ଡେକ୍ସାମେଥାଜୋନ

ଉଇକିପିଡ଼ିଆ‌ରୁ
(Dexamethasoneରୁ ଲେଉଟି ଆସିଛି)
ଡେକ୍ସାମେଥାଜୋନ
Skeletal formula of dexamethasone
Ball-and-stick model of the dexamethasone molecule
Clinical data
AHFS/Drugs.commonograph
MedlinePlusa682792
Pregnancy
category
  • AU: A
  • US: C (Risk not ruled out)
Routes of
administration
Oral, IV, IM, SC and IO
ATC code
Legal status
Legal status
Pharmacokinetic data
Bioavailability80-90%
Protein binding77%
Metabolismhepatic
Elimination half-life190 minutes
ExcretionUrine (65%)
Identifiers
  • (8S,9R,10S,11S,13S,14S,16R,17R)-9- Fluoro-11,17-dihydroxy-17-(2-hydroxyacetyl)-10,13,16-trimethyl-6,7,8,9,10,11,12,13,14,15,16,17- dodecahydro-3H-cyclopenta[a]phenanthren-3-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.004 Edit this at Wikidata
Chemical and physical data
FormulaC22H29FO5
Molar mass392.461 g/mol
3D model (JSmol)
Melting point262 °C (504 °F)
  • O=C(CO)[C@]3(O)[C@]2(C[C@H](O)[C@]4(F)[C@@]/1(\C(=C/C(=O)\C=C\1)CC[C@H]4[C@@H]2C[C@H]3C)C)C
  • InChI=1S/C22H29FO5/c1-12-8-16-15-5-4-13-9-14(25)6-7-19(13,2)21(15,23)17(26)10-20(16,3)22(12,28)18(27)11-24/h6-7,9,12,15-17,24,26,28H,4-5,8,10-11H2,1-3H3/t12-,15+,16+,17+,19+,20+,21+,22+/m1/s1 checkY
  • Key:UREBDLICKHMUKA-CXSFZGCWSA-N checkY
 ☒NcheckY (what is this?)  (verify)

ଡେକ୍ସାମେଥାଜୋନ ଏକ ପ୍ରକାର ସ୍ଟିରଏଡ ଔଷଧ । [୧] ରିଉମାଟିକ ସମସ୍ୟା, ଅନେକ ପ୍ରକାର ଚର୍ମ ରୋଗ, ଗମ୍ଭୀର ଆଲର୍ଜି, ଆଜମା, କ୍ରନିକ ଅବସ୍ଟ୍ରକ୍ଟିଭ ଫୁସଫୁସ ରୋଗ, କ୍ରୁପ, ମସ୍ତିଷ୍କ ଫୁଲାଯକ୍ଷ୍ମାରେ(ଆଣ୍ଟିବାୟୋଟିକ ସ‌ହିତ) ଇତ୍ୟାଦି ରୋଗମାନଙ୍କରେ ଡେକ୍ସାମେଥାଜୋନ ବ୍ୟବ‌ହାର କରାଯାଏ । [୧] ଆଡ୍ରେନୋକର୍ଟିକାଲ ଅଭାବ ଥିଲେ ଏହା ସ‌ହିତ ଫ୍ଲୁଡ୍ରୋକର୍ଟିଜୋନ ଭଳି ମିନେରାଲୋକର୍ଟିକଏଡ ଦିଆଯାଏ । [୧] ଶିଶୁର ଉନ୍ନତି ନିମନ୍ତେ ଅପରିପକ୍ୱ ପ୍ରସବରେ ଏହା ଦିଆଯାଏ । [୧] ଏହା ପାଟିରେ ଦିଆଯାଏ, ମାଂସପେଶୀରେଶୀରାରେ ଇଞ୍ଜେକସନ ଆକାରରେ ଦିଆଯାଏ । [୧] ଡେକ୍ସାମେଥାଜୋନ ପ୍ରଭାବ ଗୋଟିଏ ଦିନ ଭିତରେ ଆରମ୍ଭ ହୁଏ ଓ ୩ ଦିନ ପର୍ଯ୍ୟନ୍ତ ରହେ । [୧]

ଦୀର୍ଘକାଳ ଧରି ବ୍ୟବ‌ହାର କଲେ ଥ୍ରସ, ଅସ୍ଥି କ୍ଷୟ, ପରଳ, ସ‌ହଜ ବ୍ରୁଇସ, ମାଂସପେଶୀ ଦୁର୍ବଳ ହୁଏ । [୧] ଗର୍ଭାବସ୍ଥାରେ ବ୍ୟବ‌ହାର କଲେ ଗର୍ଭସ୍ଥ ଶିଶୁର କୌଣସି କ୍ଷତି ହେବା ଜଣାଯାଇ ନଥିବା ଯୋଗୁ ଆମେରିକାର ଏହାର ଗର୍ଭାବସ୍ଥା ଶ୍ରେଣୀ ସି ଓ ଅଷ୍ଟ୍ରେଲିଆରେ ଗର୍ଭାବସ୍ଥା ଶ୍ରେଣୀ ଏ ମାନ୍ୟତା ଦିଆଯାଇଛି । [୧][୨] ସ୍ତନ୍ୟପାନ କରେଇବା ସମୟରେ ଏହା ନେବା ଉଚିତ ନୁହେଁ । [୧] ଡେକ୍ସାମେଥାଜୋନର ପ୍ରଦାହ ବିରୋଧୀ ଓ ଶରୀର-ପ୍ରତିରକ୍ଷା ଅବରୋଧକାରୀ ଗୁଣ ପ୍ରଭାବ ଅଛି । [୧]

ଡେକ୍ସାମେଥାଜୋନ ପ୍ରଥମେ ସନ ୧୯୫୭ରେ ତିଆରି ହୋଇଥିଲା । [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୪] ଡେକ୍ସାମେଥାଜୋନ ମୂଲ୍ୟବାନ ନୁହେଁ । [୫] ଆମେରିକାରେ ଏହି ଔଷଧର ମାସିକ କ୍ରୟ ଖର୍ଚ୍ଚ ୨୫ ଅମେରିକୀୟ ଡଲାରରୁ କମ । [୧] ଅପରିପକ୍ୱ ପ୍ରସବ ନିମନ୍ତେ ଭାରତରେ ଏହାର ଖର୍ଚ୍ଚ ପ୍ରାୟ ୦.୫ ଆମେରିକୀୟ ଡଲାର । [୫] ପୃଥିବୀର ଅଧିକାଂଶ ସ୍ଥାନରେ ଏହା ମିଳେ । [୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Dexamethasone". The American Society of Health-System Pharmacists. Retrieved Jul 29, 2015.
  2. "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
  3. Rankovic, Zoran; Hargreaves, Richard; Bingham, Matilda (2012). Drug discovery and medicinal chemistry for psychiatric disorders. Cambridge: Royal Society of Chemistry. p. 286. ISBN 9781849733656. {{cite book}}: Missing |author1= (help)
  4. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  5. ୫.୦ ୫.୧ ୫.୨ "DEXAMETHASONE FOR ACCELERATING LUNG MATURATION IN PRETERM BABIES" (PDF). Retrieved 29 July 2015.