ଓଡ଼ିଆ କଥାଚିତ୍ର ଜଗତ

ଉଇକିପିଡ଼ିଆ ରୁ
(ଓଡ଼ିଆ ସିନେମା ଜଗତ ରୁ ଲେଉଟି ଆସିଛି)

ଓଡ଼ିଆ କଥାଚିତ୍ର ଜଗତ ବା ଓଲିଉଡ଼ ଭୁବନେଶ୍ଵରକଟକରେ ଥିବା ଓଡ଼ିଆ କଥାଚିତ୍ର ଜଗତକୁ ବୁଝାଇଥାଏ ।[୧]

ଇତିହାସ[ସମ୍ପାଦନା]

ଓଡ଼ିଆ ଭାଷାରେ ଶବ୍ଦହୀନ କଥାଚିତ୍ର ତିଆରି ହୋଇ ନଥିଲା । ରାମାୟଣ ଉପରେ ଆଧାରିତ ୧୯୩୬ରେ ତିଆରି ପ୍ରଥମ ଓଡ଼ିଆ କଥାଚିତ୍ର ମୋହନ ସୁନ୍ଦର ଦେବ ଗୋସ୍ଵାମୀଙ୍କ ନିର୍ଦ୍ଦେଶିତ ସୀତା ବିବାହ ଥିଲା ଗୋଟିଏ କଥାକୁହା ସିନେମା । ଏହା କାମପାଳ ମିଶ୍ରଙ୍କ ରଚିତ ଏକ ନାଟକ ଉପରେ ଆଧାରିତ ଥିଲା । ମାତ୍ର ୩୦,୦୦୦ ଟଙ୍କାରେ ତିଆରି ଏହି କଥାଚିତ୍ରରେ ୧୪ଟି ଗୀତ ଥିଲା । ପ୍ରଥମ ଓଡ଼ିଆ କଥାଚିତ୍ର ହୋଇଥିବାରୁ ଅନେକ ଭୁଲ ଭଟକା ଥିବା ସତ୍ତ୍ୱେବି ଏକ ବହୁଳ ଭାବରେ ଆଦୃତ ହୋଇଥିଲା । ଏହା ଲକ୍ଷ୍ମୀ ଟକିଜ ଦ୍ଵାରା ପ୍ରଦର୍ଶିତ ହୋଇଥିଲା । ଏହା ଓଡ଼ିଆ କଥାଚିତ୍ରକୁ ଆଗକୁ ଦିଗ ଦେଖାଇଥିଲା ।[୨]

ଟୀକା[ସମ୍ପାଦନା]

ଦ୍ରଷ୍ଟବ୍ୟ[ସମ୍ପାଦନା]

  • କାର୍ତିକ କୁମାର ଘୋଷଙ୍କ ଓଡ଼ିଆ ଚଳଚ୍ଚିତ୍ରର ଇତିହାସ, ଓଡ଼ିଶା ବୁକ ଷ୍ଟୋର, ୧୯୮୪ (୧୯୩୪-1984 ଭିତରେ ତିଆରି ସିନେମା)

ଅଧିକ ତଥ୍ୟ[ସମ୍ପାଦନା]