ଭାରତ ରତ୍ନ

ଉଇକିପିଡ଼ିଆ ରୁ
ଭାରତ ରତ୍ନ
Bharat Ratna.jpg
ପୁରସ୍କାର ତଥ୍ୟ
ପ୍ରକାର ବେସାମରିକ
ଶ୍ରେଣୀ ଜାତୀୟ
ସ୍ଥାପିତ ୧୯୫୪
ଶେଷଥର ଦିଆଯାଇଛି ୨୦୦୮
ମୋଟ ପୁରସ୍କୃତ ୪୧
ଦାତା ଭାରତ ସରକାର
ବର୍ଣ୍ଣନା ଓସ୍ତ ପତ୍ରରେ ଅଙ୍କିତ ସୂର୍ଯ୍ୟଚିତ୍ର ଓ ତା’ତଳକୁ ଦେବନାଗରୀ ଲିପିରେ ଭାରତରତ୍ନ ଲେଖାଯାଇଥାଏ ।
First Awardee(s) ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ସର୍ବପଲ୍ଲୀ ରାଧାକୃଷ୍ଣନ, ସି. ଭି. ରମଣ
Last Awardee(s) ଭିମସେନ ଜୋଶୀ
ପୁରସ୍କାର କ୍ରମ
କିଛି ନାହିଁ ← ଭାରତ ରତ୍ନପଦ୍ମ ବିଭୂଷଣ


ଭାରତରତ୍ନ - ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ । ୧୯୫୪ରେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ଉପାଧି ସହ ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପ୍ରଦାନ ଆରମ୍ଭ ହୋଇଥିଲା ୤ ଯେକୌଣସି ଜାତି, ବୃତ୍ତି (ଜୀବନ ସହ ଜଡ଼ିତ ସବୁ କ୍ଷେତ୍ରରେ ମହାନ ଅବଦାନ), ପାହ୍ୟା କିମ୍ବା ଲିଙ୍ଗର ବ୍ୟକ୍ତି ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥାଆନ୍ତି । ଭାରତରତ୍ନ ନିମନ୍ତେ ପ୍ରଧାନ ମନ୍ତ୍ରୀ ରାଷ୍ଟ୍ରପତିଙ୍କ ନିକଟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ନାମ ସୁପାରିଶ କରିଥାନ୍ତି ୤ ପ୍ରତିବର୍ଷ ଅତିବେଶିରେ ୩ଜଣଙ୍କୁ ଭାରତରତ୍ନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ୤ ସମ୍ମାନ ସ୍ଵରୂପ ଏକ ପ୍ରଶଂସାପତ୍ର ଏବଂ ପଦକ ପ୍ରଦାନ କରାଯାଏ ୤ ରାଷ୍ଟ୍ରପତି ନିଜେ ଏହି ସମ୍ମାନ ପ୍ରଦାନ କରନ୍ତି । ଅଦ୍ୟାବଧି ୪୧ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇସାରିଛି ୤

