ଚତୁର୍ଦ୍ଦଶୀ
ଦେଖଣା
ଚନ୍ଦ୍ରପକ୍ଷର ଚତୁର୍ଦ୍ଦଶ ଦିବସ - ଚନ୍ଦ୍ରର ଚତୁର୍ଦ୍ଦଶ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । ଏହା ପୂର୍ଣ୍ଣିମା ଓ ଅମାବାସ୍ୟାର ପୂର୍ବ ଦିନ ।
ପର୍ବପର୍ବାଣି
[ସମ୍ପାଦନା]- ସମସ୍ତ କୃଷ୍ଣ ଚତୁର୍ଦ୍ଦଶୀ: ଶିବ ଚତୁର୍ଦ୍ଦଶୀ
- ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ: ନୃସିଂହ ଜନ୍ମ ବ୍ରତ
- ଜ୍ୟୈଷ୍ଠ କୃଷ୍ଣ ଚତୁର୍ଦ୍ଦଶୀ: ସାବିତ୍ରୀ ଚତୁର୍ଦ୍ଦଶୀ
- ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ: ଚମ୍ପକ ଚତୁର୍ଦ୍ଦଶୀ
- ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ: ଜଗନ୍ନାଥଙ୍କ ନେତ୍ରୋତ୍ସବ
- ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ: ଶିବଶୟନ ଚତୁର୍ଦ୍ଦଶୀ: ଶିବ ଏହି ଦିନ କଳ୍ପିତ ନିଦ୍ରା ଯାଇଥାନ୍ତି
- ଶ୍ରାବଣ ଶୁକ୍ଳ ଚତୁର୍ଦ୍ଦଶୀ: ପବିତ୍ରାରୋପଣ ଚତୁର୍ଦ୍ଦଶୀ
- ଭାଦ୍ରବ କୃଷ୍ଣ ଚତୁର୍ଦ୍ଦଶୀ: ଅଘୋରା ଚତୁର୍ଦ୍ଦଶୀ
- ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ: ଅନନ୍ତ ଚତୁର୍ଦ୍ଦଶୀ
- କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ: ନରକ ଚତୁର୍ଦ୍ଦଶୀ ବା ଭୂତ ଚତୁର୍ଦ୍ଦଶୀ
- କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ: ବୈକୁଣ୍ଠ ଚତୁର୍ଦ୍ଦଶୀ, ଶିବ ଉତ୍ଥାପନ ଚତୁର୍ଦ୍ଦଶୀ: ଶିବ ଏହି ଦିନ କଳ୍ପିତ ଶୟନାବସ୍ଥାରୁ ଜାଗ୍ରତ ହୁଅନ୍ତି
- ମାର୍ଗଶୀର ଶୁକ୍ଳ ଚତୁର୍ଦ୍ଦଶୀ: ପାଷାଣ ଚତୁର୍ଦ୍ଦଶୀ
- ମାଘ କୃଷ୍ଣ ଚତୁର୍ଦ୍ଦଶୀ: ରଟନ୍ତୀ ଚତୁର୍ଦ୍ଦଶୀ
- ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀ: ମହା ଶିବରାତ୍ରି
- ଚୈତ୍ର କୃଷ୍ଣ ଚତୁର୍ଦ୍ଦଶୀ: ସ୍ନୁହୀ ଚତୁର୍ଦ୍ଦଶୀ
- ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ: ଅଙ୍ଗାରକ ବା ଦମନକ ଚତୁର୍ଦ୍ଦଶୀ
ଆଧାର
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |