Jump to content

ମସ୍ତିଷ୍କ

ଉଇକିପିଡ଼ିଆ‌ରୁ
Brain
Brain of a chimpanzee
ଲାଟିନ ଭାଷାରେ cerebrum
{{{Name}}}
ମସ୍ତିଷ୍କ ହେଉଛି ଏକ ଅଙ୍ଗ ଯାହା ମେରୁଦଣ୍ଡୀ ଓ ଅମେରୁଦଣ୍ଡୀ ପ୍ରାଣୀମାନଙ୍କର ସ୍ନାୟୁ ପ୍ରଣାଳୀର କେନ୍ଦ୍ର ଭାବରେ କାମ କରେ । ଏଥିରେ ସ୍ନାୟୁ ତନ୍ତୁ ଥାଏ ଯାହା ମୁଣ୍ଡରେ ଥାଏ; ଦୃଷ୍ଟି, ଶ୍ରବଣ ଓ ଆଘ୍ରାଣ ଭଳି ବିଶେଷ ସ୍ନାୟୁମାନଙ୍କ କାମ କରେ ଓ ପାଖରେ ଥାଏ । ବିଶେଷ ଅଙ୍ଗ ଭାବରେ ଏହା ସ୍ପର୍ଶ ସ୍ନାୟୁ ପ୍ରଣାଳୀ ଭାବରେ ଖବର ସଂଗ୍ରହ କରି ସେହି ଖବରକୁ ଭାବନା, ବୁଦ୍ଧି, ମାଂସ ପେଶୀ ଓ ଅନ୍ତସ୍ରାବୀ ପ୍ରଣାଳୀର ନିୟନ୍ତ୍ରଣ କରେ । ଏହା ଶରୀର ସବୁଠୁ ଜଟିଳ ଅଙ୍ଗ । ମସ୍ତିଷ୍କର ସବୁଠୁ ବଡ଼ ଅଂଶ ହେଉଛି ପ୍ରମସ୍ତିଷ୍କ (cerebral cortex) ଯେଉଁଥିରେ ୧୫୦୦-୩୩୦୦ କୋଟି ନ୍ୟୁରନ ବା ସ୍ନାୟୁ କୋଷିକା ରହିଛି[]। ଏହି କୋଷିକାଗୁଡ଼ିକ ସିନାପ୍ସ ମାଧ୍ୟମରେ ଅନ୍ୟ ସ୍ନାୟୁ କୋଷିକାମାନଙ୍କ ସହ ସଂଯୁକ୍ତ । ମସ୍ତିଷ୍କ ଉପରେ ବୈଜ୍ଞାନିକମାନେ ବହୁତ ଗବେଷଣା କରିଛନ୍ତି ।


ଗଠନ

a blob with a blue patch in the center, surrounded by a white area, surrounded by a thin strip of dark-colored material
Cross section of the olfactory bulb of a rat, stained in two different ways at the same time: one stain shows neuronal cell bodies, the other shows receptors for the neurotransmitter GABA.

ମସ୍ତିଷ୍କର ଗଠନ ଓ ଆକାର ଭିନ୍ନ ଭିନ୍ନ ଥାଏ ଓ ସେମାନଙ୍କର ସାଧାରଣ ସମାନତା ପାଇବା କଷ୍ଟସାଧ୍ୟ ।[] ଯାହା ହେଲେ ମଧ୍ୟ ସେମାନଙ୍କ ମଧ୍ୟରେ ବାସ୍ତୁ-କଳାର (ଆରକିଟେକଚର) ଅନେକ ସଂଖ୍ୟକ ସିଦ୍ଧାନ୍ତ ଥାଏ ।[]  ସେମାନଙ୍କ ମଧ୍ୟରୁ ଅନେକ ପଶୁମାନଙ୍କର ସ୍ପେସି ଭଳି ଗଠନ ସମାନ ଥାଏ[] ଓ ଅନ୍ୟ କେତେକଙ୍କର ପୁରାତନ ଗଠନ ଅପେକ୍ଷା ଅଧିକ ଉନ୍ନତତର ଥାଏ ।[]

