ଭାରତର ରାଷ୍ଟ୍ରପତି ମାନଙ୍କର ତାଲିକା

ଉଇକିପିଡ଼ିଆ ରୁ

ଏହି ସାରଣୀରେ ପ୍ରଦତ୍ତ ପୂର୍ବତନ ରାଷ୍ଟ୍ରପତିମାନଙ୍କର ନାଆଁ ସେହି କ୍ରମରେ ଦିଆ ଯାଇଛି ଯେଉଁ କ୍ରମରେ ସେମାନେ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ। ତେଣୁ ବରାହଗିରି ଭେଙ୍କଟଗିରି, ମହମ୍ମଦ ହିଦାୟତୁଲ୍ଲା, ଏବଂ ବସପ୍ପା ଦନାପ୍ପା ଜତ୍ତୀ, କାମଚଳା ରାଷ୍ଟ୍ରପତି ଥିବାରୁ ସେମାନଙ୍କ ନାଆଁ ଏହି ସାରଣୀରେ ଦିଆ ଯାଇ ନାହିଁ । ଭାରତର ରାଷ୍ଟ୍ରପତି କୌଣସି ରାଜନୈତିକ ଦଳର ନ ହେଲେ ବି ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ଆଗରୁ ସେମାନେ ଯେଉଁ ଦଳର ନେତା ଥିଲେ, ତାଙ୍କ ନାଆଁ ଆଗରେ ସେଇ ଦଳର ନାମ ଉଲ୍ଲେଖ କରାଯାଇଛି।

କ୍ରମ ନାମ ଛବି କାର୍ଯ୍ୟଭାର ଗ୍ରହଣ କାର୍ଯ୍ୟଭାର ତ୍ୟାଗ ଉପରାଷ୍ଟ୍ରପତି ଟୀକା
ଡଃ ରାଜେନ୍ଦ୍ର ପ୍ରସାଦ ୨୬ ଜାନୁଆରୀ ୧୯୫୦ ୧୩ ମେ ୧୯୬୨ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ବିହାର ରାଜ୍ୟରେ ଜନ୍ମିତ ଡଃ ରାଜେନ୍ଦ୍ର ପ୍ରସାଦ, ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି [୧][୨] ସେ ମଧ୍ୟ ଜଣେ ସ୍ୱାଧିନତା ସଂଗ୍ରାମୀ ଥିଲେ।[୩] ଶ୍ରୀ ପ୍ରସାଦ ଭାରତର ଏକମାତ୍ର ରାଷ୍ଟ୍ରପତି ଯିଏ ଦୁଇ ଦୁଇ ଥର ଦେଶର ସର୍ବୋଚ୍ଚ ପଦବୀ ମଣ୍ଡନ କରିଥିଲେ। [୪]
ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ Radhakrishnan.jpg ୧୩ ମଇ ୧୯୬୨ ୧୩ ମଇ୧୯୬୭ ଜାକିର ହୁସେନ ରାଧାକୃଷ୍ଣନ ଜଣେ ପ୍ରସିଦ୍ଧ ଦାର୍ଶନିକ, ଲେଖକ ଏବଂ ଆନ୍ଧ୍ର ବିଶ୍ୱ ବିଦ୍ୟାଳୟ ଓ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟ।ଳୟର ଉପ କୁଳପତି [୫] ସେ ନାଇଟ ଅଫ ଦ ଗୋଲ୍ଡେନ ଆର୍ମି ଅଫ ଏଞ୍ଜେଲସର ଉପାଧି ପୋପ ପଲ ଷଷ୍ଠଙ୍କଠାରୁ ପାଇଥିଲେ।[୬]
ଜାକିର ହୁସେନ ୧୩ ମଇ ୧୯୬୭ ୩ ମଇ ୧୯୬୯ ବରାହଗିରି ଭେଙ୍କଟଗିରି ହୁସେନ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଉପ କୁଳପତିଥିଲେ ଏବଂ ପଦ୍ମଭୂଷଣ ଓ ଭାରତରତ୍ନ ପରି ସମ୍ମାନ ଜନକ ଉପାଧି ପାଇଥିଲେ। [୭] ନିଜର କାର୍ଯ୍ୟକାଳ ପୂରିବା ଆଗରୁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ବରାହଗିରି ଭେଙ୍କଟଗିରି * ୩ ମେ ୧୯୬୯ ୨୦ ଜୁଲାଇ ୧୯୬୯ ଶ୍ରୀ ଗିରି ହୁସେନଙ୍କ ମୃତ୍ୟୁପରେ କାମଚଳା ରାଷ୍ଟ୍ରପତି ରୂପେ କାର୍ଯ୍ୟଭାର ଗ୍ରହଣ କରିଥିଲେ [୮] ଅଳ୍ପ କେଇମାସ ରାଷ୍ଟ୍ରପତି ପଦରେ ରହିବା ପରେ ସେ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବାପାଇଁ ଇସ୍ତଫାପତ୍ର ଦେଇଥିଲେ ।
ମହମ୍ମଦ ହିଦାୟତୁଲ୍ଲା * ୨୦ ଜୁଲାଇ ୧୯୬୯ ୨୪ ଅଗଷ୍ଟ ୧୯୬୯ ଶ୍ରୀ ହିଦାୟତୁଲ୍ଲା ଭାରତର ପ୍ରଧାନ ବିଚାରପତି ରୂପେ କାର୍ଯ୍ୟ କରିଥିଲେ ତଥା ଅର୍ଡର ଅଫ ଦ ବ୍ରିଟିଶ ଏମ୍ପାୟାର ସମ୍ମାନ ପାଇଥିଲେ।[୯] ରାଷ୍ଟ୍ରପତି ରୂପେ ଶ୍ରୀ ଗିରିଙ୍କର ନିର୍ବାଚନ ହେବା ପର୍ଯ୍ୟନ୍ତ ସେ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ।
ବରାହଗିରି ଭେଙ୍କଟଗିରି ୨୪ ଅଗଷ୍ଟ ୧୯୬୯ ୨୪ ଅଗଷ୍ଟ ୧୯୭୪ ଗୋପାଳ ସ୍ଵରୂପ ପାଠକ ଶ୍ରୀ ଗିରି ଉଭୟ କାମଚଳା ରାଷ୍ଟ୍ରପତି ଓ ନିର୍ବାଚିତ ରାଷ୍ଟ୍ରପତି ରୂପେ କାମ କରିଥିଲେ। ସେ ଭାରତରତ୍ନ ଉପାଧି ହାସଲ କରିଥିଲେ, ଭାରତର ଶ୍ରମମନ୍ତ୍ରୀ ରୂପେ କାମ କରିଥିଲେ ଓ ଶ୍ରୀଲଙ୍କାରେ ଭାରତୀୟ ଉଚ୍ଚାୟୁକ୍ତ (High Commissioner)ଭାବେ ନିଯୁକ୍ତି ପାଇଥିଲେ। [୧୦]
ଫକୀରୁଦ୍ଦିନ ଅଲ୍ଲି ଅହମଦ Dr fakhruddin ali ahmed.jpg ୨୪ ଅଗଷ୍ଟ ୧୯୭୪ ୧୧ ଫେବ୍ରୁଆରୀ ୧୯୭୭ ବସପ୍ପା ଦନାପ୍ପା ଜତ୍ତୀ ଫକୀରୁଦ୍ଦିନ ଅଲ୍ଲି ଅହମଦ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ଆଗରୁ ଜଣେ କେନ୍ଦ୍ର ମନ୍ତ୍ରୀ ରୂପେ କାର୍ଯ୍ୟ କରୁଥିଲେ। ସେ ନିଜର ରାଷ୍ଟ୍ରପତି କାଳାବଧି ସମାପ୍ତ ହେବା ଆଗରୁ ୧୯୭୭ରେ ଦେହତ୍ୟାଗ କରିଥିଲେ। ରାଷ୍ଟ୍ରପତି ଥିବା ଅବସ୍ଥାରେ ଦେହତ୍ୟାଗ କରିଥିବା ବ୍ୟକ୍ତିମାନଙ୍କ ଭିତରୁ ସେ ଦ୍ୱିତୀୟ ଭାରତୀୟ ରାଷ୍ଟ୍ରପତି। [୧୧]
ବାସପ୍ପା ଦାନପ୍ପା ଯତ୍ତି * ୧୧ ଫେବ୍ରୁଆରୀ ୧୯୭୭ ୨୫ ଜୁଲାଇ ୧୯୭୭ ଶ୍ରୀ ଯତ୍ତି ଶ୍ରୀ ଅହମ୍ମଦ ରାଷ୍ଟ୍ରପତି ଥିବା ସମୟରେ ଉପରାଷ୍ଟ୍ରପତି ଥିଲେ। ତେଣୁ ତାଙ୍କର ଦେହାବସାନ ପରେ ସେ କାମଚଳା ରାଷ୍ଟ୍ରପତି ରୂପେ ନିଯୁକ୍ତ ହେଲେ। ସେ ତା’ ପୂର୍ବରୁ ମୈସୁର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ। [୧୧][୧୨]
