିଲା । ତ ଏବେଠାରୁ ଆପଣମାନେ [[ଭାରତ|ଭାରତର]] ନ ଲେଖି "[[ଭାରତ]]ର" ଲେଖିପାରିବେ, ଏବଂ ଯେଉଠିଁ ସମ୍ଭବ "|" ବ୍ୟବହାର ନକରି ଲେଖିପାରିବେ । ଯଦି କେହି ବ୍ୟତିକ୍ରମ ଲକ୍ଷ କରନ୍ତି, ଦୟାକରି ଏଇଠି ନହେଲେ ମୋ ଆଲୋଚନା ପୃଷ୍ଠାରେ ଜଣାଇବେ । ଧନ୍ୟବାଦ :) -- ଅଂଶୁମାନ ତାର ଯୋଡ଼ିବେ? ୧୫:୦୪, ୬ ଜୁଲାଇ ୨୦୧୩ (UTC)

ଯା ହେଉ, ଏଇଟା ଖୁବ ଭଲ ଫିଚରଟେ, ସମସ୍ତେ ପରଖ କରି ମତାମତ ଦେଲେ ଯଦି କିଛି ଅସୁବିଧା ଥିବ ସୁଧାରି ହେବ । ଧନ୍ୟବାଦ --ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୫:୩୯, ୬ ଜୁଲାଇ ୨୦୧୩ (UTC)

ଷଷ୍ଠ ଉଇକି ମେଳଣ ସମୟରେ ହୋଇଥିବା କିଛି ଆଲୋଚିତ ବିଷୟ[ସମ୍ପାଦନା]

ପ୍ରିୟ ଉଇକିଆଳିଗଣ,
ଡେରିରେ ଲେଖିଥିବାରୁ ଦୁଃଖିତ । ଷଷ୍ଠ ଉଇକି ମେଳଣ ସମୟରେ କିଛି ବିଷୟ ଆଲୋଚନା କରଯାଇଥିଲା, ସେଗୁଡ଼ିକ ହେଲା:

୧. ୟୁଜର ଇଣ୍ଟରଫେସରେ ବଦଳ
(ଏହା ସମ୍ପର୍କରେ ଆଲୋଚନା ସଭାରେ ଆଲୋଚନା ଚାଲିଛି)

୨. ଉଇକିପିଡିଆ ଉପରେ ଦେଖାଯାଉଥିବା ବ୍ୟାନର ରେ ବଦଳ
(ଉଇକିପିଡିଆରେ ନୂଆ ଉଇକିଆଳିଙ୍କ ସହାୟତା ନିମନ୍ତେ ଥିବା ବ୍ୟାନରଟି ବହୁତ ବଡ ଥିଲା । ଏଣୁ ଏହାକୁ ବଦଳାଇ ନୂଆ, ଆକର୍ଷଣୀୟ ଓ ଉପଯୋଗୀ ଆଉ ଏକ ବ୍ୟାନର ଯୋଡିବା ପ୍ରସଙ୍ଗ ଉଠିଥିଲା । ବ୍ୟାନରରେ ଆଜି ଅଳ୍ପ ବଦଳ କରାଯାଇଛି)

୩. ଓଡ଼ିଆ ଉଇକିପିଡିଆରେ ଉଇକି ସଂବାଦ ଆରମ୍ଭ କରିବା ଯୋଜନା ।
(ଏହା ପାଇଁ କିଛି ସାମ୍ବାଦିକଙ୍କ ସହାୟତା ନେବା ପାଇଁ ପ୍ରସ୍ତାବ ଥିଲା)

୪. ULS ର ଉପଯୋଗିତା କେତେ ? ଉଇକିପିଡିଆରେ ଏହି ବଦଳ ଯୋଗୁଁ ନୂଆ ଓ ପୁରୁଣା ଉଇକିଆଲି ଏବଂ ଇଣ୍ଟର୍ନେଟ ସ୍ୟାଭି ଓ ଅନଭ୍ୟସ୍ତ ବ୍ୟକ୍ତିଙ୍କ ଅସୁବିଧା-ସୁବିଧା ସମ୍ପର୍କରେ ଆଲୋଚନା କରଯାଇଥିଲା ।

୫. ଏତଦ ବ୍ୟତୀତ ଓଡ଼ିଆ ଉଇକିପିଡିଆକୁ ଅଧିକ ଲୋକଙ୍କ ପାଖରେ କିପରି ପହଞ୍ଚାଇହେବ (?), ବୁର୍ଲା, ଖୋର୍ଦ୍ଧା ଓ ଅନ୍ୟାନ୍ୟ ସ୍ଥାନରେ ହେବାକୁ ଥିବା ଉଇକି କର୍ମଶାଳା ପରିଚାଳନା, ୟୁସର ଇଣ୍ଟରଫେସ କୁ ଅଧିକ ସହଜ କରିବା ପାଇଁ ଆବଶ୍ୟକୀୟ ଅନ୍ୟାନ୍ୟ ବଦଳ ସମ୍ପର୍କରେ ଆଲୋଚନା ହୋଇଥିଲା ।

ସେଠାରେ ସେଦିନ ଅନେକ ଉଇକିଆଳି ଉପସ୍ଥିତ ରହିପାରିନଥିଲେ । ଏଣୁ ଉକ୍ତ ବିଷୟ ଗୁଡ଼ିକ ବାବଦରେ ଆପଣଙ୍କ ମତାମତ ଆବଶ୍ୟକ ।

--ଶିତିକଣ୍ଠ (ଆଲୋଚନା) ୧୨:୧୭, ୧୧ ଜୁଲାଇ ୨୦୧୩ (UTC)

ଢେଙ୍କାନାଳ ଠାରେ ଓଡ଼ିଆ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ-୨ ସମ୍ପର୍କିତ ଆଲୋଚନା[ସମ୍ପାଦନା]

ଆଦରର ଉଇକିଆଳିଗଣ,

ଏହି ମାସ ୧୨ ତାରିଖ ଦିନ ଓଡ଼ିଆ ଉଇକିଆଳି ମୃତ୍ୟୁଞ୍ଜୟ କର ଓ ମୁଁ ଢେଙ୍କାନାଳ ସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନରେ ପ୍ରଫେସର ମୃଣାଳ ଚାଟ୍ଟାର୍ଜୀଙ୍କ ସ‌ହିତ ଭେଟିଥିଲୁ । ଆମର ଆଲୋଚନାର ବିଷୟ ଥିଲା ଆଗାମୀ ବର୍ଷ ପାଇଁ ଭାରତୀୟ ଜନସଂଚାର ସଂସ୍ଥାନରେ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପର ଦ୍ୱିତୀୟ ଭାଗ । ସୁଖର କ‌ଥା ପ୍ରଫେସର ଚାଟ୍ଟାର୍ଜୀ ଏଥର ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ପରିବାରର ସ‌ହ‌ଯୋଗରେ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଅଗଷ୍ଟ ମାସ ପ୍ରଥମ ସ‌ପ୍ତାହରେ କଲେଜ ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ ୨ୟ/୩ୟ ସ‌ପ୍ତାହରେ ନାଲକୋନ‌ଗରରେ ଥିବା ଉଇକିଆଳିମାନେ ଢେଙ୍କାନାଳ ଯାଇ ନୂଆ ଯୋଗଦେଇଥିବା ପିଲାଙ୍କୁ ଉଇକିପିଡ଼ିଆ ସମ୍ବନ୍ଧରେ ପ୍ରଥମ କର୍ମଶାଳର ଆୟୋଜନ କରିବେ । ତାହା ପରେ ପ୍ରତି ମାସରେ ଗୋଟ ବା ଯୋଡ଼ିଏ କର୍ମଶାଳା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଶିକ୍ଷା ଦିଆଯିବ । ସେମାନେ ନିଜ ଶିକ୍ଷକଙ୍କ ତ‌ତ୍ୱାବଧାନରେ ପାଠ୍ୟଖସଡ଼ାରୁ କିଛି କିଛି ବିଷ‌ୟ ବାଛି ତାହା ଉପରେ ଓଡ଼ିଆ ଉଇକିପିଡ଼ିଆରେ ନୂଆ ପ୍ରସଙ୍ଗ ତିଆରି କରିବେ ଅଥବା ଆଗରୁ ଥିବା ପ୍ରସଙ୍ଗକୁ ଉନ୍ନ‌ତ କରିବେ । ଅକ୍ଟୋବର ବେଳକୁ ଏହି ପ୍ରସଙ୍ଗ‌ଗୁଡ଼ିକ ଉଭୟ ଓ ଉଇକିଆଳିଙ୍କ ଦ୍ୱାରା ମୂଲ୍ୟାୟନ ହେବ ଓ ଛାତ୍ରଛାତ୍ରୀମାଙ୍କୁ ସେମାନଙ୍କ ଅବଦାନ ପାଇଁ ମାନପ‌ତ୍ର ସ‌ହ ପୁରସ୍କୃତ କରାଯିବ ।

ଆମ ଆଲୋଚନାର ଦ୍ୱିତୀୟ ବିଷୟ ଥିଲା ଉଇକିସମ୍ବାଦ । ଅକଟୋବର ପରେ ଛାତ୍ରଛାତ୍ରୀମାନେ "ଓଡ଼ିଆ ଉଇକିସମ୍ବାଦ" ପ୍ରକଳ୍ପରେ ଯୋଗଦାନ କରିପାରିବେ । କଲେଜରେ ପ୍ରକାଶିତ ହେଉଥିବା "ଦି ରିପୋର୍ଟର୍" ଖବରକାଗଜର ଅନେକ ଉପ‌ଯୋଗୀ ବିଷ‌ୟ ଉଇକିସମ୍ବାଦରେ ସ୍ଥାନୀତ ହୋଇପାରିବ ଯାହା ଛାତ୍ରଛାତ୍ରୀମାନେ ପ୍ରତିଦିନ ଅପଡେଟ କରିପାରିବେ । ଏହି ପ୍ରକଳ୍ପ ସମ୍ବନ୍ଧରେ ପ୍ରାଥମିକ ପୃଷ୍ଠାଟି ଏହି ଲିଙ୍କରେ ଦେଖିପାରିବେ । --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୯:୦୯, ୨୩ ଜୁଲାଇ ୨୦୧୩ (UTC)

କବିତା ସମ୍ପାଦନା ପଦ୍ଧତି[ସମ୍ପାଦନା]

କବିତା ଗୁଡ଼ିକରେ ଛୋଟ ଛୋଟ ଧାଡ଼ି ଥାଏ । ପ୍ରତି ଧାଡ଼ି ଲେଖି ସାରିବା ପରେ Enter ମାରିଲେ ମଧ୍ୟ ସେଭ କରିବା ପରେ ଗୋଟିଏ ଧାଡ଼ିରେ ଲେଖା ଆସେ । ଏଣୁ ପ୍ରତି ଧାଡ଼ି ଲେଖି ସାରି < >ମଝିରେ br ଲେଖିବାକୁ ହୁଏ କିମ୍ବା ଦୁଇ ଥର enter ମାରିବାକୁ ହୁଏ। ଏହା ନ କରି ଗୋଟିଏ ସରଳ ପଦ୍ଧତିରେ ଲେଖିଲେ ସହଜରେ ଲେଖି ହେବ ।
କବିତା ଲେଖିବା ପୂର୍ବରୁ ଏହି ବ୍ରାକେଟ < > ମଝିରେ poem ଓ ଶେଷରେ ଏହି ବ୍ରାକେଟ </ > ମଝିରେ poem ଲେଖିଲେ ଆଉ ଦୁଇ ଥର Enter ମାରିବା ବା ଏହା < /> ମଝିରେ br ଲେଖିବା ଦରକାର ହେବ ନାହିଁ ।
କବିତା ସମ୍ପାଦନା ପରେ ଲେଖାଟି ପୃଷ୍ଠାର ବାମ ପାଖରେ ରହେ । ଏହାକୁ ପୃଷ୍ଠା ମଝିରେ ମଧ୍ୟ ଲେଖି ହେବ । ନିମ୍ନରେ ଦେଖନ୍ତୁ ।
ଏହି < > ବ୍ରାକେଟ ମଝିରେ div class="center" style="width: auto; margin-left: auto; margin-right: auto;" ଲେଖି କବିତା ଶେଷରେ ଏହା </ > ମଝିରେ div ଲେଖିବେ । ଏହି ଭଳି ଲେଖିଲେ ପୃଷ୍ଠା ମଝିରେ ମଧ୍ୟ କବିତା ଲେଖି ପାରିବେ । ତଳେ ଉଦାହରଣ ଦିଆଗଲା ।

Markup Renders as
<div class="center" style="width: auto; margin-left: auto; margin-right: auto;">Centered text</div> 
Centered text

ଧନ୍ୟବାଦ, ସୁବାସ ଚନ୍ଦ୍ର ରାଉତ (ମୋ ଆଲୋଚନା) ୦୪:୩୧, ୧୭ ଅଗଷ୍ଟ ୨୦୧୩ (UTC)

ଆଗାମୀ IRC ଆଲୋଚନା ପାଇଁ ପ୍ରସ୍ତାବ[ସମ୍ପାଦନା]

