Jump to content

ଭରଦ୍ୱାଜ ପଣ୍ଡା

ଉଇକିପିଡ଼ିଆ‌ରୁ

ଭରଦ୍ୱାଜ ପଣ୍ଡା ଜଣେ ଓଡ଼ିଆ ସିନେମାରେ କାମ କରୁଥିବା କାହାଣୀକାର, ଚିତ୍ରନାଟ୍ୟ ନିର୍ଦ୍ଦେଶକ, ସଂଳାପ ଲେଖକ ଓ ନିର୍ଦ୍ଦେଶକ । ଜୁଲୁ ନାମରେ ସେ ଓଡ଼ିଆ ସିନେମା ଜଗତରେ ପରିଚିତ । ସେ ବିଜ୍ଞାପନର ସ୍କ୍ରିପ୍ଟ ଲେଖିବା ସହିତ ନିର୍ଦ୍ଦେଶନା ମଧ୍ୟ ଦିଅନ୍ତି ।

ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଧଉଳି ଏକ୍ସପ୍ରେସ୍ ଚଳଚ୍ଚିତ୍ରରେ ସେ ପ୍ରଥମେ ସଂଳାପ ଲେଖିବାର ସୁଯୋଗ ପାଇଥିଲେ । ପରେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସେ ସଂଳାପ ଓ ଚିତ୍ରନାଟ୍ୟ ଆଦି ରଚନା କରିଛନ୍ତି । ତାଙ୍କ ନିର୍ଦ୍ଦେଶିତ ଏକମାତ୍ର ଚଳଚ୍ଚିତ୍ର ଅର୍ଦ୍ଧ ସତ୍ୟ ୨୦୨୧ ମସିହାରେ ମୁକ୍ତିଲାଭ କରିଥିଲା ।

ଓଡ଼ିଆ ଚଳଚ୍ଚିତ୍ରରେ ଅବଦାନ

[ସମ୍ପାଦନା]
କଥାଚିତ୍ରମୁକ୍ତିଲାଭ ବର୍ଷଅବଦାନ
ଆ' ଜ‌ହ୍ନରେ ଲେଖିବା ନାଁ ୨୦୧୯ ସଂଳାପ
ଇସ୍କ ତୁ ହି ତୁ୨୦୧୫ସଂଳାପ
କଳ୍କୀ୨୦୧୫କାହାଣୀ, ଚିତ୍ରନାଟ୍ୟ, ସଂଳାପ
ପ୍ରେମମ୍୨୦୨୨ଚିତ୍ରନାଟ୍ୟ, ସଂଳାପ
ଓନ୍‌ଲି ପ୍ୟାର୨୦୧୮କାହାଣୀ, ଚିତ୍ରନାଟ୍ୟ, ସଂଳାପ
ଟିକେ ଟିକେ ଅଚିହ୍ନା ତୁସଂଳାପ
ମନ ମ୍ୟୁଜିଅମ୍୨୦୨୩କାହାଣୀ, ଚିତ୍ରନାଟ୍ୟ, ସଂଳାପ
ବିଜୁ ବାବୁସଂଳାପ
ଅର୍ଦ୍ଧ ସତ୍ୟ୨୦୨୧ସଂଳାପ, ଚିତ୍ରନାଟ୍ୟ, ନିର୍ଦ୍ଦେଶନା

[]

  1. "ମୌଳିକ ସିନେମା ମୟାରେ ଭରଦ୍ୱାଜ". ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 8 June 2024. Retrieved 8 June 2024.

ବାହାର ଆଧାର

[ସମ୍ପାଦନା]