ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ
| ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ | |
|---|---|
| Chakravarti Rajagopalachari at a public function in 1948 | |
|
ଭାରତର ଗଭର୍ଣ୍ଣର ଜେନେରାଲ
|
|
| କାର୍ଯ୍ୟକାଳ ୨୧ ଜୁନ ୧୯୪୮ – ୨୬ ଜାନୁଆରୀ ୧୯୫୦ |
|
| Monarch | George VI |
| ପ୍ରଧାନମନ୍ତ୍ରୀ | ଜବାହରଲାଲ ନେହେରୁ |
| ପୂର୍ବ ଅଧିକାରୀ | The Earl Mountbatten of Burma |
| ପର ଅଧିକାରୀ | ପଦବୀ ଉଚ୍ଛେଦ ହୋଇଥିଲା |
|
ମାଡ୍ରାସର ର ମୁଖ୍ୟ ମନ୍ତ୍ରୀ
|
|
| କାର୍ଯ୍ୟକାଳ ୧୦ ଅପ୍ରେଲ ୧୯୫୨ – ୧୩ ଅପ୍ରେଲ ୧୯୫୪ |
|
| ରାଜ୍ୟପାଳ | ଶ୍ରୀ ପ୍ରକାଶ |
| ପୂର୍ବ ଅଧିକାରୀ | ପି. ଏସ. କୁମାରସ୍ଵାମୀ ରାଜା |
| ପର ଅଧିକାରୀ | କେ. କାମରାଜ |
|
ସ୍ଵରାଷ୍ଟ୍ର ମନ୍ତ୍ରୀ
|
|
| କାର୍ଯ୍ୟକାଳ ୨୬ ଡିସେମ୍ବର ୧୯୫୦ – ୨୫ ଅକ୍ଟୋବର ୧୯୫୧ |
|
| ପ୍ରଧାନମନ୍ତ୍ରୀ | ଜବାହରଲାଲ ନେହେରୁ |
| ପୂର୍ବ ଅଧିକାରୀ | ବଲ୍ଲଭଭାଇ ପଟେଲ |
| ପର ଅଧିକାରୀ | କୈଳାଶ ନାଥ କାଟଜୁ |
|
ପଶ୍ଚିମବଙ୍ଗର ରାଜ୍ୟପାଳ
|
|
| କାର୍ଯ୍ୟକାଳ ୧୫ ଅଗଷ୍ଟ ୧୯୪୭ – ୨୧ ଜୁନ ୧୯୪୮ |
|
| Premier | ପ୍ରଫୁଲ୍ଲ ଚନ୍ଦ୍ର ଘୋଷ ବିଧାନ ଚନ୍ଦ୍ର ରାୟ |
| ପୂର୍ବ ଅଧିକାରୀ | ଫ୍ରେଡରିକ ବରୋସ |
| ପର ଅଧିକାରୀ | କୈଳାଶ ନାଥ କାଟଜୁ |
|
ମାଡ୍ରାସର ପ୍ରଧାନମନ୍ତ୍ରୀ
|
|
| କାର୍ଯ୍ୟକାଳ ୧୪ ଜୁଲାଇ ୧୯୩୭ – ୯ ଅକ୍ଟୋବର ୧୯୩୯ |
|
| ରାଜ୍ୟପାଳ | The Lord Erskine |
| ପୂର୍ବ ଅଧିକାରୀ | କୁର୍ମ ଭେଙ୍କଟ ରେଡ୍ଡୀ ନାଇଡୁ |
| ପର ଅଧିକାରୀ | ଟାଙ୍ଗୁତୁରୀ ପ୍ରକାଶମ |
|
|
|
| ଜନ୍ମ | ୧୦ ଡିସେମ୍ବର ୧୮୭୮ Thorapalli, British Raj (now India) |
| ମୃତ୍ୟୁ | ୨୫ ଡିସେମ୍ବର, ୧୯୭୨ (୯୪ ବର୍ଷ) Madras, ଭାରତ |
| ରାଜନୀତିକ ଦଳ | ସ୍ଵତନ୍ତ୍ର ପାର୍ଟି (୧୯୫୯–୧୯୭୨) |
| Other political affiliations |
Indian National Congress (୧୯୫୭ ପୂର୍ବରୁ) Indian National Democratic Congress (୧୯୫୭–୧୯୫୯) |
| ଜୀବନ ସାଥି | Alamelu Mangamma (୧୮୯୭–୧୯୧୬) |
| ଶିକ୍ଷାନୁଷ୍ଠାନ | Central College Presidency College, Madras |
| ପେଷା | ଓକିଲ ଲେଖକ ରାଜନେତା |
| ଧର୍ମ | Hinduism |
