ହରମୋହନ ଖୁଣ୍ଟିଆ

ଉଇକିପିଡ଼ିଆ‌ରୁ
ହରମୋହନ ଖୁଣ୍ଟିଆ
ଜନ୍ମ
ଜାତୀୟତାଭାରତୀୟ
ପ୍ରସିଦ୍ଧିମର୍ଦ୍ଦଳ ବାଦକ ଓ ସଙ୍ଗୀତ ନିର୍ଦ୍ଦେଶକ
ସନ୍ତାନସୁପ୍ରକାଶ, ସ୍ୱର୍ଣ୍ଣ[୧]

ହରମୋହନ ଖୁଣ୍ଟିଆ, ଜଣେ ଓଡ଼ିଆ ସଙ୍ଗୀତଜ୍ଞ ।[୨] ତବଲା, ପଖଉଜ ଓ ମୃଦଙ୍ଗ ବାଦନରେ ଦକ୍ଷ ହରମୋହନ ଓଡ଼ିଶୀ ନୃତ୍ୟ ପାଇଁ ବହୁ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି ।

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ହରମୋହନ, ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅନ୍ତର୍ଗତ ମଠକରଗୋଳା ଗ୍ରାମର ଏକ ସଙ୍ଗୀତଜ୍ଞ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତା ଓ ବଡ଼ଭାଇ ଥିଲେ ପାଲା ଗାୟକ । ଛୋଟବେଳୁ କୀର୍ତ୍ତନ ଉପଭୋଗ କରୁଥିଲେ । ମାଟି କାନ୍ଥରେ ହାତ ବାଡ଼େଇ ସଙ୍ଗୀତ ସୃଷ୍ଟି କରୁଥିଲେ । ପାଞ୍ଚବର୍ଷ ବୟସରୁ ବିନା ଗୁରୁରେ ସଙ୍ଗୀତ ଚର୍ଚ୍ଚା ଆରମ୍ଭ କରିଥିଲେ । ପୁଅରୁ ଦକ୍ଷତା ଦେଖି, ପିତା ତାଙ୍କୁ କଟକର ସାର୍ତ୍ତୋଳକୁ ନେଇ ଆସିଥିଲେ । ସେଠାରେ ଦିନେ ଏକ କୀର୍ତ୍ତନ ସମାବେଶରେ, ତାଙ୍କ ମୃଦଙ୍ଗ ବାଦନ ଶୁଣି, ଠିକାଦାର ଜଳଧର ସ୍ୱାଇଁ, ତାଙ୍କ ସଙ୍ଗୀତ ଶିକ୍ଷାର ବ୍ୟବସ୍ଥା କରିଦେଇଥିଲେ । କଟକରେ ଏକାଧିକ ଗୁରୁଙ୍କଠାରୁ ତବଲା ବାଦାନ ଶିକ୍ଷା କରିବା ସହ, ଠିକାଦାରି ମଧ୍ୟ କରୁଥିଲେ । କିଛି ବର୍ଷ ପରେ, ସେ କଲିକତା ଚାଲିଯାଇ ଗୁରୁ ଜ୍ଞାନ ପ୍ରକାଶ ଘୋଷ ଓ ମଣିଲାଲ ମୁଖାର୍ଜୀଙ୍କଠାରୁ ତବଲା ଶିକ୍ଷାଲାଭ କରିଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

କଲିକତାରୁ ଫେରି, ହରମୋହନ ୧୯୬୭ ମସିହାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ । ୧୯୭୦ ମସିହାରେ ଆକାଶବାଣୀ କଟକରେ ଜଣେ ଷ୍ଟାଫ ଆର୍ଟିଷ୍ଟ ଭାବରେ ଯୋଗଦାନ କରିଥିଲେ । ଜଣେ ମର୍ଦ୍ଦଳ ବାଦକ ଭାବରେ ସେ ସଂଯୁକ୍ତା ପାଣିଗ୍ରାହୀରଘୁନାଥ ପାଣିଗ୍ରାହୀଙ୍କ ସହ ବହୁ ମଞ୍ଚରେ ସଙ୍ଗୀତ ପରିବେଷଣ କରିଛନ୍ତି । ଓଡ଼ିଶୀରେ ପ୍ରାୟ ୩୦୦ରୁ ଉର୍ଦ୍ଧ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । କଳିଙ୍ଗ କଳା କ୍ଷେତ୍ର ନାମରେ ଏକ ଅନୁଷ୍ଠାନ ଗଠନ କରି, ସେ ବିଦ୍ୟାର୍ଥୀମାନଙ୍କୁ ସଙ୍ଗୀତ ଶିକ୍ଷାଦାନ କରିଥାନ୍ତି । ହୋମିଓପାଥୀ ଚିକିତ୍ସାକରି, ଲୋକଙ୍କର ବ୍ୟାଧି ନିରାକରଣ ମଧ୍ୟ କରିଥାନ୍ତି ।[୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2016-11-06. Retrieved 2015-09-14. {{cite web}}: Cite has empty unknown parameter: |1= (help)
  2. http://www.telegraphindia.com/1130804/jsp/odisha/story_17192003.jsp#.VfZ35X0wDSg
  3. "ଆର୍କାଇଭ୍ କପି". ସମ୍ବାଦ ୧୪/୦୯/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. 14 September 2015. Archived from the original on 4 March 2016. Retrieved 14 September 2015. {{cite news}}: Cite has empty unknown parameter: |1= (help)
  4. https://www.telegraphindia.com/states/odisha/space-crunch-hits-varsity-212052
  5. http://odisha.gov.in/e-magazine/orissaannualreference/ORA-2011/pdf/104-108.pdf
  6. "ପ୍ରଦୀପଙ୍କୁ ଶାରଳା ପୁରସ୍କାର". No. ସମ୍ବାଦ ୨୮/୧୦/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. ସମ୍ବାଦ. Retrieved 28 October 2019.