ମୋରାରଜୀ ଦେଶାଇ

ଉଇକିପିଡ଼ିଆ ରୁ
ମୋରାରଜୀ ଦେଶାଇ

ଭାରତର ପୂର୍ବତନ (୪ର୍ଥ)ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୨୪ ମାର୍ଚ ୧୯୭୭ – ୨୮ ଜୁଲାଇ ୧୯୭୯
ରାଷ୍ଟ୍ରପତି Basappa Danappa Jatti (Acting)
Neelam Sanjiva Reddy
ପୂର୍ବ ଅଧିକାରୀ ଇନ୍ଦିରା ଗାନ୍ଧୀ
ପର ଅଧିକାରୀ ଚରଣ ସିଂହ

କାର୍ଯ୍ୟକାଳ
୧ ଜୁଲାଇ ୧୯୭୮ – ୨୮ ଜୁଲାଇ ୧୯୭୯
ପୂର୍ବ ଅଧିକାରୀ ଚରଣ ସିଂହ
ପର ଅଧିକାରୀ ଯଶବନ୍ତରାଓ ଚୌହାନ

କାର୍ଯ୍ୟକାଳ
୧୩ ମାର୍ଚ ୧୯୬୭ – ୧୬ ଜୁଲାଇ ୧୯୬୯
ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ
ପୂର୍ବ ଅଧିକାରୀ ବଲ୍ଲଭଭାଇ ପଟେଲ
ପର ଅଧିକାରୀ ଚରଣ ସିଂହ
ଜଗଜୀବନ ରାମ

କାର୍ଯ୍ୟକାଳ
୧୩ ମାର୍ଚ ୧୯୬୭ – ୧୬ ଜୁଲାଇ ୧୯୬୯
ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ
ପୂର୍ବ ଅଧିକାରୀ ସଚିନ୍ଦ୍ର ଚୌଧୁରୀ
ପର ଅଧିକାରୀ ଇନ୍ଦିରା ଗାନ୍ଧୀ
କାର୍ଯ୍ୟକାଳ
୧୩ ମାର୍ଚ ୧୯୫୮ – ୨୯ ଅଗଷ୍ଟ ୧୯୬୩
ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ
ପୂର୍ବ ଅଧିକାରୀ ଜବାହରଲାଲ ନେହେରୁ
ପର ଅଧିକାରୀ Tiruvellore Thattai Krishnamachari

ଜନ୍ମ ୨୯ ଫେବୃଆରୀ ୧୮୯୬(1896-02-29)
ଭାଡେଲି, ବ୍ରିଟିଶ ଭାରତ
ମୃତ୍ୟୁ ୧୦ ଏପ୍ରିଲ, ୧୯୯୫ (୯୯ ବର୍ଷ)
ନୂଆଦିଲ୍ଲୀ,ଭାରତ
ରାଜନୀତିକ ଦଳ ଜନତା ଦଳ (୧୯୮୮-୧୯୯୫)
ଅନ୍ୟାନ୍ୟ ରାଜନୈତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ (୧୯୬୯ ପୂର୍ବରୁ)
ଭାରତୀୟ ଜାତୀୟ କଂଗ୍ରେସ-Organisation (୧୯୬୯-୧୯୭୭)
Janata Party (୧୯୭୭-୧୯୮୮)
ଶିକ୍ଷାନୁଷ୍ଠାନ ୱିଲସନ କଲେଜ, ବମ୍ବେ
ପେଷା ସିଭିଲ ସର୍ଭିସ
Activist

ମୋରାରଜୀ ରାଞ୍ଛୋଡ଼ଜୀ ଦେଶାଇ (ମୋରାରଜୀ ଦେଶାଇ) ଥିଲେ ଭାରତର ଚତୁର୍ଥ ପ୍ରଧାନ ମନ୍ତ୍ରୀ । ଗୁଜରାଟର ଭଲସାଡ ଅନ୍ତର୍ଗତ ଭାଡେଲିଠାରେ ୧୮୯୬ ଫେବୃଆରୀ ୨୯ ରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟଶିକ୍ଷା ଓ ପ୍ରାଥମିକ ଶିକ୍ଷା ପରେ ବମ୍ବେର ୱିଲସନ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ ସେ ଗୁଜରାଟ ସିଭିଲ ସର୍ଭିସରେ ଯୋଗ ଦେଇଥିଲେ । କିନ୍ତୁ ଇଂରେଜ ମାନଙ୍କ ଅଧୀନରେ ସେ ଚାକିରୀ କରିବେ ନାହିଁ ବୋଲି ଦର୍ଶାଇ ୧୯୨୪ରେ ଚାକିରୀ ଛାଡି ଦେଇଥିଲେ । ପରେ ବ୍ରିଟିଶ ଶାସନ ବିରୋଧରେ ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗ ଦେଇଥିଲେ । ସ୍ଵାଧୀନତା ଆନ୍ଦୋଳନରେ ସେ ଅନେକ ଥର କାରାବରଣ କରିଥିଲେ । ତାଙ୍କର ନେତୃତ୍ଵ ଓ ବିଚକ୍ଷଣ ବୁଦ୍ଧି ଯୋଗୁଁ ସ୍ଵାଧୀନତା ସଂଗ୍ରାମୀ ତଥା ଭାରତୀୟ ଜାତୀୟ କଂଗ୍ରେସର ନେତାଙ୍କର ଅତିପ୍ରିୟ ହୋଇପାରିଥିଲେ ।

୧୯୩୪ ରୁ ୧୯୩୭ ମଧ୍ୟରେ ପ୍ରାଦେଶିକ ନିର୍ବାଚନ ପରେ ସେ ବମ୍ବେ ପ୍ରେସିଡେନ୍ସୀ ଅଧୀନରେ ରାଜସ୍ଵ ମନ୍ତ୍ରୀ ଥିଲେ । ଦେଶ ସ୍ଵାଧୀନ ହେବା ପୂର୍ବରୁ ସେ ବମ୍ବେର ଗୃହମନ୍ତ୍ରୀ ଓ ପରେ ମୂଖ୍ୟମନ୍ତ୍ରୀ ହେଲେ । ବମ୍ବେରେ ବସବାସ କରୁଥିବା ମରାଠି ମାନଙ୍କୁ ନେଇ ଏକ ସ୍ଵତନ୍ତ୍ର ରାଜ୍ୟ ଗଠନ କରିବାଲାଗି ସେ ଆହ୍ଵାନ ଦେଇଥିଲେ । ଏଥିଲାଗି ତାଙ୍କ ନିର୍ଦ୍ଧେଶରେ ୧୯୬୦ରେ ହେଇଥିଲା ଆନ୍ଦୋଳନ । ଆନ୍ଦୋଳନ ତିବ୍ରତର ହେବାରୁ ପୋଲିସ ଗୁଳି ଚଳେଇଥିଲେ ଓ ଏଥିରେ ୧୦୫ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ବିଭିନ୍ନ ମହଲରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାର ଫଳସ୍ଵରୂପ ସ୍ଵତନ୍ତ୍ର ମହାରାଷ୍ଟ୍ର ରାଜ୍ୟ ଗଠିତ ହେଇଥିଲା । ଶାସ୍ତ୍ରିଜୀଙ୍କ ମୃତ୍ୟୁପରେ ୧୯୬୬ରେ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଇନ୍ଦିରା ଗାନ୍ଧୀଙ୍କ ସହ ପ୍ରତିଦ୍ଵନ୍ଦିତା କରି ପରାଜିତ ହେଇଥିଲେ । ମାତ୍ର ୧୯୭୭ ରେ ଜନତାଦଳ ମେଣ୍ଟ ସରକାର ଗଠନ ହେବାରୁ ସେ ପ୍ରଧାନମନ୍ତ୍ରୀ ହେଇଥିଲେ ।[୧]

ଭାରତ ଓ ପାକିସ୍ଥାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ସେ ସର୍ବଦା ଉଦ୍ୟମ କରିଆସିଥିଲେ ı ଏଥି ପାଇଁ ତାଙ୍କୁ "ନିସାନ-ଇ-ପାକିସ୍ଥାନ" ସମ୍ମାନରେ ସମ୍ମାନିତ କରାଯାଇଥିଲା । ପାକିସ୍ଥାନର ଏଭଳି ସର୍ବଚ୍ଚୋ ବେସାମରିକ ସମ୍ମାନ ପାଇବାରେ ସେ ହେଉଛନ୍ତି ପ୍ରଥମ ତଥା ଏକମାତ୍ର ଭାରତୀୟ ı ୧୯୯୫ ଏପ୍ରିଲ ୧୦ ରେ ତାଙ୍କର ପରଲୋକ ଘଟିଥିଲା ı[୨]

ଆଧାର[ସମ୍ପାଦନା]