ହାଲୁସିନେସନ

ଉଇକିପିଡ଼ିଆ ରୁ
Jump to navigation Jump to search

 

 

Hallucination
August Natterer Meine Augen zur Zeit der Erscheinungen.jpg
My eyes at the moment of the apparitions by August Natterer, a German artist who created many drawings of his hallucinations.
ବିଭାଗPsychiatry
ଲକ୍ଷଣSensing things that do not exist[୧]
କାରଣDrugs, medications, schizophrenia, dementia, vision loss, extreme tiredness[୧]
ସଠିକ ରୋଗ ନିର୍ଣ୍ଣୟDreaming, pseudohallucination, illusion, imagination[୨]
ଚିକିତ୍ସାDepends on the underlying cause[୧]
ପୁନଃପୌନିକRelatively common[୩]

ହାଲୁସିନେସନ ବା ଚିତ୍ତ ବିଭ୍ରମ (ଇଂରାଜୀ ଭାଷାରେ hallucination) ଏକ ରୋଗ ଯେଉଁଥିରେ ଅବିଦ୍ୟମାନ ପଦାର୍ଥ ବିଦ୍ୟମାନ ଥିବା ଭଳି ଅନୁଭବ ହୁଏ ।[୧] ଅନୁଭବ କରୁଥିବା ଜିନିଷ ପ୍ରକୃତରେ ଥିବା ଭଳି ଲାଗେ ଯାହାକୁ ନିୟନ୍ତ୍ରଣ କରାଯାଇପାରେ ନାହିଁ | [୪] ଏହି ରୋଗରେ ଦୃଷ୍ଟି, ଶ୍ରବଣ, ସ୍ୱାଦ ଓ ଭାବନା ଇତ୍ୟାଦି ଜଡ଼ିତ ହୁଏ | [୧] ଏହି ରୋଗ ଫଳରେ ଲୋକ ଭୟଭୀତ ହୁଅନ୍ତି କିମ୍ବା ପାରାନଏଡ ରୋଗ‌ଗ୍ରସ୍ତ ହୋଇପାରନ୍ତି । [୧]

କେତେକ ଔଷଧ, ସିଜୋଫ୍ରେନିଆ, ଡିମେନ୍ସିଆ, ଦୃଷ୍ଟିହାନି ଏବଂ ଅତ୍ୟଧିକ ଥକ୍କା ହେବା କାରଣ ଯୋଗୁ ଏହି ରୋଗ ହୋଇପାରେ | [୧] ଏଥିରେ ସମ୍ପୃକ୍ତ ଔଷଧ ମଧ୍ୟରେ ମଦ୍ୟପାନ, ଆମ୍ଫେଟାମିନ, କୋକେନ, LSD କିମ୍ବା ପରମାନନ୍ଦ (ଏକ୍ସଟାସି) ଥାଇପାରେ । [୧] ଶୟନ ସମୟରେ ଓ ଜ୍ୱର ସମୟରେ ମଧ୍ୟ ହାଲୁସିନେସନ ହୋଇପାରେ | [୧] ଧାର୍ମିକ ଅଭିଜ୍ଞତାର ଅଂଶ ଭାବରେ କେତେକ ଲୋକଙ୍କର ହାଲୁସିନେସନ ମଧ୍ୟ ହୁଏ | [୫] ସମାନ ଧରଣର ଘଟଣା ମଧ୍ୟରେ ସ୍ୱପ୍ନ ଦେଖିବା ଅନ୍ତର୍ଭୁକ୍ତ, ଯାହା ଜାଗ୍ରତ ହେଲେ ରହେନାହିଁ; ସୁଡୋହାଲୁସିନେସନ ହୋଇଥିଲେ ସଠିକ୍ ଭାବରେ ଅବାସ୍ତବ ବିବେଚନା କରାଯାଇପାରେ; ଇଲ୍ୟୁଜନ ଯାହା ପ୍ରକୃତ ଧାରଣାକୁ ଭୁଲ ଭାବରେ ବ୍ୟାଖ୍ୟା କରେ; ଏବଂ କଳ୍ପନା, ଯାହା ସ୍ୱେଚ୍ଛାକୃତ ନିୟନ୍ତ୍ରଣରେ ଥାଏ | [୨] ଡିଲ୍ୟୁଜନ ଥିଲେ ବିବାଦୀୟ ପ୍ରମାଣ ସତ୍ତ୍ୱେ ପରିବର୍ତ୍ତନ ହୁଏ ନାହିଁ | [୫]

ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [୧] ହାଲୁସିନେସନର ସାଧାରଣ ରୂପ ହେଉଛି 'ଅକୁହା କଥା ଶୁଣାଯିବା' ଯାହା ୫ ରୁ ୨୮% ଲୋକଙ୍କୁ ପ୍ରଭାବିତ କରିଥାଏ | [୧] [୩] ନିଜର ପ୍ରିୟଜନ‌କୁ ହରାଇବା ପରେ ଏହା ହୋଇପାରେ ଓ ଅସାଧାରଣ ନୁହେଁ | [୧] ଅତି କମରେ ପ୍ରାଚୀନ ଗ୍ରୀସ ସମୟରୁ ହାଲୁସିନେସନର ବର୍ଣ୍ଣନା କରାଯାଇଛି | [୬] ହାଲୁସିନେସନ ଶବ୍ଦ ୧୫୭୨ ମସିହାରେ ଲାଟିନରୁ ଇଂରାଜୀ ଭାଷା ଭିତରକୁ ଆସିଥିଲା । [୭]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Hallucinations and hearing voices". nhs.uk (in ଇଂରାଜୀ). 18 October 2017. Retrieved 17 January 2021.
  2. ୨.୦ ୨.୧ Leo P. W. Chiu (1989). "Differential diagnosis and management of hallucinations" (PDF). Journal of the Hong Kong Medical Association. t 41 (3): 292–7.
  3. ୩.୦ ୩.୧ Thakur, T; Gupta, V (January 2020). "Auditory Hallucinations". PMID 32491565. Cite journal requires |journal= (help)
  4. Diagnostic and Statistical Manual of Mental Disorders (Fifth ed.). American Psychiatric Association. 2013. pp. 87-88. doi:10.1176/appi.books.9780890425596.156852. ISBN 978-0-89042-555-8. Cite has empty unknown parameter: |1= (help)
  5. ୫.୦ ୫.୧ Diagnostic and Statistical Manual of Mental Disorders (Fifth ed.). American Psychiatric Association. 2013. pp. 87-88. doi:10.1176/appi.books.9780890425596.156852. ISBN 978-0-89042-555-8. Cite has empty unknown parameter: |1= (help)
  6. Jardri, Renaud; Cachia, Arnaud; Thomas, Pierre; Pins, Delphine (2012). The Neuroscience of Hallucinations (in ଇଂରାଜୀ). Springer Science & Business Media. p. 6. ISBN 978-1-4614-4121-2.
  7. Jardri, Renaud; Cachia, Arnaud; Thomas, Pierre; Pins, Delphine (2012). The Neuroscience of Hallucinations (in ଇଂରାଜୀ). Springer Science & Business Media. p. 6. ISBN 978-1-4614-4121-2.