ଆଦରର ଉଇକିଆଳିଗଣ,

ଏହି ମାସ ୭ ତାରିଖରୁ ୧୧ ତାରିଖ ଯାଏଁ ହଂକଂ ଠାରେ ଉଇକିମିଡ଼ିଆ ପ୍ରକଳ୍ପମାନ‌ଙ୍କର ସମ୍ପାଦକ, ମିଡ଼ିଆଉଇକି ସମ୍ବନ୍ଧିତ ଓପନସୋର୍ସ ଆନ୍ଦୋଳନରେ ଭାଗନେଉଥିବା ଅନେକ ଯୋଗଦାନ‌କାରୀଙ୍କ ବାର୍ଷିକ ସମାବେଶ "ଉଇକିମାନିଆ" ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦେଇ ଇଣ୍ଡିକ ଭାଷାଗୋଷ୍ଠୀର ଅନେକ ସମ୍ପାଦକ ତ‌ଥା ବିଶ୍ୱର ବାକି ଭାଷାର ଉଇକିମିଡ଼ିଆ ପ୍ରକଳ୍ପର ସମ୍ପାଦକମାନ‌ଙ୍କ ସ‌ହ ବିଚାର ଆଲୋଚନା କରିବାର ସୁଯୋଗ ମିଳିଥିଲା । ଓଡ଼ିଆ ଉଇକିପିଡ଼ିଆ ତରଫରୁ ଅନ୍ୟତମ ପୁରାତନ ସଭ୍ୟ ଶ୍ରୀକାନ୍ତ କେଡ଼ିଆଙ୍କୁ ବୃତ୍ତି ମିଳିଥିଲେ ମଧ୍ୟ ବ୍ୟକ୍ତିଗତ କାରଣବଶତଃ ସେ ଆସିପାରିନ‌ଥିଲେ । ତେବେ ଏହି ଉଇକିମାନିଆରେ ଯାହା ସବୁ ଆଲୋଚନା ହେଲା ତାହା ସମସ୍ତଙ୍କର କାମରେ ଆସିବ । ଓଡ଼ିଆ ଉଇକିପିଡ଼ିଆର ବର୍ତ୍ତମାନର ସ୍ଥିତି ତ‌ଥା ଆଗାମୀ ଯୋଜନାକୁ ଏହି ସମାବେଶରୁ ଆହରିତ ଅନୁଭୂତି କିଛି ପରିମାଣରେ ସାହାଯ୍ୟ କରିବ । ଏହା ବ୍ୟତୀତ ଆମର ପ୍ରକଳ୍ପମାନଙ୍କର ଅଧୁନା ସ୍ଥିତି ଓ ଆଗାମୀ ଯୋଜନା ଆଦି ବାବଦରେ ଆଲୋଚନା କରିବା ନିମନ୍ତେ ଏକ IRC (Internet Relay Chat) ଆଲୋଚନାର ପ୍ରସ୍ତାବ ମୁଁ ଏଠାରେ ଉପସ୍ଥାପନ କରୁଛି । କେଉଁ ଦିନ କେଉଁ ସମୟ ଆପଣମାନଙ୍କ ପାଇଁ ଉପଯୁକ୍ତ ହେବ! --ସୁଭାସିସ ପାଣିଗାହି (‌ମୋତେ କିଛି କ‌ହିବେ କି?)୧୦:୧୨, ୨୦ ଅଗଷ୍ଟ ୨୦୧୩ (UTC)

ଉଇକିମାନିଆରେ କଅଣ ଆଲୋଚନା ହେଲା କହିଲେ ବହୁତ ଭଲ ହେବ । ଆପଣ ସମୟ ସ୍ଥିର କରି ଜଣାନ୍ତୁ । ସୁବାସ ଚନ୍ଦ୍ର ରାଉତ (ମୋ ଆଲୋଚନା) ୦୭:୧୪, ୨୮ ଅଗଷ୍ଟ ୨୦୧୩ (UTC)
ସୁବାସ ସାର, ଅଶେଷ ଧନ୍ୟବାଦ । ମୁଁ ଆପଣମାନଙ୍କ ସୁବିଧା ଅନୁସାରେ ଫାଙ୍କା ରହିବି ଓ ଯୋଗଦେବି । ଆସନ୍ତା ସୋମ‌ବାର ସନ୍ଧ୍ୟା ୫ ଟା ରେ ସମସ୍ତେ ଫାଙ୍କା ହେବେ କି? --ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୨:୨୫, ୨୮ ଅଗଷ୍ଟ ୨୦୧୩ (UTC)
ମୋ ମତରେ ଯେଉଁମାନେ ଯୋଗଦେଇଥିଲେ, ସେମାନେ ତାଙ୍କର ଅନୁଭୂତି ଓ କେଉଁ କେଉଁ ବିଷୟ ଉପରେ ଶୁଣିଲେ ଏବଂ ଆଲୋଚନା କଲେ ବିସ୍ତୃତ ଭାବେ ଜଣାନ୍ତୁ । ତାପରେ IRCରେ ଆଲୋଚନା କଲେ ଠିକ ହେବ । -- ଅଂଶୁମାନ ତାର ଯୋଡ଼ିବେ? ୧୬:୪୦, ୨୮ ଅଗଷ୍ଟ ୨୦୧୩ (UTC)
ଇଣ୍ଡିଆନ ଏକାଡେମି ଅଫ ସାଇନ୍ସ "ଲୀଳାବତୀଜ ଡଟର" (ଲୀଳାବତୀଙ୍କ କନ୍ୟାଗଣ) ନାମରେ ଏକ ବ‌ହି ପ୍ରକାଶ କରିଛନ୍ତି । ଏହି ବ‌ହିଟି ୫୦ ଜଣ ନାରୀ-ବୈଜ୍ଞାନିକଙ୍କ ବାବଦରେ ଲିଖିତ । ହଂକଂରେ ଆୟୋଜିତ ଉଇକିମାନିଆ ୨୦୧୩ ରେ କେଇଲାନାଙ୍କ ଦ୍ୱାରା ଏକ ଅଭିଭାଷଣର ସିଧାପ୍ରସାରଣ ସମୟରେ ଏହା ଅନେକ ଭାରତୀୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ବ‌ହିରେ ଥିବା ଅନେକ ନାରୀ-ବୈ‌ଜ୍ଞାନିକଙ୍କ ଉପରେ ଥିବା ପ୍ରସଙ୍ଗ ଲିଖନ ପାଇଁ ଏକ ମିଳିତ ଗଣ-ସମ୍ପାଦନା ବାବଦରେ ମୁଁ ଆଲୋଚନା କରିବାକୁ ଚାହୁଁଛି । ଏହି ପୃଷ୍ଠାରେ ମୁଁ ଏକ ପ୍ରକଳ୍ପ ପୃଷ୍ଠା ଆରମ୍ଭ କରିଛି । ମିଳିତ ଭାବେ ଏସୀୟ ଦେଶଗୁଡ଼ିକରେ କିଛି ପ୍ରକଳ୍ପ ଆରମ୍ଭ କରବାର ଯୋଜନା ମଧ୍ୟ ହୋଇ‌ଛି । ଏସବୁ ବ୍ୟତୀତ ଅନେକ ଦିନ ହେବ ଓଡ଼ିଆ ଉଇକିଆଳିମାନେ IRC ରେ କିଛି ଆଲୋଚନା ହୋଇ‌ନାହିଁ, ଆମେ ଏହାକୁ ଉଇକିମାନିଆ ବିଶେଷ ନ କରି ଏ ମାସର IRC କରିପାରିବା ଯେଉଁଥିରେ ମୁଁ ନିଜର ଅନୁଭୂତି କ‌ହିବି । ତା ସାଙ୍ଗେ ସାଙ୍ଗେ ଆମେ ଆଗାମୀ ମାସ ପାଇଁ କିଛି ଯୋଜନା ବି କରିପାରିବା ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୧:୪୬, ୨୯ ଅଗଷ୍ଟ ୨୦୧୩ (UTC)
ରବିବାର ଭଲ ହୁଅନ୍ତା .... କିମ୍ବା ସୋମବାର ସନ୍ଧ୍ୟା ୭ ଟା ପରେ ଠିକ ହେବ .... ଅନ୍ୟ ମାନଙ୍କ ମତାମତ ନିଆଯାଉ ।--ଶିତିକଣ୍ଠ (ଆଲୋଚନା) ୧୪:୧୦, ୨୯ ଅଗଷ୍ଟ ୨୦୧୩ (UTC)
ଆସନ୍ତା ସୋମବାର (୨ ସେପ୍ଟେମ୍ବର) ସଂନ୍ଧ୍ୟା ୭ ପରେ ହେଲେ ଭଲ ହୁଅନ୍ତା କିନ୍ତୁ ସମସ୍ତଙ୍କ ମତାମତ ନିଆଯାଇ ଅନ୍ୟ ଯେ କୈଣସି ଦିନ ସମୟ ଧାର୍ଯ୍ୟ ହେଲେ ମଧ୍ୟ ମୁଁ ସମସ୍ତଙ୍କ ସହିତ ସହମତ । --Aditya Mahar (ମୋ ଆଲୋଚନା) ୧୪:୪୫, ୨୯ ଅଗଷ୍ଟ ୨୦୧୩ (UTC)
ଶିତିକଣ୍ଠ ଓ ଆଦିତ୍ୟ ଭାଇ ଉଭୟ ସୋମବାର (୨ ସେପ୍ଟେମ୍ବର) ସଂଧ୍ୟା ୭ ପରେ ଭାଗ ନେଇପାରିବେ, ତେଣୁ ମୋ ମତରେ ସୋମବାର ଦିନ ସଂଧ୍ୟା ୭.୩୦ରେ ଆଲୋଚନା ଆରମ୍ଭ କଲେ ଠିକ ହେବ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୫୮, ୨୯ ଅଗଷ୍ଟ ୨୦୧୩ (UTC)
ସେପ୍ଟେମ୍ବର ୫ମୋ ପାଇଁ ଠିକ ଅଛି। ୩ ତାରିଖ ମୋର ଗୋଟେ GD/PI ଅଛି। ସେଥିପାଇଁ ୨ ତାରିଖ ରେ ମୁଁ ପଢାପଢି କରୁଥିବି। -- ଦୀପ୍ତିମାନ ତାର ଯୋଡ଼ିବେ? ୧୪:୪୯,୩୦ ଅଗଷ୍ଟ ୨୦୧୩ (UTC)
ସୋମ‌ବାର ସନ୍ଧ୍ୟା ୭:୩୦ରେ #wikimedia-or ପାଇଁ ମୁଁ ପୃଷ୍ଠାଟେ ତିଅରି କରିଦେଇଛି, ହେଲେ ୫ ତାରିଖରେ ଆଉଗୋଟେ IRC ଅଛି, ତେଣୁ ଦୀପ୍ତି ଭାଇ, ତମେ ଆଲୋଚନାର ଲଗ ପରେ ଦେଖି ସେଥିରେ ନିଜ ମତ ଯୋଡ଼ିପାରିବ । --ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୨:୪୨, ୩୦ ଅଗଷ୍ଟ ୨୦୧୩ (UTC)
ମୁଁ ବି ଉପସ୍ଥିତ ରହିବି।--ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୨:୧୪, ୨ ସେପ୍ଟେମ୍ବର ୨୦୧୩ (UTC)

ଆକୃତି ଟାଇପିଙ୍ଗ ଟୁଲ ସମନ୍ଧରେ ଆଲୋଚନା[ସମ୍ପାଦନା]

ଆକୃତି ଟାଇପିଙ୍ଗ ଲେ-ଆଉଟ

ଆଦରର ଉଇକିଆଳିଗଣ,

ଅନେକ ବ୍ୟବ‌ହାରକାରୀ ଓଡ଼ିଶାରେ ବ‌ହୁ ପ୍ରଚଳିତ "ଆକୃତି" ଟାଇପିଙ୍ଗ ଟୁଲକୁ ଓଡ଼ିଆ ଉଇକିପିଡ଼ିଆରେ ରଖିବା ବାବଦରେ ଅନୁରୋଧ କରିଆସୁଛନ୍ତି । ଯେହେତୁ ଆକୃତି ଏକ କପିରାଇଟ ଥିବା ଲେ-ଆଉଟ ଆମେ କପିରାଇଟର ଅସୁବିଧା ହେତୁ ତାହାକୁ ଅବିକଳ ଭାବେ ଉଇକିପିଡ଼ିଆରେ ସ୍ଥାନୀତ କରି ପାରିବା ନାହିଁ । କିନ୍ତୁ ଆକୃତିର ପାଖାପାଖି ଲେ-ଆଉଟ ଟିଏ ଆମେ ଆକୃତି ସ‌ହ ପରିଚିତ ଥିବା ନୂଆ ଉଇକିଆଳିଙ୍କ ସୁବିଧା ପାଇଁ ଆରମ୍ଭ କରିପାରିବା । ଦ‌ୟାକରି ତଳେ ନିଜର ମତ ପ୍ରଦାନ କରନ୍ତୁ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୮:୩୭, ୨୬ ଅଗଷ୍ଟ ୨୦୧୩ (UTC)

ସମର୍ଥନ[ସମ୍ପାଦନା]