ନୀଲମ ସଞ୍ଜୀବ ରେଡ୍ଡୀ NeelamSanjeevaReddy.jpg ୨୫ ଜୁଲାଇ ୧୯୭୭ ୨୫ ଜୁଲାଇ ୧୯୮୨ ମହମ୍ମଦ ହିଦାୟତୁଲ୍ଲା ନୀଲମ ସଞ୍ଜୀବ ରେଡ୍ଡୀ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ଜନତା ଦଳର ପ୍ରାର୍ଥୀ ରୂପେ ଭାରତୀୟ ସାଂସଦ ରୂପେ ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ ଆନ୍ଧ୍ର ନେତା। [୧୩] ୨୬ ମାର୍ଚ୍ଚ ୧୯୭୭ରେ ସେ ସର୍ବସମ୍ମତି କ୍ରମେ ଲୋକସଭାର ଅଧ୍ୟକ୍ଷ (Speaker)ରୂପେ ନିର୍ବାଚିତ ହୋଇଥିଲେ ଏବଂ ୧୩ ଜୁଲାଇ ୧୯୭୭ ରେ ଭାରତର ଷଷ୍ଠ ରାଷ୍ଟ୍ରପତି ହେବାପାଇଁ ସେ ତ୍ୟାଗପତ୍ର ଦେଇଥିଲେ।
ଜ୍ଞାନୀ ଜୈଲ ସିଂହ Mohar&Gianiji.jpg ୨୫ ଜୁଲାଇ ୧୯୮୨ ୨୫ ଜୁଲାଇ ୧୯୮୭ ରାମସ୍ଵାମୀ ଭେଙ୍କଟରମଣ
ମାର୍ଚ୍ଚ ୧୯୭୨ରେ ଶ୍ରୀ ସିଂହ ପଞ୍ଜାବର ମୁଖ୍ୟମନ୍ତ୍ରୀରୂପେ ନିର୍ବାଚିତ ହୋଇଥିଲେ ଏବଂ ୧୯୮୦ରେ ସେ କେନ୍ଦ୍ର ଗୃହମନ୍ତ୍ରୀ ପଦବୀ ମଣ୍ଡନ କରିଥିଲେ। [୧୪]
ରାମସ୍ଵାମୀ ଭେଙ୍କଟରମଣ R Venkataraman.jpg ୨୫ ଜୁଲାଇ ୧୯୮୭ ୨୫ ଜୁଲାଇ ୧୯୯୨ ଶଙ୍କର ଦୟାଲ ଶର୍ମା ୧୯୪୨ରେ ଶଙ୍କର ଦୟାଲ ଶର୍ମା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିବା ହେତୁରୁ ସେ ଇଂରେଜମାନଙ୍କଦ୍ୱାରା କାରାବାସ ବରଣ କରିଥିଲେ। [୧୫] କାରାବାସରୁ ମୁକ୍ତି ପାଇବା ପରେ ସେ ସ୍ୱାଧୀନ ଭାରତର ଅସ୍ଥାୟୀ ସଂସଦରେ କଂଗ୍ରେସ ଦଳର ସଦସ୍ୟ ରୂପେ ୧୯୫୦ରେ ନିର୍ବାଚିତ ହୋଇଥିଲେ ଓ ଫଳତଃ କେନ୍ଦ୍ର ସରକାରରେ ଯୋଗଦାନ କରିଥିଲେ। ସେଠାରେ ସେ ପ୍ରଥମେ ବିତ୍ତ ଓ ଶିଳ୍ପ ମନ୍ତ୍ରୀ ରୂପେ କାର୍ଯ୍ୟଗ୍ରହଣ କରିଥିଲେ ଓ ପରବର୍ତ୍ତୀ କାଳରେ ରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।[୧୬]
ଶଙ୍କର ଦୟାଲ ଶର୍ମା Shankar Dayal Sharma 36.jpg ୨୫ ଜୁଲାଇ ୧୯୯୨ ୨୫ ଜୁଲାଇ ୧୯୯୭ କୋଚେରିଲ ରମଣ ନାରାୟଣନ ଶ୍ରୀ ଶର୍ମା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ଏବଂ କେନ୍ଦ୍ର ସୂଚନା ମନ୍ତ୍ରୀ ରହିଥିଲେ। ତା’ଛଡ଼ା ସେ ଆନ୍ଧ୍ର ପ୍ରଦେଶ, ପଞ୍ଜାବମହାରାଷ୍ଟ୍ରର ରାଜ୍ୟପାଳ ରୂପେ କାମ କରିଥିଲେ।[୧୭]
୧୦ କୋଚେରିଲ ରମଣ ନାରାୟଣନ K. R. Narayanan.jpg ୨୫ ଜୁଲାଇ ୧୯୯୭ ୨୫ ଜୁଲାଇ ୨୦୦୨ ଡଃ. କୃଷ୍ଣ କାନ୍ତ
ଶ୍ରୀ ନାରାୟଣ ଥାଇଲାଣ୍ଡ, ତୁର୍କୀ, ଚୀନସଂଯୁକ୍ର ରାଷ୍ଟ୍ର ଆମେରିକାରେ ଭାରତର ରାଜଦୂତଭାବେ କାମ କରିଥିଲେ । ସେ ବିଜ୍ଞାନ ଓ ଆଇନରେ ଡକ୍ଟରେଟ ପଦବୀ ପାଇଥିଲେ ଓ ଅନେକ ବିଶ୍ୱବିଦ୍ୟାଳୟର କୁଳପତିଥିଲେ।[୧୮] ସେ ଜବାହରଲାଲ ବିଶ୍ୱବିଦ୍ୟାଳୟର କୁଳପତି ମଧ୍ୟ ରହିଥିଲେ। [୧୯]
୧୧ ଡଃ. ଏ.ପି.ଜେ. ଅବଦୁଲ କାଲାମ A P J Abdul Kalam.jpg ୨୫ ଜୁଲାଇ ୨୦୦୨ ୨୫ ଜୁଲାଇ ୨୦୦୭ ଭୈରୋଁ ସିଂ ଶେଖାୱତ ଡଃ. କାଲାମ ଜଣେ ବୈଜ୍ଞାନିକ । ସେ ଭାରତୀୟ କ୍ଷେପଣାସ୍ତ୍ର ଓ ଆଣବିକ ଅସ୍ତ୍ରର ଅନୁସନ୍ଧାନ ଓ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। [୨୦] ସେ ଭାରତ ରତ୍ନ ଉପାଧି ପାଇଛନ୍ତି।
୧୨ ପ୍ରତିଭା ପାଟିଲ PratibhaIndia.jpg ୨୫ ଜୁଲାଇ ୨୦୦୭ ୨୫ ଜୁଲାଇ ୨୦୧୨ ମହମ୍ମଦ ହମିଦ ଅନସାରୀ ଶ୍ରୀମତୀ ପାଟିଲ ହେଉଛନ୍ତି ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଏବଂ ରାଜସ୍ଥାନର ପ୍ରଥମ ମହିଳା ରାଜ୍ୟପାଳ। [୨୧][୨୨]
୧୩ ପ୍ରଣବ ମୁଖାର୍ଜୀ
(୧୯୩୫– )
Secretary Tim Geithner and Finance Minister Pranab Mukherjee 2010 crop.jpg ୨୫ ଜୁଲାଇ ୨୦୧୨ ନିର୍ବାଚିତ ମହମ୍ମଦ ହମିଦ ଅନସାରୀ ଶ୍ରୀ ମୁଖାର୍ଜୀ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବେ ବିତ୍ତ, ଅର୍ଥ, ବୈଦେଶିକ, ରକ୍ଷା ପ୍ରଭୃତି ମନ୍ତ୍ରଣାଳୟର ଦାୟିତ୍ଵ ସମ୍ଭାଳିଛନ୍ତି ।
  • ଚିହ୍ନ(*) ଇଷତ ଗହମ ରଙ୍ଗର ପୃଷ୍ଠଭୂମିରେ ପ୍ରଦର୍ଶିତ ରାଷ୍ଟ୍ରପତିମାନେ କେବଳ କାମଚଳା ରାଷ୍ଟ୍ରପତି ରହିଥିଲେ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Dr. Rajendra Prasad". The Hindu. ୭ ମେ ୧୯୫୨. http://www.hinduonnet.com/୨୦୦୨/୦୫/୦୭/stories/୨୦୦୨୦୫୦୭୦୦୬୯୦୮୦୦.htm. Retrieved ୩୦ ନଭେମ୍ବର ୨୦୦୮. 
