ପ୍ରେମମ୍

ଉଇକିପିଡ଼ିଆ‌ରୁ
ପ୍ରେମମ୍
ନିର୍ଦ୍ଦେଶକତାପସ ସରଘରିଆ
ପ୍ରଯୋଜକଶିଶିର କୁମାର ସଡ଼ଙ୍ଗୀ
ସଂଳାପଭରଦ୍ୱାଜ ପଣ୍ଡା
ଚିତ୍ରନାଟ୍ୟଭରଦ୍ୱାଜ ପଣ୍ଡା
କାହାଣୀତାପସ ସରଘରିଆ
କଳାକାରବାବୁଶାନ୍
ପ୍ରକୃତି ମିଶ୍ର
ସିଦ୍ଧାନ୍ତ ମହାପାତ୍ର
ସଙ୍ଗୀତଗୌରବ ଆନନ୍ଦ
ଚିତ୍ରଗ୍ରହଣସୁବ୍ରତ କେ. ଖଟୋଇ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୩ ଜୁନ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ପ୍ରେମମ୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶିଶିର କୁମାର ସଡ଼ଙ୍ଗୀ । ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ତାପସ ସରଘରିଆ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୌରବ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ ଓ ପ୍ରକୃତି ମିଶ୍ର ।[୨] ସିଦ୍ଧାନ୍ତ ମହାପାତ୍ର, ସାତ୍ୟକି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜୁନ ୩ ତାରିଖରେ ମୁକ୍ତିଲାଭ କରିଥିଲା ।[୩] ଏହି କଥାଚିତ୍ରଟିର ଡିଜ୍ନି ପ୍ଲସ ହଟ୍‌ଷ୍ଟାର୍‌ରେ ମୁକ୍ତିଲାଭ କରିଥିଲା ।[୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୌରବ ଆନନ୍ଦ । ଗୀତିକାର ବାପୁ ଗୋସ୍ୱାମୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨] ଅସୀମା ପଣ୍ଡା, ବାବୁଶାନ୍, କୁଳଦୀପ ପଟ୍ଟନାୟକ, ସୋହିନୀ ମିଶ୍ର, ଅର୍ପିତା ଚୌଧୁରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ମୋ ଦିନ ରାତି"ବାବୁଶାନ୍, ଅସୀମା ପଣ୍ଡା 
2."ତୁମେ ଉଛୁଳା ନଦୀର ଜହ୍ନ"ବାବୁଶାନ୍ ମହାନ୍ତି 
3."ପ୍ରେମମ୍"କୁଳଦୀପ ପଟ୍ଟନାୟକ, ଅର୍ପିତା ଚୌଧୁରୀ 
4."ଏତେ କାଇଁ ଜାଣିନି"ଗୌରବ ଆନନ୍ଦ, ସୋହିନୀ ମିଶ୍ର 

ଆଧାର[ସମ୍ପାଦନା]

  1. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. ୨.୦ ୨.୧ "'ପ୍ରେମମ୍' ସହ 'ଭାବେ ସିନା କହିପାରେନା'". ପ୍ରମେୟ. 1 June 2022. Archived from the original on 1 June 2022. Retrieved 1 June 2022.
  3. Premam Movie: Showtimes, Review, Trailer, Posters, News & Videos | eTimes, retrieved 2022-06-03
  4. Sahoo, Jyoti Prakash (31 May 2022). "'Premam' To Stream On Disney+ Hotstar Soon". My City Links (in English). Retrieved 3 June 2022.{{cite news}}: CS1 maint: unrecognized language (link)
  5. "ଏଥର ରଜ ବଜାରରେ ନଜର ଆସିବେନି ଲୋକପ୍ରିୟ ନାୟକ ବାବୁସାନ୍". Sambad (in Odia). 11 June 2023. Archived from the original on 5 October 2023. Retrieved 5 October 2023.{{cite web}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]