ରାଜାଜୀ ବା ସିଆର ଭାବେ ପରିଚିତ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଥିଲେ ଭାରତର ଶେଷ ଗଭର୍ଣ୍ଣର ଜେନେରାଲ । ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ରେ ସମ୍ମାନିତ ରାଜାଜୀ ଜଣେ ପ୍ରତିଷ୍ଠିତ ଆଇନଜୀବୀ, ସ୍ଵାଧୀନତା ସଂଗ୍ରାମୀ, ରାଜନେତା ତଥା ଲେଖକ ଥିଲେ । ସେ ମାଡ୍ରାସ ପ୍ରେସିଡେନ୍ସୀର ପ୍ରଧାନମନ୍ତ୍ରୀ, ପଶ୍ଚିମବଙ୍ଗର ରାଜ୍ୟପାଳ, ମାଡ୍ରାସ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରରେ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେ ସ୍ଵତନ୍ତ୍ର ପାର୍ଟି ନାମରେ ଏକ ଦଳ ଗଠନ କରିଥିଲେ ।
ଜିବନୀ [ସମ୍ପାଦନା]
ତାମିଲନାଡୁର ସାଲେମ ଜିଲ୍ଲା ଅନ୍ତର୍ଗତ ଥୋରାପଲିଠାରେ ୧୮୭୮ ମସିହା ଡିସେମ୍ବର ୧୦ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟଶିକ୍ଷା ପରେ ବେଙ୍ଗାଲୂରୁ ର ସେଣ୍ଟ୍ରାଲ କଲେଜ ଓ ମାଡ୍ରାସ ର ପ୍ରେସିଡେନ୍ସୀ କଲେଜରୁ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୦୦ରେ ସେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ସାଲେମ ପୌରାଞ୍ଚଳର କାଉନ୍ସିଲର ଭାବେ ସେ ପ୍ରଥମେ ରାଜନୀତିରେ ପ୍ରବେଶ କରିଥିଲେ । ପରେ ସେ ସାଲେମ ପୌରାଞ୍ଚଳର ଅଧ୍ୟକ୍ଷ ହୋଇଥିଲେ । ସେ ଜାତୀୟ କଂଗ୍ରେସ ରେ ଯୋଗ ଦେଇ ରାୱଲାଟ ଆଇନ, ଅସହଯୋଗ ଆନ୍ଦୋଳନ, ଭାଇକୋମ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୩୦ରେ ସେ ଜେଲ ଯାଇଥିଲେ । ୧୯୩୭ରେ ସେ ମାଡ୍ରାସ ପ୍ରେସିଡେନ୍ସୀର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ଜର୍ମାନୀ ବିରୋଧରେ ବ୍ରିଟେନ ଯୁଦ୍ଧ ଘୋଷଣା କରିବା ପରେ ୧୯୪୦ମସିହାରେ ସେ ଇସ୍ତଫା ଦେଇଥିଲେ । ଯୁଦ୍ଧରେ ବ୍ରିଟେନକୁ ସହଯୋଗ କରିବା ପାଇଁ ସେ କହିବା ସହ ଭାରତଛାଡ଼ ଆନ୍ଦୋଳନକୁ ବିରୋଧ କରୁଥିଲେ । ସେ ମହମ୍ମଦ ଅଲି ଜିନା ଓ ମୁସଲିମ ଲିଗ ସହ ଆଲୋଚନା କରି କେତେକ ପ୍ରସ୍ତାବ ଦେଇଥିଲେ ଯାହା ସି.ଆର ଫର୍ମୁଲା ନାମରେ ନାମିତ । ୧୯୪୬ ମସିହାରେ ଦେଶର ଅନ୍ତରୀଣ ସରକାରରେ ସେ ଶିଳ୍ପ, ଶିକ୍ଷା ଓ ଅର୍ଥମନ୍ତ୍ରୀ ଥିଲେ । ରାଜାଜୀ ପ୍ରସିଦ୍ଧ କର୍ଣ୍ଣାଟକୀ ସଙ୍ଗୀତ କୁରାଇ ‘ଓନରୁମ ଇଲାଇ’ର ସ୍ଵର ସଂଯୋଜନା କରିଥିଲେ । ୧୯୭୨ ମସିହା ଡିସେମ୍ବର ୨୫ତାରିଖ ଦିନ ତାଙ୍କର ପରଲୋକ ଘଟିଥିଲା ।
ଆଧାର [ସମ୍ପାଦନା]
|
|||||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |