ଉମାକାନ୍ତ ମିଶ୍ର

ଉଇକିପିଡ଼ିଆ‌ରୁ
ଉମାକାନ୍ତ ମିଶ୍ର
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀସୋମନାଥ ରଥ
ପର ଅଧିକାରୀରାମକୃଷ୍ଣ ଗୌଡ଼
ନିର୍ବାଚନ ମଣ୍ଡଳୀଭଞ୍ଜନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1939-07-14) ୧୪ ଜୁଲାଇ ୧୯୩୯ (ବୟସ ୮୪)
ସାନକୋଦଣ୍ଡା, ଭଞ୍ଜନଗର, ଗଞ୍ଜାମ
ମୃତ୍ୟୁ୧୫ ମଇ ୨୦୨୧(2021-05-15) (ବୟସ ୮୧)
ଭୁବନେଶ୍ୱର
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀବିଜୟ ଲକ୍ଷ୍ମୀ ମିଶ୍ର
ସମ୍ପର୍କସୋମନାଥ ରଥ (ଶ୍ୱଶୁର)
ବାପା/ବୋଉଜଗନ୍ନାଥ ମିଶ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଉମାକାନ୍ତ ମିଶ୍ର ( ୧୪ ଜୁଲାଇ ୧୯୩୯ - ୨୫ ମଇ ୨୦୨୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଓ ଅଭିନେତା ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନର ସେ ଭଞ୍ଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଉମାକାନ୍ତ ୧୯୩୯ ମସିହାର ଜୁଲାଇ ୧୪ ତାରିଖରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସାନକୋଦଣ୍ଡାଠାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପା ଥିଲେ ସମାଜସେବୀ ଜଗନ୍ନାଥ ମିଶ୍ର । ସେ ଆଇନରେ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ଭଞ୍ଜନଗର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ସେ ଓଡ଼ିଶା ବିଧାନ ସଭାର ପୂର୍ବତନ ବାଚସ୍ପତି ସୋମନାଥ ରଥଙ୍କ ଝିଅ ବିଜୟଲକ୍ଷ୍ମୀଙ୍କୁ ବିବାହ କରିଥିଲେ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ଉମାକାନ୍ତ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୨]

ଅଭିନୟ ଜୀବନ[ସମ୍ପାଦନା]

ଉମାକାନ୍ତ କିଛି ଓଡ଼ିଆ ଚଳଚ୍ଚିତ୍ର ଓ ଗୋଟିଏ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଅମଡ଼ା ବାଟ ଥିଲା ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ଏହା ବ୍ୟତୀତ ସେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀଶିଶିର ମିଶ୍ରଙ୍କଦ୍ୱାରା ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ଭିଗି ପଲକେଁ ଆଦିରେ ଅଭିନୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଉମାକାନ୍ତ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ସମୟରେ ୨୦୨୧ ମସିହା ମଇ ୨୫ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।[୩]

ଆଧାର[ସମ୍ପାଦନା]

  1. "Former MLA, Noted Actor Umakanta Mishra Passes Away At 82". www.sambadenglish.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 26 May 2021. Retrieved 26 May 2021.
  2. ୨.୦ ୨.୧ "Shri Umakanta Mishra". odishaassembly.nic.in. Odisha Assembly. Retrieved 3 February 2021.
  3. "ବିଶିଷ୍ଟ ଅଭିନେତା, ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ପରଲୋକ". No. ସମ୍ବାଦ ୨୬/୦୫/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୭. ଇଷ୍ଟର୍ଣ୍ଣ ମିଡିଆ. 26 May 2021. Archived from the original on 26 May 2021. Retrieved 26 May 2021.

ଅଧିକ ତଥ୍ୟ[ସମ୍ପାଦନା]