ପ୍ରାଣୀମାନଙ୍କ ମସ୍ତିଷ୍କର ଆକାର ଓ ଗଠନ ଜୀବ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ ଓ ସେମାନଙ୍କର କୌଣସି ବିଶେଷ ସାଧାରଣ ଲକ୍ଷଣ ପାଇବା କଷ୍ଟକର ହୋଇଥାଏ ।[] ତଥାପି ଅନେକ ସଂଖ୍ୟକ ମସ୍ତିଷ୍କର ତିଆରି କଳାରେ (architecture) ସମାନ  ନୀତି ଥାଏ ।[] କେତେକ ଧାରଣାରେ ଗଠନ ନିର୍ଦ୍ଦିଷ୍ଟ ପ୍ରାଣୀ ଗଠନରେ ସାମଞ୍ଜସ୍ୟ ଥାଏ;[] ଅନ୍ୟ କେତେକ ପ୍ରାଚୀନ ପ୍ରାଣୀ ଅପେକ୍ଷା ମେରୁଦଣ୍ଡୀ ପ୍ରାଣୀଙ୍କର ମସ୍ତିଷ୍କ ଉନ୍ନତ ଥାଆନ୍ତି ଓ ତାଙ୍କର ସ୍ଵାତନ୍ତ୍ର୍ୟ ଥାଏ ।[]

ମସ୍ତିଷ୍କ ବିଷୟରେ କିଛି ଖବର ଜାଣିବାର ସାଧାରଣ ଉପାୟ ହେଉଛି ଦୃଷ୍ଟି ନିରୀକ୍ଷଣ କିନ୍ତୁ ଏଥି ନିମନ୍ତେ ଅନେକ ଉନ୍ନତ ପ୍ରୟୋଗ କୌଶଳ ବାହାରିଲାଣି । ଏହାର ତନ୍ତୁ ପ୍ରାକୃତିକ ଭାବରେ ଅତି ନରମ ଥାଏ କିନ୍ତୁ ଏହା ଆଲକୋହୋଲ ଓ ସେହିଭଳି ଅନେକ ପଦାର୍ଥ ବ୍ୟବହାର କରି ତାହାକୁ ଟାଣ କରାଯାଏ ଓ ତାହାକୁ ସ୍ତର ସ୍ତର କରି କାଟି ପରୀକ୍ଷା କରାଯାଏ । ଭିତର ମସ୍ତିଷ୍କ ଦୁଇ ଭାଗର ବିଭକ୍ତ ହୋଇଥିବା ଦେଖାଯାଏ; ଗାଢ ରଙ୍ଗର ଗ୍ରେ ମାଟର ପୃଥକ ହୋଇଥାଏ ଶ୍ଵେତ ମାଟର ଠାରୁ । ଅଧିକନ୍ତୁ ମସ୍ତିଷ୍କକୁ ସ୍ଲାଇସ କରି ବିଭିନ୍ନ ଧରଣର ରାସାୟନିକ ପଦାର୍ଥ ସାହାଯ୍ୟରେ ଷ୍ଟେନ କରାଯାଏ । ଏହା ପରେ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମସ୍ତିଷ୍କ ତନ୍ତୁକୁ ପରୀକ୍ଷା କରାଯାଇପାରେ । ଏହା ସାହାଯ୍ୟରେ ସଂଯୋଗର ପାଟର୍ଣ୍ଣ ଏକରୁ ଅନ୍ୟ ତନ୍ତୁ ବାରି ହୁଏ ।[]

ଜୀବକୋଷ ଗଠନ

[ସମ୍ପାଦନା]
drawing showing a neuron with a fiber emanating from it labeled "axon" and making contact with another cell. An inset shows an enlargement of the contact zone.
Neurons generate electrical signals that travel along their axons. When an electrical impulse reaches a junction called a synapse, it causes a neurotransmitter to be released, which binds to receptors on other cells and thereby alters their electrical activity.

ପ୍ରତ୍ୟେକ ପ୍ରାଣୀର ଜୀବକୋଷ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଏ: ମସ୍ତିଷ୍କ ଜୀବକୋଷ ଓ ନିଉରନ ତଥା ନିଉରୋଗ୍ଲିଆଲ ଜୀବକୋଷ ।  ନିଉରୋଗ୍ଲିଆଲ ଜୀବକୋଷ ବିଭିନ୍ନ ପ୍ରକାର ଥାଏ; ତାଙ୍କର ଗଠନ ମଧ୍ୟ ବିଭିନ୍ନ ପ୍ରକାର ଥାଏ ଓ କାମ ମଧ୍ୟ ଅଲଗା ଥାଏ ଯେପରିକି ଗଠନ ସୁରକ୍ଷା, ମେଟାବୋଲିକ ସୁରକ୍ଷା, ଇନସୁଲେସନ ଓ ବିକାଶର ପଥ ନିର୍ଦ୍ଦେଶକ । ମସ୍ତିଷ୍କରେ ନିଉରନକୁ ଏକ ଗୁରୁତ୍ଵପୂର୍ଣ୍ଣ ଜୀବକୋଷ ମନେ କରାଯାଏ ।[] ମଣିଷର ସେରେବ୍ରାଲ କରଟେକ୍ସରେ ପ୍ରାୟ ୧୪ରୁ ୧୬ ବିଲିଅନ ନିଉରନ,[୧୦] ଓ ସେରେବେଳମରେ ୫୫-୭୦ ବିଲିଅନ ନିଉରନ ଥାଏ ।[୧୧] ପ୍ରତ୍ୟେକ ନିଉରନ ସାଥିରେ ହଜାର ହଜାର ସ୍ନାୟୁମାନଙ୍କର ସମ୍ପର୍କ ଥାଏ । ଯେତେ ଦୂର ହେଉ ପଛେ ଟାରଗେଟକୁ ସିଗନାଲ ପଠାଏ ।[] ସେମାନେ ସିଗନାଲ ପଠାନ୍ତି ଆକ୍ସନ ମାଧ୍ୟମରେ ଯାହା ଏକ ପ୍ରୋଟୋପ୍ଲାଜମିକ ଫାଇବର ଯାହା ଜୀବକୋଷ ବଡିରୁ ଅସଂଖ୍ୟ ଶାଖା ମାଧ୍ୟମରେ ଯାଏ । ଆକସନ ଲମ୍ବ ମାପ ଅସାଧାରଣ ହୋଇପାରେ: ଉଦାହରଣ ସ୍ଵରୂପ, ମସ୍ତିଷ୍କ କର୍ଟେକ୍ସର ପିରାମିଡାଲ ଜୀବକୋଷ ଆକାର ବୃଦ୍ଧି ହୋଇ ଏକ ମଣିଷ ଆକାର ଧାରଣ କରେ ଓ ସମ ଭାବରେ ଏହାର ଆକସନ ବୃଦ୍ଧିପ୍ରାପ୍ତ ହେଲେ ଏହାର  ଚଉଡ଼ା ବା ଡାଏମିଟର କିଛି ସେମି ଓ ଲମ୍ବ ଏକ କିମି ହେବ ।[୧୨] ଇଲେକଟ୍ରୋମାଗନେଟିକ ପାଳସ ଆକାରରେ ଆକ୍ସନ ସିଗନାଲ ପଠାଏ ଯାହାକୁ ପୋଟେନସିଆଲ କୁହାଯାଏ ଯାହାର ସ୍ପୀଡ଼ ଥାଏ ସେକେଣ୍ଡ ପ୍ରତି ୧-୧୦୦ ମିଟର, ଏକ ସେକେଣ୍ଡର ହଜାର ଭାଗରୁ ଭାଗେ ଭାବରେ ଗତି କରେ ।[୧୩]

ଗୋଟିଏ ଆକ୍ସନରୁ ସିଗନାଲ ଟ୍ରାନ୍ସମିଟ ହୁଏ ଏକ ଙ୍କସନ ସ୍ଥାନରେ ଯାହାକୁ ସିନାପ୍ସ (ସିନାପ୍ସ) କୁହାଯାଏ । ଗୋଟିଏ ମାତ୍ର ଆକ୍ସନ କିଛି ହଜାର ସଂଖ୍ୟକ ସିନାପ୍ସ ସାହାଯ୍ୟରେ ସଂଯୋଗ ରଖିପାରେ ।[୧୪] ଆକ୍ସନ ପଥ ଦେଇ ଏକ ପୋଟେନସିଆଲ ସିନାପସରେ ପହଁଚିଲେ ଏକ ରାସାୟନିକ ପଦାର୍ଥ ସୃଷ୍ଟି ହୁଏ ଯାହାକୁ ନିଉରୋଟ୍ରାନ୍ସମିଟର କୁହାଯାଏ । ସେଠାରେ ନିଉରୋଟ୍ରାନ୍ସମିଟର ସହିତ ଟାରଗେଟ ସଂଯୁକ୍ତ ହୁଏ ।[୧୪]

