ମୋରାରଜୀ ଦେଶାଇ
| ମୋରାରଜୀ ଦେଶାଇ | |
|---|---|
|
ଭାରତର ପୂର୍ବତନ (୪ର୍ଥ)ପ୍ରଧାନମନ୍ତ୍ରୀ
|
|
| କାର୍ଯ୍ୟକାଳ ୨୪ ମାର୍ଚ ୧୯୭୭ – ୨୮ ଜୁଲାଇ ୧୯୭୯ |
|
| ରାଷ୍ଟ୍ରପତି | Basappa Danappa Jatti (Acting) Neelam Sanjiva Reddy |
| ପୂର୍ବ ଅଧିକାରୀ | ଇନ୍ଦିରା ଗାନ୍ଧୀ |
| ପର ଅଧିକାରୀ | ଚରଣ ସିଂହ |
|
|
|
| କାର୍ଯ୍ୟକାଳ ୧ ଜୁଲାଇ ୧୯୭୮ – ୨୮ ଜୁଲାଇ ୧୯୭୯ |
|
| ପୂର୍ବ ଅଧିକାରୀ | ଚରଣ ସିଂହ |
| ପର ଅଧିକାରୀ | ଯଶବନ୍ତରାଓ ଚୌହାନ |
|
|
|
| କାର୍ଯ୍ୟକାଳ ୧୩ ମାର୍ଚ ୧୯୬୭ – ୧୬ ଜୁଲାଇ ୧୯୬୯ |
|
| ପ୍ରଧାନମନ୍ତ୍ରୀ | ଇନ୍ଦିରା ଗାନ୍ଧୀ |
| ପୂର୍ବ ଅଧିକାରୀ | ବଲ୍ଲଭଭାଇ ପଟେଲ |
| ପର ଅଧିକାରୀ | ଚରଣ ସିଂହ ଜଗଜୀବନ ରାମ |
|
|
|
| କାର୍ଯ୍ୟକାଳ ୧୩ ମାର୍ଚ ୧୯୬୭ – ୧୬ ଜୁଲାଇ ୧୯୬୯ |
|
| ପ୍ରଧାନମନ୍ତ୍ରୀ | ଇନ୍ଦିରା ଗାନ୍ଧୀ |
| ପୂର୍ବ ଅଧିକାରୀ | ସଚିନ୍ଦ୍ର ଚୌଧୁରୀ |
| ପର ଅଧିକାରୀ | ଇନ୍ଦିରା ଗାନ୍ଧୀ |
| କାର୍ଯ୍ୟକାଳ ୧୩ ମାର୍ଚ ୧୯୫୮ – ୨୯ ଅଗଷ୍ଟ ୧୯୬୩ |
|
| ପ୍ରଧାନମନ୍ତ୍ରୀ | ଜବାହରଲାଲ ନେହେରୁ |
| ପୂର୍ବ ଅଧିକାରୀ | ଜବାହରଲାଲ ନେହେରୁ |
| ପର ଅଧିକାରୀ | Tiruvellore Thattai Krishnamachari |
|
|
|
| ଜନ୍ମ | ୨୯ ଫେବ୍ରୁଆରି ୧୮୯୬ ଭାଡେଲି, ବ୍ରିଟିଶ ଭାରତ |
| ମୃତ୍ୟୁ | ୧୦ ଏପ୍ରିଲ, ୧୯୯୫ (୯୯ ବର୍ଷ) ନୂଆଦିଲ୍ଲୀ,ଭାରତ |
| ରାଜନୀତିକ ଦଳ | ଜନତା ଦଳ (୧୯୮୮-୧୯୯୫) |
| Other political affiliations |
ଭାରତୀୟ ଜାତୀୟ କଂଗ୍ରେସ (୧୯୬୯ ପୂର୍ବରୁ) ଭାରତୀୟ ଜାତୀୟ କଂଗ୍ରେସ-Organisation (୧୯୬୯-୧୯୭୭) Janata Party (୧୯୭୭-୧୯୮୮) |
| ଶିକ୍ଷାନୁଷ୍ଠାନ | ୱିଲସନ କଲେଜ, ବମ୍ବେ |
| ପେଷା | ସିଭିଲ ସର୍ଭିସ Activist |
ମୋରାରଜୀ ରାଞ୍ଛୋଡ଼ଜୀ ଦେଶାଇ (ମୋରାରଜୀ ଦେଶାଇ) ଥିଲେ ଭାରତର ଚତୁର୍ଥ ପ୍ରଧାନ ମନ୍ତ୍ରୀ । ଗୁଜରାଟର ଭଲସାଡ ଅନ୍ତର୍ଗତ ଭାଡେଲିଠାରେ ୧୮୯୬ ଫେବୃଆରୀ ୨୯ ରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟଶିକ୍ଷା ଓ ପ୍ରାଥମିକ ଶିକ୍ଷା ପରେ ବମ୍ବେର ୱିଲସନ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ ସେ ଗୁଜରାଟ ସିଭିଲ ସର୍ଭିସରେ ଯୋଗ ଦେଇଥିଲେ । କିନ୍ତୁ ଇଂରେଜ ମାନଙ୍କ ଅଧୀନରେ ସେ ଚାକିରୀ କରିବେ ନାହିଁ ବୋଲି ଦର୍ଶାଇ ୧୯୨୪ରେ ଚାକିରୀ ଛାଡି ଦେଇଥିଲେ । ପରେ ବ୍ରିଟିଶ ଶାସନ ବିରୋଧରେ ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗ ଦେଇଥିଲେ । ସ୍ଵାଧୀନତା ଆନ୍ଦୋଳନରେ ସେ ଅନେକ ଥର କାରାବରଣ କରିଥିଲେ । ତାଙ୍କର ନେତୃତ୍ଵ ଓ ବିଚକ୍ଷଣ ବୁଦ୍ଧି ଯୋଗୁଁ ସ୍ଵାଧୀନତା ସଂଗ୍ରାମୀ ତଥା ଭାରତୀୟ ଜାତୀୟ କଂଗ୍ରେସର ନେତାଙ୍କର ଅତିପ୍ରିୟ ହୋଇପାରିଥିଲେ ।
୧୯୩୪ ରୁ ୧୯୩୭ ମଧ୍ୟରେ ପ୍ରାଦେଶିକ ନିର୍ବାଚନ ପରେ ସେ ବମ୍ବେ ପ୍ରେସିଡେନ୍ସୀ ଅଧୀନରେ ରାଜସ୍ଵ ମନ୍ତ୍ରୀ ଥିଲେ । ଦେଶ ସ୍ଵାଧୀନ ହେବା ପୂର୍ବରୁ ସେ ବମ୍ବେର ଗୃହମନ୍ତ୍ରୀ ଓ ପରେ ମୂଖ୍ୟମନ୍ତ୍ରୀ ହେଲେ । ବମ୍ବେରେ ବସବାସ କରୁଥିବା ମରାଠି ମାନଙ୍କୁ ନେଇ ଏକ ସ୍ଵତନ୍ତ୍ର ରାଜ୍ୟ ଗଠନ କରିବାଲାଗି ସେ ଆହ୍ଵାନ ଦେଇଥିଲେ । ଏଥିଲାଗି ତାଙ୍କ ନିର୍ଦ୍ଧେଶରେ ୧୯୬୦ରେ ହେଇଥିଲା ଆନ୍ଦୋଳନ । ଆନ୍ଦୋଳନ ତିବ୍ରତର ହେବାରୁ ପୋଲିସ ଗୁଳି ଚଳେଇଥିଲେ ଓ ଏଥିରେ ୧୦୫ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ବିଭିନ୍ନ ମହଲରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାର ଫଳସ୍ଵରୂପ ସ୍ଵତନ୍ତ୍ର ମହାରାଷ୍ଟ୍ର ରାଜ୍ୟ ଗଠିତ ହେଇଥିଲା । ଶାସ୍ତ୍ରିଜୀଙ୍କ ମୃତ୍ୟୁପରେ ୧୯୬୬ରେ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଇନ୍ଦିରା ଗାନ୍ଧୀଙ୍କ ସହ ପ୍ରତିଦ୍ଵନ୍ଦିତା କରି ପରାଜିତ ହେଇଥିଲେ । ମାତ୍ର ୧୯୭୭ ରେ ଜନତାଦଳ ମେଣ୍ଟ ସରକାର ଗଠନ ହେବାରୁ ସେ ପ୍ରଧାନମନ୍ତ୍ରୀ ହେଇଥିଲେ ।[୧]
ଭାରତ ଓ ପାକିସ୍ଥାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ସେ ସର୍ବଦା ଉଦ୍ୟମ କରିଆସିଥିଲେ ı ଏଥି ପାଇଁ ତାଙ୍କୁ "ନିସାନ-ଇ-ପାକିସ୍ଥାନ" ସମ୍ମାନରେ ସମ୍ମାନିତ କରାଯାଇଥିଲା । ପାକିସ୍ଥାନର ଏଭଳି ସର୍ବଚ୍ଚୋ ବେସାମରିକ ସମ୍ମାନ ପାଇବାରେ ସେ ହେଉଛନ୍ତି ପ୍ରଥମ ତଥା ଏକମାତ୍ର ଭାରତୀୟ ı ୧୯୯୫ ଏପ୍ରିଲ ୧୦ ରେ ତାଙ୍କର ପରଲୋକ ଘଟିଥିଲା ı[୨]
ଆଧାର [ସମ୍ପାଦନା]
|
|
|||||
|
|||||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |