ସୁନୀଲ କୁମାର
ସୁନୀଲ କୁମାର | |
---|---|
ଜନ୍ମ | ସୁନୀଲ କୁମାର ୧୫ ଅଗଷ୍ଟ[୧] |
ବୃତ୍ତି | (ଓଡ଼ିଆ) ଅଭିନେତ୍ରା |
ସକ୍ରିୟ ବର୍ଷ | ୨୦୦୪- ଏବେଯାଏଁ |
ପିତାମାତା | ବିମଳା ତିୱାରୀ (ମାଆ) |
ୱେବସାଇଟ | sunilkumaronline.com |
ସୁନୀଲ କୁମାର ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ।[୩] ସେ ୨୦୦୪ ମସିହାରେ ହରିଭାଇ ହାରେନା କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ସହ ବଙ୍ଗଳା ଏବଂ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସୁନୀଲ କୁମାର ପଶ୍ଚିମ ବଙ୍ଗରେ ଅଦ୍ରା କେନ୍ଦ୍ରିୟ ବିଦ୍ୟାଳୟରୁ ତାଙ୍କର ପାଠପଢ଼ା ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଶାର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ ।[୧][୪]
ଅଭିନୟ ଜୀବନ
[ସମ୍ପାଦନା]ସୁନୀଲ କୁମାର ୨୦୦୪ ମସିହାରେ ଓଡ଼ିଆ କଥାଚିତ୍ର ହରି ଭାଇ ହାରେନା ଚଳଚ୍ଚିତ୍ର ଜରିଆରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ନାୟିକା ଭାବରେ ଅଭିନୟ କରିଥିଲେ ଅନୁ ଚୌଧୁରୀ । ଏହାପରେ ସେ ଜୀବନ ମୃତ୍ୟୁ, ରକତେ ଲେଖିଚି ନାଁ, ଅଗ୍ନିଶୀଖା, ତୁମକୁ ପାରୁନି ତ ଭୁଲି, ଚୁପ୍ କିଏ ଆସୁଚି, ସାତ ସୁରେ ବନ୍ଧା ଏ ଜୀବନ, ସ୍ୱୟଂସିଦ୍ଧା, ଏ ମନ ଖୋଜେ ମନ ଟିଏ, ମୁଁ ଆଶିକ୍ ମୁଁ ଆୱାରା, ମାୟା ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।[୪] ସେ ରକତେ ଲେଖିଚି ନାଁରେ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ ।
ସୁନୀଲ ଓଡ଼ିଆ କଥାଚିତ୍ର ସହ ବଙ୍ଗଳା ଏବଂ ମରାଠୀ କଥାଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ସେ ଅପରାଧୀ ଏବଂ ୱିଇଣ୍ଡୋ କନେକ୍ସନ ବଙ୍ଗଳା କଥାଚିତ୍ରରେ ଅଭିନୟ କରିଥିଲେ । ମରାଠୀ ଚଳଚ୍ଚିତ୍ର ପୁନେ ଭାୟା ବିହାରରେ ଅଭିନୟ କରିଥିଲେ ।[୪]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୪ | ହରିଭାଇ ହାରେନା | ହରି ଭାଇ | ପ୍ରଥମ କଥାଚିତ୍ର/ପ୍ରଥମ ଓଡ଼ିଆ କଥାଚିତ୍ର |
୨୦୦୫ | ଜୀବନ ମୃତ୍ୟୁ | ଦେବ୍ | |
୨୦୦୬ | ରକତେ ଲେଖିଚି ନାଁ | ରୋହନ ରାୟ | ଖଳନାୟକ |
୨୦୦୭ | ଅଗ୍ନିଶିଖା | ଆଲୋକ ଚୌଧୁରୀ | |
ତୁମକୁ ପାରୁନି ତ ଭୁଲି | ଗୌତମ ଚୌଧୁରୀ | ||
୨୦୦୮ | ଅପରାଧୀ | ପ୍ରଥମ ବଙ୍ଗଳା ଚଳଚ୍ଚିତ୍ର | |
୨୦୦୯ | ଚୁପ୍ କିଏ ଆସୁଚି | ||
ସାତ ସୁରେ ବନ୍ଧା ଏ ଜୀବନ | ରାହୁଲ ଚୌଧୁରୀ | ||
୨୦୧୦ | ସ୍ୱୟଂସିଦ୍ଧା | ରାଜ୍ | |
୨୦୧୧ | ଏ ମନ ଖୋଜେ ମନ ଟିଏ | ସୁନୀଲ | |
୨୦୧୩ | ମୁଁ ଆଶିକ୍ ମୁଁ ଆୱାରା | ପିଣ୍ଟୁ | |
୨୦୧୫ | ମାୟା | ||
୨୦୧୮ | ବାଲିଘର | ମୁକ୍ତିଲାଭ ଅପେକ୍ଷାରେ[୫] |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Sunil Kumar a BJB College Student became Popular Odia Actor in Odisha / Orissa / Ollywood". Odia Cinema Actor Actress. Retrieved 23 January 2018.
- ↑ "Sunil Kumar Actor Biography". Incredible Orissa. 4 October 2011. Retrieved 23 January 2018.
- ↑ "ପରଦାକୁ ଆସୁଛନ୍ତି ଓଲିଉଡର ଏହି ନୂଆ ଯୋଡି". sambad.in. 2 March 2018. Retrieved 5 March 2018.
- ↑ ୪.୦ ୪.୧ ୪.୨ "Ollywood Star Sunil Kumar". Odia Live. 17 September 2017. Retrieved 23 January 2018.
- ↑ "ଅଠରରେ ଫେରିବେ ଏହି ଓଲିଉଡ ନାୟକ !". sambad.in. 4 January 2018. Retrieved 1 February 2018.
ବାହାର ଆଧାର
[ସମ୍ପାଦନା]ଇଣ୍ଟରନେଟ ମୁଭି ଡାଟାବେସରେ ସୁନୀଲ କୁମାର