ଉଇକିପିଡ଼ିଆ‌ରୁ
(I (dirgha)ରୁ ଲେଉଟି ଆସିଛି)
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ଓଡ଼ିଆ ବର୍ଣ୍ଣମାଳାର ଏକ ସ୍ୱର ବର୍ଣ୍ଣ । ଏହା ୪ର୍ଥ ସ୍ୱର ବର୍ଣ୍ଣ ବର୍ଣ୍ଣ ଏହାର ନାମ "ଦୀର୍ଘ ଇ" । ଏହାର ମାତ୍ରା " ୀ " ବ୍ୟଞ୍ଜନ ବର୍ଣ୍ଣର ଉପରେ ଦିଆହୋଇଥାଏ । ଏହାକୁ ଦେଶିୟ ଅବଧାନମାନେ ଚିତା କହିଥାନ୍ତି ।

ଉଚ୍ଚାରଣ[ସମ୍ପାଦନା]

ଏହାର ଉଚ୍ଚାରଣ ସ୍ଥାନ ତାଳୁ ।[୧]

ଇତିହାସ ଓ ପୁରାଣ[ସମ୍ପାଦନା]

ବ୍ୟବହାର[ସମ୍ପାଦନା]

"" ଯୁକ୍ତ ଦେଶଜ ଶବ୍ଦମାନଙ୍କରେ 'ଈ' ଯୁକ୍ତ ହୋଇ ମଧ୍ୟ ଭାଷାରେ ବ୍ୟବହାର ହୋଇଥାଏ । ଅତଏବ "ଇ" କିମ୍ବା "ଈ" କାର ଥିବା ଦେଶଜ ଶବ୍ଦମାନଙ୍କ ପାଇଁ "ଈ" ଲାଗିଥାଏ ।

ବିଶେଷଣ[ସମ୍ପାଦନା]

ଯେଉଁ ଶବ୍ଦ ଶେଷରେ "ଈ କାର" (" ୀ ") ଲାଗିଥାଏ ତାହାକୁ "ଈକାରାନ୍ତ" ଶବ୍ଦ କୁହାଯାଏ ।

ପ୍ରତ୍ୟୟ[ସମ୍ପାଦନା]

ସାଧାରଣ ଅକାରାନ୍ତ ଶବ୍ଦରେ "ଈ" ଯୋଗ ହେଲେ ତାହା ସ୍ତ୍ରୀଲିଙ୍ଗ ହୋଇଥାଏ ।

ଯଥା - ନଟ - ନଟୀ, ନର - ନାରୀ, ଛାଗ - ଛାଗୀ, ନଦ - ନଦୀ

"ଈ" କାର (" ୀ ")[ସମ୍ପାଦନା]

ବ୍ୟଞ୍ଜନ ବର୍ଣ୍ଣରେ "ଈ" କାର (" ୀ ") ମାତ୍ରା ଯୋଗ ହୋଇଥାଏ । ଆଗକାଳରେ ଚାହାଳିରେ ଅବଧାନମାନେ ଏହାକୁ ଆଙ୍କୁଡ଼ି ବା ଆଙ୍କୁଶି ବୋଲି ବୁଝାଇଥାନ୍ତି ।

ବେଳେ ବେଳେ ଏହା କ୍ଷୁଦ୍ରତାବାଚକ ମଧ୍ୟ ହୋଇଥାଏ ।

ଯଥା: ଘଟ - ଘଟୀ, ଚାଳ - ଚାଳୀ [୧]

କମ୍ପ୍ୟୁଟର କୋଡ଼[ସମ୍ପାଦନା]

ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B08 ଓ "ଈକାର" (" ୀ ")ର କୋଡ଼ ହେଲା : 0B40[୨]

ଆଧାର[ସମ୍ପାଦନା]