ସିନାପସ ହେଉଛି ମସ୍ତିଷ୍କର ମୂଳ କାର୍ଯ୍ୟକାରୀ ଏକକ ।[୧୫]  ମସ୍ତିଷ୍କର ଅତ୍ୟାବଶ୍ୟକୀୟ କର୍ମ ହେଉଛି ଜୀବକୋଷ ରୁ ଜୀବକୋଷ ପର୍ଯ୍ୟନ୍ତ ଯୋଗାଯୋଗ ଓ ସିନାପସ ସ୍ଥାନରେ ଏହି ଯୋଗାଯୋଗ ସଂଘଟିତ ହୋଇଥାଏ । ମାନବ ମସ୍ତିଷ୍କ ରେ ପ୍ରାୟ ୧୦୦ ଟ୍ରିଲିଅନ ସିନାପ୍ଷ ଥାଏ;[୧୬] ଏପରିକି ଏକ ଫ୍ରୁଟଫ୍ଲାଇ ଦେହରେ କିଛି ମିଳିଆନ ସିନାପସ ଥାଏ ।[୧୭] ସିନାପସ କାମ ଭିନ୍ନ ଭିନ୍ନ ଥାଏ: ପ୍ରବର୍ତ୍ତକ, ବାଧାଦାୟୀ ଓ ସକ୍ରିୟକ ହୋଇପାରେ ଯାହା ଯୋଗୁ ଟାରଗେଟ ଜୀବକୋଷରେ ଜଟିଳ ପରିବର୍ତ୍ତନ ହୁଏ ।[୧୫] ଅନେକ ସଂଖ୍ୟକ ସିନାପସ ର ଶକ୍ତି ପରିବର୍ତ୍ତନଶୀଳ ଥାଏ । ବିଶ୍ଵାସ କରାଯାଏ ଯେ ସିନାପସ ନୀତି ସାହାଯ୍ୟରେ ମସ୍ତିଷ୍କ ଶିକ୍ଷା ଲାଭ କରେ ଓ ମନେ ରଖିପାରେ ।[୧୫]

ସିନାପ୍ସ ଗୁଡ଼ିକ ମସ୍ତିଷ୍କର ମୂଳ କାର୍ଯ୍ୟକାରୀ ଏକକ ।[୧୮] ମସ୍ତିଷ୍କ ଓ ସିନାପସ ମାନଙ୍କର ଆବଶ୍ୟକୀୟ କାମ ହେଉଛି ଯୋଗାଯୋଗ (communication) । ଏକ ହିସାବ ଅନୁସାରେ ମାନବ ମସ୍ତିଷ୍କରେ ପ୍ରାୟ ୧୦୦ ଟ୍ରିଲିୟନ ସିନାପ୍ସ (ଏକରେ ୧୨ ଟି ଶୂନ ଅଛି ।) ଅଛି;[୧୯] ଏପରିକି ଗୋଟିଏ ଫଳରେ ଅନେକ ମିଳିଆନ ଥାଇପାରେ ।  [୨୦] ଏହି ସିନାପ୍ସ ଗୁଡିକାର କାମ ଭିନ୍ନ ଭିନ୍ନ ହୋଇଥାଏ; ସେଥିରୁ କେତେକ ଉତ୍ତେଜକ ଓ ଅନ୍ୟ କେତେକ ପ୍ରତିବନ୍ଧକ ହୋଇଥାଏ ।[୧୮] କେତେକ ସିନାପ୍ସଙ୍କର ପରିବର୍ତ୍ତନୀୟ ଶକ୍ତି ଥାଏ ଯାହା ସିଗନାଲ ଅନୁସାରେ ସମ୍ଭବ ହୁଏ । ଏହି କାମ ଯୋଗୁ ମସ୍ତିଷ୍କର ଶିକ୍ଷା ଓ ସ୍ମରଣ ଶକ୍ତି ରହେ ।[୧୮]

ମସ୍ତିଷ୍କର ଅଧିକାଂଶ ସ୍ଥାନ ଆକ୍ସନ ଦାଖଲ କରିଥାଏ ଯାହା ସ୍ନାୟୁ ବଣ୍ଡଲ ଟ୍ରାକ୍ଟ ନାମରେ ପରିଚିତ । ମାଏଲିନେଟଏଡ ଆକ୍ସନ ଚାରିପାଖରେ ଏକ ଚର୍ବିଳ ଇନସୁଲେଟିଙ୍ଗ ପରଦା ଥାଏ । ଏହା ବ୍ୟତୀତ ଅନାମାଈଲିନେଟଏଡ ଆକ୍ସନ ମଧ୍ୟ ଥାଏ । ମାଏଲିନ ରଙ୍ଗ ଧଳା ଥାଏ ।[୨୧]