୩୫ମିଲିମିଟର ବେଧ ବିଶିଷ୍ଟ ପତ୍ରଆକୃତି ସ୍ଵର୍ଣ୍ଣପଦକଟିର ଗୋଟିଏ ପାଖ ଓସ୍ତପତ୍ରରେ ଅଙ୍କିତ ସୂର୍ଯ୍ୟଚିତ୍ରଓ ତା’ତଳକୁ ଦେବନାଗରୀ ଲିପିରେ ଭାରତରତ୍ନ ଲେଖାଯାଇଥିଲା ବେଳେ ଅନ୍ୟ ପାଖଟିରେ ଭାରତର ଜାତୀୟ ପ୍ରତୀକ ଶୋଭା ପାଇଥାଏ ୤ ୫୧ ମିଲିମିଟର ଓସାର ବିଶିଷ୍ଟ ଧଳାଫିତାରେ ଏହାକୁ ମନୋନୀତ ବ୍ୟକ୍ତିଙ୍କ ବେକରେ ଝୁଲାଇ ସମ୍ମାନିତ କରାଯିବାର ବିଧି ରହିଛି ୤ ଆରମ୍ଭ ହେବା ସମୟରେ ମରଣୋତ୍ତର ଭାବେ ଏହାକୁ ଦିଆ ନ ଯିବାକୁ ସ୍ଥିର କରାଯାଇଥିଲେ ହେଁ ପରେ ଏଥିରେ ସଂଶୋଧନ କରାଯାଇ ମରଣୋତ୍ତର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ୤ ଭାରତର ଏହି ସର୍ବୋଚ୍ଚ ସମ୍ମାନ କେବଳ ଭାରତୀୟଙ୍କୁ ପ୍ରଦାନ କରାଯିବାକୁ ଲିଖିତ ନିୟମ ନ ଥିବାରୁ ଖାନ ଅବଦୁଲ ଗଫର ଖାଁ (୧୯୮୭), ମଦର ଟେରେସା (୧୯୮୦) ଏବଂ ନେଲସନ ମଣ୍ଡେଲା (୧୯୯୦) ଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ୤ ୧୯୯୨ରେ ସୁଭାସ ଚନ୍ଦ୍ର ବୋଷଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଥିଲା, ମାତ୍ର ତାଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ପ୍ରାମାଣିକ ତଥ୍ୟ ନଥିବାରୁ ଏହି ଘୋଷଣାକୁ ପ୍ରତ୍ୟାହାର କରିନିଆଯାଇଥିଲା ୤ ସେହି ପରି ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ ତଥା ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଆବୁଲ କାଲାମ ଆଜାଦଙ୍କୁ ଯେତେବେଳେ ଭାରତରତ୍ନ ପ୍ରଦାନ ପାଇଁ ମନୋନିତ କରାଗଲା, ସେତେବେଳେ ସେ ଭାରତରତ୍ନ ପାଇଁ ଉଦ୍ଦିଷ୍ଟ ଚୟନମଣ୍ଡଳୀରେ ସଦସ୍ୟ ଥିବା ଯୋଗୁଁ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ୤ ପରେ ତାଙ୍କ ମୃତ୍ୟୁ ପରେ ୧୯୯୨ ମସିହାରେ ତାଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ୤


ଭାରତ ରତ୍ନ ବିଜେତାଙ୍କ ତାଲିକା[ସମ୍ପାଦନା]

ବିଜେତାଙ୍କ ନାମ ଜୀବନ କାଳ କେଉଁ ବର୍ଷ ସୁଚନା
ସର୍ବପଲ୍ଲୀ ରାଧାକୃଷ୍ଣନ ୧୮୮୮-୧୯୭୫ (୧୯୫୪) ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଭାରତର ପ୍ରଥମ ଉପ ରାଷ୍ଟ୍ରପତି ତଥା ଦ୍ଵିତୀୟ ରାଷ୍ଟ୍ରପତି
ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ ୧୮୭୮-୧୯୭୨ (୧୯୫୪) ସ୍ଵାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ତଥା ଶେଷ ଭାରତୀୟ ଗଭର୍ଣ୍ଣର ଜେନେରାଲ, ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ, ମାଡ୍ରାସର ମୁଖ୍ୟମନ୍ତ୍ରୀ
ସି. ଭି. ରମଣ ୧୮୮୮-୧୯୭୦ ୧୯୫୪ ଡକ୍ଟର ଚନ୍ଦ୍ରଶେଖର ଭେଙ୍କଟ ରମଣ ନୋବେଲ ପୁରସ୍କାର ବିଜୟୀ ବିଶିଷ୍ଟ ପଦାର୍ଥବିଜ୍ଞାନୀ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ବାଙ୍ଗାଲୋର ର ପ୍ରତିଷ୍ଠାତା ୤
ଜବାହରଲାଲ ନେହେରୁ ୧୮୮୯-୧୯୬୪ ୧୯୫୫ ପଣ୍ଡିତ ଜହାହାରଲାଲ ନେହେରୁ ସ୍ଵାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ
ଭଗବାନ ଦାସ ୧୮୬୯-୧୯୫୮ ୧୯୫୫ ଡଃ ଭଗବାନ ଦାସ ସ୍ଵାଧୀନତା ସଂଗ୍ରାମୀ, ବେଦାନ୍ତବିତ୍
ମୋକ୍ଷଗୁଣ୍ଡମ୍‌ ବିଶ୍ଵେଶ୍ଵରାୟା ୧୮୬୦-୧୯୬୨ ୧୯୫୫ ଶିକ୍ଷାବିତ, ଯନ୍ତ୍ରୀ
ଗୋବିନ୍ଦ ବଲ୍ଲଭ ପନ୍ଥ ୧୮୮୭-୧୯୬୧ ୧୯୫୮ ସ୍ଵାଧୀନତା ସଂଗ୍ରାମୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ
ଧଣ୍ଡୋ କେଶବ କାର୍ଭେ ୧୮୫୮-୧୯୬୨ ୧୯୫୮ ବିଧବା ବିବାହ ଓ ନାରୀ ଶିକ୍ଷା କ୍ଷେତ୍ରରେ ଗଠନମୂଳକ ତଥା ସଂସ୍କାରଧର୍ମୀ କାର୍ଯ୍ୟକର୍ତ୍ତା
ବିଧାନ ଚନ୍ଦ୍ର ରାୟ ୧୮୮୨-୧୯୬୨ ୧୯୬୧ ଡାକ୍ତର ବିଧାନ ଚନ୍ଦ୍ର ରାୟ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ
ପୁରୁଷୋତ୍ତମଦାସ ଟଣ୍ଡନ ୧୮୮୨-୧୯୬୨ ୧୯୬୧ ସ୍ଵାଧୀନତା ସଂଗ୍ରାମୀ
ରାଜେନ୍ଦ୍ର ପ୍ରସାଦ ୧୮୮୪-୧୯୬୩ ୧୯୬୨ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସ୍ଵାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ରାଷ୍ଟ୍ରପତି, ନ୍ୟାସନାଲ କଲେଜ, ପାଟନା ର ପ୍ରତିଷ୍ଠାତା
ଜାକିର ହୁସେନ ୧୮୯୭-୧୯୬୯ ୧୯୬୩ ଡକ୍ଟର ଜାକିର ହୁସେନ ଭାରତର ଦ୍ଵିତୀୟ ଉପ ରାଷ୍ଟ୍ରପତି ତଥା ତୃତୀୟ ରାଷ୍ଟ୍ରପତି, ଶିକ୍ଷାବିତ
ପାଣ୍ଡୁରଙ୍ଗ ବାମନ କାଣେ ୧୮୮୦-୧୯୨୭ ୧୯୬୩ ସମାଜ ସଂସ୍କାରକ, ସଂସ୍କୃତ ପଣ୍ଡିତ
ଲାଲ ବାହାଦୁର ଶାସ୍ତ୍ରୀ ୧୯୦୪-୧୯୬୬ ୧୯୬୬-ମରଣୋତ୍ତର ସ୍ଵାଧୀନତା ସଂଗ୍ରାମୀ, ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ
ଇନ୍ଦିରା ଗାନ୍ଧୀ ୧୯୧୭-୧୯୮୪ ୧୯୭୧ ଭାରତର ଚତୁର୍ଥ ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
ଭି. ଭି. ଗିରି ୧୮୯୪-୧୯୮୦ ୧୯୭୫ ବରାହଗିରି ଭେଙ୍କଟ ଗିରି, ଭାରତର ତୃତୀୟ ଉପ ରାଷ୍ଟ୍ରପତି ତଥା ଚତୁର୍ଥ ରାଷ୍ଟ୍ରପତି, ଶ୍ରମିକ ନେତା
କେ କାମରାଜ ୧୯୦୩-୧୯୭୫ ୧୯୭୬-ମରଣୋତ୍ତର କୁମାରସ୍ଵାମୀ କାମରାଜ ସ୍ଵାଧୀନତା ସଂଗ୍ରାମୀ, ମାଡ୍ରାସର ପୂର୍ବତନ ମୁଖ୍ୟମନ୍ତ୍ରୀ
ମଦର ଟେରେସା ୧୯୧୦-୧୯୯୭ ୧୯୮୦ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ
ବିନୋବା ଭାବେ ୧୮୯୫-୧୯୮୨ ୧୯୮୩-ମରଣୋତ୍ତର ସ୍ଵାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଭୂଦାନ ଆନ୍ଦୋଳନର ପୁରଧା ତଥା ମାଗାସେସ୍‌ ପୁରସ୍କାର ବିଜୟୀ,
ଖାଁ ଅବଦୁଲ ଗଫର ଖାଁ ୧୮୯୦-୧୯୮୭ ୧୯୮୭ ସୀମାନ୍ତ ଗାନ୍ଧୀ ତଥା ଫକର-ଏ-ଆଫଗାନ, ସ୍ଵାଧୀନତା ସଂଗ୍ରାମୀ
ଏମ. ଜି. ରାମଚନ୍ଦ୍ରନ ୧୯୧୭-୧୯୮୭ ୧୯୮୮-ମରଣୋତ୍ତର ମରାଥୁର ଗୋପାଳ ରାମଚନ୍ଦ୍ରନ, କଥାଚିତ୍ର ଅଭିନେତା ଓ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ
ଭୀମରାଓ ରାମଜୀ ଆମ୍ବେଦକର ୧୮୯୧-୧୯୫୬ ୧୯୯୦-ମରଣୋତ୍ତର ବି. ଆର. ଆମ୍ବେଦକର ଭାରତୀୟ ସମ୍ବିଧାନର ପ୍ରଣେତା
ନେଲସନ ମଣ୍ଡେଲା [୧୯୧୮-] ୧୯୯୦ ଡଃ ନେଲସନ ମଣ୍ଡେଲା ଆଫ୍ରିକାର ଗାନ୍ଧୀ ଭାବେ ପରିଚିତ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି
ରାଜୀବ ଗାନ୍ଧୀ ୧୯୪୪-୧୯୯୧ ୧୯୯୧-ମରଣୋତ୍ତର ଭାରତର ସପ୍ତମ ଓ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ
ବଲ୍ଲଭଭାଇ ପଟେଲ ୧୮୭୫-୧୯୫୦ ୧୯୯୧-ମରଣୋତ୍ତର ସ୍ଵାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ସ୍ଵରାଷ୍ଟ୍ର ମନ୍ତ୍ରୀ
ମୋରାରଜୀ ଦେଶାଇ ୧୮୯୬-୧୯୯୫ ୧୯୯୧ ସ୍ଵାଧୀନତା ସଂଗ୍ରାମୀ, ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ
ଆବୁଲ କଲାମ ଆଜାଦ ୧୮୮୮-୧୯୫୮ ୧୯୯୨-ମରଣୋତ୍ତର ମୌଲାନା ଆବୁଲ କଲାମ ଆଜାଦ ସ୍ଵାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ
ଜେ. ଆର. ଡି. ଟାଟା ୧୯୦୪-୧୯୯୩ ୧୯୯୨ ଜାହାଙ୍ଗିର ରତନଜୀ ଦାଦାଭାଇ ଟାଟା ଶିଳ୍ପପତି, ସମାଜସେବୀ
ସତ୍ୟଜିତ ରାୟ ୧୯୨୨-୧୯୯୨ ୧୯୯୨ ଓସ୍କାର ପୁରସ୍କାର ପ୍ରାପ୍ତ କଥାଚିତ୍ର ନିର୍ଦ୍ଦେଶକ
ସୁଭାଷ ଚନ୍ଦ୍ର ବୋଷ ୧୯୮୭-୧୯୪୫ ୧୯୯୨ ପରେ ପ୍ରତ୍ୟାହୃତ ହୋଇଥିଲା
ଏ.ପି.ଜେ. ଅବଦୁଲ କଲାମ [୧୯୩୧-] ୧୯୯୭ ଡଃ ଅବୁଲ ଫକୀର ଜୈନ୍ୟୁଲାବେଦ୍ଦିନ ଅବଦୁଲ କଲାମ, ପ୍ରତିରକ୍ଷା ବିଜ୍ଞାନୀ, ଭାରତର ଏକାଦଶ ରାଷ୍ଟ୍ରପତି
ଗୁଲଜାରୀଲାଲ ନନ୍ଦା ୧୮୯୮-୧୯୯୮ ୧୯୯୭-ମରଣୋତ୍ତର ସ୍ଵାଧୀନତା ସଂଗ୍ରାମୀ, ଭାରତର ପୂର୍ବତନ କାମଚଳା ପ୍ରଧାନମନ୍ତ୍ରୀ
ଅରୁଣା ଆସଫ ଅଲ୍ଲୀ ୧୯୦୮-୧୯୯୬ ୧୯୯୭-ମରଣୋତ୍ତର ସ୍ଵାଧୀନତା ସଂଗ୍ରାମୀ, ଭାରତଛାଡ଼ ଆନ୍ଦୋଳନ (୯ ଅଗଷ୍ଟ ୧୯୪୨)ର ଅଗ୍ରଣୀ ନାରୀନେତ୍ରୀ
ଏମ. ଏସ. ସୁବୁଲକ୍ଷ୍ମୀ ୧୯୧୬-୨୦୦୪ ୧୯୯୮ ମଦୁରାଇ ସାନମୁଗବଦିବୁ ସୁବୁଲକ୍ଷ୍ମୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ
ଚିଦାମ୍ବରମ ସୁବ୍ରମଣ୍ୟମ ୧୯୧୦-୨୦୦୦ ୧୯୯୮ ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ, ସମାଜ ସେବୀ
ଜୟପ୍ରକାଶ ନାରାୟଣ ୧୯୦୨-୧୯୭୯ ୧୯୯୯-ମରଣୋତ୍ତର ସ୍ଵାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ
ରବି ଶଙ୍କର ୧୯୨୦-୨୦୧୨ ୧୯୯୯ ପଣ୍ଡିତ ରବି ଶଙ୍କର ସିତାର ବାଦକ
ଅମର୍ତ୍ତ୍ୟ ସେନ [୧୯୩୩] ୧୯୯୯ ନୋବେଲ ଅର୍ଥନୀତି ପୁରସ୍କାର ବିଜୟୀ ବିଶିଷ୍ଟ ଅର୍ଥନୀତିଜ୍ଞ
ଗୋପୀନାଥ ବର୍ଦ୍ଦୋଳି ୧୮୯୦-୧୯୫୦ ୧୯୯୯-ମରଣୋତ୍ତର ଲୋକପ୍ରିୟ ଗୋପୀନାଥ ବର୍ଦ୍ଦୋଳି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ
ଲତା ମଙ୍ଗେସକର [୧୯୨୯-] ୨୦୦୧ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ
ବିସ୍‌ମିଲ୍ଲା ଖାଁ ୧୯୧୬-୨୦୦୬ ୨୦୦୧ ଉସ୍ତାଦ ବିସ୍‌ମିଲ୍ଲା ଖାଁ ଭାରତୀୟ ଶାସ୍ତ୍ରୀୟ ସେହନାଇ ବାଦକ
ଭିମସେନ ଜୋଶୀ ୧୯୨୨-୨୦୧୧ ୨୦୦୮ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟକ

ବାହାର ଲିଙ୍କ[ସମ୍ପାଦନା]