  2. "Republic Day". Time. ୬ ଫେବ୍ରୁଆରୀ ୧୯୫୦. http://www.time.com/time/magazine/article/୦,୯୧୭୧,୮୧୧୮୧୬,୦୦.html. Retrieved ୩୦ ନଭେମ୍ବର ୨୦୦୮. 
  3. "Rajendra Prasad's birth anniversary celebrated". The Hindu. ୧୦ ଡିସେମ୍ବର ୨୦୦୬. http://www.hindu.com/୨୦୦୬/୧୨/୧୦/stories/୨୦୦୬୧୨୧୦୧୩୨୪୦୨୦୦.htm. Retrieved ୩୦ ନଭେମ୍ବର ୨୦୦୮. 
  4. Harish Khare (୬ ଡିସେମ୍ବର ୨୦୦୬). "Selecting the next Rashtrapati". The Hindu. http://www.hindu.com/୨୦୦୬/୧୨/୦୬/stories/୨୦୦୬୧୨୦୬୦୩୫୬୧୦୦୦.htm. Retrieved ୩୦ ନଭେମ୍ବର ୨୦୦୮. 
  5. Ramachandra Guha (୧୫ ଅପ୍ରେଲ ୨୦୦୬). "Why Amartya Sen should become the next president of India". The Telegraph. http://www.telegraphindia.com/୧୦୬୦୪୧୫/asp/opinion/story_୬୦୯୯୨୭୮.asp. Retrieved ୩୦ ନଭେମ୍ବର ୨୦୦୮. 
  6. "Dr S. Radhakrishnan". The Sunday Tribune. ୩୦ ଜାନୁଆରୀ ୨୦୦୦. http://www.tribuneindia.com/୨୦୦୦/୨୦୦୦୦୧୩୦/spectrum/main୨.htm. Retrieved ୩୦ ନଭେମ୍ବର ୨୦୦୮. 
  7. "Zakir Husain, Dr.". Vice President's Secretariat. http://vicepresidentofindia.nic.in/zakir.asp. Retrieved ୩୦ ନଭେମ୍ବର ୨୦୦୮. 
  8. "Shekhawat need not compare himself to Giri: Shashi Bhushan". The Hindu. ୧୨ ଜୁଲାଇ ୨୦୦୭. http://www.hindu.com/୨୦୦୭/୦୭/୧୨/stories/୨୦୦୭୦୭୧୨୬୦୬୭୧୨୦୦.htm. Retrieved ୩୦ ନଭେମ୍ବର ୨୦୦୮. 
  9. "Hidayatullah, Shri M". Vice President's Secretariat. http://vicepresidentofindia.nic.in/hiday.asp. Retrieved ୩୦ ନଭେମ୍ବର ୨୦୦୮. 
  10. "Giri, Shri Varahagiri Venkata". Vice President's Secretariat. http://vicepresidentofindia.nic.in/giri.asp. Retrieved ୩୦ ନଭେମ୍ବର ୨୦୦୮. 
  11. ୧୧.୦ ୧୧.୧ "Gallery of Indian Presidents". Press Information Bureau of the Government of India. http://pib.nic.in/archieve/others/gal.html. Retrieved ୩୦ ନଭେମ୍ବର ୨୦୦୮. 
  12. "Jatti, Shri Basappa Danappa". Vice President's Secretariat. http://vicepresidentofindia.nic.in/jati.asp. Retrieved ୩୦ ନଭେମ୍ବର ୨୦୦୮. 
  13. Bhargava, G.S.. "Making of the Prez - Congress chief selects PM as well as President". The Tribune. http://www.tribuneindia.com/୨୦୦୭/୨୦୦୭୦୭୩୦/edit.htm. Retrieved ୬ ଜାନୁଆରୀ ୨୦୦୯. 
  14. Wolpert, Stanley A. (୧୯୯୯). "India". University of California Press. p. ୨୧୭. http://books.google.lk/books?id=nHnOERqf-MQC&pg=PA୨୧୭&lpg=PA୨୧୭&dq=%୨୨Giani+Zail+Singh%୨୨%୨Bpunjabi&source=bl&ots=PCVV୦gJqFJ&sig=W୦TBiEbR୦r୯ULzarnd୩୭JXiZIiA&hl=en&sa=X&oi=book_result&resnum=୮&ct=result#PPA୨୧୭,M୧. Retrieved ୩ ଜାନୁଆରୀ ୨୦୦୯. 
  15. Hazarika, Sanjoy (୧୭ ଜୁଲାଇ ୧୯୮୭). "Man In The News; India's Mild New President: Ramaswamy Venkataraman". The New York Times. http://query.nytimes.com/gst/fullpage.html?res=୯B୦DEEDD୧୨୩୯F୯୩୪A୨୫୭୫୪C୦A୯୬୧୯୪୮୨୬୦&n=Top/News/World/Countries%୨୦and%୨୦Territories/India. Retrieved ୬ ଜାନୁଆରୀ ୨୦୦୯. 
  16. "Venkataraman, Shri R.". Vice President's Secretariat. http://vicepresidentofindia.nic.in/venkat.asp. Retrieved ୬ ଜାନୁଆରୀ ୨୦୦୯. 
  17. Navtej Sarna (୨୭ ଡିସେମ୍ବର ୧୯୯୯). "Former President Dr. Shankar Dayal Sharma passes away". Embassy of India, Washington D.C.. http://www.indianembassy.org/pic/PR_୧୯୯୯/ଡିସେମ୍ବର_୯୯/PR_Dec_୨୭(୧)_୧୯୯୯.html. Retrieved ୬ ଡିସେମ୍ବର ୨୦୦୮. 
  18. "Narayanan, Shri K, R". Vice President's Secretariat. http://vicepresidentofindia.nic.in/krn.asp. Retrieved ୬ ଡିସେମ୍ବର ୨୦୦୮. 
  19. "The BJP's aim was to get rid of me". Confederation of Human Rights Organizations. http://www.nuke.humanrightskerala.com/modules.php?op=modload&name=News&file=article&sid=୫୦୯୭. Retrieved ୬ ଜାନୁଆରୀ ୨୦୦୯. 
  20. Ramana, M. V.; Reddy, C. Rammanohar (୨୦୦୨). Prisoners of the Nuclear Dream. New Delhi: Orient Longman. ପୃଷ୍ଠା. ୧୬୯. http://books.google.com/books?id=IjZA-bQde୧wC&pg=RA୧-PA୧୬୯&dq=%୨୨Abdul+Kalam%୨୨+%୨୨%୨୨Pokhran-II%୨୨&ei=R୬niSOzbDI୩gtgPx୦tiOBw&sig=ACfU୩U୦vTUY୪GkXlltbzgECN୯୮hWD୮A୬zQ. 
  21. Emily Wax (୨୨ ଜୁଲାଇ ୨୦୦୭). "Female President Elected in India". The Washington Post. http://www.washingtonpost.com/wp-dyn/content/article/୨୦୦୭/୦୭/୨୧/AR୨୦୦୭୦୭୨୧୦୦୫୨୫.html. Retrieved ୨ ଡିସେମ୍ବର ୨୦୦୮. 
  22. "Pratibha Patil is Rajasthan’s first woman governor". Express India. ୮ ନଭେମ୍ବର ୨୦୦୮. http://www.expressindia.com/news/fullstory.php?newsid=୩୮୧୯୦. Retrieved ୬ ଡିସେମ୍ବର ୨୦୦୮.