ଚିତ୍ତରଞ୍ଜନ ତ୍ରିପାଠୀ

ଉଇକିପିଡ଼ିଆ‌ରୁ
ଚିତ୍ତରଞ୍ଜନ ତ୍ରିପାଠୀ
ଜନ୍ମ
ଜାତୀୟତା ଭାରତୀୟ
ଶିକ୍ଷାରେଭେନ୍ସା ମହାବିଦ୍ୟାଳୟ, ନ୍ୟାସନାଲ ସ୍କୁଲ ଅଫ ଡ୍ରାମା
ବୃତ୍ତି(ସମୂହ)ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶନା,ସଙ୍ଗୀତ ନିର୍ଦ୍ଦେଶନା,ଗୀତିକାର

ଚିତ୍ତରଞ୍ଜନ ତ୍ରିପାଠୀ ଜଣେ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ ଓ ଅଭିନେତା ଅଟନ୍ତି । ଏହା ବ୍ୟତିତ ସର୍ବଭାରତୀୟ ସ୍ଥରରେ ସେ ଜଣେ ଜଣାଶୁଣା ନାଟ୍ୟକର୍ମୀ । ସେ ଟେଲିଭିଜନ ସିରିଆଲରେ ମଧ୍ୟ ନିର୍ଦ୍ଦେଶନା ଦିଅନ୍ତି । ୨୦୨୩ ମସିହାରେ ସେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ ।[୧][୨]

ଶିକ୍ଷା[ସମ୍ପାଦନା]

ଚିତ୍ତରଞ୍ଜନ ତ୍ରିପାଠୀ, ରେଭେନ୍ସା ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରୁ ସମାଜଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି ।[୩] ୧୯୯୩ରୁ ୧୯୯୬ ମସିହା ପର୍ଯ୍ୟନ୍ତ ସେ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଅଭିନୟରେ ଡିପ୍ଳୋମା ହାସଲ କରିଛନ୍ତି ।[୪] ଏହାପରେ ସେ ଚାର୍ଲସ ବାଲେସ ଫେଲୋସିପ ପାଇ ଲଣ୍ଡନର ଗିଲ୍ଡଫୋର୍ଡ୍ ସ୍କୁଲ ଅଫ ଆକ୍ଟିଙ୍ଗରୁ ନିର୍ଦ୍ଦେଶନା କ୍ଷେତ୍ରରେ ଶିକ୍ଷାଗ୍ରହଣ କରିଛନ୍ତି । [୫]ଏହା ବ୍ୟତିତ, ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ମଧ୍ୟ ପାରଙ୍ଗମ ।[୬]

ପେଶାଦାର ଜୀବନ[ସମ୍ପାଦନା]

୨୦୦୭ ମସିହାରେ, ସେ ଧଉଳି ଏକ୍ସପ୍ରେସ୍ ସିନେମା ନିର୍ମାଣ କରି, ଓଡ଼ିଆ କଥାଚିତ୍ର ଜଗତରେ ପାଦ ରଖିଥିଲେ । ଏହି ଚଳଚ୍ଚିତ୍ରରେ ସେ ଏକାଧାରରେ ସେ ପ୍ରଯୋଜକ, ନିର୍ଦ୍ଦେଶକ, କାହାଣୀକାର, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଓ ପ୍ରଛଦପଟ ଗାୟକର ଭୂମିକା ତୁଲାଇ ଥିଲେ । ଏହି କଥାଚିତ୍ର ବିଭିନ୍ନ ବିଭାଗରେ ରାଜ୍ୟସ୍ତରୀୟ ପୁରସ୍କାର ଲାଭ କରିଥିଲା। ୨୦୦୯ ମସିହାରେ ସେ ମୁଖ୍ୟମନ୍ତ୍ରୀ ନାମକ ଆଉ ଏକ କଥାଚିତ୍ର ନିର୍ମାଣ କରିଥିଲେ । ଏହା ବ୍ୟତିତ ସେ ସର୍ବଭାରତୀୟ ସ୍ଥରରେ ୫୦ରୁ ଅଧିକ ନାଟକ[୭] [୮] [୯] [୧୦] [୧୧], ଟିଭି ଧାରାବାହିକ ଓ ଏକ ହିନ୍ଦୀ ଟେଲି ଫିଲ୍ମ ନିର୍ମାଣ କରିଛନ୍ତି ।[୧୨] ଟେଲିଭିଜନରେ ପ୍ରସାରିତ ଢୁଣ୍ଡ ଲେଗି ମଞ୍ଜିଲ ହମେ, ୟେ ଇସ୍କ ହେ, ଜାନି ପେହଚାନି ସି ଅଜନବି, ମାନୋ ୟା ନା ମାନୋ, ସାବଧାନ ଇଣ୍ଡିଆ ଆଦି ସିରିଆଲର କେତେକ ଭାଗରେ ସେ ନିର୍ଦ୍ଦେଶନା ଦେଇଛନ୍ତି । ବ୍ୟଙ୍ଗଧର୍ମି ନାଟକ ପ୍ରସ୍ତୁତ କରିବାରେ ସେ ସିଦ୍ଧହସ୍ତ । ହିନ୍ଦୀ ନାଟକ 'ତାଜମହଲ କା ଟେଣ୍ଡର' ତାଙ୍କର ଏକ ସଫଳ କୃତି ।[୧୩] [୧୪] ହିନ୍ଦୀ ଚଳଚ୍ଚିତ୍ର ଦିଲ୍ଲୀ ୬, ଫାଣ୍ଟମ୍, ସାନଦାର, ତଲବାର ଓ ତେରା ମେରା ତେଢ଼ା ମେଢ଼ାରେ ସେ ଅଭିନୟ କରିଛନ୍ତି ।[୧୫]

ଓଟିଟି ମାଧ୍ୟମରେ ସେ ସାକ୍ରେଡ଼ ଗେମ୍ସ ଭଳି ୱେବସିରିଜରେ ଅଭିନୟ କରିଥିଲେ ।[୧୬]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Odisha's Chittaranjan Tripathy Appointed As Director Of National School Of Drama". www.sambadenglish.com. Eastern Media. Retrieved 6 October 2023.
  2. "ଚିତ୍ତରଞ୍ଜନ ତ୍ରିପାଠୀ ଏନ୍ଏସ୍‌ଡି ନିର୍ଦ୍ଦେଶକ". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 6 October 2023. Archived from the original on 6 October 2023. Retrieved 6 October 2023.
  3. "SambadEpaper". https://sambadepaper.com/. 12 November 2018. Retrieved 16 October 2023. {{cite web}}: External link in |website= (help)
  4. "ଆର୍କାଇଭ୍ କପି". Archived from the original on 2013-06-29. Retrieved 2012-08-03. {{cite web}}: Cite has empty unknown parameter: |1= (help)
  5. http://cinemasagar.com/biography/chittranjan-tripathy/
  6. http://metawards.com/peer-gynt/
  7. "ଆର୍କାଇଭ୍ କପି". Archived from the original on 2007-10-13. Retrieved 2012-08-03. {{cite web}}: Cite has empty unknown parameter: |1= (help)
  8. "ଆର୍କାଇଭ୍ କପି". Archived from the original on 2012-06-14. Retrieved 2012-08-03. {{cite web}}: Cite has empty unknown parameter: |1= (help)
  9. http://www.natwatheatre.com/archive.htm
  10. http://www.hindu.com/fr/2004/03/26/stories/2004032601630400.htm
  11. http://delhidiary.in/index.php?option=com_content&view=category&id=5&layout=blog&Itemid=10&limitstart=77
  12. http://www.deccanherald.com/content/234131/playing-funny-bone.html
  13. http://metawards.com/peer-gynt/
  14. http://www.hindu.com/fr/2005/11/04/stories/2005110401120300.htm
  15. "୧୧ରେ ରିଲିଜ ହେବ ତେରା ମେରା ତେଢ଼ା ମେଢ଼ା". ଧରିତ୍ରୀ ୦୨/୦୯/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଟା ୧୧. 2 September 2015. Retrieved 2 September 2015.
  16. "ଚିତ୍ତରଂଜନ ତ୍ରିପାଠୀ ହେବେ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାର ନିର୍ଦ୍ଦେଶକ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 6 October 2023.

ଅଧିକ ତଥ୍ୟ[ସମ୍ପାଦନା]