ମସ୍ତିଷ୍କ
Brain 
Brain of a chimpanzee ଲାଟିନ ଭାଷାରେ cerebrum
ମସ୍ତିଷ୍କ ହେଉଛି ଏକ ଅଙ୍ଗ ଯାହା ମେରୁଦଣ୍ଡୀ ଓ ଅମେରୁଦଣ୍ଡୀ ପ୍ରାଣୀମାନଙ୍କର ସ୍ନାୟୁ ପ୍ରଣାଳୀର କେନ୍ଦ୍ର ଭାବରେ କାମ କରେ । ଏଥିରେ ସ୍ନାୟୁ ତନ୍ତୁ ଥାଏ ଯାହା ମୁଣ୍ଡରେ ଥାଏ; ଦୃଷ୍ଟି, ଶ୍ରବଣ ଓ ଆଘ୍ରାଣ ଭଳି ବିଶେଷ ସ୍ନାୟୁମାନଙ୍କ କାମ କରେ ଓ ପାଖରେ ଥାଏ । ବିଶେଷ ଅଙ୍ଗ ଭାବରେ ଏହା ସ୍ପର୍ଶ ସ୍ନାୟୁ ପ୍ରଣାଳୀ ଭାବରେ ଖବର ସଂଗ୍ରହ କରି ସେହି ଖବରକୁ ଭାବନା, ବୁଦ୍ଧି, ମାଂସ ପେଶୀ ଓ ଅନ୍ତସ୍ରାବୀ ପ୍ରଣାଳୀର ନିୟନ୍ତ୍ରଣ କରେ । ଏହା ଶରୀର ସବୁଠୁ ଜଟିଳ ଅଙ୍ଗ । ମସ୍ତିଷ୍କର ସବୁଠୁ ବଡ଼ ଅଂଶ ହେଉଛି ପ୍ରମସ୍ତିଷ୍କ (cerebral cortex) ଯେଉଁଥିରେ ୧୫୦୦-୩୩୦୦ କୋଟି ନ୍ୟୁରନ ବା ସ୍ନାୟୁ କୋଷିକା ରହିଛି[୧]। ଏହି କୋଷିକାଗୁଡ଼ିକ ସିନାପ୍ସ ମାଧ୍ୟମରେ ଅନ୍ୟ ସ୍ନାୟୁ କୋଷିକାମାନଙ୍କ ସହ ସଂଯୁକ୍ତ । ମସ୍ତିଷ୍କ ଉପରେ ବୈଜ୍ଞାନିକମାନେ ବହୁତ ଗବେଷଣା କରିଛନ୍ତି ।{{{Name}}}
ଗଠନ

ମସ୍ତିଷ୍କର ଗଠନ ଓ ଆକାର ଭିନ୍ନ ଭିନ୍ନ ଥାଏ ଓ ସେମାନଙ୍କର ସାଧାରଣ ସମାନତା ପାଇବା କଷ୍ଟସାଧ୍ୟ ।[୨] ଯାହା ହେଲେ ମଧ୍ୟ ସେମାନଙ୍କ ମଧ୍ୟରେ ବାସ୍ତୁ-କଳାର (ଆରକିଟେକଚର) ଅନେକ ସଂଖ୍ୟକ ସିଦ୍ଧାନ୍ତ ଥାଏ ।[୩] ସେମାନଙ୍କ ମଧ୍ୟରୁ ଅନେକ ପଶୁମାନଙ୍କର ସ୍ପେସି ଭଳି ଗଠନ ସମାନ ଥାଏ[୪] ଓ ଅନ୍ୟ କେତେକଙ୍କର ପୁରାତନ ଗଠନ ଅପେକ୍ଷା ଅଧିକ ଉନ୍ନତତର ଥାଏ ।[୨]
ପ୍ରାଣୀମାନଙ୍କ ମସ୍ତିଷ୍କର ଆକାର ଓ ଗଠନ ଜୀବ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ ଓ ସେମାନଙ୍କର କୌଣସି ବିଶେଷ ସାଧାରଣ ଲକ୍ଷଣ ପାଇବା କଷ୍ଟକର ହୋଇଥାଏ ।[୫] ତଥାପି ଅନେକ ସଂଖ୍ୟକ ମସ୍ତିଷ୍କର ତିଆରି କଳାରେ (architecture) ସମାନ ନୀତି ଥାଏ ।[୬] କେତେକ ଧାରଣାରେ ଗଠନ ନିର୍ଦ୍ଦିଷ୍ଟ ପ୍ରାଣୀ ଗଠନରେ ସାମଞ୍ଜସ୍ୟ ଥାଏ;[୭] ଅନ୍ୟ କେତେକ ପ୍ରାଚୀନ ପ୍ରାଣୀ ଅପେକ୍ଷା ମେରୁଦଣ୍ଡୀ ପ୍ରାଣୀଙ୍କର ମସ୍ତିଷ୍କ ଉନ୍ନତ ଥାଆନ୍ତି ଓ ତାଙ୍କର ସ୍ଵାତନ୍ତ୍ର୍ୟ ଥାଏ ।[୫]
ମସ୍ତିଷ୍କ ବିଷୟରେ କିଛି ଖବର ଜାଣିବାର ସାଧାରଣ ଉପାୟ ହେଉଛି ଦୃଷ୍ଟି ନିରୀକ୍ଷଣ କିନ୍ତୁ ଏଥି ନିମନ୍ତେ ଅନେକ ଉନ୍ନତ ପ୍ରୟୋଗ କୌଶଳ ବାହାରିଲାଣି । ଏହାର ତନ୍ତୁ ପ୍ରାକୃତିକ ଭାବରେ ଅତି ନରମ ଥାଏ କିନ୍ତୁ ଏହା ଆଲକୋହୋଲ ଓ ସେହିଭଳି ଅନେକ ପଦାର୍ଥ ବ୍ୟବହାର କରି ତାହାକୁ ଟାଣ କରାଯାଏ ଓ ତାହାକୁ ସ୍ତର ସ୍ତର କରି କାଟି ପରୀକ୍ଷା କରାଯାଏ । ଭିତର ମସ୍ତିଷ୍କ ଦୁଇ ଭାଗର ବିଭକ୍ତ ହୋଇଥିବା ଦେଖାଯାଏ; ଗାଢ ରଙ୍ଗର ଗ୍ରେ ମାଟର ପୃଥକ ହୋଇଥାଏ ଶ୍ଵେତ ମାଟର ଠାରୁ । ଅଧିକନ୍ତୁ ମସ୍ତିଷ୍କକୁ ସ୍ଲାଇସ କରି ବିଭିନ୍ନ ଧରଣର ରାସାୟନିକ ପଦାର୍ଥ ସାହାଯ୍ୟରେ ଷ୍ଟେନ କରାଯାଏ । ଏହା ପରେ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମସ୍ତିଷ୍କ ତନ୍ତୁକୁ ପରୀକ୍ଷା କରାଯାଇପାରେ । ଏହା ସାହାଯ୍ୟରେ ସଂଯୋଗର ପାଟର୍ଣ୍ଣ ଏକରୁ ଅନ୍ୟ ତନ୍ତୁ ବାରି ହୁଏ ।[୮]
ଜୀବକୋଷ ଗଠନ
[ସମ୍ପାଦନା]
ପ୍ରତ୍ୟେକ ପ୍ରାଣୀର ଜୀବକୋଷ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଏ: ମସ୍ତିଷ୍କ ଜୀବକୋଷ ଓ ନିଉରନ ତଥା ନିଉରୋଗ୍ଲିଆଲ ଜୀବକୋଷ । ନିଉରୋଗ୍ଲିଆଲ ଜୀବକୋଷ ବିଭିନ୍ନ ପ୍ରକାର ଥାଏ; ତାଙ୍କର ଗଠନ ମଧ୍ୟ ବିଭିନ୍ନ ପ୍ରକାର ଥାଏ ଓ କାମ ମଧ୍ୟ ଅଲଗା ଥାଏ ଯେପରିକି ଗଠନ ସୁରକ୍ଷା, ମେଟାବୋଲିକ ସୁରକ୍ଷା, ଇନସୁଲେସନ ଓ ବିକାଶର ପଥ ନିର୍ଦ୍ଦେଶକ । ମସ୍ତିଷ୍କରେ ନିଉରନକୁ ଏକ ଗୁରୁତ୍ଵପୂର୍ଣ୍ଣ ଜୀବକୋଷ ମନେ କରାଯାଏ ।[୯] ମଣିଷର ସେରେବ୍ରାଲ କରଟେକ୍ସରେ ପ୍ରାୟ ୧୪ରୁ ୧୬ ବିଲିଅନ ନିଉରନ,[୧୦] ଓ ସେରେବେଳମରେ ୫୫-୭୦ ବିଲିଅନ ନିଉରନ ଥାଏ ।[୧୧] ପ୍ରତ୍ୟେକ ନିଉରନ ସାଥିରେ ହଜାର ହଜାର ସ୍ନାୟୁମାନଙ୍କର ସମ୍ପର୍କ ଥାଏ । ଯେତେ ଦୂର ହେଉ ପଛେ ଟାରଗେଟକୁ ସିଗନାଲ ପଠାଏ ।[୯] ସେମାନେ ସିଗନାଲ ପଠାନ୍ତି ଆକ୍ସନ ମାଧ୍ୟମରେ ଯାହା ଏକ ପ୍ରୋଟୋପ୍ଲାଜମିକ ଫାଇବର ଯାହା ଜୀବକୋଷ ବଡିରୁ ଅସଂଖ୍ୟ ଶାଖା ମାଧ୍ୟମରେ ଯାଏ । ଆକସନ ଲମ୍ବ ମାପ ଅସାଧାରଣ ହୋଇପାରେ: ଉଦାହରଣ ସ୍ଵରୂପ, ମସ୍ତିଷ୍କ କର୍ଟେକ୍ସର ପିରାମିଡାଲ ଜୀବକୋଷ ଆକାର ବୃଦ୍ଧି ହୋଇ ଏକ ମଣିଷ ଆକାର ଧାରଣ କରେ ଓ ସମ ଭାବରେ ଏହାର ଆକସନ ବୃଦ୍ଧିପ୍ରାପ୍ତ ହେଲେ ଏହାର ଚଉଡ଼ା ବା ଡାଏମିଟର କିଛି ସେମି ଓ ଲମ୍ବ ଏକ କିମି ହେବ ।[୧୨] ଇଲେକଟ୍ରୋମାଗନେଟିକ ପାଳସ ଆକାରରେ ଆକ୍ସନ ସିଗନାଲ ପଠାଏ ଯାହାକୁ ପୋଟେନସିଆଲ କୁହାଯାଏ ଯାହାର ସ୍ପୀଡ଼ ଥାଏ ସେକେଣ୍ଡ ପ୍ରତି ୧-୧୦୦ ମିଟର, ଏକ ସେକେଣ୍ଡର ହଜାର ଭାଗରୁ ଭାଗେ ଭାବରେ ଗତି କରେ ।[୧୩]
ଗୋଟିଏ ଆକ୍ସନରୁ ସିଗନାଲ ଟ୍ରାନ୍ସମିଟ ହୁଏ ଏକ ଙ୍କସନ ସ୍ଥାନରେ ଯାହାକୁ ସିନାପ୍ସ (ସିନାପ୍ସ) କୁହାଯାଏ । ଗୋଟିଏ ମାତ୍ର ଆକ୍ସନ କିଛି ହଜାର ସଂଖ୍ୟକ ସିନାପ୍ସ ସାହାଯ୍ୟରେ ସଂଯୋଗ ରଖିପାରେ ।[୧୪] ଆକ୍ସନ ପଥ ଦେଇ ଏକ ପୋଟେନସିଆଲ ସିନାପସରେ ପହଁଚିଲେ ଏକ ରାସାୟନିକ ପଦାର୍ଥ ସୃଷ୍ଟି ହୁଏ ଯାହାକୁ ନିଉରୋଟ୍ରାନ୍ସମିଟର କୁହାଯାଏ । ସେଠାରେ ନିଉରୋଟ୍ରାନ୍ସମିଟର ସହିତ ଟାରଗେଟ ସଂଯୁକ୍ତ ହୁଏ ।[୧୪]
ସିନାପସ ହେଉଛି ମସ୍ତିଷ୍କର ମୂଳ କାର୍ଯ୍ୟକାରୀ ଏକକ ।[୧୫] ମସ୍ତିଷ୍କର ଅତ୍ୟାବଶ୍ୟକୀୟ କର୍ମ ହେଉଛି ଜୀବକୋଷ ରୁ ଜୀବକୋଷ ପର୍ଯ୍ୟନ୍ତ ଯୋଗାଯୋଗ ଓ ସିନାପସ ସ୍ଥାନରେ ଏହି ଯୋଗାଯୋଗ ସଂଘଟିତ ହୋଇଥାଏ । ମାନବ ମସ୍ତିଷ୍କ ରେ ପ୍ରାୟ ୧୦୦ ଟ୍ରିଲିଅନ ସିନାପ୍ଷ ଥାଏ;[୧୬] ଏପରିକି ଏକ ଫ୍ରୁଟଫ୍ଲାଇ ଦେହରେ କିଛି ମିଳିଆନ ସିନାପସ ଥାଏ ।[୧୭] ସିନାପସ କାମ ଭିନ୍ନ ଭିନ୍ନ ଥାଏ: ପ୍ରବର୍ତ୍ତକ, ବାଧାଦାୟୀ ଓ ସକ୍ରିୟକ ହୋଇପାରେ ଯାହା ଯୋଗୁ ଟାରଗେଟ ଜୀବକୋଷରେ ଜଟିଳ ପରିବର୍ତ୍ତନ ହୁଏ ।[୧୫] ଅନେକ ସଂଖ୍ୟକ ସିନାପସ ର ଶକ୍ତି ପରିବର୍ତ୍ତନଶୀଳ ଥାଏ । ବିଶ୍ଵାସ କରାଯାଏ ଯେ ସିନାପସ ନୀତି ସାହାଯ୍ୟରେ ମସ୍ତିଷ୍କ ଶିକ୍ଷା ଲାଭ କରେ ଓ ମନେ ରଖିପାରେ ।[୧୫]
ସିନାପ୍ସ ଗୁଡ଼ିକ ମସ୍ତିଷ୍କର ମୂଳ କାର୍ଯ୍ୟକାରୀ ଏକକ ।[୧୮] ମସ୍ତିଷ୍କ ଓ ସିନାପସ ମାନଙ୍କର ଆବଶ୍ୟକୀୟ କାମ ହେଉଛି ଯୋଗାଯୋଗ (communication) । ଏକ ହିସାବ ଅନୁସାରେ ମାନବ ମସ୍ତିଷ୍କରେ ପ୍ରାୟ ୧୦୦ ଟ୍ରିଲିୟନ ସିନାପ୍ସ (ଏକରେ ୧୨ ଟି ଶୂନ ଅଛି ।) ଅଛି;[୧୯] ଏପରିକି ଗୋଟିଏ ଫଳରେ ଅନେକ ମିଳିଆନ ଥାଇପାରେ । [୨୦] ଏହି ସିନାପ୍ସ ଗୁଡିକାର କାମ ଭିନ୍ନ ଭିନ୍ନ ହୋଇଥାଏ; ସେଥିରୁ କେତେକ ଉତ୍ତେଜକ ଓ ଅନ୍ୟ କେତେକ ପ୍ରତିବନ୍ଧକ ହୋଇଥାଏ ।[୧୮] କେତେକ ସିନାପ୍ସଙ୍କର ପରିବର୍ତ୍ତନୀୟ ଶକ୍ତି ଥାଏ ଯାହା ସିଗନାଲ ଅନୁସାରେ ସମ୍ଭବ ହୁଏ । ଏହି କାମ ଯୋଗୁ ମସ୍ତିଷ୍କର ଶିକ୍ଷା ଓ ସ୍ମରଣ ଶକ୍ତି ରହେ ।[୧୮]
ମସ୍ତିଷ୍କର ଅଧିକାଂଶ ସ୍ଥାନ ଆକ୍ସନ ଦାଖଲ କରିଥାଏ ଯାହା ସ୍ନାୟୁ ବଣ୍ଡଲ ଟ୍ରାକ୍ଟ ନାମରେ ପରିଚିତ । ମାଏଲିନେଟଏଡ ଆକ୍ସନ ଚାରିପାଖରେ ଏକ ଚର୍ବିଳ ଇନସୁଲେଟିଙ୍ଗ ପରଦା ଥାଏ । ଏହା ବ୍ୟତୀତ ଅନାମାଈଲିନେଟଏଡ ଆକ୍ସନ ମଧ୍ୟ ଥାଏ । ମାଏଲିନ ରଙ୍ଗ ଧଳା ଥାଏ ।[୨୧]
ବିକାଶ
[ସମ୍ପାଦନା]
ଆଧାର
[ସମ୍ପାଦନା]- ↑ https://www.nytimes.com/topic/subject/brain
- 1 2 Shepherd, GM (1994). Neurobiology. Oxford University Press. p. 3. ISBN 978-0-19-508843-4.
- ↑ Sporns, O (2010). Networks of the Brain. MIT Press. p. 143. ISBN 978-0-262-01469-4.
- ↑ Başar, E (2010). Brain-Body-Mind in the Nebulous Cartesian System: A Holistic Approach by Oscillations. Springer. p. 225. ISBN 978-1-4419-6134-1.
- 1 2 Shepherd, GM (1994). Neurobiology. Oxford University Press. p. 3. ISBN 978-0-19-508843-4.
- ↑ Sporns, O (2010). Networks of the Brain. MIT Press. p. 143. ISBN 978-0-262-01469-4.
- ↑ Başar, E (2010). Brain-Body-Mind in the Nebulous Cartesian System: A Holistic Approach by Oscillations. Springer. p. 225. ISBN 978-1-4419-6134-1.
- ↑ Singh, Inderbir (2006). "A Brief Review of the Techniques Used in the Study of Neuroanatomy". Textbook of Human Neuroanatomy (7th ed.). Jaypee Brothers. p. 24. ISBN 978-81-8061-808-6.
- 1 2 Kandel, Eric R.; Schwartz, James Harris; Jessell, Thomas M. (2000). Principles of neural science (4th ed.). New York: McGraw-Hill. ISBN 978-0-8385-7701-1. OCLC 42073108.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;Saladin112ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;JCN2ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Douglas, RJ; Martin, KA (2004). "Neuronal circuits of the neocortex". Annual Review of Neuroscience. 27: 419–451. doi:10.1146/annurev.neuro.27.070203.144152. PMID 15217339.
- ↑ Barnett, MW; Larkman, PM (2007). "The action potential". Practical Neurology. 7 (3): 192–197. PMID 17515599.
- 1 2 ଆଧାର ଭୁଲ: ଅଚଳ
<ref>ଚିହ୍ନ;Kandel 20003ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - 1 2 3 Shepherd, Gordon M. (2004). "1. Introduction to synaptic circuits". The Synaptic Organization of the Brain (5th ed.). New York, New York: Oxford University Press US. ISBN 978-0-19-515956-1.
- ↑ Williams, RW; Herrup, K (1988). "The control of neuron number". Annual Review of Neuroscience. 11: 423–453. doi:10.1146/annurev.ne.11.030188.002231. PMID 3284447.
- ↑ Heisenberg, M (2003). "Mushroom body memoir: from maps to models". Nature Reviews Neuroscience. 4 (4): 266–275. doi:10.1038/nrn1074. PMID 12671643. S2CID 5038386.
- 1 2 3 Shepherd, Gordon M. (2004). "1. Introduction to synaptic circuits". The Synaptic Organization of the Brain (5th ed.). New York, New York: Oxford University Press US. ISBN 978-0-19-515956-1.
- ↑ Williams, RW; Herrup, K (1988). "The control of neuron number". Annual Review of Neuroscience. 11: 423–453. doi:10.1146/annurev.ne.11.030188.002231. PMID 3284447.
- ↑ Heisenberg, M (2003). "Mushroom body memoir: from maps to models". Nature Reviews Neuroscience. 4 (4): 266–275. doi:10.1038/nrn1074. PMID 12671643. S2CID 5038386.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;Kandel 2000ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।