  1. ଯଦି କପିରାଇଟ ଅସୁବିଧା ନ ହେବ ତାହେଲେ ଠିକ ଅଛି, ଆଉ ଶୁଭ ଜାଣିବାପାଇଁ ଚାହିଁବି କିଏ ଏ କାମ ହାତକୁ ନେଉଛି ଏବଂ କାହା କାହା ସାହାଯ୍ୟ ଆବଶ୍ୟକ? -- ଅଂଶୁମାନ ତାର ଯୋଡ଼ିବେ? ୦୯:୫୬, ୨୬ ଅଗଷ୍ଟ ୨୦୧୩ (UTC)
    ଅବିକଳ ସମାନ ଲେ-ଆଉ‌ଟ ଓ ଏକା ନାମ (ଆକୃତି) ରହିଲେ କପିରାଇଟ ଅସୁବିଧା ରହିବ । ଯଦି ଆକୃତିରେ ଥିବା ଅସୁବିଧାସବୁକୁ ସୁଧାରି ଲେ-ଆଉଟରେ ପରିବର୍ତ୍ତନ କରାଯିବ ଓ ଅଲଗା ନାମରେ ଏହାକୁ ରିଲିଜ କରାଯିବ ତାହେଲେ ଅସୁବିଧା ହେବ ନାହିଁ । ଏ କାମଟି ପାଇଁ ଏ ହେଲା ପ୍ରଥମ ଆଲୋଚନା । କେହି ବି ଚାହିଁଲେ ଏଥିରେ ଭାଗ ନେଇ ପାରିବ, ତୁ ବି ଏଥିରେ ଭାଗ ନେଇ ପାରିବୁ, ଏହା ପର ଆଲୋଚନାରେ ଆମେ କ‌ଥା ହେବା କିଏ କଣ କରିପାରିବ ଏଥି ପାଇଁ । ଏହାକୁ ଉଇକିରେ ଡିପ୍ଲୋଏ କରିବା ପାଇଁ ଲାଙ୍ଗୁଏଜ ଇଞ୍ଜିନିଅରିଙ୍ଗ ଟିମର ସାହାଯ୍ୟ ଲୋଡ଼ା ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୧:୨୭, ୨୬ ଅଗଷ୍ଟ ୨୦୧୩ (UTC)
  2. ଆଗରୁ ଯୋଉମାନେ ଓଡିଆ ରେ ଟାଇପ କରୁଥିଲେ ଆକୃତି ହିଁ ଏକ ମାତ୍ର ବିକଳ୍ପ ଥିଲା। ଯୋଉମାନେ ଆକୃତି ର ପ୍ରଶିକ୍ଷଣ ନେଇଛନ୍ତି ସେମାନେ ନୂଆ ଲେ-ଆଉଟ ରେ ଲେଖିବାରେ ଅସୁବିଧା ଅନୁଭବ କରୁଛନ୍ତି। ଛାପା-ଗଣମାଧ୍ୟମ ର ସାମ୍ବାଦିକ ମାନେ ଟାଇପ କଲାବେଳେ ଏହି ଲେ-ଆଉଟ ବ୍ୟବହାର କରନ୍ତି। ତେଣୁ ପୁରୁଖା ଓଡିଆ ଟାଇପଲେଖକ ଙ୍କୁ ଉଇକି ରେ ମିଶେଇବା ପାଇଁ ହେଲେ ଆକୃତି ଭଳି କିଛି ଲେ-ଆଉଟ ଉଇକି ରେ ଆସିବା ନିତ୍ୟାନ୍ତ ଆବଶ୍ୟକ। -- ଦୀପ୍ତିମାନ ତାର ଯୋଡ଼ିବେ? ୧୮:୦୦, ୨୬ ଅଗଷ୍ଟ ୨୦୧୩ (UTC)
  3. ଏହା ଏକ ଉତ୍ତମ ପ୍ରସ୍ତାବ । ସେଠାରେ କଅଣ ହେଲା ଆମେ ଜାଣିପାରିବା। ମୋର ଯେ କୌଣସି ସମୟରେ ହେଲେ ଚଳିବା । ମୁଁ ଆଗରୁ ଆକୃତିରେ ଲେଖିଛି । ଏହା Window XPରେ ବହୁତ ଭଲ ଲେଖିହୁଏ । ପରେ Window 7 ଲୋଡ଼ କଲା ପରେ ବହୁତ ଭୁଲ ଦେଖାଇଲା । ଆକୃତି ୭ ଲୋଡ଼ କଲାପରେ ମଧ୍ୟ ଅନେକ ଯୁକ୍ତାକ୍ଷର ଆସିଲା ନାହିଁ । ସୁତରାଂ Operating system ଅନୁସାରେ ଏହାର ବ୍ୟବହାର ବଦଳେ । କେଉଁ ଆକୃତି ଲୋଡ଼ ହେବ ତାହା ଭଲରୁପେ ବିବେଚନା କରି ତା ପରେ ସିଦ୍ଧାନ୍ତ ନେଲେ ଭଲ ହେବ ।ସୁବାସ ଚନ୍ଦ୍ର ରାଉତ (ମୋ ଆଲୋଚନା) ୧୩:୨୪, ୨୬ ଅଗଷ୍ଟ ୨୦୧୩ (UTC)
    ସୁବାସ ସାର, ଏଠି ଆକୃତି ଭଳି ଏକ କି-ବୋର୍ଡ଼ ଲେ-ଆଉଟ କ‌ଥା କ‌ହାଯାଇଛି, ଆକୃତି ନୁହେଁ । ଆକୃତି ସଫ୍ଟ୍ୱାର ଲୋଡ଼ କଲେ ତା ସାଙ୍ଗେ ଏକ ଫଣ୍ଟବି ଲୋଡ଼ ହୁଏ ଯାହାକି ଏକ ଅଣ-ଇଉନିକୋଡ଼ ଫଣ୍ଟ । ସେଥିପାଇଁ ହୁଏ ତ Window 7 କିଛି ଅସୁବିଧା ହେଉଥିବ । ତେବେ କି-ବୋର୍ଡ଼ ଲେ-ଆଉଟ୍ଟି କେବଳ ଆପଣଙ୍କ ଇନପୁଟ ଅର୍ଥାତ କଣ ଟାଇପ କଲେ କଣ ଦେଖାଯିବ ତାହା ବଦଳାଇବ । ଯେପରିକି ଇନସ୍କ୍ରିପ୍ଟ, ଲେଖନୀ, ଟ୍ରାନ୍ସଲିଟରେସନ ଆଦି ଅଛି ସେମିତି । ଏହାର ମୂଳ ଲକ୍ଷ ହେଉଛି ଯେଉଁମାନେ ଆକୃତି ସ‌ହ ଅଭ୍ୟସ୍ତ ସେମାନେ ସ‌ହଜରେ ଉଇକିପିଡ଼ିଆରେ ଟାଇପ କରିପାରିବେ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୬:୦୦, ୨୬ ଅଗଷ୍ଟ ୨୦୧୩ (UTC)
    ପ୍ରିୟ ସୁଭାସିସ, ଶ୍ରୀ ଲିପି ସାହାଯ୍ୟରେ ମୁଁ ଲେଖି ନାହିଁ । ଫୋନେଟିକ୍ ଦ୍ଵାରା ଲେଖୁଥିଲି । ଶ୍ରୀ ଲିପି ମନେ ରଖିବାକୁ ଟିକିଏ କଷ୍ଟ କାରଣ m ଏଥିରେ ମ ନୁହେଁ, d ଦ ନୁହେଁ, p ପ ନୁହେଁ ଇତ୍ୟାଦି । କିନ୍ତୁ ଆମେ ବର୍ତ୍ତମାନ ଯେଉଁ ଟ୍ରନ୍ସଲିଟରେସନ୍, ଲେଖନୀ ଇତ୍ୟାଦି ବ୍ୟବହାର କରୁଛୁ, ତାଙ୍କ ଅପେକ୍ଷା ମୁଁ ଯେଉଁଥିରେ ଲେଖୁଥିଲି ତାହା ସମ୍ପୁର୍ଣ୍ଣ ସଠିକ ଥିଲା, ଯୁକ୍ତାକ୍ଷର ନିର୍ଭୁଲ ଥିଲା । ଯାହା ହେଉ ଯଦି ଶ୍ରୀ ଲିପି ଭଲ କାମ କରେ ତାହା ହେଲେ ଉତ୍ତମ ହେବ । Subas Chandra Rout (ମୋ ଆଲୋଚନା) ୦୪:୪୪, ୨୭ ଅଗଷ୍ଟ ୨୦୧୩ (UTC)
  4. manoj.sahukar ୧୮:୫୦, ୨୮ ଜୁଲାଇ ୨୦୧୫ (UTC)

ଅମତ[ସମ୍ପାଦନା]

ଭିନ୍ନ ମତ[ସମ୍ପାଦନା]

Calling for participation: CIS-A2K's Train The Trainer Program[ସମ୍ପାଦନା]

CIS-A2K is organising a 4 day Train the Trainer (TTT) program in Bangalore during first week of October 2013. The idea of the program is to build capacity and enable community members to conduct outreach sessions independently or with minimal support to introduce Wikipedia to prospective editors in their respective Indian languages.

By way of this program, CIS-A2K wants to support and enable community members who might be interested to conduct Wikipedia outreach sessions in their own cities/languages. The event is open to all Wikimedia volunteers from India who can and want to support outreach events in the coming year.

CIS-A2K is calling for applicants for it's Train the Trainer Program. If you'd like to be part of this program please make sure that you meet the selection criterion and submit Train the Trainer Program Application From by 13th September, 2013.

To know more about the program, rationale, overview, timeline etc. please visit the Meta page.

We look forward to hearing from you soon. For any further queries please mail at a2k@cis-india.org. Thanks--Nitika.t (ମୋ ଆଲୋଚନା) ୧୩:୩୧, ୩୦ ଅଗଷ୍ଟ ୨୦୧୩ (UTC)

  • Keeping this in English so others can read, and Subhashish (I see that you addressed me as bhai at IRC, but let me continue the usual) doesn't have to translate.
  • I couldn't attend the IRC. Read the discussion, keeping my opinions here accordingly.
  • Last year EP, despite all the difficulties, i feel that sufficient efforts had not been made during the program.
  • During the program November - January, there was no discussion regarding EP on VP. No request on VP or anywhere else on-wiki to assess the articles. It clearly says sth about the insufficient efforts.
  • I understand they had problems in typing, EP was lacking volunteers and workshops. But i hadn't seen any efforts to solve any of the problems from A2K.
  • Gyana Bhai, if you read the complete discussion from beginning to end on meta, you'd understand why i seemed angry. There were/are many reasons. Anyway this is off topic. And i never questioned if A2K paid for the venue! I asked why they had to pay for the venue.
  • Yes Subhashish, i have said "Seeing the way A2K done this EP, I can't let this happen again on Odia Wikipedia." not "I will not allow this to happen" as you mentioned at IRC. And later i have said, "User:Visdaviva, if you want to conduct another EP, First get at least 10 volunteers in the same city then train them for at least 1 month by conducting 3-4, 5-6 hour long workshops (You have planned to train the volunteers, right? Why not train them first then conduct EP). During this one month, those are new should write at least 2 good articles each. So when you conduct EP, you could assign them, 2/3 students per 1 volunteer. Also get at least 4-6 volunteers for on-wiki assistance, if the total number of participating students are within 10-20. And get at least 2 A2K employees on ground for an EP. Else No EP. And what success story of Konkani you are talking about? First show us the list of articles. If you can train new users and get success then what is the need of EP? Go ahead train the students of the institutes."
  • So it is obvious, i am not completely against it. And who am i to decide? I'm just another user with a mop.
  • My request to all of you, please give your opinions on EP. And what you all think about the criteria i have asked to the A2K team. Are they seem okay. Please feel free to oppose and set new criteria if you have anything in mind.
  • And nowhere i said that Subhashish is responsible for this failure completely. A2K is responsible and whoever behind A2K is/are. If A2K is making you responsible then i'd say you should not accept it.
  • A2K is always looking for excuses, they just made my rudeness an excuse and decided not to respond further. I think they are on wrong path, and we should be more careful while dealing with them. And we as volunteers, should make sure that the money is being spent wisely.
  • So my opinion is let's not conduct any EP, till we have enough/sufficient preparation from the A2K team, volunteers and experienced Wikimedians in that city where we want to conduct EP like i asked A2K. Thanks. -- ଅଂଶୁମାନ ତାର ଯୋଡ଼ିବେ? ୧୯:୪୦, ୨ ସେପ୍ଟେମ୍ବର ୨୦୧୩ (UTC)

Key Pointers and (my) learning from the discussion on IIMC Dhenkanal[ସମ୍ପାଦନା]

I am cross posting this from this discussion page on Meta

  • It is important to recognize that the planned OR EP at IIMC, Dhenkanal was not successfully rolled out due to various issues.
I feel a thorough due diligence, planning and continuous evaluation should be in place before rolling out such programs in future. This discussion on the IIMC EP Program would have been much more productive had it happened when the Program was in progress 9 months ago.
  • There is no clarity on how much CIS-A2K spent on this program. User:ansumang claims that it could be INR 72,000/-. User:Psubhashish claims that it cannot be that much as the majority of the expense was incurred for travel and stay (twice to Odisha) and he has also taken part in 5 other activities (cumulatively) during these visits.
CIS-A2K in consultation with the WP Community (in this case it is Odia Community) should find means of informing the community the expenses involved in executing such program/s. This should be part of the Program evaluation and design. I feel, we need to also include CIS-A2K staff time, as part of the costs incurred for the program.
  • User:ansumang has specifically asked who (specific person) is going to take responsibility for the failure of IIMC, Dhenkanal program.
As Program Director of CIS-A2K, I will take full responsibility for it. I am open to any punitive measure the Odia WP community collectively suggests.

--Visdaviva (ମୋ ଆଲୋଚନା) ୦୩:୦୧, ୮ ସେପ୍ଟେମ୍ବର ୨୦୧୩ (UTC)

I didn't know you posted here too, replied on meta. -- ଅଂଶୁମାନ ତାର ଯୋଡ଼ିବେ? ୧୪:୩୮, ୧୦ ସେପ୍ଟେମ୍ବର ୨୦୧୩ (UTC)

Some specific questions to User:ansumang[ସମ୍ପାଦନା]

  • "During the program November - January, there was no discussion regarding EP on VP. No request on VP or anywhere else on-wiki to assess the articles. It clearly says sth about the insufficient efforts."
Question (Q) - It is definitely important that this program should have been mentioned on OR WP VP. However, I see that you are making it a technical question or a question about process that was not adhered to. As I understand OR WP is a small community and the community often comes to know about the happenings about any effort put for the development of the OR WP. At least this is a sense I got during my (limited) interactions with the OR community. At least this is true in the case of other Indian language WP communities. Could you please let me know whether you were not aware that this program is being done at any point during November '12 - January '13?
(Q) - I think it is important, if we as an open knowledge community has to grow, that we follow rules/guidlines in spirit than in letter. Isn't this one of the significant reasons why the Wikimedia movement has grown to what it is today?
(Q) - Why did we delay discussing this for almost 9 months? How can we ensure that such delays are avoided and feedback is share d by the community continuously? What should CIS-A2K do to ensure this? What could you do to ensure continuous feedback?
  • "why they had to pay for the venue"
(Q)- Why do you think CIS-A2K paid for the venue? If the OR WP community thinks that CIS-A2K should not have paid for this, I am volunteering to bear these expenses out of my own pocket? Could you let me know the OR WP community's decision on this in the next 10 days, so that I will pay this money back to the A2K Grant Account?
(Q) - Also is it productive to work with the constant distinction that you use: WE (as per you - Odia WP community) vs THEY (as per your - CIS-A2K)? Where is the Wiki spriti of OUR?
  • " I can't let this happen again on Odia Wikipedia"
(Q) - Can we please focus on what WE can let happen on Odia Wikipedia?
  • "A2K is always looking for excuses, they just made my rudeness an excuse and decided not to respond further. I think they are on wrong path, and we should be more careful while dealing with them."
(Q) - May I request you to please cite specific examplese where CIS-A2K has given/looking for excuses?
(Q) - Can I reqeust you to please share the wrong-path/s on which CIS-A2K is, so that we could immediately correct it?
(Q) - Inspite of your rudeness (as you yourself admit to it in multiple places), can I request you to tell where your queries have not been responded to by CIS-A2K?
(Q) - Would it be possible for you stop dealing with CIS-A2K and start engaging ?
--Visdaviva (ମୋ ଆଲୋଚନା) ୦୪:୦୦, ୮ ସେପ୍ଟେମ୍ବର ୨୦୧୩ (UTC)

()

I don't know why you ask me these questions, when you never responded to my questions (except 2/3) properly. I don't need to answer to your questions. I have wasted so much of my time discussing with you guys. I don't see any reason to continue. Still i'd like to respond to few since you have asked already.

  • Why didn't A2K initiate any discussion on VP during the EP, regarding those problems? You guys didn't think that important and necessary?
  • You must be joking! Can't you see on meta that A2K responded to me after 3 months!!
  • I know it's not a big deal for you to pay for the venue. I just wanted to know, why. I never said "we should not have paid for the venue". It amazes me how you always get my points wrong! It's your job to inform the community about the details and ask if the amount is fine/okay. Who am i to ask that? How is that even possible? :D Please stick to the valid points.
  • No, don't mix these two. We are volunteers. You (they) are not. Let's not confuse the community. You must be thinking if you could avoid the distinction, it'd be easy for you guys not to take the responsibility completely, and we can't blame. A2K should make sure that there are sufficient resources available before you conduct EP or any such event and try to engage the community. When A2K conduct such events, it can/should ask for support and help and whoever is ready available can volunteer. But it's not community's responsibility as a whole. If it is "what good are you? why you are here?" Don't ask the volunteers about the wiki-spirit, we know about that better.
  • On this "I can't let this happen again on Odia Wikipedia", i'll share more in details soon below.
  • Excuses, everywhere. Read my messages on meta again. (I was/am being honest, so admitted.) Not responding properly, lying openly, what you call these? Right? Go through the mails and read my messages again on meta, you will find a couple of queries.
  • It's your job to make this happen, so we could engage. -- ଅଂଶୁମାନ ତାର ଯୋଡ଼ିବେ? ୧୪:୩୮, ୧୦ ସେପ୍ଟେମ୍ବର ୨୦୧୩ (UTC)

Clarification[ସମ୍ପାଦନା]

I think the community deserves to know what is going on here. So let me try and clarify few things to all of you.

  • As A2K is being paid for their work, criticism is allowed. So i did. I'll try to be civil while discussing with them. And It's unfortunate that they never took it positively. May be they are trying to.
  • Subhashish, i don't know anymore which edit you make as a volunteer and which as a paid A2K employee. Please don't mix these two.
    • I have nothing against you (already told you once). If my comments reflected on you in anyway, then i'm sorry it is not my fault, unfortunately you are with this team. If you make any mistakes, be prepared for the criticism. You should feel lucky, i'm the only one here raising voice against A2K. Because i know, nobody here would want to do that, as you are in the team.
    • Why did you highlight "I can't let this happen again on Odia Wikipedia" falsely? Don't you know the policies. Don't you know that everything is decided upon consensus here? What you were trying to prove? That i too made mistakes not only you, is that it? Or you thought, i won't let you work even if the community decides otherwise? This is so ridiculous of you.
    • Anyway to avoid this confusion in the future, added this. Hope it clears everything.
    • Remember this, and careful what you say, as you are not only a volunteer, but also a paid employee; anything you say might weigh more than mine. I have only met few of the community members just once. But you have met so many of them many times, and also you interact with them off-wiki, online and face-to-face more often. So it is obvious they know you very well (few are even close). So anything we say, they would believe you first! So my humble suggestion is that you familiarize yourself with the policies, and be careful what you say. You also mention on-wiki and off-wiki that you worked for the WMF as a consultant, and now you are working under CIS for Wikimedia. So obviously many people are following your words both on-wiki and off-wiki. So it is really necessary you act wisely. And i'm really tired of correcting your mistakes regarding wiki edits, and policies, half of the time i informed you and half of the time i didn't, please work on that. It's been reasonably a long time you are working for Wikimedia, so it is least expected.
    • It's best for everyone, if we just follow the guidelines, policies strictly. And the way Wikipedia rolls, you should not decide or/and do anything without the community's approval.
  • To A2K: Let's not drag this further. I don't see anything constructive. I'm tired of this nonsense. You guys hardly make any sense. You do your job, no need to impose me to support A2K's work. I don't see any reason to do that. You have been ignoring my concerns since the day one. And i don't expect any better from you. Anyway i may continue sharing my concerns/opinions whenever i feel required, feel free to ignore them. Now on please involve the community like i said here, below. I am sure it'd help a lot to avoid such failures and negative responses. Good luck.
  • To Odia Wikipedia community: If you disagree with any of my points, you should oppose me. If nobody opposes ultimately my points stand as i am an active member of the community. So please oppose if you want to and share your opinion. Thanks. -- ଅଂଶୁମାନ ତାର ଯୋଡ଼ିବେ? ୧୯:୩୬, ୧୦ ସେପ୍ଟେମ୍ବର ୨୦୧୩ (UTC)
Ansuman, Thanks for your suggestions. Few clarifications; I did not intentionally wrote "I can't let this happen again on Odia Wikipedia" falsely?", instead of copying it from Meta I wrote what I remembered as I had to focus on the IRC. My mistake and apologoes, but it doesn't make any sense for me to mislead as it is on Meta and everyone can see what you have written.
  • Please do let me know where did I mix voluntary and professional work. Are you pointing out to this reply I'm writing at 8:55 pm IST. It is not my office hour but I had to reply to the points you have mentioned. It is still my professional contribution. Please suggest how I could improve it and distinguish voluntary-professional contribution.
  • In my understanding when I edit an article it is voluntary contribution and anything that is related to community activities are official but I haven't been able to figure out how exactly I could define it. Any suggestions how I could clarify which of my Wikipedia edits are official and which are voluntary?
  • Regarding community involvement/approval: will do my best to involve community as much I could. Many a times community doesn't respond to a post. Please suggest if we should drop any invitations related to workshops from any instititue if there is no response? Many a times I had to call up community members to finalize workshops as they might miss out a post in the village pump.--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୫:୨୭, ୧୩ ସେପ୍ଟେମ୍ବର ୨୦୧୩ (UTC)
  • It doesn't matter if it was intentional or unintentional, and it's not my problem how you manage at IRC. I doubt everyone read the discussion at Meta, may be few did after i mentioned about this. I know it can be seen by everyone at meta, but still it's wrong to share anything which is not correct.
  • No, it's not about time and i know your contribution to articles is voluntary. Now a days whatever you do (except article contribution), seems like you are doing it officially. May be it's okay or even fine to make every other works official, but it doesn't look very nice. What i meant was it's difficult to know and distinguish. That's all. To distinguish, if you could mark the official works when you first notify the community on VP, would be better and nice.
  • Besides notification at VP, you could notify the users at their talk pages or use Wikipedia Email. Make a list of all the active users city wise. And when you conduct any event in that city, make sure you inform everybody in that city. I think you are doing this off-wiki fine, but make sure to inform everybody on-wiki first. -- ଅଂଶୁମାନ ତାର ଯୋଡ଼ିବେ? ୧୬:୪୨, ୧୬ ସେପ୍ଟେମ୍ବର ୨୦୧୩ (UTC)

Involve the community[ସମ୍ପାଦନା]

  • We need your opinions. From now on whenever A2K (or/and any organization) wants to spend money on any events, visits, celebrations they should notify the community on-wiki about the details of the budget in advance. I think in the community everyone deserves and have the right to know and decide if the amount is fair, much or less. Also, the way the money should be spent, e.g. if the community wants to pay for the venue for a celebration or/and meetup.
  • Even when an individual or/and a group in the community receives financial support to conduct/organize any events they should notify the community with the details at VP. This would also help to involve more members/users, to know how things work and measure the success. Please share your views, opinions on this matter. Thanks. -- ଅଂଶୁମାନ ତାର ଯୋଡ଼ିବେ? ୧୫:୪୫, ୩ ସେପ୍ଟେମ୍ବର ୨୦୧୩ (UTC)

ଗତ କାଲି ହୋଇଥିବା IRC ଆଲୋଚନା ସମୟରେ ଓଡ଼ିଆ ଅଭିଧାନ ପାଇଁ ଏକ ନୂଆ ପ୍ରକଳ୍ପ ହାତକୁ ନିଆଯାଇଥିଲା । ସୂରଥ ଭାଇ ତିଆରି କରିଥିବା ୨୫୦୦୦ ଶବ୍ଦ ସମ୍ବଳିତ ଅଭିଧାନକୁ ଓଡ଼ିଆ ଉଇକିପିଡିଆକୁ କିପରି ଅଣାଯିବ ସେହି କଥା ଆଲୋଚନା ହୋଇଥିଲା । ଏହି ଆଲୋଚନା ସମୟରେ କିଛି ଉଇକିଆଳି ଉପସ୍ଥିତ ନଥିଲେ ଓ ସମୟ ଅଭାବରୁ ଆଲୋଚନା ଶୀଘ୍ର ସାଙ୍ଗ କରାଯାଇଥିଲା । ଏଣୁ ସମସ୍ତଙ୍କୁ ଅନୁରୋଧ ସେମାନେ ପ୍ରକଳ୍ପର ଆଲୋଚନା ପୃଷ୍ଠାରେ ଏହା ସମ୍ପର୍କରେ ନିଜ ମତାମତ ଦିଅନ୍ତୁ ।--ଶିତିକଣ୍ଠ (ଆଲୋଚନା) ୧୭:୨୭, ୩ ସେପ୍ଟେମ୍ବର ୨୦୧୩ (UTC)

ସମସ୍ତେ ଦୟାକରି ନିଜର ନାମ ଲେଖାନ୍ତୁ । ସୁରଥ ଭାଇ, ଟିକେ ଶବ୍ଦଗୁଚ୍ଛ ବାବଦରେ ଜଣାଇଲେ ଆମେ ସମସ୍ତେ କେଉଁ କେଉଁ ଶବ୍ଦ ଉପରେ କାମ କରିବୁ ତାହା ଲେଖିବୁ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୪:୧୨, ୧୦ ସେପ୍ଟେମ୍ବର ୨୦୧୩ (UTC)
ମୁଁ ଅନ୍ୟ କାମରେ ଟିକେ ବ୍ୟସ୍ତ ଥିବାରୁ ହେଳା ହେଇଗଲା। ସେଥିପାଇଁ ଦୁଃଖିତ। ତେବେ କେମିତି ଆରମ୍ଭ କରାଯିବ, ମୋତେ କହିବ। ମୋ ପାଖରେ ଥିବା ଅଭିଧାନକୁ ମୁଁ କେମିତି ଅପଲୋଡ କରିବି, ସେଥିପାଇଁ କିଛି html code ଦେବାକୁ ହେବ କି ନା, ଇତ୍ୟାଦି ବିଷୟରେ ମୋତେ ଜଣାଇବ। ଆଉ ​ଯଦି ସିଦା .txt file cut paste କରିବାର ଅଛି କେଉଁ ନିର୍ଦ୍ଦିଷ୍ଟ ପୃଷ୍ଠାରେ କରିବାକୁ ହେବ, ଏ ନେଇ ମୋତେ ବାଟ ଦେଖେଇବ। ଅଭିଜ୍ଞତା ନ ଥିବାରୁ ଏହା ମୁଁ କରି ପାରୁନାହିଁ। ☻

ଆଉ କାମ ବାଣ୍ଟିବାର କଥା ରହିଲା। ସେଥିପାଇଁ ମୁଁ ଭାବିଛି ମୁଁ ଗୋଟିଏ ଗୋଟିଏ ଅକ୍ଷରରୁ ଆରମ୍ଭ ହୋଇଥିବା ଶବ୍ଦଗୁଡ଼ିକୁ ଉଇକି ଅଭିଧାନରେ ଛାଡ଼ିବି। ସେଥିରୁ ସମସ୍ତେ ନିଜ ହିସାବରେ ଭାଗ କରିନେବେ। ତାକୁ ପାଇକ ଉଇଲକିନ୍ସ ବା ଅନ୍ୟ ଅଭିଧାନ ସହିତ ତୁଳନା କରି ଯେଉଁ ଶବ୍ଦ ନ ଥିବା ତାକୁ ଯୋଗ କରିଚାଲିବେ। ନା ଏଥିରେ କାହାରି କିଛି ନୂଆ ଆଇଡିଆ ଅଛି?--ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୨:୨୪, ୧୧ ସେପ୍ଟେମ୍ବର ୨୦୧୩ (UTC)

୨୦୦ ଗୋଟି ଉପ‌ଯୋଗୀ ପ୍ରସଙ୍ଗର ତାଲିକା[ସମ୍ପାଦନା]

ସୃଜନୀକାରେ ଓଡ଼ିଆ ଉଇକିଆଳିଗଣ

ଆଦରର ଉଇକିଆଳିଗଣ,

ଓଡ଼ିଆ ଉଇକିଆଳି ଶିତିକଣ୍ଠ ଦାଶ, ମନୋଜ ସାହୁକାର, ମନୋରଞ୍ଜନ ବେହେରା, ଗୋର୍ବାଚୋଭ ତ‌ଥା CIS-A2K କର୍ମକର୍ତ୍ତା ବିଷ୍ଣୁବର୍ଦ୍ଧନ ଓ ମୁଁ, ସୃଜନୀକାର ନିଖିଳ ମୋହ‌ନ ପଟ୍ଟନାୟକ ଓ ପୁଷ୍ପଶ୍ରୀ ପଟ୍ଟନାୟକଙ୍କ ସ‌ହ ୧୭ ମାର୍ଚ୍ଚ ୨୦୧୩ ରେ ଭେଟିଥିଲୁ । ଏହି ସମୟରେ ଆମେ ଓଡ଼ିଆ ଉଇକିପିଡ଼ିଆରେ ଉଚ୍ଚ ମାନର ପ୍ରସଙ୍ଗ ଲିଖନ ବାବଦରେ ଆଲୋଚନା କରିଥିଲୁ । ଓଡ଼ିଆ ଉଇକିପିଡ଼ିଆର ଉଚ୍ଚ ମାନର ପ୍ରସଙ୍ଗର ଆବଶ୍ୟକ‌ତା ରହିଛି ଓ ଏଥିପାଇଁ ଅନେକ ବ‌ହି/ଜର୍ଣ୍ଣାଲ ଆଦିରୁ ଆଧାର ସଂଗ୍ରହ କରିବାକ୍ୁ ପଡ଼ିବ । ଏହି କାମ ପୁରୁଖା ଉଇକିଆଳିମାନେ ଭଲ ଭାବରେ କରିପାରିବେ । ଯଦି ଆମେ କିଛି ଅତି ଉପ୍ୟୋଗୀ ପ୍ରସଙ୍ଗର ତାଲିକା ଗଢ଼ିପାରିବା ସୃଜନୀକା ଆମକୁ ଏହି ଭଲ ମାନର ଆଧାର ପାଇଁ ବ‌ହି, ଲେଖା ଆଦି ସାହାଯ୍ୟ କରିବେ । ଏହି ପ୍ରକଳ୍ପଟି ଏବେ ମୋର ଉପ‌ପୃଷ୍ଟା ଭାବରେ ଏଠାରେ ଆରମ୍ଭ କରିଛି । ତଳେ ଆପଣ ମାନେ ନିଜର ମତ ଦେଲେ ଆମେ ଏହାକୁ କାର୍ଯ୍ୟକାରୀ କରିପାରିବା ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୪:୩୬, ୧୦ ସେପ୍ଟେମ୍ବର ୨୦୧୩ (UTC)

ଆପଣ ଏହି ପ୍ରକଳ୍ପରେ ଭାଗ ନେବାକୁ ଆଗ୍ରହୀ କି?

  • ହଁ
  1. ବ୍ୟବହାରକାରୀ:ସୁରଥ କୁମାର ପାଢ଼ୀ
  2. ବ୍ୟବହାରକାରୀ:Hellohappy
  3. ସୁଭାସିସ ପାଣିଗାହି
  4. ଶିତିକଣ୍ଠ ଦାଶ
  • ନାଁ
  1. ବ୍ୟବହାରକାରୀ:USERNAME
  • ଭିନ୍ନ ମତ