ଡେକ୍ସାମେଥାଜୋନ
| Clinical data | |
|---|---|
| AHFS/Drugs.com | monograph |
| MedlinePlus | a682792 |
| Pregnancy category | |
| Routes of administration | Oral, IV, IM, SC and IO |
| ATC code | |
| Legal status | |
| Legal status | |
| Pharmacokinetic data | |
| Bioavailability | 80-90% |
| Protein binding | 77% |
| Metabolism | hepatic |
| Elimination half-life | 190 minutes |
| Excretion | Urine (65%) |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.000.004 |
| Chemical and physical data | |
| Formula | C22H29FO5 |
| Molar mass | 392.461 g/mol |
| 3D model (JSmol) | |
| Melting point | 262 °C (504 °F) |
| |
| |
| | |
ଡେକ୍ସାମେଥାଜୋନ ଏକ ପ୍ରକାର ସ୍ଟିରଏଡ ଔଷଧ । [୧] ରିଉମାଟିକ ସମସ୍ୟା, ଅନେକ ପ୍ରକାର ଚର୍ମ ରୋଗ, ଗମ୍ଭୀର ଆଲର୍ଜି, ଆଜମା, କ୍ରନିକ ଅବସ୍ଟ୍ରକ୍ଟିଭ ଫୁସଫୁସ ରୋଗ, କ୍ରୁପ, ମସ୍ତିଷ୍କ ଫୁଲା ଓ ଯକ୍ଷ୍ମାରେ(ଆଣ୍ଟିବାୟୋଟିକ ସହିତ) ଇତ୍ୟାଦି ରୋଗମାନଙ୍କରେ ଡେକ୍ସାମେଥାଜୋନ ବ୍ୟବହାର କରାଯାଏ । [୧] ଆଡ୍ରେନୋକର୍ଟିକାଲ ଅଭାବ ଥିଲେ ଏହା ସହିତ ଫ୍ଲୁଡ୍ରୋକର୍ଟିଜୋନ ଭଳି ମିନେରାଲୋକର୍ଟିକଏଡ ଦିଆଯାଏ । [୧] ଶିଶୁର ଉନ୍ନତି ନିମନ୍ତେ ଅପରିପକ୍ୱ ପ୍ରସବରେ ଏହା ଦିଆଯାଏ । [୧] ଏହା ପାଟିରେ ଦିଆଯାଏ, ମାଂସପେଶୀରେ ଓ ଶୀରାରେ ଇଞ୍ଜେକସନ ଆକାରରେ ଦିଆଯାଏ । [୧] ଡେକ୍ସାମେଥାଜୋନ ପ୍ରଭାବ ଗୋଟିଏ ଦିନ ଭିତରେ ଆରମ୍ଭ ହୁଏ ଓ ୩ ଦିନ ପର୍ଯ୍ୟନ୍ତ ରହେ । [୧]
ଦୀର୍ଘକାଳ ଧରି ବ୍ୟବହାର କଲେ ଥ୍ରସ, ଅସ୍ଥି କ୍ଷୟ, ପରଳ, ସହଜ ବ୍ରୁଇସ, ମାଂସପେଶୀ ଦୁର୍ବଳ ହୁଏ । [୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଗର୍ଭସ୍ଥ ଶିଶୁର କୌଣସି କ୍ଷତି ହେବା ଜଣାଯାଇ ନଥିବା ଯୋଗୁ ଆମେରିକାର ଏହାର ଗର୍ଭାବସ୍ଥା ଶ୍ରେଣୀ ସି ଓ ଅଷ୍ଟ୍ରେଲିଆରେ ଗର୍ଭାବସ୍ଥା ଶ୍ରେଣୀ ଏ ମାନ୍ୟତା ଦିଆଯାଇଛି । [୧][୨] ସ୍ତନ୍ୟପାନ କରେଇବା ସମୟରେ ଏହା ନେବା ଉଚିତ ନୁହେଁ । [୧] ଡେକ୍ସାମେଥାଜୋନର ପ୍ରଦାହ ବିରୋଧୀ ଓ ଶରୀର-ପ୍ରତିରକ୍ଷା ଅବରୋଧକାରୀ ଗୁଣ ପ୍ରଭାବ ଅଛି । [୧]
ଡେକ୍ସାମେଥାଜୋନ ପ୍ରଥମେ ସନ ୧୯୫୭ରେ ତିଆରି ହୋଇଥିଲା । [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୪] ଡେକ୍ସାମେଥାଜୋନ ମୂଲ୍ୟବାନ ନୁହେଁ । [୫] ଆମେରିକାରେ ଏହି ଔଷଧର ମାସିକ କ୍ରୟ ଖର୍ଚ୍ଚ ୨୫ ଅମେରିକୀୟ ଡଲାରରୁ କମ । [୧] ଅପରିପକ୍ୱ ପ୍ରସବ ନିମନ୍ତେ ଭାରତରେ ଏହାର ଖର୍ଚ୍ଚ ପ୍ରାୟ ୦.୫ ଆମେରିକୀୟ ଡଲାର । [୫] ପୃଥିବୀର ଅଧିକାଂଶ ସ୍ଥାନରେ ଏହା ମିଳେ । [୫]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Dexamethasone". The American Society of Health-System Pharmacists. Retrieved Jul 29, 2015.
- ↑ "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
- ↑ Rankovic, Zoran; Hargreaves, Richard; Bingham, Matilda (2012). Drug discovery and medicinal chemistry for psychiatric disorders. Cambridge: Royal Society of Chemistry. p. 286. ISBN 9781849733656.
{{cite book}}: Missing|author1=(help) - ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ ୫.୦ ୫.୧ ୫.୨ "DEXAMETHASONE FOR ACCELERATING LUNG MATURATION IN PRETERM BABIES" (PDF). Retrieved 29 July 2015.