ନମିତା ଅଗ୍ରୱାଲ
ଏହି ଶ୍ରେଣୀରେ ଏକାଧିକ ଅସୁବିଧା ରହିଛି । ଦୟାକରି ଏହାକୁ ସଜାଡ଼ିବା ପାଇଁ ସାହାଯ୍ୟ କରନ୍ତୁ କିମ୍ବା ଆଲୋଚନା ପୃଷ୍ଠାରେ ଏ ବାବଦରେ ଆଲୋଚନା କରନ୍ତୁ । (ଏହି ଛାଞ୍ଚ ମେସେଜ କିପରି ଓ କେବେ କାଢ଼ିବେ ତା' ବାବଦରେ ଜାଣନ୍ତୁ)
|
ନମିତା ଅଗ୍ରୱାଲ | |
---|---|
ଜନ୍ମ | |
ବୃତ୍ତି(ସମୂହ) | ଭଜନ ଓ ପ୍ରଚ୍ଛଦପଟ ଗାୟିକା, ପ୍ରଯୋଜିକା |
ସକ୍ରିୟ ବର୍ଷ | ୧୯୮୯ - ଏବେଯାଏଁ |
ବୈବାହିକ-ସାଥୀ | ସୀତାରାମ ଅଗ୍ରୱାଲ |
ୱେବସାଇଟ | namitaagrawal.in |
ନମିତା ଅଗ୍ରୱାଲ ଜଣେ ଓଡ଼ିଆ ଗାୟିକା ।[୧] ସେ ନମିତା ନାମରେ ଭଜନ ଓ ନିବେଦିତା ନାମରେ ଆଧୁନିକ ଏବଂ ଚଳଚ୍ଚିତ୍ର ସଂଗୀତ ଗାନ କରନ୍ତି ।[୨]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ନମିତା ୧୯୬୯ ମସିହାର ଫେବୃଆରୀ ମାସ ୧ ତାରିଖରେ କଟକର ତୁଳସୀପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଲକ୍ଷ୍ମୀଧର ଦାସ ଓ ମାତା ଅନ୍ନଦାମଞ୍ଜରୀ ଦାସ । ସେ ତାଙ୍କ ପିତାମାତାଙ୍କର ତୃତୀୟ ସନ୍ତାନ ଥିଲେ । ତାଙ୍କ ପୈତୃକ ଗ୍ରାମ ହେଉଛି ନେମାଳ । ସେ ୫ ବର୍ଷ ବୟସରେ ବଡ଼ ଜେଜେବାପା କାଶୀନାଥ ଦାସ ଏବଂ ସାନ ଜେଜେବାପା ଦାଶରଥି ଦାସଙ୍କ ପାଖରୁ ଜଗନ୍ନାଥଙ୍କ ପାରମ୍ପାରିକ ଭଜନ ଗାଇବା ଶିଖିଥିଲେ ।[ଆଧାର ଲୋଡ଼ା]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]୧୯୯୨ ମସିହାରେ ସାଉଣ୍ଡ ଇଞ୍ଜିନିୟର ସୀତାରାମ ଅଗ୍ରୱାଲଙ୍କୁ ନମିତା ବିବାହ କରିଥିଲେ । ସେତେବେଳେ ଅଗ୍ରୱାଲ ତାଙ୍କ ବାପାଙ୍କ ସହ ମିଶି ଜେ.ଇ. କମ୍ପାନୀ ପ୍ରତିଷ୍ଠା କରି ଓଡ଼ିଆ ଗୀତ ପ୍ରସ୍ତୁତ କରୁଥିଲେ । ସୀତାରାମ ଅଗ୍ରୱାଲଙ୍କ ସହ ବିବାହ ପରେ ନମିତା ଦାସ ନମିତା ଅଗ୍ରୱାଲ ଭାବେ ପରିଚିତ ହେଲେ ।[ଆଧାର ଲୋଡ଼ା]
କର୍ମଜୀବନ
[ସମ୍ପାଦନା]ଦଶବର୍ଷ ବୟସରରେ ସେ ବିଧିବଦ୍ଧ ଭାବେ ଅଖିଳ କୁମାର ଲେଙ୍କା, ନିରୋଜ ନଳିନୀ କୁଅଁର, ତରଣୀ ରଞ୍ଜନ ଜେନା ଓ ବିଶ୍ୱନାଥ ରାଓ ଆଦି ସଂଗୀତ ଗୁରୁଙ୍କଠାରୁ ଓଡ଼ିଶୀ ସଙ୍ଗୀତ, ଛାନ୍ଦ, ଚମ୍ପୂ ଆଦି ଶିଖିବା ଆରମ୍ଭ କରିଥିଲେ । ପରେ ସେ ଜେ.ଭି.ଏସ. ରାଓ, ଦୀପକ ବସୁ, ନିତାଇ ସିହ୍ନାଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ, ସୁନାକର ସାହୁଙ୍କଠାରୁ ସୁଗମ ସଙ୍ଗୀତ ଓ ହରମୋହନ ଖୁଣ୍ଟିଆଙ୍କଠାରୁ ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରିଥିଲେ ।
ଦଶବର୍ଷ ବୟସରୁ ସେ ଆକାଶବାଣୀ କଟକ କେନ୍ଦ୍ରରେ ଶିଶୁଶିଳ୍ପୀ ଭାବେ ଗୀତ ଗାଇବା ଆରମ୍ଭ କରି ଏବଂ ୧୯୮୬ ମସିହାରେ ୧୬ ବର୍ଷ ବୟସରେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଶିଳ୍ପୀ ଭାବେ ଯୋଗ ଦେଇଥିଲେ । ୧୯୮୯ ମସିହାରୁ ସେ ଆକାଶବାଣୀ ବ୍ୟତୀତ ଘରୋଇ ଷ୍ଟୁଡ଼ିଓରେ ଗୀତ ଗାଇବା ଆରମ୍ଭ କରିଥିଲେ ।
