Jump to content

ଉମାକାନ୍ତ ମିଶ୍ର

ଉଇକିପିଡ଼ିଆ‌ରୁ
(Umakanta Mishraରୁ ଲେଉଟି ଆସିଛି)
ଉମାକାନ୍ତ ମିଶ୍ର
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫  ୧୯୯୦
ପୂର୍ବ ଅଧିକାରୀସୋମନାଥ ରଥ
ପର ଅଧିକାରୀରାମକୃଷ୍ଣ ଗୌଡ଼
ନିର୍ବାଚନ ମଣ୍ଡଳୀଭଞ୍ଜନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1939-07-14) ୧୪ ଜୁଲାଇ ୧୯୩୯ (ବୟସ ୮୬)
ସାନକୋଦଣ୍ଡା, ଭଞ୍ଜନଗର, ଗଞ୍ଜାମ
ମୃତ୍ୟୁ୧୫ ମଇ ୨୦୨୧(2021-05-15) (ବୟସ ୮୧)
ଭୁବନେଶ୍ୱର
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀବିଜୟ ଲକ୍ଷ୍ମୀ ମିଶ୍ର
ସମ୍ପର୍କସୋମନାଥ ରଥ (ଶ୍ୱଶୁର)
ବାପା/ବୋଉଜଗନ୍ନାଥ ମିଶ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଉମାକାନ୍ତ ମିଶ୍ର ( ୧୪ ଜୁଲାଇ ୧୯୩୯ - ୨୫ ମଇ ୨୦୨୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଓ ଅଭିନେତା ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନର ସେ ଭଞ୍ଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ଉମାକାନ୍ତ ୧୯୩୯ ମସିହାର ଜୁଲାଇ ୧୪ ତାରିଖରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସାନକୋଦଣ୍ଡାଠାରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପା ଥିଲେ ସମାଜସେବୀ ଜଗନ୍ନାଥ ମିଶ୍ର । ସେ ଆଇନରେ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ଭଞ୍ଜନଗର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ସେ ଓଡ଼ିଶା ବିଧାନ ସଭାର ପୂର୍ବତନ ବାଚସ୍ପତି ସୋମନାଥ ରଥଙ୍କ ଝିଅ ବିଜୟଲକ୍ଷ୍ମୀଙ୍କୁ ବିବାହ କରିଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ଉମାକାନ୍ତ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[]

ଅଭିନୟ ଜୀବନ

[ସମ୍ପାଦନା]

ଉମାକାନ୍ତ କିଛି ଓଡ଼ିଆ ଚଳଚ୍ଚିତ୍ର ଓ ଗୋଟିଏ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଅମଡ଼ା ବାଟ ଥିଲା ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ଏହା ବ୍ୟତୀତ ସେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀଶିଶିର ମିଶ୍ରଙ୍କଦ୍ୱାରା ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ଭିଗି ପଲକେଁ ଆଦିରେ ଅଭିନୟ କରିଥିଲେ ।

ମୃତ୍ୟୁ

[ସମ୍ପାଦନା]

ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଉମାକାନ୍ତ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ସମୟରେ ୨୦୨୧ ମସିହା ମଇ ୨୫ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।[]

  1. "Former MLA, Noted Actor Umakanta Mishra Passes Away At 82". www.sambadenglish.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 26 May 2021. Retrieved 26 May 2021.
  2. 1 2 "Shri Umakanta Mishra". odishaassembly.nic.in. Odisha Assembly. Retrieved 3 February 2021.
  3. "ବିଶିଷ୍ଟ ଅଭିନେତା, ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ପରଲୋକ". No. ସମ୍ବାଦ ୨୬/୦୫/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୭. ଇଷ୍ଟର୍ଣ୍ଣ ମିଡିଆ. 26 May 2021. Archived from the original on 26 May 2021. Retrieved 26 May 2021.

ଅଧିକ ତଥ୍ୟ

[ସମ୍ପାଦନା]