ବିକାଶ

[ସମ୍ପାଦନା]
A rod-shaped body contains a digestive system running from the mouth at one end to the anus at the other. Alongside the digestive system is a nerve cord with a brain at the end, near to the mouth.
Nervous system of a generic bilaterian animal, in the form of a nerve cord with segmental enlargements, and a "brain" at the front
  1. https://www.nytimes.com/topic/subject/brain
  2. 1 2 Shepherd, GM (1994). Neurobiology. Oxford University Press. p. 3. ISBN 978-0-19-508843-4.
  3. Sporns, O (2010). Networks of the Brain. MIT Press. p. 143. ISBN 978-0-262-01469-4.
  4. Başar, E (2010). Brain-Body-Mind in the Nebulous Cartesian System: A Holistic Approach by Oscillations. Springer. p. 225. ISBN 978-1-4419-6134-1.
  5. 1 2 Shepherd, GM (1994). Neurobiology. Oxford University Press. p. 3. ISBN 978-0-19-508843-4.
  6. Sporns, O (2010). Networks of the Brain. MIT Press. p. 143. ISBN 978-0-262-01469-4.
  7. Başar, E (2010). Brain-Body-Mind in the Nebulous Cartesian System: A Holistic Approach by Oscillations. Springer. p. 225. ISBN 978-1-4419-6134-1.
  8. Singh, Inderbir (2006). "A Brief Review of the Techniques Used in the Study of Neuroanatomy". Textbook of Human Neuroanatomy (7th ed.). Jaypee Brothers. p. 24. ISBN 978-81-8061-808-6.
  9. 1 2 Kandel, Eric R.; Schwartz, James Harris; Jessell, Thomas M. (2000). Principles of neural science (4th ed.). New York: McGraw-Hill. ISBN 978-0-8385-7701-1. OCLC 42073108.
  10. ଆଧାର ଭୁଲ: ଅଚଳ <ref> ଚିହ୍ନ; Saladin112 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  11. ଆଧାର ଭୁଲ: ଅଚଳ <ref> ଚିହ୍ନ; JCN2 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  12. Douglas, RJ; Martin, KA (2004). "Neuronal circuits of the neocortex". Annual Review of Neuroscience. 27: 419–451. doi:10.1146/annurev.neuro.27.070203.144152. PMID 15217339.
  13. Barnett, MW; Larkman, PM (2007). "The action potential". Practical Neurology. 7 (3): 192–197. PMID 17515599.
  14. 1 2 ଆଧାର ଭୁଲ: ଅଚଳ <ref> ଚିହ୍ନ; Kandel 20003 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  15. 1 2 3 Shepherd, Gordon M. (2004). "1. Introduction to synaptic circuits". The Synaptic Organization of the Brain (5th ed.). New York, New York: Oxford University Press US. ISBN 978-0-19-515956-1.
  16. Williams, RW; Herrup, K (1988). "The control of neuron number". Annual Review of Neuroscience. 11: 423–453. doi:10.1146/annurev.ne.11.030188.002231. PMID 3284447.
  17. Heisenberg, M (2003). "Mushroom body memoir: from maps to models". Nature Reviews Neuroscience. 4 (4): 266–275. doi:10.1038/nrn1074. PMID 12671643. S2CID 5038386.
  18. 1 2 3 Shepherd, Gordon M. (2004). "1. Introduction to synaptic circuits". The Synaptic Organization of the Brain (5th ed.). New York, New York: Oxford University Press US. ISBN 978-0-19-515956-1.
  19. Williams, RW; Herrup, K (1988). "The control of neuron number". Annual Review of Neuroscience. 11: 423–453. doi:10.1146/annurev.ne.11.030188.002231. PMID 3284447.
  20. Heisenberg, M (2003). "Mushroom body memoir: from maps to models". Nature Reviews Neuroscience. 4 (4): 266–275. doi:10.1038/nrn1074. PMID 12671643. S2CID 5038386.
  21. ଆଧାର ଭୁଲ: ଅଚଳ <ref> ଚିହ୍ନ; Kandel 2000 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।