Jump to content

ନେଗ୍ଲେରିଆସିସ

ଉଇକିପିଡ଼ିଆ‌ରୁ
Naegleriasis
Primary amoebic meningoencephalitis (PAM), amoebic encephalitis, naegleria infection, amoebic meningitis
Histopathology of primary amoebic meningoencephalitis due to Naegleria fowleri. Direct fluorescent antibody stain.
ଉଚ୍ଚାରଣ
ବିଭାଗInfectious disease
ଲକ୍ଷଣInitial: Headache, fever, vomiting.[]
Later: Stiff neck, confusion, hallucinations, seizures[]
ଆକ୍ରାନ୍ତ ସମୟ1 to 12 days after exposure[]
କାରଣWater contaminated by Naegleria fowleri up the nose[]
ବିପଦ କାରକYoung males[]
ରୋଗ ନିର୍ଣ୍ଣୟ ପଦ୍ଧତିFinding evidence of the organism in cerebrospinal fluid (CSF) or brain tissue[]
ସଠିକ ରୋଗ ନିର୍ଣ୍ଣୟOther causes of meningitis[]
ପ୍ରତିକାରNot putting the head underwater, avoid stirring up sediment, wearing a nose clip, chlorination[]
ଚିକିତ୍ସାAmphotericin B, azithromycin, fluconazole, rifampin, miltefosine, dexamethasone, therapeutic hypothermia[]
ପୁନଃପୌନିକRare[]
ମୃତ୍ୟୁ ସାନ୍ଦ୍ରତା97.5% risk of death[]

ନେଗ୍ଲେରିଆସିସ, ଯାହା ପ୍ରାଥମିକ ଆମିବିକ ମେନିଙ୍ଗୋଏନସେଫାଲାଇଟିସ୍ ( PAM ) ଭାବରେ ମଧ୍ୟ ଜଣାଶୁଣା, ନେଗଲେରିଆ ଫଉଲେରୀ (Naegleria fowleri) ଦ୍ୱାରା ମସ୍ତିଷ୍କର ସଂକ୍ରମଣ ହେଉଥିବା କୁହାଯାଏ ।[] ପ୍ରାରମ୍ଭିକ ଲକ୍ଷଣଗୁଡ଼ିକରେ ସାଧାରଣତଃ ମୁଣ୍ଡବିନ୍ଧା, ଜ୍ୱର, ଅଇ, ଏବଂ ବାନ୍ତି ହୋଇପାରେ ।[] ଏହା ପରେ କଠିନ ବେକ, ଦ୍ୱନ୍ଦ୍ୱ, ହାଲୁସିନେସନ ଏବଂ ବାତ ହୋଇପାରେ ।[] ସାଧାରଣତଃ ସଂସ୍ପର୍ଶରେ ଆସିବାର ୧ରୁ ୧୨ ଦିନ ପରେ ରୋଗ ଆରମ୍ଭ ହୁଏ; ଏହ ଜନିତ ମୃତ୍ୟୁ ସାଧାରଣତଃ ୧୮ ଦିନ ମଧ୍ୟରେ ଘଟେ ।[]

ନେଗଲେରିଆ ଫଉଲେରୀ ସାଧାରଣତଃ ହ୍ରଦ, ନଦୀ, ଏବଂ ଗରମ ଝରଣା ଭଳି ସତେଜ ଜଳରେ ଦେଖାଯାଏ; ଏହା ମାଟିରେ ମଧ୍ୟ ଦେଖାଯାଏ ।[] ୪୬ ° C (115 ° F) ତାପମାତ୍ରାରେ ଏହାର ସର୍ବୋତ୍ତମ ବୃଦ୍ଧି ହୁଏ ।[] ଯଦି ଦୂଷିତ ଜଳ ନାକ ଭିତରକୁ ଯାଏ, ଯେପରିକି ପହଁରିବା କିମ୍ବା ନାକ ସେଚନ ତେବେ ସଂକ୍ରମଣ ହୋଇପାରେ ।[] [] ଏହା ସମୁଦ୍ର ଜଳରେ ବଞ୍ଚେ ନାହିଁ, ଲୋକଙ୍କ ମଧ୍ୟରେ ବିସ୍ତାର ହୁଏ ନାହିଁ ଏବଂ ଦୂଷିତ ଜଳ ପିଇବା ପରେ ହୁଏ ନାହିଁ | [] [] ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ (CSF) କିମ୍ବା ମସ୍ତିଷ୍କ ତନ୍ତୁରେ ପରଜୀବୀ ପ୍ରମାଣ ଖୋଜି ପାଇଲେ ରୋଗ ନିର୍ଣ୍ଣୟ ନିଶ୍ଚିତ ହୁଏ | [] ଏହା ଏକ ପ୍ରକାର ଆମିବିକ ଏନସେଫାଲାଇଟିସ।[]

କ୍ଲୋରିନ ସାହାଯ୍ୟରେ ଜଳ ବିଶୋଧନ କରାଯାଇପାରେ ।[] ସଂକ୍ରମଣକୁ ରୋକିବା ପ୍ରୟାସରେ ମୁଣ୍ଡକୁ ପାଣି ଭିତରେ ନ ରଖିବା, ତଳେ ବସିଥିବା ଖାଦ ଉତ୍ତୋଳନରୁ ଦୂରେଇ ରହିବା ଏବଂ ନାକ କ୍ଲିପ୍ ପିନ୍ଧିବା ଇତ୍ୟାଦି କରାଯାଏ ।[] ଏହାର ଚିକିତ୍ସାରେ ସାଧାରଣତଃ ଆମ୍ଫୋଟେରିସିନ ବି, ଆଜିଥ୍ରୋମାଇସିନ୍, ଫ୍ଲୁକୋନାଜୋଲ, ରିଫାମ୍ପିସିନ, ମିଲ୍‌ଟେଫୋସିନ୍ ଏବଂ ଡେକ୍ସାମେଥାଜୋନ ଦିଆଯାଇଥାଏ ।[] ନିୟୋଜିତ ତାପମାତ୍ରା ପରିଚାଳନା ମଧ୍ୟ ବ୍ୟବହୃତ ହୋଇଛି ।[]

୧୯୬୨ ପରଠାରୁ ସାରା ବିଶ୍ୱରେ ମାତ୍ର ୪୪୦ ନେଗ୍ଲେରିଆସିସ ମାମଲା ରିପୋର୍ଟ ହୋଇଛି ଯାହା ଏକ ବିରଳ ଘଟଣା ।[] ଅଧିକାଂଶ ରିପୋର୍ଟ ଆମେରିକା, ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସରୁ ଆସିଛି; ବିକାଶଶୀଳ ଦେଶମାନଙ୍କରେ ଅଧିକାଂଶ ରୋଗ ନିର୍ଣ୍ଣୟ କରାଯାଇ ପାରେ ନାହିଁ ବୋଲି ବିଶ୍ୱାସ କରାଯାଏ ।[୧୦] [୧୧] ଯୁକ୍ତରାଷ୍ଟ୍ରରେ ୧୯୬୨ରୁ ୨୦୨୨ ମସିହା ମଧ୍ୟରେ ୧୫୭ଟି ମାମଲା ଦଲିଲ କରାଯାଇଛି (ବର୍ଷକୁ ୦ରୁ ୮ ଟି ମାମଲା)। [] [୧୨] ଏହି ମାମଲାଗୁଡ଼ିକ ମଧ୍ୟରୁ ୪ ଜଣ (୨.୫%) ବଞ୍ଚି ପାରିଥିଲେ। ।[] ଅଧିକାଂଶ ମାମଲା ଯୁବା ପୁରୁଷମାନଙ୍କଠାରେ ଦେଖାଯାଏ ଏବଂ ଗ୍ରୀଷ୍ମ ମାସରେ ହୁଏ ।[] ଜଳବାୟୁ ପରିବର୍ତ୍ତନ ହେତୁ ଏହି ରୋଗ ବିସ୍ତାର ହୋଇଥିବାର ଦେଖାଯାଏ ।[] ଏହି ରୋଗ ପ୍ରଥମେ ୧୯୬୫ ମସିହାରେ ଅଷ୍ଟ୍ରେଲିଆରେ ରୋଗ ବର୍ଣ୍ଣନା କରାଯାଇଥିବାବେଳେ ୧୮୯୯ ମସିହାରେ ଏହି ରୋଗ କରୁଥିବା ପରଜୀବୀଙ୍କର ବର୍ଣ୍ଣନା କରାଯାଇଥିଲା।[] [୧୧]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Illness and Symptoms | Naegleria fowleri | CDC". www.cdc.gov (in ଆମେରିକୀୟ ଇଂରାଜୀ). 3 May 2023. Archived from the original on 11 May 2020. Retrieved 15 May 2023.
  2. ୨.୦ ୨.୧ "Naegleria fowleri — Primary Amebic Meningoencephalitis (PAM) — Amebic Encephalitis | CDC". www.cdc.gov (in ଆମେରିକୀୟ ଇଂରାଜୀ). 3 May 2023. Archived from the original on 11 April 2021. Retrieved 15 May 2023.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Facts about Naegleria fowleri and Primary Amebic Meningoencephalitis" (PDF). CDC. Archived (PDF) from the original on 9 March 2022. Retrieved 15 May 2023.
  4. ୪.୦ ୪.୧ "Diagnosis | Naegleria fowleri | CDC". www.cdc.gov (in ଆମେରିକୀୟ ଇଂରାଜୀ). 18 October 2022. Archived from the original on 27 January 2023. Retrieved 15 May 2023.
  5. ୫.୦ ୫.୧ Cooper, AM; Aouthmany, S; Shah, K; Rega, PP (June 2019). "Killer amoebas: Primary amoebic meningoencephalitis in a changing climate". JAAPA : official journal of the American Academy of Physician Assistants. 32 (6): 30–35. doi:10.1097/01.JAA.0000558238.99250.4a. PMID 31136398.
  6. ୬.୦ ୬.୧ ୬.୨ "Treatment | Naegleria fowleri | CDC". www.cdc.gov (in ଆମେରିକୀୟ ଇଂରାଜୀ). 3 May 2023. Archived from the original on 14 February 2015. Retrieved 15 May 2023.
  7. ୭.୦ ୭.୧ ୭.୨ ୭.୩ ୭.୪ ୭.୫ "Pathogen and Environment | Naegleria fowleri | CDC". www.cdc.gov (in ଆମେରିକୀୟ ଇଂରାଜୀ). 18 October 2022. Archived from the original on 6 February 2023. Retrieved 15 May 2023.
  8. Hara, T; Yagita, K; Sugita, Y (August 2019). "Pathogenic free-living amoebic encephalitis in Japan". Neuropathology : official journal of the Japanese Society of Neuropathology. 39 (4): 251–258. doi:10.1111/neup.12582. PMID 31243796.
  9. "Amoebic meningoencephalitis". The Encephalitis Society (in ଇଂରାଜୀ). Archived from the original on 28 November 2022. Retrieved 15 May 2023.
  10. Canada, Public Health Agency of (8 September 2011). "Pathogen Safety Data Sheets: Infectious Substances – Naegleria fowleri". www.canada.ca. Archived from the original on 28 March 2023. Retrieved 15 May 2023.
  11. ୧୧.୦ ୧୧.୧ Siddiqui, R; Khan, NA (August 2014). "Primary amoebic meningoencephalitis caused by Naegleria fowleri: an old enemy presenting new challenges". PLoS neglected tropical diseases. 8 (8): e3017. doi:10.1371/journal.pntd.0003017. PMID 25121759.{{cite journal}}: CS1 maint: unflagged free DOI (link)
  12. "Prevention & Control | Naegleria fowleri | CDC". www.cdc.gov (in ଆମେରିକୀୟ ଇଂରାଜୀ). 3 May 2023. Archived from the original on 2 March 2023. Retrieved 15 May 2023.