୧୯୯୨ ମସିହାରେ ତାଙ୍କର ପ୍ରଥମ ଭଜନ କ୍ୟାସେଟ 'ଅଝଟିଆ କାଳିଆ ' ମୁକ୍ତିଲାଭ କରିଥିଲା । ୧୯୯୩ ମସିହାରେ ସେ ବଳରାମ ଦାସକୃତ ଲକ୍ଷ୍ମୀପୁରାଣ ମଧ୍ୟ ଗାଇଥିଲେ l ଅନ୍ୟାନ୍ୟ ପୁରାତନ ଓଡ଼ିଆ କବିଙ୍କ ରଚିତ ପ୍ରାୟ ଏକଶହ ଭକ୍ତିଗୀତସବୁକୁ ସେ ହୃଦୟର ଗୀତ ଶୀର୍ଷକରେ ଗାଇଥିଲେ । ଏଥିମଧ୍ୟରୁ ଜଗନ୍ନାଥ ଦାସକୃତ ଓଡ଼ିଆ ଭାଗବତ ଅନ୍ୟତମ ।
ଓଡ଼ିଆ ବ୍ୟତୀତ ସଂସ୍କୃତ ଶ୍ଳୋକ, ସ୍ତୋତ୍ରମାନ ସେ ଗାଇଛନ୍ତି । ଏଥିମଧ୍ୟରୁ ଗୋବିନ୍ଦ ଦାମୋଦର ସ୍ତୋତ୍ର ଉଲ୍ଲେଖନୀୟ ।
ସେ ନିବେଦିତା ନାମକ ଛଦ୍ମ ନାମରେ ଆଧୁନିକ ଓ ଚଳଚ୍ଚିତ୍ର ଗାଇଛନ୍ତି । ୧୯୯୬ ମସିହାରେ ତାଙ୍କର ପ୍ରଥମ ଆଧୁନିକ କ୍ୟାସେଟ ବାଇଚଢେଇ ମୁକ୍ତିଲାଭ କରିଥିଲା । ୨୦୦୯ ମସିହାରେ ସେ ପ୍ରଥମ କରି ଚଳଚ୍ଚିତ୍ରରେ (ଆକାଶେ କି ରଙ୍ଗ ଲାଗିଲା) ଗୀତ ଗାଇଥିଲେ ।
ଅଗ୍ରୱାଲ ନିଜର କେତେକ ଭଜନରେ ଅଭିନୟ କରଛନ୍ତି । 91.9 ସିଦ୍ଧାର୍ଥ FM, ସିଦ୍ଧାର୍ଥ ଟିଭି, ସିଦ୍ଧାର୍ଥ ମ୍ୟୁଜିକ,ସିଦ୍ଧାର୍ଥ ଗୋଲ୍ଡ,ସିଦ୍ଧାର୍ଥ ଭକ୍ତି ଏବଂ ଜୟ ଜଗନ୍ନାଥ ଟିଭିର ସହ-ପ୍ରତିଷ୍ଠାତ୍ରୀ (ସାର୍ଥକ ମ୍ୟୁଜିକ/ସାର୍ଥକ ଟିଭିର ସେ ସହ-ପ୍ରତିଷ୍ଠାତ୍ରୀ ଥିଲେ)। ସ୍ୱର ଓଡ଼ଶାର ଭଳି କେତେକ ସଙ୍ଗୀତ-ଭିତ୍ତିକ କାର୍ଯ୍ୟକ୍ରମରେ ସେ ବିଚାରିକା ଭାବେ କାର୍ଯ୍ୟ କରିଥିଲେ ।
କଥାଚିତ୍ରରେ ଭୂମିକା
[ସମ୍ପାଦନା]ଗାୟିକା ଭାବରେ
[ସମ୍ପାଦନା]- ଅଭିମନ୍ୟୁ (୨୦୦୯)
- ସମୟ ହାତରେ ଡୋରି (୨୦୦୭)
- ଗୋଲାପି ଗୋଲାପି (୨୦୧୫)]
ଆଲବମ
[ସମ୍ପାଦନା]- ଭକ୍ତି ଚନ୍ଦନ
- ଲକ୍ଷ୍ମୀ ପୁରାଣ
- ଖୁଆ ଦଉଡି
ଇତ୍ୟାଦି...
ପ୍ରଯୋଜିକା
[ସମ୍ପାଦନା]- ଆମ ଭିତରେ କିଛି ଅଛି (୨୦୧୦)
- ମିଷ୍ଟର କହ୍ନେୟା[୩]
ମାନସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Special screening of Sabyasachi-Archita's Abhiman Read more at: timesofindia.indiatimes.com/articleshow/70380557.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. times of india. Retrieved 11 December 2019.
- ↑ "ରଥଯାତ୍ରାରେ ପରଦାକୁ ଆସିବ ସବ୍ୟସାଚୀ-ଅର୍ଚ୍ଚିତାଙ୍କ 'ଅଭିମାନ'". www.samajalive.in/. samaja. Retrieved 11 December 2019.
- ↑ "ପୁଣି ବିବାଦରେ ପପୁ: 'ମିଷ୍ଟର କହ୍ନେୟା'କୁ ନେଇ ଥାନାରେ ମାମଲା". www.pratinidhiodia.in. pratinidhi odia. Retrieved 11 December 2019.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନମିତା ଅଗ୍ରୱାଲ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |