ଭରଦ୍ୱାଜ ପଣ୍ଡା
ଦେଖଣା
ଭରଦ୍ୱାଜ ପଣ୍ଡା ଜଣେ ଓଡ଼ିଆ ସିନେମାରେ କାମ କରୁଥିବା କାହାଣୀକାର, ଚିତ୍ରନାଟ୍ୟ ନିର୍ଦ୍ଦେଶକ, ସଂଳାପ ଲେଖକ ଓ ନିର୍ଦ୍ଦେଶକ । ଜୁଲୁ ନାମରେ ସେ ଓଡ଼ିଆ ସିନେମା ଜଗତରେ ପରିଚିତ । ସେ ବିଜ୍ଞାପନର ସ୍କ୍ରିପ୍ଟ ଲେଖିବା ସହିତ ନିର୍ଦ୍ଦେଶନା ମଧ୍ୟ ଦିଅନ୍ତି ।
ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଧଉଳି ଏକ୍ସପ୍ରେସ୍ ଚଳଚ୍ଚିତ୍ରରେ ସେ ପ୍ରଥମେ ସଂଳାପ ଲେଖିବାର ସୁଯୋଗ ପାଇଥିଲେ । ପରେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସେ ସଂଳାପ ଓ ଚିତ୍ରନାଟ୍ୟ ଆଦି ରଚନା କରିଛନ୍ତି । ତାଙ୍କ ନିର୍ଦ୍ଦେଶିତ ଏକମାତ୍ର ଚଳଚ୍ଚିତ୍ର ଅର୍ଦ୍ଧ ସତ୍ୟ ୨୦୨୧ ମସିହାରେ ମୁକ୍ତିଲାଭ କରିଥିଲା ।
ଓଡ଼ିଆ ଚଳଚ୍ଚିତ୍ରରେ ଅବଦାନ
[ସମ୍ପାଦନା]କଥାଚିତ୍ର | ମୁକ୍ତିଲାଭ ବର୍ଷ | ଅବଦାନ |
---|---|---|
ଆ' ଜହ୍ନରେ ଲେଖିବା ନାଁ | ୨୦୧୯ | ସଂଳାପ |
ଇସ୍କ ତୁ ହି ତୁ | ୨୦୧୫ | ସଂଳାପ |
କଳ୍କୀ | ୨୦୧୫ | କାହାଣୀ, ଚିତ୍ରନାଟ୍ୟ, ସଂଳାପ |
ପ୍ରେମମ୍ | ୨୦୨୨ | ଚିତ୍ରନାଟ୍ୟ, ସଂଳାପ |
ଓନ୍ଲି ପ୍ୟାର | ୨୦୧୮ | କାହାଣୀ, ଚିତ୍ରନାଟ୍ୟ, ସଂଳାପ |
ଟିକେ ଟିକେ ଅଚିହ୍ନା ତୁ | ସଂଳାପ | |
ମନ ମ୍ୟୁଜିଅମ୍ | ୨୦୨୩ | କାହାଣୀ, ଚିତ୍ରନାଟ୍ୟ, ସଂଳାପ |
ବିଜୁ ବାବୁ | ସଂଳାପ | |
ଅର୍ଦ୍ଧ ସତ୍ୟ | ୨୦୨୧ | ସଂଳାପ, ଚିତ୍ରନାଟ୍ୟ, ନିର୍ଦ୍ଦେଶନା |
ଆଧାର
[ସମ୍ପାଦନା]- ↑ "ମୌଳିକ ସିନେମା ମୟାରେ ଭରଦ୍ୱାଜ". ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 8 June 2024. Retrieved 8 June 2024.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଭରଦ୍ୱାଜ ପଣ୍ଡା