ଈ
ଓଡ଼ିଆ ବର୍ଣ୍ଣମାଳା | |||||
---|---|---|---|---|---|
ଓଡ଼ିଆ ସ୍ଵର ବର୍ଣ୍ଣ | |||||
ଅ | ଆ | ଇ | ଈ | ଉ | |
ଊ | ଋ | ୠ | ଌ | ୡ | |
ଏ | ଐ | ଓ | ଔ | | |
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ | |||||
କ | ଖ | ଗ | ଘ | ଙ | |
ଚ | ଛ | ଜ | ଝ | ଞ | |
ଟ | ଠ | ଡ | ଢ | ଣ | |
ତ | ଥ | ଦ | ଧ | ନ | |
ପ | ଫ | ବ | ଭ | ମ | |
ଯ | ର | ଳ | ୱ | ୟ | |
ଲ | ଶ | ଷ | ସ | ହ | |
କ୍ଷ | ଡ଼ | ଢ଼ | |||
ଓଡ଼ିଆ ସଂଖ୍ୟା | |||||
୦ | ୧ | ୨ | ୩ | ୪ | |
୫ | ୬ | ୭ | ୮ | ୯ |
ଈ ଓଡ଼ିଆ ବର୍ଣ୍ଣମାଳାର ଏକ ସ୍ୱର ବର୍ଣ୍ଣ । ଏହା ୪ର୍ଥ ସ୍ୱର ବର୍ଣ୍ଣ ବର୍ଣ୍ଣ ଏହାର ନାମ "ଦୀର୍ଘ ଇ" । ଏହାର ମାତ୍ରା " ୀ " ବ୍ୟଞ୍ଜନ ବର୍ଣ୍ଣର ଉପରେ ଦିଆହୋଇଥାଏ । ଏହାକୁ ଦେଶିୟ ଅବଧାନମାନେ ଚିତା କହିଥାନ୍ତି ।
ଉଚ୍ଚାରଣ
[ସମ୍ପାଦନା]ଏହାର ଉଚ୍ଚାରଣ ସ୍ଥାନ ତାଳୁ ।[୧]
ଇତିହାସ ଓ ପୁରାଣ
[ସମ୍ପାଦନା]ବ୍ୟବହାର
[ସମ୍ପାଦନା]"ଇ" ଯୁକ୍ତ ଦେଶଜ ଶବ୍ଦମାନଙ୍କରେ 'ଈ' ଯୁକ୍ତ ହୋଇ ମଧ୍ୟ ଭାଷାରେ ବ୍ୟବହାର ହୋଇଥାଏ । ଅତଏବ "ଇ" କିମ୍ବା "ଈ" କାର ଥିବା ଦେଶଜ ଶବ୍ଦମାନଙ୍କ ପାଇଁ "ଈ" ଲାଗିଥାଏ ।
ବିଶେଷଣ
[ସମ୍ପାଦନା]ଯେଉଁ ଶବ୍ଦ ଶେଷରେ "ଈ କାର" (" ୀ ") ଲାଗିଥାଏ ତାହାକୁ "ଈକାରାନ୍ତ" ଶବ୍ଦ କୁହାଯାଏ ।
ପ୍ରତ୍ୟୟ
[ସମ୍ପାଦନା]ସାଧାରଣ ଅକାରାନ୍ତ ଶବ୍ଦରେ "ଈ" ଯୋଗ ହେଲେ ତାହା ସ୍ତ୍ରୀଲିଙ୍ଗ ହୋଇଥାଏ ।
- ଯଥା - ନଟ - ନଟୀ, ନର - ନାରୀ, ଛାଗ - ଛାଗୀ, ନଦ - ନଦୀ
"ଈ" କାର (" ୀ ")
[ସମ୍ପାଦନା]ବ୍ୟଞ୍ଜନ ବର୍ଣ୍ଣରେ "ଈ" କାର (" ୀ ") ମାତ୍ରା ଯୋଗ ହୋଇଥାଏ । ଆଗକାଳରେ ଚାହାଳିରେ ଅବଧାନମାନେ ଏହାକୁ ଆଙ୍କୁଡ଼ି ବା ଆଙ୍କୁଶି ବୋଲି ବୁଝାଇଥାନ୍ତି ।
ବେଳେ ବେଳେ ଏହା କ୍ଷୁଦ୍ରତାବାଚକ ମଧ୍ୟ ହୋଇଥାଏ ।
- ଯଥା: ଘଟ - ଘଟୀ, ଚାଳ - ଚାଳୀ [୧]
କମ୍ପ୍ୟୁଟର କୋଡ଼
[ସମ୍ପାଦନା]ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B08 ଓ "ଈକାର" (" ୀ ")ର କୋଡ଼ ହେଲା : 0B40[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ପ୍ରହରାଜ, ଗୋପାଳ. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ[permanent dead link]. ଦ୍ୱିତୀୟ ଖଣ୍ଡ. ବିଶ୍ୱନାଥ କର. କଟକ. ପୃ. ୮୮୫ (୧୯୩୩)
- ↑ Oriya: Range 0B00-0B7F The Unicode Standard 6.0. 1900-2001. Unicode.Inc