ବସନ୍ତ ନାୟକ

ଉଇକିପିଡ଼ିଆ‌ରୁ
ବସନ୍ତ ନାୟକ
ଜନ୍ମ(1937-01-16)ଜାନୁଆରୀ ୧୬, ୧୯୩୭
ମୃତ୍ୟୁ୨୭ ଜୁନ ୨୦୧୧(2011-06-27) (ବୟସ ୭୪)
ଜାତୀୟତାଭାରତୀୟ
ଅନ୍ୟ ନାମମୁଭି ମୋଗଲ[୧]
ବୃତ୍ତିସିନେମା ନିର୍ଦ୍ଦେଶକ
ପ୍ରସିଦ୍ଧିଓଡ଼ିଆ ସିନେମା ନିର୍ଦ୍ଦେଶନା
ପିତାମାତା(s)ଗଜେନ୍ଦ୍ର ନାୟକ (ବାପା)
ରାଜକୁମାରୀ ଦେବୀ (ମାଆ)[୨]

ବସନ୍ତ ନାୟକ ଜଣେ ଜଣାଶୁଣା ଓଡ଼ିଆ ସିନେ ନିର୍ଦ୍ଦେଶକ, ବିତରକ ଓ ପ୍ରଯୋଜକ ଥିଲେ ।

ଜୀବନକାଳ[ସମ୍ପାଦନା]

ବସନ୍ତ ନାୟକ ଓଡ଼ିଶାର କଟକ ଜିଲାର ହରିପୁର (କଟକ)ଠାରେ ୧୬ ଜାନୁଆରୀ ୧୯୩୭ ମସିହାରେରେ ଜନ୍ମ ନେଇଥିଲେ ।[୨] ସେ ଜଣେ କପଡ଼ା ଇଞ୍ଜିନିଅର ଭାବରେ ମୁମ୍ବାଇରେ କାମ ଆରମ୍ଭ କରିଥିଲେ । [୩][୪] ତେବେ ଓଡ଼ିଆ ସିନେମା ଜଗତକୁ ଏକ ନୂଆ ରୂପ ଦେବା ପାଇଁ ସେ ୧୯୫୯ରେ ଓଡ଼ିଶାକୁ ଫେରିଥିଲେ । ମୁମ୍ବାଇରୁ କଟକ ଫେରିବା ପରେ ନିର୍ଦ୍ଦେଶକ ବିଜୟ ନାୟକ ତାଙ୍କୁ ସିନେମା ଆଡ଼କୁ ବାଟ ଦେଖାଇଥିଲେ । ପ୍ରଥମ କରି ସେ ଚର୍ଚ୍ଚିତ ଓଡ଼ିଆ ସିନେମା ଯାଯାବରର ବିତରଣ ଭାର ନେଇଥିଲେ ।[୧][୫][୬]

ସେ ପାଖାପାଖି ୨୦ଟି ସିନେମା ତିଆରି କରିଛନ୍ତି । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ଥିଲା ୧୯୭୭ରେ ତିଆରି ନାଗଫାଶ । ଏହା ପରେ ବ୍ରଜରାଜ ମୁଭିଜ ନାମରେ ସେ ନିଜର ଏକ ପ୍ରଯୋଜନା ସଂସ୍ଥା ଆରମ୍ଭ କରିଥିଲେ ।

ସେ ଜଣେ ସଫଳ ସିନେ ନିର୍ଦ୍ଦେଶକ ଭାବରେ ଅନେକ ସିନେମା ନିର୍ମାଣ କରିଯାଇଛନ୍ତି । ଜଣେ ପ୍ରଯୋଜକ ଓ ନିର୍ଦ୍ଦେଶକ ହେବା ବାଦେ ସେ ଜଣେ ଜଣାଶୁଣା ଫିଲ୍ମ ବିତରକ ମଧ୍ୟ ଥିଲେ । ସେ ବ୍ରଜରାଜ ମୁଭିଜ ବ୍ୟାନରରେ ପାଖାପାଖି ୫୦୦ଟି ଓଡ଼ିଆ , ହିନ୍ଦୀ ଓ ବଙ୍ଗଳା ଭାଷାର ସିନେମାର ବିତରଣ କରିଥିଲେ ।[୭]

ସେ ବିଜୟ ମହାନ୍ତି, ମାଳବିକା ରାୟ, ଅନୁଭବ ମହାନ୍ତି, ବାବୁସାନଙ୍କ ଭଳି ଜଣାଶୁଣା ଅଭିନେତା, ଅଭିନେତ୍ରୀଙ୍କୁ ଚଲଚ୍ଚିତ୍ର ଜଗତକୁ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ରାଖି ଗୁଲଜାର, ମିଥୁନ ଚକ୍ରବର୍ତ୍ତୀ, ସୁଜିତ କୁମାର, ଅରୁଣା ଇରାନୀ, ଗୁଫି ପେଣ୍ଟାଲ, ପ୍ରସେନଜିତ, ଦେବର୍ଶୀ ରାୟ ଶତାବ୍ଦୀ ରାୟ ଆଦି ଅନେକ ଜଣାଶୁଣା ବଲିଉଡ଼ ଓ ବଙ୍ଗଳା ସିନେ ଅଭିନେତା, ଅଭିନେତ୍ରୀଙ୍କୁ ସେ ଓଡ଼ିଆ ସିନେମା ଭିତରକୁ ଆଣି ପାରିଥିଲେ ଯାହା ଜଣେ ଓଡ଼ିଆ ନିର୍ଦ୍ଦେଶକ ପକ୍ଷରେ ନୂଆ ଥିଲା ।[୧]

ପୁରୀରେ ଥିବା ସ୍ୱର୍ଗଦ୍ୱାରଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

ସିନେମା[ସମ୍ପାଦନା]

ନିର୍ଦ୍ଦେଶିତ ସିନେମା[ସମ୍ପାଦନା]

ନିର୍ଦ୍ଦେଶିତ ହିନ୍ଦୀ ସିନେମା[ସମ୍ପାଦନା]

ପ୍ରଯୋଜିତ ସିନେମା[ସମ୍ପାଦନା]

କାହାଣୀ ଲେଖନା[ସମ୍ପାଦନା]

ବିତରଣ[ସମ୍ପାଦନା]

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Film producer Basant Nayak passes away". The Hindu. Archived from the original on 3 July 2011. Retrieved 28 June 2011.
  2. ୨.୦ ୨.୧ "ଚଳଚ୍ଚିତ୍ର ନିର୍ମାତା ବସନ୍ତ ନାୟକଙ୍କ ପରଲୋକ : ଓଡ଼ିଆ ସିନେ ଜଗତରେ ଶୋକର ଛାୟା | Rourkela | Rajgangpur | Kansbahal | Bonai of India". www.rourkelacity.com. Archived from the original on 27 December 2017. Retrieved 24 August 2018.
  3. "Renowned Oriya filmmaker Basant Nayak no more". Times of India. Retrieved 27 June 2011.
  4. "Oriya Filmmaker Basant Nayak Passes Away". Daijiworld.com. Retrieved 28 June 2011.
  5. Producer Basant Nayak passes away at 74
  6. "Basant Nayak,a well known producer in ollywood industry is no more". MBC TV. Retrieved 27 June 2011.
  7. Ashok Palit. "Orissa: Noted Ollywood director and producer Basant Nayak passes away". OrissaDiary.com. Archived from the original on 7 March 2013. Retrieved 28 June 2011.

ଅଧିକ ତଥ୍ୟ[ସମ୍ପାଦନା]